Floral

ଆମ ରାଜ୍ୟରେ ସାଧାରଣତଃ 5 କିସମର ମହୁମାଛି ଦେଖାଯାଆନ୍ତି । ସେଗୁଡ଼ିକ ହେଲା

1. ବାଘୁଆ ମହୁମାଛି 2. ଡ଼ାଳି ବା ବିଞ୍ଚିଣୀ ମହୁମାଛି 3. ସାତଫେଣୀ ବା ସପ୍ତଫେଣୀ ମହୁମାଛି ଓ 4. ନିକୁଟି ମହୁମାଛି 5. ଇଟାଲିଆନ୍ ମହୁମାଛି

Floral

ବାଘୁଆ ମହୁମାଛି   Apis dorsata)

– ଏମାନେ ଦେଖିବାକୁ ହଳଦିଆ ମିଶା ବାଦାମୀ ରଙ୍ଗର । – ଲମ୍ବ 15 ମି.ମି. ଓ ଉଚ୍ଚତା ପ୍ରାୟ 10 ମି.ମି. । – ଫେଣାର ଲମ୍ବ ପ୍ରାୟ 60 ସେ.ମି.ରୁ 1500 ସେ.ମି. ଓ ଓସାର 30 ସେ.ମି. ରୁ 90 ସେ.ମି. ପର୍ଯ୍ୟନ୍ତ ହୋଇଥାଏ ।  =ଏହି ମହୁମାଛି ସବୁ କିସମର ମହୁମାଛିଙ୍କ ଠାରୁ ଆକାରରେ ବଡ଼ ଅଟେ । -ଏହି ଜାତିର ମହୁମାଛିମାନଙ୍କ ଠାରୁ ପ୍ରତି ଫେଣାକୁ 10 ରୁ 30 କି.ଗ୍ରା. ପର୍ଯ୍ୟନ୍ତ ମହୁ ମିଳିଥାଏ ।

Floral

ଡ଼ାଳି ବା ବିଞ୍ଚିଣୀ ମହୁମାଛି  ( Apis florea)

– ଏହି ମାଛି ଗୁଡ଼ିକ ଇଷତ୍ ଲାଲ୍ ଓ ବାଦାମୀ ରଙ୍ଗର ଏବଂ ଏମାନଙ୍କ ଦେହରେ ଅଦଳବଦଳ କଳା ଧଳା ଦାଗ ଥାଏ । – ଏମାନେ ଲମ୍ବାରେ 6-8 ମିଲି.ମି. ଓ ଉଚ୍ଚତାରେ 3 ମିଲି.ମି । – ଫେଣାଟି ଲମ୍ବରେ 10 ସେ.ମି. ରୁ 45 ସେ.ମି. ଓ ଓସାରରେ 15 ସେମି ରୁ 30 ସେମି. ପର୍ଯ୍ୟନ୍ତ ହୋଇଥାଏ । -ଏମାନେ କମ୍ ପରିମାଣରେ (ବସା ପ୍ରତି 200-250 ଗ୍ରା) ମହୁ ସଞ୍ଚୟ କରନ୍ତି ।

Floral

ସାତଫେଣୀ ବା ସପ୍ତଫେଣୀ ମହୁମାଛି (Apis cerana indica )

– ଏମାନେ ଦେଖିବାକୁ ହଳଦିଆ ଯୁକ୍ତ ବାଦାମି ରଙ୍କର । – ଲମ୍ବରେ ପ୍ରାୟ 12 ରୁ 14 ମିଲି.ମି. ଏବଂ ଉଚ୍ଚତାରେ 5ରୁ 5.5 ମି.ମି. । – ଭାରତ ବର୍ଷରେ ଏହି ମହୁମାଛିଙ୍କ ଦ୍ୱାରା ହାରାହାରି ଦଳପିଛା 3 ରୁ 5 କି.ଗ୍ରା ମହୁ ଉତ୍ପାଦନ ହୋଇଥାଏ । -କିନ୍ତୁ କାଶ୍ମୀରରେ ଏହି ଜାତିର ମହୁମାଛିଙ୍କୁ ଠାରୁ 10-20 କି.ଗ୍ରା ପର୍ଯ୍ୟନ୍ତ ମହୁ ଉତ୍ପାଦନ ହୋଇଥାଏ ।

Floral

ନିକୁଟି ମହୁମାଛି  (Dammer bees )

– ଏମାନେ ଦେଖିବାକୁ କଳା ରଙ୍ଗରେ । – ଲମ୍ବରେ 3ମି.ମି. ଓ ଉଚ୍ଚରେ ପ୍ରାୟ 1 ମି,ମି, । – ଏମାନେ ଛୋଟ ଫୁଲରୁ ମହୁ ସଂଗ୍ରହ କରନ୍ତି ଏବଂ ଏହି ମହୁର ଔଷଧୀୟଗୁଣ ଅଧିକ ଓ ଦାମ ମଧ୍ୟ ଅଧିକ । – ଏହି ମହୁମାଛି ଦଳରୁ ହାରାହାରି 200-300 ଗ୍ରାମ ମହୁ ଅମଳ ହୋଇଥାଏ ।

Floral

ଇଟାଲିଆନ୍ ମହୁମାଛି  (Apis mellifera )

– ଦେଖିବାକୁ ହଳଦିଆ ବର୍ଣ୍ଣର ଦେହ ମୋଟା ଓ ଲୋମଶ । – ସପ୍ତଫେଣୀ ମହୁମାଛି ତୁଳନାରେ ଏମାନେ ଶାନ୍ତ ପ୍ରକୃତିର, ବସା ତ୍ୟାଗ କରିଯିବା ପ୍ରବୃତ୍ତି କମ୍, ମହମ ଶଲଭର ଆକ୍ରମଣରୁ ବର୍ତ୍ତି ଯାଇଥାନ୍ତି, ସ୍ୱାର୍ମଂ ପ୍ରବୃତ୍ତି ମଧ୍ୟ କମ୍ । – ବର୍ଷକୁ ହାରାହାରି ବାକ୍ସ ପିଛା 30-40 କି.ଗ୍ରା. ମହୁ ଅମଳ ମିଳିଥାଏ । ସୁପରିଚାଳନା କଲେ ଆହୁରି ଅଧିକ ଅମଳ ମଧ୍ୟ ମଳିଥାଏ ।