> ପନିପରିବା ଚାଷ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ପନିପରିବା ଚାଷ

Vegetable cultivationଉତ୍ତମ ସ୍ୱା୍ସ୍ଥ୍ୟ ପାଇଁ ପନିପରିବାର ଆବଶ୍ୟକତା ଖୁବ ଅଧିକ । ବିଶେଷ କରି ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଯେଉଁ ଭିଟାମିନ, ଖାଦ୍ୟପ୍ରାଣ, ଧାତବ ଲବଣ ଓ ତନ୍ତୁ ଦରକାର ହୋଇଥାଏ, ତାହା ବିଭିନ୍ନ ପ୍ରକାର ପନିପରିବାରୁ ସହଜରେ ମିଳିଥାଏ । ଆଇ.ସି.ଏମ.ଆର. ରିପୋର୍ଟ ଅନୁସାରେ, ପ୍ରତ୍ୟେକ ବୟସ୍କ ଭାରତୀୟଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଅନ୍ତତଃପକ୍ଷେ ପ୍ରତ୍ୟେକ ଦିନ 300 ଗ୍ରାମ ସବୁଜ ପନିପରିବା ମଧ୍ୟରୁ 125 ଗ୍ରୃାମ୍ ଶାଗ ଜାତୀୟ, 100 ଗ୍ରାମ୍ ମୂଳ ଓ କନ୍ଦ ଜାତୀୟ ଓ 75 ଗ୍ରାମ୍ ଅନ୍ୟାନ୍ୟ ପନିପରିବା ହେବା ଆବଶ୍ୟକ ।

ତେବେ ଆସନ୍ତୁ ଜାଣିବା ପନିପରିବାର ଶ୍ରେଣୀ ବିଭାଗ ।

ପ୍ରକାର ପନିପରିବାର ନାମ
ବାଇଗଣ ଜାତୀୟ (Solanaceous Vegetable) ବାଇଗଣ, ବିଲାତିବାଇଗଣ, କ୍ୟାପ୍ସିକମ୍, ଲଙ୍କାମରିଚ, ଆଳୁ
କଖାରୁ ଜାତୀୟ (Cucurbitaceous Vegetable) ବୋଇତି କଖାରୁ, ଲାଉ, କାକୁଡ଼ି, କଲରା, ଜହ୍ନି, ପୋଟଳ, କାଙ୍କଡ଼, ତରଭୂଜ, ପାଣି କଖାରୁ, ଛିଚିନ୍ଦ୍ରା ଇତ୍ୟାଦି
କୋବି ଜାତୀୟ (Cole Crops) ବନ୍ଧାକୋବି, ଫୁଲକୋବି, ଓଲକୋବି, ବ୍ରୋକୋଲି ଇତ୍ୟାଦି
ଛୁଇଁ ଜାତୀୟ (Pod Vegetables) ବିନ୍, ଶିମ୍ବ, ମଟର, ଗୁଆଁର, ବରଗୁଡ଼ି
ଚେର ଓ ମୂଳ ଜାତୀୟ (Tuber & Root Vegetables) ସାରୁ, ଖମ୍ବଆଳୁ, କନ୍ଦମୂଳ, ଓଲୁଅ, ମୂଳା, ବିଟ୍ ଓ ଗାଜର
ମସଲା ଜାତୀୟ (Spices) ଅଦା, ହଳଦୀ, ପିଆଜ, ରସୁଣ
ଶାଗ ଜାତୀୟ (Leafy Vegetables) ଖଡ଼ା, ପାଳଙ୍ଗ, ଲେଉଟିଆ, କୋଶଳା, ପୋଇ, ଧନିଆ ଇତ୍ୟାଦି
ଅନ୍ୟାନ୍ୟ (Others) ଭେଣ୍ଡି

ପନିପରିବା ଚାଷ ପାଇ ମନେରଖିବା ଜିନିଷ ।

  • ସାଧାରଣତଃ ସବୁଜ ପନିପରିବା ଚାଷ ଏକ ଲାଭ ଜନକ ବ୍ୟାବସାୟ ।  ତେଣୁ ପ୍ରତ୍ୟେକ ଚାଷୀ ନିଜ ନିଜର ଶକ୍ତି ଅନୁସାରେ ବୈଜ୍ଞାନିକ ପ୍ରଣାଳୀରେ ପନିପରିବା ଚାଷ କରି ଲାଭବାନ ହୁଅନ୍ତୁ ।
  • ସବୁସମୟରେ ଉନ୍ନତ କିସମ ବିହନ ସଠିକ୍ ସ୍ଥାନରୁ କିଣି ପନିପରିବା ଚାଷ କରନ୍ତୁ ।
  • ପନିପରିବା ଚାଷ ସମୟରେ ସର୍ବଦା ବିହନ ବିଶୋଧନ କରି ଚାଷ କରନ୍ତୁ ।
  • ପନିପରିବା ନର୍ସରୀ ସ୍ଥାନକୁ ଭଲଭାବରେ ଚାଷ କରି, ବିଶୋଧନ କରି, ଧାଡ଼ି ଧା଼ଡ଼ି କରି ମଞ୍ଜି ବୁଣିଲେ, ଭଲ ଚାରା ଉତ୍ପାଦନ ହୋଇଥାଏ ।
  • ସର୍ବଦା ମାଟି ପରୀକ୍ଷା କରି, ପନିପରିବା ଚାଷରେ ଖତ ଓ ସାର ପ୍ରୟୋଗ କରନ୍ତୁ । ମାଟି ପରୀକ୍ଷାର ସୁବିଧା ନଥିଲେ, ପନିପରିବା ଫସଲ ଅନୁସାରେ ଅନୁମୋଦି ହାରରେ ଖତସାର ବ୍ୟବହାର କରନ୍ତୁ ।
  • ସାଧାରଣତଃ ପନିପରିବା ଚାଷରେ ଅଳ୍ପ ପରିମାଣରେ, ମାତ୍ର ଅଧିକ ଥର ଜଳସେଚନ ଦ୍ୱାରା ଅଧିକ ଅମଳ ମିଳିଥାଏ ।
  • ସମୟ ଅନୁସାରେ ପନିପରିବା ଫସଲରେ ରୋଗପୋକ ଦେଖାଦେଲେ ସଙ୍ଗେ ସଙ୍ଗେ ଦମନ ପାଇଁ ବ୍ୟବସ୍ଥା କରନ୍ତୁ ।
  • ପ୍ରାୟ ସମସ୍ତ ପ୍ରକାର ପନିପରିବା ଚାଷରେ ଅଣୁସାର ଓ ହରମୋନର ଆବଶ୍ୟକତା ଥାଏ । ତେଣୁ ସବୁବେଳେ ଫସପଲ ଏହା ପ୍ରୟୋଗ କଲେ ଅଧିକ ଅମଳ ମିଳିଥାଏ ।
  • ପନିପରିବା କିସମ ଅନୁସାରେ ଠିକ୍ ସମୟରେ ଅମଳ କରନ୍ତୁ ।
  • ପନିପରିବା ଫସଲ ବିକ୍ରି କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ।

ପନିପରିବା ଚାଷରୁ ଅଧିକ ଲାଭ କେମିତି ପାଇବେ ?

  • ପନିପରିବାଚାଷରୁ ଅଧିକ ଲାଭ ପାଇବାକୁ ହେଲେ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବା ଉଚିତ୍ ।
  • ଭଲ ବିହନ ଆବଶ୍ୟକ ।
  • ଆବଶ୍ୟକ ପରିମାଣରେ ଖତସାର ପ୍ରୟୋଗ ।
  • ଠିକ୍  ସମୟରେ ରୋଗ ପୋକ ଓ ପ୍ରତିରୋଧ ବ୍ୟବସ୍ଥା କରିବାକୁ ପଡ଼ିବ ।
  • ବଜାର ଚାହିଦା ଅନୁସାରେ ଚାଷ କରିବାକୁ ପଡ଼ିବି ।
  • ଅଦିନିଆଁ ପରିବା ଚାଷ ବା ସଅଳ ଚାଷ କଲେ ସାଧାରଣତଃ ଅଧିକ ଲାଭ ହୋଇଥାଏ ଯେମିତି ବର୍ଷାଦିନେ କୋବି, ମୂଳା ଆଦି ପରିବାର ଚାହିଦା ଅଧିକ ଥାଏ ।
  • ଉଚ୍ଚମୂଲ୍ୟଯୁକ୍ତ ପନିପରିବା ଯଥା ଗାଜର, କ୍ୟାପସିକମ୍ ଆଦି ଚାଷ କଲେ ଅଧିକ ଲାଭ ହୋଇଥାଏ ।
  • ଆଜିକାଲି କେବଳ ପନିପରିବା ମଞ୍ଜି ଉତ୍ପାଦନ କରି ଅନେକ ଚାଷୀ ବେଶ ଲାଭବାନ ହୋଇ ପାରୁଛନ୍ତି ।
  • ଅନେକ ସମୟରେ ଦୁଇ ତିନୋଟି ପନିପରିବା ମଧ୍ୟ ଏକ ସମୟରେ ଏକା ଜମିରେ ଚାଷ କରାଯାଇ ପାରିବ ।
  • ପନିପରିବା ଚାଷ କରିବାକୁ ହେଲେ ଜମିର ଉର୍ବରତା ରକ୍ଷା କରବା ପାଇଁ ସବୁପ୍ରକାରର ଉଦ୍ୟମ ହେବା ଉଚିତ୍ ।
  • ଏବଂ ଶେଷରେ ପନିପରିବାକୁ ଉଚିତ ଦରରେ ବିକ୍ରି କରିପାରିଲେ ଅଧିକ ଲାଭ ହୋଇପାରିବ ।

ଏକ ଉଦାହରଣ

ଜଣେ ଚାଷୀ ମଝାଳିଆ ବା ଢିପ ଜମିରୁ ଏକ ଏକର ଜମି ନିମନ୍ତେ ବର୍ଷସାରା ଜଳସେଚନ କରି ପନିପରିବା ଚାଷ କରିପାରିବ । ତେବେ ସେ ବର୍ଷକ ମଧ୍ୟରେ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବ ।

  1. ମନେକରନ୍ତୁ ବର୍ଷାଦିନେ ଅଧ ଏକର ଜମିରେ ସଙ୍କର ଜାତୀୟ ବାଇଗଣ ଓ ଅଧ ଏକର ଜମିରେ ଭେଣ୍ଡି ଚାଷ କଲେ ତହିଁରୁ 80,000 ଟଙ୍କା ମିଳି ପାରିବ ।
  2. ସେହିପରି ଶୀତଦିନେ ଅଧ ଏକର ଜମିରେ କୋବି ଓ ଅଧ ଏକର ଜମିରେ ବିଲାତି ବାଇଗଣ ଚାଷରୁ ଅନ୍ତତଃ 80,000 ରୁ 1,00,000 ଟଙ୍କା ରୋଜଗାର କରି ପାରିବ ।
  3. ଖରାଦିନେ ଅଧ ଏକର ଜମିରେ ବରଗୁଡ଼ି ଓ ଅଧ ଏକର ଜମିରେ ବୋଇତି କଖାରୁ, ଜହ୍ନି, କାକୁଡ଼ି ଇତ୍ୟାଦି କଲେ ପ୍ରାୟ 80,000 ଟଙ୍କା ପାଇପାରିବ ।

ଏହି ତିନୋଟିଯାକ ଋତୁରେ ଚାଷ ଖର୍ଚ୍ଚ ଯାଇ ଅନ୍ତତଃ ପକ୍ଷେ 1,00,000 ଟଙ୍କା ଲାଭ ଉଠାଇ ପାରିବ । ସହର ନିକଟବର୍ତ୍ତୀ ଅଞ୍ଚଳ ହୋଇଥିଲେ ପନିପରିବା ବିକ୍ରି ନିମନ୍ତେ ସହଜ ହୋଇଥାଏ ।

ସାର ସମନ୍ଧରେ ସମ୍ୟକ୍ ଧାରଣା

ସାରର ନାମ

ଶତକଡ଼ା ହିସାବରେ ଭାଗ

ଯବକ୍ଷାର

ଫସଫରସ୍

ପଟାସ୍

ୟୁରିଆ

46

ସିଙ୍ଗଲ ସୁପର ଫସଫେଟ୍

16

ମ୍ୟୁରେଟ୍ ଅଫ୍ ପଟାସ

60

କ୍ୟାଲସିୟମ ଆମୋନିଅମ ନାଇଟ୍ରେଟ୍

25

ଆମୋନିୟମ୍ ସଲଫେଟ୍

20

ଗ୍ରୋମୋର (28-28-0)

28 28

ଏନ୍.ପି.କେ (10-26-26)

10 26

26

ଏନ୍.ପି.କେ (14-35-14)

14 35

14

ଶ୍ୟାମଳା 15 15

15

ଡ଼ି.ଏ.ପି 18 46

  • ଏହା ବ୍ୟତୀତ ବଜାରରେ ଅନ୍ୟାନ୍ୟ ସାର ମିଳୁଛି । ଜମିରେ ସାର ପକାଇବା ପୂର୍ବରୁ ଖାଦ୍ୟସାରକୁ ହିସାବ କରି ନିଅନ୍ତୁ ।
  • ଏକ କିଲୋଗ୍ରାମ ଯବକ୍ଷାରଜାନ ଆବଶ୍ୟକ ଥିଲେ 2.200 କିଲୋଗ୍ରାମ ୟୁରିଆ କିମ୍ବା 4 କିଲୋଗ୍ରାମ କାଲସିୟମ୍ ଆମୋନିୟମ ନାଇଟ୍ରେଟ୍ କିମ୍ବା 5 କିଲୋଗ୍ରାମ ଆମୋନିୟମ୍ ସଲଫେଟ୍ ପ୍ରୟୋଗ କରନ୍ତୁ ।
  • ସେହିପରି ଏକ କିଲୋଗ୍ରାମ ଫସଫରସ୍ ପାଇଁ 6.250 କିଲୋଗ୍ରାମ ସିଙ୍ଗଲ ସୁପର ଫସଫେଟ୍ ବ୍ୟବହାର କରନ୍ତୁ ।
  • ଏକ କିଲାଗ୍ରାମ ପଟାସ୍ ପାଇଁ 1.600 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ବ୍ୟବହାର କରନ୍ତୁ ।
  • ସାରର ଆବଶ୍ୟକତାକୁ ଚାହିଁ ଯୌଗିକ ସାର ପରିମାଣ ହିସାବ କରନ୍ତୁ ।

ବିବରଣୀ- ଦୂରଶିକ୍ଷା କାର୍ଯ୍ୟକ୍ରମ, ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି, ଭୁବନେଶ୍ୱର

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା