କୃଷି ଯନ୍ତ୍ରପାତି କ୍ରୟ ପାଇଁ ସରକାରୀ ରିହାତି କେମିତି ପାଇବେ ?
କୃଷକ ଓଡ଼ିଶା, ଗୋ ସୁଗମ
( Go Sugam) portal ରେ ରେଜଜିଷ୍ଟ୍ରଭୂକ୍ତ ଓ କୃଷକ ପରିଚୟ ପ୍ରାପ୍ତ ଚାଷୀ ଭାଇ ଓ ଭଉଣୀମାନେ ହିଁ ଆବେଦନ କରିବା ପାଇଁ ଯୋଗ୍ୟ ଅଟନ୍ତି ।
କେଉଁମାନେ ଆବେଦନ କରିପାରିବେ?
– କୃଷି ଯନ୍ତ୍ରପାତି ସବସିଡ଼ିରେ ନେବାକୁ ଇଚ୍ଛୁକ ଥିବା ବ୍ୟକ୍ତି http://sugam.odisha.gov.in (Go Sugam) ମାଧ୍ୟମରେ ନିଜର ବୈଧ ଆଧାର ପରିଚୟ ପତ୍ର, କୃଷକ କରିଚୟ ପତ୍ର ଓ ରେଜିଷ୍ଟ୍ରିଭୂକ୍ତ ମୋବାଇଲ ନଂ ଦେଇ ଲଗ୍-ଇନ୍ (Log-in) କରିବେ ।
ଷ୍ଟେପ୍-1
– ତାପରେ ସେ “Subsidy for procurement of farm machinery and implements” ତାଲିକାକୁ ଚୟନ କରି ନିଜର ଆବଶ୍ୟକ ମୁତାବକ କୃଷିଯନ୍ତ୍ରପାତି /ଉପକରଣ ଗୁଡ଼ିକୁ booking ବା ସଂରକ୍ଷଣ କରିବେ ।
ଷ୍ଟେପ୍-2
– ସେହି କୃଷି ଯନ୍ତ୍ରପାତି /ଉପକରଣ ପାଇଁ ସେ ତଥା ତାର ପରିବାରର କୌଣସି ସଦସ୍ୟ ପୂର୍ବରୁ ସରକାରୀ ରିହାତି ନେଇନାହାନ୍ତି ବୋଲି ଅନଲାଇନ୍ ଆବେଦନରେ ତାଙ୍କୁ ଘୋଷଣାନାମା ଦେବାକୁ ପଡ଼ିବ । ଚୟନ କରିଥିବା କୃଷି ଯନ୍ତ୍ରପାତିକୁ ନିର୍ଦ୍ଧାରିତ ବର୍ଷ /ସମୟ ପର୍ଯ୍ୟନ୍ତ ନିଜ ଜିମାରେ ରଖିବାକୁ ମଧ୍ୟ ଅନଲାଇନରେ ମୋତେ ଘୋଷଣାନାମା ଦାବାକୁ ପଡ଼ିବ ।
ଷ୍ଟେପ୍-3
– ଏହି booking ବା ସଂରକ୍ଷଣ 15 ଦିନପାଇଁ ବୈଧ ଅଟେ । ସେହି ସମୟ ମଧ୍ୟରେ ସେ ତାଙ୍କର ଇଚ୍ଛା ମୁତାବକ କୃଷି ଯନ୍ତ୍ରପାତି /ଉପକରଣ ନିର୍ମାତା (Make ) /ମୋଡ଼େଲ (Model) ଓ ବିକ୍ରେତା (Dealer) ଚୟନ କରିବେ । ଚୟନ କରିଥିବା କୃଷି ଯନ୍ତ୍ରପାତି /ଉପକରଣ ଦେୟ ବାବଦକୁ ନିଜସ୍ୱ ଅର୍ଥ କିମ୍ବା ଋଣ ପ୍ରଣାଳୀକୁ ସ୍ଥିର କରି https://odishafarmmachinery.nic.in ପୋର୍ଟାଲ (Portal ) କୁ ଓଟିପି (OTP)ଜରିଆରେ ଅନୁମତି ପତ୍ର (Permit Order ) ବାହର କରିବେ । ଅନୁମତି ପତ୍ର (Permit Order) ଓ ବୈଧତା ଯଥାକ୍ରମେ 45 ଦିନ (ନିଜସ୍ୱ ଅର୍ଥ) 60 ଦିନ (ବ୍ୟାଙ୍କ ଋଣ) ପାଇଁ ଅଟେ ।
ଷ୍ଟେପ୍-4
– ଚୟନ କରିଥିବା କୃଷି ଯନ୍ତ୍ରପାତି /ଉପକରଣ ପ୍ରଯୁଜ୍ୟ ସହାୟତା ରାଶି ଅନୁମତି ପତ୍ର (Permit Order ) ରେ ସୂଚିତ ହୋଇଅଛି ।
ଷ୍ଟେପ୍-5
– ନିଜସ୍ୱ ଅର୍ଥରେ କିଣୁଥିବା କୃଷି ଯନ୍ତ୍ରପାତି ପାଇଁ – ଅନୁମତି ପତ୍ର (Permit Order) ଦର୍ଶିତ ସମ୍ପୂର୍ଣ୍ଣ ମୂଲ୍ୟ (Full cost) କୁ ନିଜର କୃଷକ ପରିଚୟ ପତ୍ରରେ ରେଜିଷ୍ଟ୍ରିଭୂକ୍ତ ବ୍ୟାଙ୍କ ଜମା ଖାତା Payment Gateway ମାଧ୍ୟମରେ କୃଷି ଓ ଖାଦ୍ୟ ନିର୍ଦ୍ଦେଶକଙ୍କ ଜମାଖାତାକୁ ହସ୍ତାନ୍ତର କରିବେ । ଏହି ଦେୟ ( e-challan) /Net banking ମାଧ୍ୟମରେ ହୋଇପାରିବ ।
ଷ୍ଟେପ୍-6
– ବ୍ୟାଙ୍କ ଋଣ ମାଧ୍ୟମରେ କିଣୁଥିବା କୃଷିଯନ୍ତ୍ରପାତି ପାଇଁ – ସେ ତାର ଋଣ ପାଇଥିବା ବ୍ୟାଙ୍କକୁ ବିତରଣ ନିର୍ଦ୍ଦେଶ (Delivery order) ଦେଇ ବିକ୍ରେତା (Dealer) ଙ୍କ ପାଖରେ ଦାଖଲ କରିବେ । ଯଦି ଋଣର ପରିମାଣ ଅନୁମତି ପତ୍ର (Permit Order) ବର୍ଣ୍ଣିତ ମୂଲ୍ୟଠାରୁ ଉଣା ହୋଇଥାଏ, ତାହାହେଲେ ଅବଶିଷ୍ଟ ଅର୍ଥ Payment Gateway ମାଧ୍ୟମରେ e-challan / net banking ଜରିଆରେ କୃଷି ଓ ଖାଦ୍ୟ ନିର୍ଦ୍ଦେଶକଙ୍କ ଜମାଖାତାକୁ ହସ୍ତାନ୍ତର କରିବେ ।
ଷ୍ଟେପ୍-7
– ତତ୍ପରେ ସେ କୃଷିଯନ୍ତ୍ରପାତି ଆଣିବାପାଇଁ ଚୟନ କରିଥିବା ବିକ୍ରେତାଙ୍କ (Dealer) ସହ ଯୋଗଯୋଗ କରିବେ ।
ଷ୍ଟେପ୍-8
– ସେ ବିକ୍ରେତା (Dealer)ଙ୍କ ପାଖରେ ପହଞ୍ଚି, ଯେକୌଣସି 2ଟି ଟିପ ବା ଆଖିଡ଼ୋଳାକୁ ହିତାଧିକାରୀ ବୈଧତା (Biometric)ଯାଞ୍ଚ କରାଇ, କୃଷି ଯନ୍ତ୍ରପାତି ଓ ତତ ସଂଲଗ୍ନ ବିଲ, କାଗଜପତ୍ର, ପ୍ରତିଶୃତି ପତ୍ର ( Guarantee card) ଏବଂ ବ୍ୟବହାର ପୁସ୍ତିକା (User Manual) ଇତ୍ୟାଦି ଗ୍ରହଣ କରିବେ ।
ଷ୍ଟେପ୍-9
– ବିକ୍ରେତା (Dealer) Mobile app ମାଧ୍ୟମରେ ତାଙ୍କ ସହ କିଣିଥିବା କୃଷି ଯନ୍ତ୍ରପାତି ଫଟୋ ଉଠାଇବେ ।
ଷ୍ଟେପ୍-10
– ସେହି ଫଟୋକୁ ବିକ୍ରେତା (Dealer) Odisha Farm Machinery Website କୁ ପଠାଇବେ ।
ଷ୍ଟେପ୍-11
– ପୂର୍ବ ବର୍ଣ୍ଣିତ କାର୍ଯ୍ୟମାନଙ୍କର ସଠିକ ସମ୍ପାଦନ ପରେ ମୋ କୃଷକ ପରିଚୟ ପତ୍ରରେ ରିଜିଷ୍ଟ୍ରିଭୁକ୍ତ ବ୍ୟାଙ୍କ ଜମା ଖାତାକୁ ରିହାତି ଅନୁଦାନ ରାଶି ଆସିବ ।
ଷ୍ଟେପ୍-12
– ପୂର୍ବ ବର୍ଣ୍ଣିତ କାର୍ଯ୍ୟମାନଙ୍କର ସଠିକ ସମ୍ପାଦନ ପରେ ମୋ କୃଷକ ପରିଚୟ ପତ୍ରରେ ରିଜିଷ୍ଟ୍ରିଭୁକ୍ତ ବ୍ୟାଙ୍କ ଜମା ଖାତାକୁ ରିହାତି ଅନୁଦାନ ରାଶି ଆସିବ ।
ଅଧିକ ସୂଚନା ପଇଁ ନିଜ ଅଞ୍ଚଳର ସହକାରୀ କୃଷି ଯନ୍ତ୍ରୀ/ସହକାରୀ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ ।
ସମ୍ପୂର୍ଣ୍ଣ ଚାର୍ଟ ଜାଣିବା ପାଇଁ ଏହି ୱେବସାଇଟକୁ ଯାଆନ୍ତୁ
ଷ୍ଟେପ୍-13