ଡାକଘର ସଞ୍ଚୟ ବ୍ୟାଙ୍କ

ଡାକଘର ସଞ୍ଚୟ ବ୍ୟାଙ୍କ

ଡାକଘର ସଞ୍ଚୟ ବ୍ୟାଙ୍କ ସ୍କିମ୍ ହେଉଛି ଭାରତ ସରକାରଙ୍କ ‘ଇଣ୍ଡିଆ ପୋଷ୍ଟ’ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାରର ନିବେଶ ।  ଏଠାରେ କିଛି ସାଧାରଣ ଡାକଘର ସଞ୍ଚୟ ବ୍ୟାଙ୍କ ଯୋଜନା ଏବଂ ଏହାର ବୈଶିଷ୍ଟ୍ୟ ଗୁଡିକ ପ୍ରଦାନ କରାଗଲା ।

1). ଡ଼ାକଘର ସଞ୍ଚୟ ଖାତା (SB)

– ସୁଧର ହାର ବାର୍ଷିକ 4 % – ଅବଧି – କିଛି ନାହିଁ । – ସର୍ବନିମ୍ନ ଜମା ଟ. 500/-, ସର୍ବାଧିକ ଜମା କୌଣସି      ସୀମା ନାହିଁ । – ଚେକ ବହି ସୁବିଧା ଏବଂ ଏ.ଟି.ଏମ୍. ସେବା ଉପଲବ୍ଧ । – ଯେ କୌଣସି ବ୍ୟକ୍ତି ଏକକ ଭାବେ କିମ୍ବା ଯୁଗ୍ମ ଭାବେ     ଖାତା ଖୋଲି ପାରିବେ । – ନାବାଳକ ଏବଂ ମାନସିକ ଦୁର୍ବଳ ପାଇଁ ଅଭିଭାବକ ଖାତା     ଖୋଲି ପାରିବେ । – 18 ରୁ 70 ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତି ବର୍ଷକୁ ମାତ୍ର      20 ଟଙ୍କା ଦେଇ 2 ଲକ୍ଷ ଟଙ୍କାର ଦୁର୍ଘଟଣା ଜନୀତ ବୀମା      ନେଇ ପାରିବେ ।

2). ପାଞ୍ଚ ବର୍ଷିଆ ପୌନଃ ପୌନିକ        ଜମା (RD)

2). ପାଞ୍ଚ ବର୍ଷିଆ ପୌନଃ ପୌନିକ        ଜମା (RD)

– ସୁଧର ହାର ବାର୍ଷିକ 5 % (ତ୍ରୈମାସିକ ଚକ୍ରବୃଦ୍ଧି) – ଅବଧି – 5 ବର୍ଷ । ଚାହିଁଲେ ଆଉ 5 ବର୍ଷ ପର୍ଯ୍ୟନ୍ତ     ବଢାଯାଇ ପାରିବ । – ସର୍ବନିମ୍ନ ଜମା ଟ. 100/- (10 ଟଙ୍କାର ଗୁଣିତକରେ    ମାସକୁ ମାସ ଏକା ପରିମାଣର ଜମା), ସର୍ବାଧିକ କିଛି     ନାହିଁ । – ଯେକୌଣସି ବ୍ୟକ୍ତି ଏକକ ଭାବେ କିମ୍ବା ଯୁଗ୍ମ ଭାବେ      ଖାତା ଖୋଲି ପାରିବେ । ବିମା ସୁବିଧା ଅଛି । – ଏକାଧିକ ଖାତା ଖୋଲାଯାଇ ପାରିବ । – ନାବାଳକ ଏବଂ ମାନସିକ ଦୁର୍ବଳ ପାଇଁ ଅଭିଭାବକ     ଖାତା ଖୋଲି ପାରିବେ । – 1 ବର୍ଷ ପରେ ଜମା ଟଙ୍କାରୁ ଋଣ ନେଇ ପାରିବେ । – କେତେକ ସର୍ତ୍ତରେ ଅବଧି ପୂର୍ବରୁ ଜମା ଉଠାଇ     ନିଆଯାଇ ପାରିବ ।

3). ମିଆଦୀ ଜମା (TD)

3). ମିଆଦୀ ଜମା (TD)

– ଅବଧି – 1 ବର୍ଷିଆ, 2 ବର୍ଷିଆ, 3 ବର୍ଷିଆ, 5 ବର୍ଷିଆ । – ସୁଧର ହାର – 6.9%, 7.0%, 7.5% (ତ୍ରୈମାସିକ ଚକ୍ରବୃଦ୍ଧି) – ସର୍ବନିମ୍ନ ଜମା ଟ. 1000/- ସର୍ବୋଚ୍ଚ ସୀମା- କିଛି ନାହିଁ । – ଗୋଟିଏ ଖାତାରେ ଟ. 100/-ର ଗୁଣିତକରେ ଗୋଟିଏ ଜମା କରିହେବ । – ଯେକୌଣସି ବ୍ୟକ୍ତି ଏକକ ଭାବେ ବା ଯୁଗ୍ମ ଭାବେ ଖାତା ଖୋଲି ପାରିବେ । – ଅର୍ଜିତ ସୁଧ ବର୍ଷକୁ ଥରେ ମିଳେ । – ଏକାଧିକା ଖାତା ଖୋଲି ପାରିବେ । – ପାଞ୍ଚ ବର୍ଷିଆ ଜମା ଉପରେ ଆୟକର ଅଧିନିୟମ 80-ଗ ଅନୁଯାୟୀ ଆୟକର ରିହାତି ମିଳିଥାଏ । – ନାବାଳକ ଏବଂ ମାନସିକ ଦୁର୍ବଳଙ୍କ ପାଇଁ ଅଭିଭାବକ ଖାତା ଖୋଲି ପାରିବେ ।

4). ଡ଼ାକ ଘର ମାସିକ ଆୟ       ଯୋଜନା (MIS)

4). ଡ଼ାକ ଘର ମାସିକ ଆୟ       ଯୋଜନା (MIS)

– ସୁଧର ହାର – 4% ମାସକୁ ମାସ ସୁଧ     ମିଳିଥାଏ । – ଅବଧି – 5 ବର୍ଷ । 1 ବର୍ଷ ପରେ ଖାତା ବନ୍ଦ      କରାଯାଇ ପାରିବ । – ସର୍ବନିମ୍ନ ଜମା ଟ. 1000/- ଏବଂ 1000      ଟଙ୍କାର ଗୁଣିତକରେ ଏକକ ଖାତାରେ      ସର୍ବାଥିକ ଟ. 9 ଲକ୍ଷ, ଯୁଗ୍ମ ଖାତାରେ      ସର୍ବାଧିକ    ଟ.15 ଲକ୍ଷ ଟଙ୍କା ଜମା କରିହେବ । – ଗୋଟିଏ ଖାତାରେ ଥରେ ଜମା କରିହେବ । – ଯେକୌଣସି ବ୍ୟକ୍ତି ଏକକ ଭାବେ ବା ଯୁଗ୍ମ      ଭାବେ ଖାତା ଖୋଲି ପାରିବେ । – ଜମା ପରିମାଣ ସୀମା ଭିତରେ ଏକାଧିକ      ଖାତା ଖୋଲାଯାଇ ପାରିବ । – ଚାହିଁଲେ ମାସିକ ସୁଧ ସଞ୍ଚୟ ଖାତାରେ ଆପେ      ଆପେ ଜମା ହୋଇ ପାରିବ । – କେତେକ ସର୍ତ୍ତରେ ଅବଧି ପୂର୍ବରୁ ଜମା ଉଠାଇ      ନିଆଯାଇ ପାରିବ ।

5). ବରିଷ୍ଠ ନାଗରିକ ଜମା         ଯୋଜନା (SCSS)

5). ବରିଷ୍ଠ ନାଗରିକ ଜମା         ଯୋଜନା (SCSS)

– ସୁଧର ହାର – 8.2% । ଗୋଟିଏ କ୍ୟାଲେଣ୍ଡର     ବର୍ଷରେ ପ୍ରତି ତିନିମାସ ଶେଷରେ ସୁଧ ମିଳିଥାଏ     (ଅପ୍ରେଲ -1, ଜୁଲାଇ-1, ଅକ୍ଟୋବର-1 ଏବଂ      ଜାନୁୟାରୀ-1 ରେ ସୁଧ ମିଳେ । – ଅବଧି – 5 ବର୍ଷ । ଚାହିଁଲେ ସର୍ତ୍ତାବଳୀ ସହିତ ଆଉ     3 ବର୍ଷ ବଢାଯାଇପାରିବ । – 1 ବର୍ଷ ପରେ ଖାତା ବନ୍ଦ କରାଯାଇ ପାରିବ,     କେତେକ ସର୍ତ୍ତାବଳୀ ଲାଗୁ ହେବ । – ସର୍ବନିମ୍ନ 1000 ଟଙ୍କା ଏବଂ 1000 ଟଙ୍କାର     ଗୁଣିତକରେ ସର୍ବାଧିକ 30 ଲକ୍ଷ ଟଙ୍କା ଗୋଟିଏ     ଖାତାରେ ଥରେ ଜମା ହେବ । – 60 ବର୍ଷ ସୟସରୁ ଅଧିକ ଯେ କୌଣସି ବରିଷ୍ଠ     ନାଗରିକ ଏହି ଖାତା ଖୋଲି ପାରିବେ । – 55 ରୁ 60 ବର୍ଷ ବୟସ ଭିତରେ ବରିଷ୍ଠ ନାଗରିକ     ଅବସର କାଳିନ ଲାଭ ପାଇବାର ଏକ ମାସ ମଧ୍ୟରେ     ଖାତା ଖୋଲି ପାରିବେ । ସାମରିକ ସେବାରୁ     ଅବସର ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବୟସ ସୀମା     50-60 ବର୍ଷ । – ଏକକ ଭାବେ ବା ନଜର ପତ୍ନୀ /ପତିଙ୍କ ସହ ଯୁଗ୍ମ      ଭାବେ ଖାତା ଖୋଲି ହେବ ।

6). କିଷାନ ବିକାଶ ପତ୍ର (KVP)

6). କିଷାନ ବିକାଶ ପତ୍ର (KVP)

– ସୁଧ ହାର – 7.5 %। – 115 ମାସରେ ପରିପକ୍ୱ ହେବ ଏବଂ ଦୁଇଗୁଣା ହେବ । – 5 ବର୍ଷପରେ ଅବଧି ପୂର୍ବରୁ ବନ୍ଦ ହୋଇ ପାରିବ । – ସର୍ବନିମ୍ନ ଜମା 1000/- । ସର୍ବାଧିକ ଜମାର କୌଣସି      ସୀମା ନାହିଁ ।

7). ଜନ ଭବିଷ୍ୟନିଧି        ଯୋଜନା (PPF)

7). ଜନ ଭବିଷ୍ୟନିଧି        ଯୋଜନା (PPF)

– ସୁଧ ହାର – 7.1% (ବାର୍ଷିକ ଚକ୍ରବୃଦ୍ଧି) । – ଅବଧି- 15 ବର୍ଷ । – ସର୍ବନିମ୍ନ ଜମା ବର୍ଷକୁ ଟ. 500 ସର୍ବାଧିକ ଜମା     ବର୍ଷକୁ ଏକ ଲକ୍ଷ 50 ହଜାର ଟଙ୍କା । ବର୍ଷକୁ ଥରେ     ବା ମାସିକ କିସ୍ତିରେ ଜମା କରାଯାଇ ପାରିବ । – ଯେକୌଣସି ବ୍ୟକ୍ତି ଏହି ଖାତା ଖୋଲି ପାରିବେ । – ସୁଧ ସମ୍ପୂର୍ଣ୍ଣ ରୁପେ କର ମୁକ୍ତ । – ଆୟକର ଅଧିନିୟମ 80-ଗ ଅନୁଯାୟୀ ଜମା     ଆୟରେ ଆୟକର ରିହାତି ମିଳିଥାଏ । – 1 ବର୍ଷ ପରେ ଜମା ରାଶିରୁ ଋଣ ମିଳି ପାରିବ । – 5 ବର୍ଷ ପରେ ଟଙ୍କା ଉଠା ଯାଇପାରିବ ।

8). ଜାତୀୟ ସଞ୍ଚୟ ପତ୍ର –       5 ବର୍ଷିଆ (NSC)

8). ଜାତୀୟ ସଞ୍ଚୟ ପତ୍ର –       5 ବର୍ଷିଆ (NSC)

– ସୁଧ ହାର – 7.7% (ବାର୍ଷିକ ଚକ୍ରବୃଦ୍ଧି) । – ଅବଧି- 5 ବର୍ଷ । – କେତେକ ସର୍ତ୍ତରେ ଅବଧି ପୂର୍ବରୁ ଜମା ଉଠା      ନିଆଯାଇ ପାରିବ । – ସର୍ବନିମ୍ନ 1000 ଟଙ୍କା, ସର୍ବାଧିକ କୌଣସି ସୀମା      ନାହିଁ । – ଟ. 1000 ଏବଂ 100 ର ଗୁଣିତକରେ ଜାତୀୟ      ସଞ୍ଚୟ ପତ୍ର ମିଳିଥାଏ ।

9). ମହିଳା ସମ୍ମାନ ସଞ୍ଚୟ         ପତ୍ର (MSSC)

9). ମହିଳା ସମ୍ମାନ ସଞ୍ଚୟ         ପତ୍ର (MSSC)

– ସୁଧର ହାର – 7.5% (ତ୍ରୈମାସିକ ଚକ୍ରବୃଦ୍ଧି) । – ଅବଧି- 2 ବର୍ଷ । – କୌଣସି ବୟସ ସୀମା ନାହିଁ । – ଜଣେ ମହିଳା କେବଳ ନିଜ ପାଇଁ ଏହି ଆକାଉଣ୍ଟ     ଖୋଲି ପାରିବେ ଏବଂ ଜଣେ ଅଭିଭାବକ ଜଣେ     ନାବାଳିକା ନାମରେ ମଧ୍ୟ ଏହି ଆକାଉଣ୍ଟ     ଖୋଲିପାରିବେ । – ଆକାଉଣ୍ଟ ଖୋଲିବାର 3 ମାସ ପରେ ଆଉ ଏକ ନୂଆ     ଆକାଉଣ୍ଟ ଖୋଲି ପାରିବେ । – ସର୍ବନିମ୍ନ 1000 ଟଙ୍କା ଏବଂ ଟ.100ର ଗୁଣିତକରେ     ସର୍ବାଧିକ 2 ଲକ୍ଷ ଟଙ୍କା ଗୋଟିଏ ଖାତାରେ ଜମା     କରାଯାଇ ପାରିବ । – ଆକାଉଣ୍ଟ ଖୋଲିବାର 1 ବର୍ଷ ପରେ ଶତକଡ଼ା 40     ଭାଗ ଜମା ଟଙ୍କା ଉଠାଯାଇପାରିବ । – ଏହି ଯୋଜନା ମାର୍ଚ୍ଚ 2025 ପର୍ଯ୍ୟନ୍ତ ଉପଲବ୍ଧ ।

10). ସୁକନ୍ୟା ସମୃଦ୍ଧି          ଆକାଉଣ୍ଟ (SSA)

10). ସୁକନ୍ୟା ସମୃଦ୍ଧି          ଆକାଉଣ୍ଟ (SSA)

– ଏହି ଆକାଉଣ୍ଟ ଯେକୌଣସି ଡ଼ାକଘରେ କେବଳ ଦଶ     ବର୍ଷ ମଧ୍ୟରେ ଥିବା କନ୍ୟା ସନ୍ତାନଙ୍କ ନାମରେ     ଖୋଲାଯାଇ ପାରିବ – ସୁଧର ହାର – 8% (ବାର୍ଷିକ ଚକ୍ରବୃଦ୍ଧି) – ମାସକୁ 1000 ଟଙ୍କା 15 ବର୍ଷ ପାଇଁ ଜମା କରି     5,39,454 ଟଙ୍କା ପରିପକ୍ୱ ରାଶି ପାଇପାରିବେ ।

11). ପ୍ରଧାନମନ୍ତ୍ରୀ ସୁରକ୍ଷା          ବୀମା ଯୋଜନା

11). ପ୍ରଧାନମନ୍ତ୍ରୀ ସୁରକ୍ଷା          ବୀମା ଯୋଜନା

– ବୀମା ରାଶି ମାତ୍ର 20 ଟଙ୍କା, ଯାହାକି ସଂଚୟ     ବ୍ୟାଙ୍କ ଖାତାରୁ ଅଟୋ ଡ଼େବିଟ୍ ସୁବିଧା ମାଧ୍ୟମରେ     ପ୍ରଦାନ ହୋଇଥାଏ । – କୌଣସି ଦୁର୍ଘଟଣା ଜନୀତ ମୃତ୍ୟୁ ବା ସମ୍ପୂର୍ଣ୍ଣ     ବିକଳାଙ୍ଗ ହେଲେ 2 ଲକ୍ଷ ଟଙ୍କା ଏବଂ ଆଂଶିକ     ବିକାଳାଙ୍ଗ ହେଲେ 1 ଲକ୍ଷ ଟଙ୍କା ବୀମାରାଶି     ପାଇପାରିବେ । – ବୟସ ସୀମା 18-70 ବର୍ଷ ।

12). ଗ୍ରାମୀଣ ଡ଼ାକ ଜୀବନ ବୀମା

– ଭାରତର ଗ୍ରାମଞ୍ଚଳର ସମସ୍ତ ସ୍ଥାୟୀ ଅଧିବାସୀଙ୍କ     ପାଇଁ ଏହି ଯୋଜନା । – କମ୍ ପ୍ରିମିୟମ ଅଧିକ ବନୋସ । – 55 ବର୍ଷ ପୂର୍ବରୁ ନିଶ୍ଚିତ କରନ୍ତି 25 ବର୍ଷ       ବୟସରେ ପ୍ରବେଶ କରି 5 ଲକ୍ଷ ଟଙ୍କାର ବୀମା     ରାଶି ଉପରେ ମାସକୁ ମାତ୍ର 1525 ଟଙ୍କା ଦେଇ     50 ବର୍ଷ ବୟରେ ପାଆନ୍ତୁ 11 ଲକ୍ଷ ଟଙ୍କା ।

13). ଇଣ୍ଡିଆ ପୋଷ୍ଟ ପେମେଣ୍ଟ          ବ୍ୟାଙ୍କ

13). ଇଣ୍ଡିଆ ପୋଷ୍ଟ ପେମେଣ୍ଟ          ବ୍ୟାଙ୍କ

– ଦ୍ୱାରଦେଶରେ ସମସ୍ତ ପ୍ରକାର ବ୍ୟାଙ୍କ ସେବା ଉପଲବ୍ଧ । – ସର୍ବାଧିକ ଜମା ରାଶି – 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ – ବାର୍ଷିକ ସୁଧହାର – 2.7 %

14). ଅଟଳ ପେନସନ୍ ଯୋଜନା

14). ଅଟଳ ପେନସନ୍ ଯୋଜନା

– ଏହି ଯୋଜନା ଭାରତ ସରକାରଙ୍କ ଦ୍ୱାରା     ଗ୍ୟାରେଣ୍ଟି ଦିଆଯାଇଥିବା ସର୍ବନିମ୍ନ ପେନସନ୍ ର     ଏକ ବିକଳ୍ପ । – 60 ବର୍ଷ ବୟସ ପରେ ମାସିକ 1000 ଟଙ୍କା,     3000 ଟଙ୍କା, 4000 ଟଙ୍କା, 5000 ଟଙ୍କାର     ସର୍ବନିମ୍ନ ପେନସନ୍ ପାଇପାରିବେ ବୟସ 18 ରୁ     40 ବର୍ଷ ।

15). ପ୍ରଧାନ ମନ୍ତ୍ରୀ ଜୀବନ         ଜ୍ୟୋତି ବୀମା ଯୋଜନା

15). ପ୍ରଧାନ ମନ୍ତ୍ରୀ ଜୀବନ         ଜ୍ୟୋତି ବୀମା ଯୋଜନା

– ବୀମା ରାଶି ବାର୍ଷିକ ମାତ୍ର 436 ଟଙ୍କା, ଯାହାକି     ସଞ୍ଚୟ ବ୍ୟାଙ୍କ ଖାତାରୁ ଅଟୋ ଡେବିଟ୍ ସୁବିଧା     ମାଧ୍ୟମରେ ପ୍ରଦାନ ହୋଇଥାଏ । – ବୀମା ଅବଧି- ଭିତରେ ବୀମାଧାରୀଙ୍କର ଯଦି     କୌଣସି କାରଣରୁ ଆକସ୍ମିକ ମୃତ୍ୟୁ ହେଲେ 2 ଲକ୍ଷ     ଟଙ୍କାର ବୀମା ରାଶି ପାଇପାରିବେ ।

ଅଧିକ ବିରରଣୀ ପାଇଁ ନିକଟସ୍ଥ ପୋଷ୍ଟ ମାଷ୍ଟରଙ୍କୁ ଯୋଗାଯୋଗ କରନ୍ତୁ ।