‘ଆମ ଓଡ଼ିଶା ନବୀନ ଓଡ଼ିଶା’ କଣ ?
୨୦୧୯ ସେପ୍ଟେମ୍ବର ୧୮ତାରିଖରେ ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ ନାମରେ ପରିଚିତ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପକୁ ସଂଶୋଧନ କରାଯାଇ ‘ଆମ ଓଡ଼ିଶା ନବିନ ଓଡ଼ିଶା’ ନାମରେ ନାମିତ କରାଯାଇଛି।
ଗ୍ରାମୀଣ ଓଡ଼ିଶାରେ ପରିବର୍ତନ ଆଣିବା, ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଦ୍ରୁତ ଅଭିବୃଦ୍ଧି ତଥା ସମୃଦ୍ଧ ସଂସ୍କୃତି ଐତିହ୍ୟର ସଂରକ୍ଷଣ ଦିଗରେ ପଦକ୍ଷେପ ଗ୍ରହଣ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ଗାଁଗୁଡ଼ିକୁ ଇଣ୍ଟରନେଟ୍ ସୁବିଧା, କ୍ରୀଡ଼ା ଭିତ୍ତିଭୂମି, ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ପ୍ରଶିକ୍ଷଣ କେନ୍ଦ୍ର, ବ୍ୟାଙ୍କିଙ୍ଗ୍ ଏବଂ ଡିଜିଟାଲ୍ ସଂଯୋଗ ସହିତ ସଶକ୍ତ କରିବା ଏହାର ଲକ୍ଷ୍ୟ।