> ସରକାରଙ୍କ ନୂଆ ଯୋଜନା - ସ୍ୱୟମ୍ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ସରକାରଙ୍କ ନୂଆ ଯୋଜନା – ସ୍ୱୟମ୍

ଉଦୀୟମାନ ଯୁବକଯୁବତୀଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ସରକାରଙ୍କ ନୂଆ ଯୋଜନା ସ୍ୱୟମ୍

www.swayam.odisha.gov.in

ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ 1 ଲକ୍ଷ ଟଙ୍କାର ଋଣ

ଯୋଜନା

  • ନୂଆ କିମ୍ବା ଚାଲୁ ରହିଥିବା ବ୍ୟବସାୟ ବଢାଇବା ପାଇଁ ବିନା ସୁଧରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ।
  • ଋଣର ସୁଧଭାର ବହନ କରିବେ ସରକାର ।
  • ବ୍ୟବସାୟ ପାଇଁ ଆବଶ୍ୟକ ଟଙ୍କାର ମାତ୍ର 5 % ମୂଳ ଜମା ଆକାରରେ ଦାଖଲ କରିବାକୁ ପଡ଼ିବ ।
  • ଋଣ ନିମନ୍ତେ କୌଣସି ବନ୍ଧକ ରଖିବାକୁ ପଡ଼ିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡ଼ିବ ନାହିଁ ।
  • ଋଣ ପରିଶୋଧ କରିବାର 4 ବର୍ଷ ସମୟ ସୀମା ମଧ୍ୟରେ ବ୍ୟାଙ୍କର ପ୍ରଚଳିତ ନିୟମାନୁଯାୟୀ 3 ରୁ 6 ମାସ ପର୍ଯ୍ୟନ୍ତ ଋଣ ପରିଶୋଧ ଅବଧି ରିହାତି ।

ଯୋଗ୍ୟତା

  • 18 ରୁ 35 ବର୍ଷ ବୟସ ପର୍ଯ୍ୟନ୍ତ ଆଗ୍ରହୀ ଯୁବକ ଯୁବତୀ ଆବେଦନ କରି ପାରିବେ ।
  • ଅନୁସୂଚିତ ଜାତି / ଜନଜାତି / ଭିନ୍ନକ୍ଷମ / କିନ୍ନର ଋଣଗ୍ରହୀତାଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା 40 ବର୍ଷ ।
  • ‘କାଳିଆ’, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଅନ୍ତର୍ଭୂକ୍ତ ହୋଇଥିବା ପରିବାର କିମ୍ବା ଗ୍ରାମଞ୍ଚଳରେ 2 ଲକ୍ଷ ଟଙ୍କା ଏବଂ ସହରାଞ୍ଚଳରେ 3 ଲକ୍ଷ ଟଙ୍କାରୁ କମ୍ ବାର୍ଷିକ ଆୟଥିବା ପରିବାର ।
  • ‘ଉଦ୍ୟମ’ ଯୋଜନାରେ ପଞ୍ଜିକୃତ କିମ୍ବା ସହାୟକ ନମ୍ବରଧାରୀ ଯୁବକଯୁବତୀ ।

ଆବଶ୍ୟକ କାଗଜ ପତ୍ର

  • ଆବେଦନକାରୀଙ୍କ ପାସପୋର୍ଟ ସାଇଜ ଫଟୋ ।
  • ବୟସ ପ୍ରମାଣପତ୍ର (ଆଧାର କାର୍ଡ଼ / ଭୋଟର ଆଇ.ଡ଼ି /ପ୍ୟାନ କାର୍ଡ଼ / ଦଶମ ବୋର୍ଡ଼ ସାର୍ଟିଫିକେଟ୍ / ଜନ୍ମ ପ୍ରମାଣ ପତ୍ର) ।
  • ବାସସ୍ଥାନ ପ୍ରମାଣପତ୍ର (ଆଧାର କାର୍ଡ଼ / ତହସିଲଦାରଙ୍କ ଦ୍ୱାରା ଦିଆଯାଇଥିବା ବାସସ୍ଥାନ ପ୍ରମାଣପତ୍ର /ଭୋଟର ଆଇ.ଡ଼ି / ଡ୍ରାଇଭିଂ ଲାଇସେନ୍ସ / ବିଦ୍ୟୁତ ବିଲ୍ / ରାସନ କାର୍ଡ଼) ।
  • UDYAM ରେଜିଷ୍ଟ୍ରେସନ୍ / ଆସେଷ୍ଟେଡ଼୍ ସାର୍ଟିଫିକେଟ୍ ।
  • ଜାତି / ଭିନ୍ନକ୍ଷମ ପ୍ରମାଣ ପତ୍ର ।
  • ସହରାଞ୍ଚଳ କିନ୍ନରଙ୍କ ଦ୍ୱାରା ଘୋଷଣା ପତ୍ର ।

ଆବେଦନ ପ୍ରକ୍ରିୟା

  • ଆବେଦନକାରୀ odisha.gov.in ୱେବସାଇଟ୍ ଅଥବା “ମୋ ସେବା କେନ୍ଦ୍ର” ସହାୟତାରେ ଆବେଦନ କରିପାରିବେ ।
  • ସହରାଞ୍ଚଳ ଆବେଦନକାରୀ ନିଜ ଋଣ ଦରଖାସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ / ମହାନଗର ନିଗମ କାର୍ଯ୍ୟାଳୟରେ ମଧ୍ୟ ଦାଖଲ କରିପାରିବେ ।
  • ଆବେଦନକାରୀ ଯେଉଁ ବ୍ୟାଙ୍କରୁ ଋଣ ନେବାକୁ ଇଚ୍ଛୁକ, ତାହା ଆବେଦନ ସମୟରେ ଦର୍ଶାଇବେ ।
  • ଆସନ୍ତା ତା 23.02.2024 ରିଖରୁ ଆବେଦନ ଗ୍ରହଣ କରାଯିବ ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା