> ଗୋ-ସୁଗମ(GO SUGAM) - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଗୋ-ସୁଗମ(GO SUGAM)

GO SUGAM – Government of Odisha Single Window Unified Gateway  for Agrarian Management.

Contents hide

ଗୋ-ସୁଗମ ହେଉଛି ଭାରତରେ ଥିବା କୃଷି ଓ କୃଷି ଉଦ୍ୟୋଗଙ୍କ ନିମନ୍ତେ ଏକକ ବାତାୟନ ବ୍ୟବସ୍ଥା ।

ଲକ୍ଷ୍ୟ-

ଓଡିଶା ସରକାରଙ୍କ 5T ଶାସନକୁ ଦୃଷ୍ଟିରେ ରଖି ଏହି ସୁଗମ ପୋର୍ଟାଲ ବୈଷୟିକ ଜ୍ଞାନର ସଂପ୍ରସାରଣ ଏବଂ ସମୟାନୁସାରେ ଓ ସ୍ଵଚ୍ଛତାର ସହ କୃଷକଙ୍କୁ ସୁବିଧା ପ୍ରଦାନ କରିବା ଦିଗରେ ସରକାରୀ ଅଧିକାରୀଙ୍କ ମଧ୍ୟରେ ଗୋଷ୍ଠୀ କାର୍ଯ୍ୟ ମାଧ୍ୟମରେ କୃଷକଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବା ପାଇଁ ଲକ୍ଷ୍ୟ ରଖିଛି ।

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅନ୍ତର୍ଭୁକ୍ତ କୃଷିଭିତିକ ସମସ୍ତ ଯୋଜନା ଏବଂ ସେବା ଏହି ସୁଗମ ପୋର୍ଟାଲରେ ଡିଜିଟାଇଜଡ କରାଯାଇଛି। ଏହି ପୋର୍ଟାଲ ମାଧ୍ୟମରେ କୃଷକଙ୍କୁ କୃଷି ସହ ଜଡିତ ଅନ୍ୟାନ୍ୟ ବିଭାଗର ସେବା ଯଥା- ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ ଏବଂ ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର ଇତ୍ୟାଦି ଉପଲବ୍ଧ କରାଯାଇଅଛି ।

ବିଭାଗ ଅନ୍ତର୍ଭୁକ୍ତ-

  1. ମତ୍ସ୍ୟଚାଷ
  2. ପଶୁପାଳନ
  3. ଉଦ୍ୟାନ କୃଷି
  4. କୃଷି ଓ ଆପିକଲ୍

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କୃଷି କାର୍ଯ୍ୟର ସଂପ୍ରସାରଣ କରିବା ପାଇଁ ସରକାରୀ ଯୋଜନା ଓ ରିହାତିର ଏକ ପ୍ରମୁଖ ଭୂମିକା ରହିଛି । ଏହି ଯୋଜନା ଏବଂ ସେବା ଗୁଡିକୁ ଓଡିଶାର ପ୍ରତି ଚାଷୀଙ୍କ ନିକଟରେ ବାରମ୍ବାର ପହଞ୍ଚାଇବା ହେଉଛି ଉତ୍ତମ ଶାସନର ଏକ ଲକ୍ଷ ।

କୃଷି ଇଉନିଟ ସ୍ଥାପନରେ ସରକାରୀ ଯୋଜନା ସମୂହ କୃଷକଙ୍କୁ ଆର୍ଥିକ ରିହାତି ଏବଂ ସୁବିଧା ପାଇବା ନିମନ୍ତେ ସକ୍ଷମ କରାଏ । ଋତୁଭିତ୍ତିକ ଫସଲ ଚାଷ, ବାର୍ଷିକ ଫସଲ ଚାଷ, ପ୍ରାଣୀପାଳନ ଓମତ୍ସ୍ୟଚାଷ ଜରିଆରେ ବାଡିବଗିଚା, ଅର୍ଦ୍ଧ୍ୟ-ବ୍ୟବସାୟିକ ଇଉନିଟ ସ୍ଥାପନ କରିବା,ଏହି ପୋର୍ଟାଲରେ ଉଲ୍ଲିଖିତ ଅଛି।

ଗୋ-ସୁଗମ ପୋର୍ଟାଲର ବିଶେଷତ୍ଵ :

ଏହି ପୋର୍ଟାଲରେ ଦୁଇଟି ଇନପୁଟ୍ ଭାଷା ବ୍ୟବହାରର ସୁବିଧା ରହିଛି ଯଥା- ଇଂରାଜୀ ଓ ଓଡ଼ିଆ । ଓଡିଆ ଭାଷାରେ ଷ୍ଟେପ୍ ଗୁଡ଼ିକୁ ନିମ୍ନରେ ଦିଆଗଲା ।

୧. ଅନଲାଇନରେ ଆବେଦନ: କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ସମସ୍ତ ଯୋଜନା ଏବଂ ସେବା ପାଇବା ନିମନ୍ତେ ଆବେଦନ କରିବାକୁ ୱେବପୋର୍ଟାଲ ଏବଂ ମୋବାଇଲ ଆପରେ କୃଷକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସମସ୍ତ ଯୋଜନାର ମାର୍ଗଦର୍ଶିକା ସମ୍ବନ୍ଧୀୟ ଆବଶ୍ୟକୀୟ ତଥ୍ୟାବଳୀ ଏହି ପ୍ଲାଟଫର୍ମରେ ଉପଲବ୍ଧ ହୋଇଥାଏ ।

୨. ସ୍ଥିତି ଅବଗତି: ଆବେଦନକାରୀମାନେ ନିଜର ଚଳଭାଷ (ମୋବାଇଲ) ବ୍ୟବହାର କରି ସେମାନଙ୍କର ଆବେଦନପତ୍ରର ବର୍ତମାନ ସ୍ଥିତି ପୋର୍ଟାଲରେ କିମ୍ବା ଆପରେ ଅନୁସରଣ କରିପାରିବେ। ସେମାନେ ସଠିକ ଭାବେ ସେମାନଙ୍କର ଆବେଦନପତ୍ର ପରବର୍ତ୍ତୀ ଅବସ୍ଥାର ପ୍ରକ୍ରିୟାକରଣ ପାଇଁ କିଏ ଦାୟିତ୍ୱରେ  ଅଛନ୍ତି ତାହା ଜାଣିପାରିବେ ।

୩. ଆଗୁଆ ସ୍ଥିତି ସୂଚନା: ଯେକୌଣସି ସେମାନଙ୍କର ଆବେଦନପତ୍ର ଅନୁମୋଦନ ହେଲା କିମ୍ବା ଖାରଜ ହେଲା ତାହା ଆବେଦନକାରୀ ସଂକ୍ଷିପ୍ତ ବାର୍ତ୍ତା କିମ୍ବା ଇମେଲ ଜରିଆରେ ସୂଚନା ମଧ୍ୟ ପାଇଥାନ୍ତି।

୪. ଏକକ ବାତାୟନ:  ବିଭିନ ସରକାରୀ ବିଭାଗ ଯଥା- ଜଳଯୋଗାଣ ଏବଂ ବୈଦ୍ୟୁତିକ ଯୋଗାଯୋଗ ଆବଶ୍ୟକୀୟ ସେବାର ଆବେଦନପତ୍ରକୁ ପ୍ଲାଟଫର୍ମ ସହ ସମନ୍ଵିତ କରାଯାଇ ଆବେଦନ ପକ୍ରିୟାକୁ ସରଳ କରି କୃଷକମାନଙ୍କ ପାଇଁ ଏକକ ବାତାୟନ ବ୍ୟବସ୍ଥା କରାଯାଇଛି।

୫. ଅନଲାଇନ ଆବେଦନ ପକ୍ରିୟା: ବ୍ଲକ, ଜିଲ୍ଲା, ଏବଂ ରାଜ୍ୟସ୍ତରୀୟ ଅଧିକାରୀମାନଙ୍କ ପାଇଁ ଆବେଦନପତ୍ର ଏକ ପ୍ରାନ୍ତରୁଅନ୍ୟପ୍ରାନ୍ତ ପ୍ରକ୍ରିୟାକରଣ, ବିବରଣୀ ଏବଂ ଭୂସଲଗ୍ନ ମାପ ଚିତ୍ରଗୁଡ଼ିକ ୱେବ ପୋର୍ଟାଲ ଏବଂ ଚଳଭାଷ ସହ ସମର୍ଥ ହୋଇଥାଏ।

୬. ତଥ୍ୟାବଳୀ ଏବଂ ଡ୍ୟାସବୋର୍ଡ: ବିଭିନ୍ନ ପରିସରରେ ଆବେଦନପତ୍ରର ସ୍ଥିତାବସ୍ଥା ଏବଂ ପ୍ରଦାନ ଦକ୍ଷତାକୁ ଅନୁସରଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କ ଦ୍ଵାରା ଯୋଜନାୱାରୀ ତଥ୍ୟ ଆଧାରିତ ନିଷ୍ପତି ନେବା ନିମନ୍ତେ ଅଧିକାରୀମାନଙ୍କ ବାସ୍ତବ –ସମୟୋଚିତ ତଥ୍ୟକୁ ପ୍ରବେଶ କରାଯାଏ।

ପଞ୍ଜୀକରଣ ଓ ଆବେଦନ କରିବାରେ ଅସୁବିଧାହେଲେ ଏହି ଭିଡ଼ିଓ କୁ ଦେଖନ୍ତୁ ଏବଂ ଷ୍ଟେପ୍ ଗୁଡ଼ିକୁ ଜାଣନ୍ତୁ ।

GO-SUGAM-Beneficiary_User_Handout_Odia

ଗୋସୁଗମର Helpline No.155333

FAQ – Answer

ପଞ୍ଜୀକରଣ କିପରି କରାଯିବ ?

ପ୍ରଥମେ ଟାଇପ କରନ୍ତୁ – Go Sugam Odisha Portal ବା SUGAM, Government of Odisha ଲିଙ୍କରେ ବଟନ୍ ଦବାଇ ପ୍ରବେଶ କରନ୍ତୁ ।

ନୂତନ ପଞ୍ଜୀକରଣ ନିମନ୍ତେ ଅନୁଗ୍ରହକରି “ପଞ୍ଜିକରଣ” କୁ ଚୟନ କରନ୍ତୁ, ନିଜର ଆଧାର ନମ୍ବର ପୂରଣ କରନ୍ତୁ ଏବଂ ଏକ ନିଜ ଆକାଉଣ୍ଟ ପାଇଁ ପାସୱାର୍ଡ ମାଧ୍ୟମରେ ନିଜ ଆକାଉଣ୍ଟରେ ଲଗ-ଇନ କରିପାରିବେ।

ଲଗ୍-ଇନ କିପରି କରିବେ ?

ପୂର୍ବରୁ ପଞ୍ଜୀକୃତ ବ୍ୟବହାରକାରୀ ମୋବାଇଲ ନମ୍ବର ଏବଂ ପାସୱାର୍ଡ ମାଧ୍ୟମରେ ନିଜ ଆକାଉଣ୍ଟରେ ଲଗଇନ କରିପାରିବେ।

ନିଜ ଆକାଉଣ୍ଟ ପାସୱାର୍ଡ ଭୁଲିଯାଇଥିଲେ କଣ କରିବେ ?

ଯଦି ଆପଣ ନିଜ ଆକାଉଣ୍ଟ ପାସୱାର୍ଡ ଭୁଲି ଯାଇଛନ୍ତି,ତା ହେଲେ “ପାସୱାର୍ଡ ଭୁଲିଯାଇଛି” ଉପରେ କ୍ଲିକ କରନ୍ତୁ ଏବଂ ନିଜ ମୋବାଇଲ ନମ୍ବର ପୂରଣ କରନ୍ତୁ ଯାହାଦ୍ଵାରା ପରବର୍ତ୍ତୀ ପଦକ୍ଷେପ ନିମନ୍ତେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ବାର୍ତ୍ତା ପ୍ରେରଣ କରାଯିବ।

ଯୋଜନା ବା ସେବାଗୁଡ଼ିକୁ ପାଇବା ପାଇଁ କଣ କରିବେ ?

    • ଲଗଇନ କରିବା ପରେ “ଯୋଜନା” ପାଇଁ ଟ୍ୟାବ ଉପରେ କ୍ଲିକ କରନ୍ତୁ ଏବଂ ତା’ ପରେ ଯେଉଁ ନିର୍ଦେଶାଳୟ ଅନ୍ତର୍ଭୂକ୍ତ ଯୋଜନାରେ ଆବେଦନ କରିବାକୁ ଇଚ୍ଛୁକ ଅଛନ୍ତି, ଉକ୍ତ ନିର୍ଦ୍ଦେଶାଳୟକୁ ଚୟନ କରନ୍ତୁ।
    • ପରବର୍ତ୍ତୀ ସମୟରେ ପ୍ରାସଙ୍ଗିକ ଯୋଜନା ଠାରେ ଥିବା “ଆବେଦନ କରନ୍ତୁ”ବଟନ ଉପର କ୍ଲିକ କରନ୍ତୁ।
    • ଯୋଜନା ସମ୍ପର୍କରେ ଅଧିକ ଜାଣିବା ପାଇଁ ଗାଇଡଲାଇନ ଏବଂ ସଂକ୍ଷିପ୍ତ ବିବରଣୀ ବଟନ ଉପରେ ମଧ୍ୟ କ୍ଲିକ କରିପାରିବେ।

କେଉଁ ଯୋଜନା ବା ସେବା ନିମନ୍ତେ କେଉଁ ଆବେଦନ ପତ୍ର ପୁରଣ କରାଯାଏ କିପରି ଜାଣିବେ ?

ପ୍ରାସଙ୍ଗିକ କୃଷି ନିର୍ଦ୍ଦେଶାଳୟ ଏବଂ ଯୋଜନା / ସେବାର ଚୟନ ପରେ “ଆବେଦନ କରନ୍ତୁ” ଉପରେ କ୍ଲିକ କରିସାରିବା ପରେ ପ୍ରାସଙ୍ଗିକ ସେବାର ଆବେଦନ ପତ୍ର ପୂରଣ ପାଇଁ ଆପଣଙ୍କୁ ନିର୍ଦେଶ ଆସିଯିବ ।

ନିଜ ଆବେଦନ ପତ୍ରକୁ ସୁରକ୍ଷିତ କରି ପରବର୍ତ୍ତୀ ସମୟରେ ଦାଖଲ କରି ପାରିବି କି ?

ହଁ, ଆପଣ ଡ୍ରାଫ୍ଟ ଆକାରରେ ଆପଣଙ୍କ ଆବେଦନ ପତ୍ରକୁ ସୁରକ୍ଷିତ କରିପାରିବେ ଏବଂ ପରବର୍ତ୍ତୀ ସମୟରେ ସେହି ଯୋଜନାରେ ଆବେଦନ ପତ୍ର କ୍ଲିକ କରି ଆଗକୁ ବଢି ପାରିବେ।

ଆବେଦନ ପତ୍ରର ସ୍ଥିତି ଉପରେ ନଜର ରଖି ହେବ କି?

  • ଆବେଦନ ପତ୍ର ଦାଖଲ କରିସାରିବା ପରେ ଆପଣଙ୍କୁ ଏକ “ଆବେଦନ ସନ୍ଦର୍ଭ ପରିଚୟ ପତ୍ର” ଦିଆଯିବ ।
  • ଉକ୍ତ ଆବେଦନ ପରିଚୟ ପତ୍ରକୁ “ସ୍ଥିତିର ଯାଞ୍ଚ” ଠାରେ ପୂରଣ କରିସାରିବା ପରେ ଆପଣ ନିଜ ଆବେଦନର ସ୍ଥିତି ଯାଞ୍ଚ କରିପାରିବେ ।
  • ଆବେଦନ ଦାଖଲ ପରେ ପ୍ରତି ପଦକ୍ଷେପରେ ଆପଣଙ୍କୁ ଏସ॰ଏମ॰ଏସ॰ସୂଚନା ପଠାଇ ଦିଆଯିବ ।

ଆବେଦନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ମୋ ପାଖକୁ ସୂଚନା ଆସିବ କି?

ପ୍ରତି ପର୍ଯ୍ୟାୟରେ ଆପଣ ଏସ॰ଏମ॰ଏସ॰ଏବଂ ଇ-ମେଲ ଜରିଆରେ ଆବେଦନର ସ୍ଥିତି ଏବଂ କୌଣସି ଯାଞ୍ଚ ପ୍ରକ୍ରିୟା, କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ ପରବର୍ତ୍ତୀ ପଦକ୍ଷେପ ଅବଲମ୍ବନ କରିବା ପାଇଁ ସୂଚନା ପାଇପାରିବେ ।

ଜଣେ ଅଫଲାଇନ୍ ମାଧ୍ୟମରେ ଆବେଦନ କରି ପାରିବକି ? ବା ବ୍ଲକ୍ ବା ଜିଲ୍ଲା ସ୍ତରରେ କୌଣସି ଆବେଦନ କେନ୍ଦ୍ର ରହିଛିକି ?

  • ଆବଶ୍ୟକୀୟ ଯୋଜନା / ସେବା ସହ ଜଡିତ କୃଷି ନିର୍ଦ୍ଦେଶାଳୟ ଅଧିନସ୍ଥ ବ୍ଲକ କିମ୍ବା ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ଥିବା ଅଧିକାରୀ ଏବଂ ବ୍ଲକସ୍ତରୀୟ ଅଧିକାରୀ ଏ ସମ୍ବନ୍ଧରେ ଆପଣଙ୍କୁ ସାହାଯ୍ୟ କରିବେ।
  • ଯୋଜନା / ସେବାରେ ଅନଲାଇନ ଆବେଦନ ପାଇଁ ଆପଣ ନିକଟସ୍ଥ ମୋ ସେବା କେନ୍ଦ୍ରରେ ସେବା ଅପରେଟରଙ୍କ ଦ୍ଵାରା ମଧ୍ୟ ସହଯୋଗ ଲାଭ କରିପାରିବେ।

କୌଣସି ଅନଲାଇନ୍ କିମ୍ବା ଦୂରଭାଷ ସେବା ସହଯୋଗର ସୁବିଧା ରହିଛିକି ?

  • ସହଯୋଗ ପାଇଁ ଇ-ମେଲ ଆଇ॰ଡି॰–helpdesk.sugam@odisha.gov.in
  • ଟୋଲ ଫ୍ରି ନିଶୁଳ୍କ ହେଲ୍ପ ଲାଇନ ନମ୍ବର – 7205120692, 7205120693

1 thought on “ଗୋ-ସୁଗମ(GO SUGAM)”

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା