> କୃଷି ଯନ୍ତ୍ରପାତି କ୍ରୟ ପାଇଁ ସରକାରୀ ରିହାତି - Krishi Vigyan Kendra, Sundargarh-I
Chasbas
KVK, Sundargarh-I

କୃଷି ଯନ୍ତ୍ରପାତି କ୍ରୟ ପାଇଁ ସରକାରୀ ରିହାତି

କୃଷକ ଓଡ଼ିଶା, ଗୋ ସୁଗମ ( Go Sugam) portal ରେ ରେଜେଷ୍ଟ୍ରିଭୂକ୍ତ ଓ କୃଷକ ପରିଚୟ ପ୍ରାପ୍ତ ଚାଷୀ ଭାଇ ଓ ଭଉଣୀମାନେ ହିଁ ଆବେଦନ କରିବା ପାଇଁ ଯୋଗ୍ୟ ଅଟନ୍ତି ।

Krushi Jantrapadi coverpage

 

କୃଷି ଯନ୍ତ୍ରପାତି ସବସିଡ଼ି ଆବେଦନ ପ୍ରକ୍ରିୟା

  • କୃଷି ଯନ୍ତ୍ରପାତି ସବସିଡ଼ିରେ ନେବାକୁ ଇଚ୍ଛୁକ ଥିବା ବ୍ୟକ୍ତି http://sugam.odisha.gov.in (Go Sugam) ମାଧ୍ୟମରେ ନିଜର ବୈଧ ଆଧାର ପରିଚୟ ପତ୍ର, କୃଷକ କରିଚୟ ପତ୍ର ଓ ରେଜିଷ୍ଟ୍ରିଭୂକ୍ତ ମୋବାଇଲ ନଂ ଦେଇ ଲଗ୍-ଇନ୍ (Log-in) କରିବେ ।
  • ତାପରେ ସେ “Subsidy for procurement of farm machinery and implements” ତାଲିକାକୁ ଚୟନ କରି ନିଜର ଆବଶ୍ୟକ ମୁତାବକ କୃଷିଯନ୍ତ୍ରପାତି /ଉପକରଣ ଗୁଡ଼ିକୁ booking ବା ସଂରକ୍ଷଣ କରିବେ ।
  • ସେହି କୃଷି ଯନ୍ତ୍ରପାତି /ଉପକରଣ ପାଇଁ ସେ ତଥା ତାର ପରିବାରର କୌଣସି ସଦସ୍ୟ ପୂର୍ବରୁ ସରକାରୀ ରିହାତି ନେଇନାହାନ୍ତି ବୋଲି ଅନଲାଇନ୍ ଆବେଦନରେ ତାଙ୍କୁ ଘୋଷଣାନାମା ଦେବାକୁ ପଡ଼ିବ । ଚୟନ କରିଥିବା କୃଷି ଯନ୍ତ୍ରପାତିକୁ ନିର୍ଦ୍ଧାରିତ ବର୍ଷ /ସମୟ ପର୍ଯ୍ୟନ୍ତ ନିଜ ଜିମାରେ ରଖିବାକୁ ମଧ୍ୟ ଅନଲାଇନରେ ମୋତେ ଘୋଷଣାନାମା ଦାବାକୁ ପଡ଼ିବ ।
  • ଏହି booking ବା ସଂରକ୍ଷଣ 15 ଦିନପାଇଁ ବୈଧ ଅଟେ । ସେହି ସମୟ ମଧ୍ୟରେ ସେ ତାଙ୍କର ଇଚ୍ଛା ମୁତାବକ କୃଷି ଯନ୍ତ୍ରପାତି /ଉପକରଣ ନିର୍ମାତା (Make ) /ମୋଡ଼େଲ (Model) ଓ ବିକ୍ରେତା (Dealer) ଚୟନ କରିବେ । ଚୟନ କରିଥିବା କୃଷି ଯନ୍ତ୍ରପାତି /ଉପକରଣ ଦେୟ ବାବଦକୁ ନିଜସ୍ୱ ଅର୍ଥ କିମ୍ବା ଋଣ ପ୍ରଣାଳୀକୁ ସ୍ଥିର କରି https://odishafarmmachinery.nic.in ପୋର୍ଟାଲ (Portal ) କୁ ଓଟିପି (OTP)ଜରିଆରେ ଅନୁମତି ପତ୍ର (Permit Order ) ବାହର କରିବେ । ଅନୁମତି ପତ୍ର (Permit Order) ଓ ବୈଧତା ଯଥାକ୍ରମେ 45 ଦିନ (ନିଜସ୍ୱ ଅର୍ଥ) 60 ଦିନ (ବ୍ୟାଙ୍କ ଋଣ) ପାଇଁ ଅଟେ ।
  • ଚୟନ କରିଥିବା କୃଷି ଯନ୍ତ୍ରପାତି /ଉପକରଣ ପ୍ରଯୁଜ୍ୟ ସହାୟତା ରାଶି ଅନୁମତି ପତ୍ର (Permit Order ) ରେ ସୂଚିତ ହୋଇଅଛି ।
  • ନିଜସ୍ୱ ଅର୍ଥରେ କିଣୁଥିବା କୃଷି ଯନ୍ତ୍ରପାତି ପାଇଁ – ଅନୁମତି ପତ୍ର (Permit Order) ଦର୍ଶିତ ସମ୍ପୂର୍ଣ୍ଣ ମୂଲ୍ୟ (Full cost) କୁ ନିଜର କୃଷକ ପରିଚୟ ପତ୍ରରେ ରେଜିଷ୍ଟ୍ରିଭୂକ୍ତ ବ୍ୟାଙ୍କ ଜମା ଖାତା Payment Gateway ମାଧ୍ୟମରେ କୃଷି ଓ ଖାଦ୍ୟ ନିର୍ଦ୍ଦେଶକଙ୍କ ଜମାଖାତାକୁ ହସ୍ତାନ୍ତର କରିବେ । ଏହି ଦେୟ ( e-challan) /Net banking ମାଧ୍ୟମରେ ହୋଇପାରିବ ।
  • ବ୍ୟାଙ୍କ ଋଣ ମାଧ୍ୟମରେ କିଣୁଥିବା କୃଷିଯନ୍ତ୍ରପାତି ପାଇଁ – ସେ ତାର ଋଣ ପାଇଥିବା ବ୍ୟାଙ୍କକୁ ବିତରଣ ନିର୍ଦ୍ଦେଶ (Delivery order) ଦେଇ ବିକ୍ରେତା (Dealer) ଙ୍କ ପାଖରେ ଦାଖଲ କରିବେ । ଯଦି ଋଣର ପରିମାଣ ଅନୁମତି ପତ୍ର (Permit Order) ବର୍ଣ୍ଣିତ ମୂଲ୍ୟଠାରୁ ଉଣା ହୋଇଥାଏ, ତାହାହେଲେ ଅବଶିଷ୍ଟ ଅର୍ଥ Payment Gateway ମାଧ୍ୟମରେ e-challan / net banking ଜରିଆରେ କୃଷି ଓ ଖାଦ୍ୟ ନିର୍ଦ୍ଦେଶକଙ୍କ ଜମାଖାତାକୁ ହସ୍ତାନ୍ତର କରିବେ ।
  • ତତ୍ପରେ ସେ କୃଷିଯନ୍ତ୍ରପାତି ଆଣିବାପାଇଁ ଚୟନ କରିଥିବା ବିକ୍ରେତାଙ୍କ (Dealer) ସହ ଯୋଗଯୋଗ କରିବେ ।
  • ସେ ବିକ୍ରେତା (Dealer)ଙ୍କ ପାଖରେ ପହଞ୍ଚି, ଯେକୌଣସି 2ଟି ଟିପ ବା ଆଖିଡ଼ୋଳାକୁ ହିତାଧିକାରୀ ବୈଧତା (Biometric)ଯାଞ୍ଚ କରାଇ, କୃଷି ଯନ୍ତ୍ରପାତି ଓ ତତ ସଂଲଗ୍ନ ବିଲ, କାଗଜପତ୍ର, ପ୍ରତିଶୃତି ପତ୍ର ( Guarantee card) ଏବଂ ବ୍ୟବହାର ପୁସ୍ତିକା (User Manual) ଇତ୍ୟାଦି ଗ୍ରହଣ କରିବେ ।
  • ବିକ୍ରେତା (Dealer) Mobile app ମାଧ୍ୟମରେ ତାଙ୍କ ସହ କିଣିଥିବା କୃଷି ଯନ୍ତ୍ରପାତି ଫଟୋ ଉଠାଇବେ ।
  • ସେହି ଫଟୋକୁ ବିକ୍ରେତା (Dealer) Odisha Farm Machinery Website କୁ ପଠାଇବେ ।
  • ପୂର୍ବ ବର୍ଣ୍ଣିତ କାର୍ଯ୍ୟମାନଙ୍କର ସଠିକ ସମ୍ପାଦନ ପରେ ମୋ କୃଷକ ପରିଚୟ ପତ୍ରରେ ରିଜିଷ୍ଟ୍ରିଭୁକ୍ତ ବ୍ୟାଙ୍କ ଜମା ଖାତାକୁ ରିହାତି ଅନୁଦାନ ରାଶି ଆସିବ ।

କୃଷି ଯନ୍ତ୍ରପାତିରେ ସରକାରୀ ରିହାତି ବ୍ୟବସ୍ଥା

କ୍ର.

ସଂ.

କୃଷି ଉପକରଣ/ଯନ୍ତ୍ରପାତିର ନାମ ଅନୁସୂଚୀତ ଜାତି, ଜନଜାତି, ମହିଳା, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅନ୍ୟାନ୍ୟ ହିତାଧିକାରୀ ମହିଳା ସ୍ୱୟଂ ସହାୟକ ଦଳ ସୂଚକ ମୂଲ୍ୟ
ଶତକଡ଼ା ଦର ସର୍ବାଧିକ ପରିମାଣ ଶତକଡ଼ା ଦର ସର୍ବାଧିକ ପରିମାଣ ଶତକଡ଼ା ଦର ସର୍ବାଧିକ ପରିମାଣ
1 ଚୂନା ଚକା (Stainless steel) 3HP, 1 ଫେଜ୍ ବିଦ୍ୟୁତ ଚାଳିତ (ସର୍ବନିମ୍ନ କ୍ଷମତା- ଘଣ୍ଟାପ୍ରତି 30 କି.ଗ୍ରା.) 50% 24000 50% 20000 75% 30000 40000
2 ସିଞ୍ଚନ ଯନ୍ତ୍ର (Sprayer) (ହସ୍ତଚାଳିତ ନାପ୍ ଶାକ୍) 16 ଲି ପ୍ଲାଷ୍ଟିକ ଟାଙ୍କି 50% 750 50% 750 75% 1125 1500
ସିଞ୍ଚନ ଯନ୍ତ୍ର (Sprayer) (ବ୍ୟାଟେରୀ ଓ ହସ୍ତଚାଳିତ ନାପ୍ ଶାକ୍) ପ୍ଲାଷ୍ଟିକ ଟାଙ୍କି 50% 1750 50% 1750 75% 2625 3500
ସିଞ୍ଚନ ଯନ୍ତ୍ର (Sprayer) (ପଦଚାଳିତ) 50% 750 50% 750 75% 1125 3000
ସିଞ୍ଚନ ଯନ୍ତ୍ର (Sprayer) (ସୌର, ବ୍ୟାଟେରୀ ଓ ହସ୍ତଚାଳିତ ନାପ୍ ଶାକ୍) ପ୍ଲାଷ୍ଟିକ ଟାଙ୍କି 50% 1900 50% 1900 75% 2850 3800
ସିଞ୍ଚନ ଯନ୍ତ୍ର (Sprayer) (ବ୍ୟାଟେରୀ ଚାଳିତ ନାପ୍ ଶାକ୍)ପ୍ଲାଷ୍ଟିକ ଟାଙ୍କି ବ୍ୟାଟେରୀ ଉପରେ ଏକ ବର୍ଷ ୱାରେଣ୍ଟି 50% 1700 50% 1700 75% 2550 3400
ସିଞ୍ଚନ ଯନ୍ତ୍ର (Sprayer) (1.5 HP ଇ଼ଞ୍ଜିନ ଚାଳିତ ନାପ୍ ଶାକ୍)ପ୍ଲାଷ୍ଟିକ ଟାଙ୍କି 50% 3000 50% 3000 75% 4500 9750
ଟ୍ରାକ୍ଟର ଚାଳିତ (boom) ସ୍ଞ୍ଚନ ଯନ୍ତ୍ର (Sprayer) 50% 37000 50% 28000 75% 55500 85000
3 ଟ୍ରାକ୍ଟର (20 ରୁ 40 PTO HP) ଦୁଇ ଚକ ଚାଳିତ (2WD) 50% 120000 40% 120000 75% 165000 400000
ଟ୍ରାକ୍ଟର (40 ରୁ 70 PTO HP) ଦୁଇ  ବା ଚାରି ଚକ ଚାଳିତ (2/4WD) 50% 150000 40% 150000 75% 210000 600000
4 ପାୱାରଟିଲର 8 HP ରୁ ଅଧିକ କ୍ଷମତା ବିଶିଷ୍ଚ (ବିଦେଶୀ) 50% 75000 40% 60000 75% 112500 150000
ପାୱାରଟିଲର 8 HP ରୁ ଅଧିକ କ୍ଷମତା ବିଶିଷ୍ଚ (ସ୍ୱଦେଶୀ) 50% 85000 40% 68000 75% 127500 170000
5 ଧାନକଟା ଯନ୍ତ୍ର (Reaper) 50% 65000 40% 52000 75% 97500 130000
ଧାନକଟା ଓ ନଡ଼ା ବନ୍ଧା ଯନ୍ତ୍ର (Reaper binder) (ତିନି ଚକ ବିଶିଷ୍ଟ) 50% 175000 40% 140000 75% 262500 350000
6 ଧାନରୁଆ ଯନ୍ତ୍ର (Transplantor) ପଛରେ ଚାଲିବା (Walk behind Type)(4 ଧାଡ଼ିଆ) 50% 125000 40% 100000 75% 187500 250000
ଧାନରୁଆ ଯନ୍ତ୍ର ବସି ଚଳାଇବା (Riding Type) (4 ଧାଡ଼ିଆ) 50% 350000 40% 280000 75% 525000 700000
ଧାନରୁଆ ଯନ୍ତ୍ର ବସି ଚଳାଇବା (Riding Type) (6 ଧାଡ଼ିଆ) 50% 600000 40% 480000 75% 900000 1200000
ଧାନରୁଆ ଯନ୍ତ୍ର ବସି ଚଳାଇବା (Riding Type) (8 ଧାଡ଼ିଆ) 50% 750000 40% 600000 75% 1125000 1500000
7 ଧାନ ଅମଳ ଯନ୍ତ୍ର (Axial Flow Thresher) ଟ୍ରାକ୍ଟର  ଓ ପାୱାର ଟିଲର ଚାଳିତ (<20HP) 50% 30000 40% 24000 75% 45000 60000
8 ଧାନ ଅମଳ ଯନ୍ତ୍ର (Axial Flow Thresher) ଟ୍ରାକ୍ଟର  ଚାଳିତ ବିବିଧ ଶସ୍ୟ ଅମଳ ଯନ୍ତ୍ର କ୍ଷମତା (ଘଣ୍ଟାପ୍ରତି 4 ଟନ୍) 50% 100000 40% 80000 75% 150000 200000
9 ରୋଟାଭେଟର (4-5’ ଓ 20 ରୁ 35 HP)ଟ୍ରାକ୍ଟର ଚାଳିତ 50% 35000 40% 2800 75% 52500 78000
ରୋଟାଭେଟର 5 ଫୁଟ୍ ଓସାର 50% 42000 40% 34000 75% 63000 84000
ରୋଟାଭେଟର (> 6’) 6 ଫୁଟ୍ ରୁ ଅଧିକ 50% 44800 40% 35800 75% 67200 90000
10 ଘୂର୍ଣ୍ଣାୟ କାଦୁଅ ଯନ୍ତ୍ର (roto-puddler) ଫଳପ୍ରଦ ପ୍ରସ୍ଥ – 1500 ମିମି (25 ରୁ 30 HP) ଟ୍ରାକ୍ଟର ଚାଳିତ 50% 42500 40% 34000 75% 63750 85000
11 ପାଳ ବିଦା (hay rake)ଟ୍ରାକ୍ଟର ଚାଳିତ – 35 HP ରୁ ଉର୍ଦ୍ଧ୍ୱ 50% 100000 40% 80000 75% 150000 200000
12 ବାଳୁଙ୍ଗା ଛେଦକ (weed slasher)(25 ରୁ 30 HP, ଟ୍ରାକ୍ଟର ଚାଳିତ) 50% 30000 40% 25000 75% 45000 75000
13 ଶକ୍ତିଚାଳିତ କୋଡ଼ାଖୁସା ଯନ୍ତ୍ର (Power Weeder) 2 HP ରୁ କମ 50% 10000 40% 8000 75% 15000 20000
ଶକ୍ତିଚାଳିତ କୋଡ଼ାଖୁସା ଯନ୍ତ୍ର (Power Weeder) 2-3 HP 50% 15000 40% 12000 75% 22500 30000
ଶକ୍ତିଚାଳିତ କୋଡ଼ାଖୁସା ଯନ୍ତ୍ର (Power Weeder) 3-4 HP 50% 20000 40% 16000 75% 30000 40000
ଶକ୍ତିଚାଳିତ କୋଡ଼ାଖୁସା ଯନ୍ତ୍ର (Power Weeder) 4-5 HP 50% 25000 40% 20000 75% 37500 50000
ଶକ୍ତିଚାଳିତ କୋଡ଼ାଖୁସା ଯନ୍ତ୍ର (Power Weeder) 5-6 HP 50% 30000 40% 24000 75% 45000 60000
ଶକ୍ତିଚାଳିତ କୋଡ଼ାଖୁସା ଯନ୍ତ୍ର (Power Weeder) 6-7 HP 50% 35000 40% 28000 75% 525000 70000
ଶକ୍ତିଚାଳିତ କୋଡ଼ାଖୁସା ଯନ୍ତ୍ର (Power Weeder) 7-8 HP 50% 40000 40% 32000 75% 60000 80000
ଶକ୍ତିଚାଳିତ କୋଡ଼ାଖୁସା ଯନ୍ତ୍ର (Power Weeder) 8 HP ରୁ ଉର୍ଦ୍ଧ୍ୱ 50% 50000 40% 40000 75% 75000 100000
14 ଘାସ କଟା ଯନ୍ତ୍ର (Brush Cutter) 50% 15000 40% 12000 75% 22500 30000
15 ଗାତ ଖୋଲା ଯନ୍ତ୍ର (Post hole digger/augur) 50% 45000 40% 36000 75% 67500 90000
16 ରବର ରୋଲ ସେଲର ଓ ପଲିସର 5 HP ପର୍ଯ୍ୟନ୍ତ 60% 90000 50% 75000 75% 125000 150000
17 କ୍ଷୁଦ୍ର ଧାନ କଳ (Mini Rice Mill) 3 HP କ୍ଷମତା ପର୍ଯ୍ୟନ୍ତ 60% 24000 50% 20000 75% 30000 40000
18 ସେଲର, ପଲିସର ଓ ହଲର (ଟ୍ରାକ୍ଟର ଚାଳିତ) 60% 60000 50% 50000 75% 75000 100000
19 ଟ୍ରାକ୍ଟର ମକା ଛଡ଼ା ଯନ୍ତ୍ର (Maize Sheller) 60% 96000 50% 80000 75% 120000 160000
20 କ୍ଷୁଦ୍ର କଳ (Mini Dal Mill) 2 HP ରୁ କମ୍ 60% 27000 50% 22500 75% 33750 45000
21 କ୍ଷୁଦ୍ର ଡ଼ାଲି କଳ, ପର୍ଯ୍ୟାୟୀକରଣ ଓ ପାଛୁଡ଼ା ଯନ୍ତ୍ର (Mini Dal Mill) 2HP ରୁ ଅଧିକ 5 HP ପର୍ଯ୍ୟନ୍ତ 60% 72000 50% 60000 75% 90000 120000
22 ତେଲ କଳ (Oil Mill) 1 HP ପର୍ଯ୍ୟନ୍ତ 60% 12000 50% 10000 75% 15000 20000
23 ତେଲ କଳ (Oil Mill) 1 HP ରୁ 5 HP ପର୍ଯ୍ୟନ୍ତ 60% 90000 50% 75000 75% 12500 150000
24 ତେଲ କଳ (Oil Mill) 5 HP ରୁ ଉର୍ଦ୍ଧ୍ୱ 60% 120000 50% 100000 75% 150000 200000
25 ମୁଢି ମିଲ (Rice Puffing Machine) ଘଣ୍ଟା ପ୍ରତି 30 କି.ଗ୍ରା. ପର୍ଯ୍ୟନ୍ତ (ଷ୍ଟିଲ) 0.5 HP, 1 ଫିଜ୍ ବିଦ୍ୟୁତ ଚାଳିତ, ଇନ୍ଧନ ଗ୍ୟାସ ବର୍ଣ୍ଣର ଯୁକ୍ତ 60% 76800 50% 64000 75% 96000 128000
ମୁଢି ମିଲ (Rice Puffing Machine) ଘଣ୍ଟା ପ୍ରତି 100 କି.ଗ୍ରା. ପର୍ଯ୍ୟନ୍ତ (ଲୁହା) 0.5 HP, 1 ଫିଜ୍ ବିଦ୍ୟୁତ ଚାଳିତ, ଇନ୍ଧନ ଗ୍ୟାସ ବର୍ଣ୍ଣର ଯୁକ୍ତ 60% 62400 50% 52000 75% 78000 104000
26 ଟ୍ରାକ୍ଟର ପାୱାରଟିଲର ଚାଳିତ ବିହନ ଓ ସାର ବୁଣା ଯନ୍ତ୍ର (Seed-cum-Fertilizer Drill) 20 HP ରୁ କମ୍ 50% 15000 40% 12000 75% 22500 30000
27 ଟ୍ରାକ୍ଟର ଚାଳିତ ବିହନ ବୁଣା ଯନ୍ତ୍ର/ଚାଷ ବିହୀନ ବୁଣା ଯନ୍ତ୍ର (Seed Drill/Zero till Drill) (9 Tyne ଏବଂ ତଦୁର୍ଦ୍ଧ୍ୱ) 35 HP ରୁ ଅଧିକ 50% 20000 40% 16000 75% 30000 40000
28 ଟ୍ରାକ୍ଟର ଚାଳିତ ବିହନ ଓ ସାର ବୁଣା ଯନ୍ତ୍ର/ଚାଷ ବିହୀନ ବୁଣା ଯନ୍ତ୍ର (Seed Drill/Zero till Drill) (9 Tyne ଏବଂ ତଦୁର୍ଦ୍ଧ୍ୱ) 35 HP ରୁ ଅଧିକ 50% 21000 40% 16800 75% 31500 42000
29 ଟ୍ରାକ୍ଟର ଚାଳିତ ବିହନ ଓ ସାର ବୁଣା ଯନ୍ତ୍ର/ଚାଷ ବିହୀନ ବୁଣା ଯନ୍ତ୍ର (Seed Drill/Zero till Drill) (11 Tyne ଏବଂ ତଦୁର୍ଦ୍ଧ୍ୱ) 35 HP ରୁ ଅଧିକ 50% 24250 40% 19400 75% 36375 48500
30 ପେଟ୍ରୋଲ / ଡିଜେଲ /ବିଦ୍ୟୁତ/ଟ୍ରାକ୍ଟର PTO ଚାଳିତ / ବହନୀୟ ଜଳ ସେଚନ ପମ୍ପ 15 HPପର୍ଯ୍ୟନ୍ତ ।
ଜଳ ସେଚନ ପମ୍ପ ଇଲେକ୍ଟ୍ରିକ 1.5 HP ରୁ <2.0 HP 50% 4000 40% 3200 75% 6000 8000
ଜଳ ସେଚନ ପମ୍ପ ଇଲେକ୍ଟ୍ରିକ 2.0 HP ରୁ 3.0 HP 50% 6000 40% 4800 75% 9000 12000
ଜଳ ସେଚନ ପମ୍ପ କଳଚାଳିତ 1 HP ରୁ 1.5 HP 50% 5500 40% 4400 75% 8250 11000
ଜଳ ସେଚନ ପମ୍ପ କଳଚାଳିତ 1.5 HP ରୁ 3.0 HP 50% 6000 40% 48000 75% 9000 12000
ଜଳ ସେଚନ ପମ୍ପ କଳଚାଳିତ 3.0 HP ରୁ 5.0 HP 50% 15000 40% 12000 75% 22500 30000
31 ବାଦାମ ଖୋଳା ଯନ୍ତ୍ର ଟ୍ରାକ୍ଟର /ପାୱାର ଟିଲର ଚାଳିତ 20 HP ରୁ କମ୍ 50% 30000 40% 24000 75% 45000 60000
ବାଦାମ ଖୋଳା ଯନ୍ତ୍ର ଟ୍ରାକ୍ଟର  ଚାଳିତ 20 HP ରୁ 35 HP ପର୍ଯ୍ୟନ୍ତ 50% 40000 40% 32000 75% 60000 80000
ବାଦାମ ଖୋଳା ଯନ୍ତ୍ର ଟ୍ରାକ୍ଟର  ଚାଳିତ 35 HP ରୁ ଅଧିକ 50% 75000 40% 60000 75% 112500 150000
32 ଲେଜର ପରିଚାଳିତ ସମତୁଲ ଯନ୍ତ୍ର (Laser guided leveller) 50% 150000 40% 120000 75% 225000 300000
33 ଉପ ମୃତ୍ତିକା ଚାଷ ଯନ୍ତ୍ର (Sub Soiler) 50% 55000 40% 44000 75% 8500 110000
34 ସ୍ରେଡ଼ର (Shredder) ଟ୍ରାକ୍ଟର ଚାଳିତ 35 HP ରୁ ଅଧିକ 50% 126000 40% 100800 75% 189000 252000
35 ଗଣ୍ଠିଲି ବନ୍ଧା ଯନ୍ତ୍ର (14 ରୁ 16 କି.ଗ୍ରା.)/ଗୋଲାକାର ବିଡ଼ା (baler) 50% 125000 40% 100000 75% 187500 250000
ଗଣ୍ଠିଲି ବନ୍ଧା ଯନ୍ତ୍ର (16 ରୁ 25 କି.ଗ୍ରା.)/ଗୋଲାକାର ବିଡ଼ା (baler) 50% 175000 40% 140000 75% 162500 350000
ଗଣ୍ଠିଲି ବନ୍ଧା ଯନ୍ତ୍ର (16 ରୁ 25 କି.ଗ୍ରା.)/ଆୟତାକାର ବିଡ଼ା (baler) 50% 550000 40% 440000 75% 825000 1100000
36 ସ୍ୱୟଂ ଚାଳିତ ସଂଯୁକ୍ତ ଧାନ ଅମଳ ଯନ୍ତ୍ର 10’ ରୁ 14’ଓସାର (Combine Harvestor) 25% 300000 25% 300000 75% 300000 1600000
ଟ୍ରାକ୍ଟର ଚାଳିତ ସଂଯୁକ୍ତ ଧାନ ଅମଳ ଯନ୍ତ୍ର (ଟ୍ରାକ୍ଟର ବ୍ୟତୀତ) 10’ କଟା ଓସାର (Combine Harvestor) 800000
ସଂଯୁକ୍ତ ଧାନ ଅମଳ ଯନ୍ତ୍ର ଟ୍ରାକ Type 6’ ରୁ 8’ କଟା ଓସାର (Combine Harvestor) 2000000
ସଂଯୁକ୍ତ ଧାନ ଅମଳ ଯନ୍ତ୍ର ଟ୍ରାକ Type 6’ ରୁ କମ୍ କଟା ଓସାର (Combine Harvestor) 1400000
37 ଚୂଡ଼ା କଳ (Rice Flattening Machine) (ଷ୍ଟିଲ) 3 HP, 1 ଫେଜ୍ ବିଦ୍ୟୁତ ଚାଳିତ (ସର୍ବାଧିକ କ୍ଷମତା – ଘଣ୍ଟା ପ୍ରତି 40 କି.ଗ୍ରା) 60% 92400 50% 77000 75% 115500 154000
38 ସ୍ୱତନ୍ତ୍ର-ଶକ୍ତି ଚାଳିତ ଡ଼ାଲି /ମାଣ୍ଡିଆ ଅମଳ ଯନ୍ତ୍ର 50% 24000 40% 19200 75% 36000 48000
ସ୍ୱତନ୍ତ୍ର-ଶକ୍ତି ଚାଳିତ OUAT  ତିଆରି ମାଣ୍ଡିଆ ଅମଳ ଓ ସଫା ଯନ୍ତ୍ର 50% 24000 40% 19200 75% 36000 48000
ଶକ୍ତି ଚାଳିତ ଡ଼ାଲି ଅମଳ ଯନ୍ତ୍ର (ମଟର ସହିତ) 50% 24000 40% 19200 75% 36000 48000
ଶକ୍ତି ଚାଳିତ ଡ଼ାଲି ଅମଳ ଯନ୍ତ୍ର (ଟ୍ରାକ୍ଟର ସହିତ) 50% 87500 40% 70000 75% 131250 175000
39 ମଟର ଚାଳିତ ମକା ଛଡ଼ା ଯନ୍ତ୍ର (Maize Sheller) 50% 24000 40% 19200 75% 36000 48000
40 କିଷାନ ଡ଼୍ରୋନ (10 ଲି ପର୍ଯ୍ୟନ୍ତ) 50% 312500 40% 250000 75% 468750 625000
କିଷାନ ଡ଼୍ରୋନ (10 ଲି ରୁ ଉର୍ଦ୍ଧ୍ୱ) 50% 500000 40% 400000 75% 750000 1000000
41 ଘୂର୍ଣ୍ଣାୟ କାଦୁଅ ଯନ୍ତ୍ର (roto-puddler) ଫଳପ୍ରଦ ପ୍ରସ୍ଥ-1800 ରୁ 2099 ମିମି (35 HP ରୁ ଉର୍ଦ୍ଧ୍ୱ) ଟ୍ରାକ୍ଟର ଚାଳିତ 50% 100000 40% 80000 75% 150000 120000
ଘୂର୍ଣ୍ଣାୟ କାଦୁଅ ଯନ୍ତ୍ର (roto-puddler) ଫଳପ୍ରଦ ପ୍ରସ୍ଥ-2100 ରୁ 2399 ମିମି (45 HP ରୁ ଉର୍ଦ୍ଧ୍ୱ) ଟ୍ରାକ୍ଟର ଚାଳିତ 135000
ଘୂର୍ଣ୍ଣାୟ କାଦୁଅ ଯନ୍ତ୍ର (roto-puddler) ଫଳପ୍ରଦ ପ୍ରସ୍ଥ-2400 ମିମି ରୁ ଉର୍ଦ୍ଧ୍ୱ(45 HP ରୁ ଉର୍ଦ୍ଧ୍ୱ) ଟ୍ରାକ୍ଟର ଚାଳିତ 154000
42 ଟ୍ରାକ୍ଟର ଚାଳିତ ବହୁଧାଡ଼ି ଘାସ ବାଛିବା ଯନ୍ତ୍ର (ଆଖୁ) ଫଳପ୍ରଦ ପ୍ରସ୍ଥ 1800 ରୁ 2400 ମିମି (35 HP ରୁ ଉର୍ଦ୍ଧ୍ୱ) 50% 75000 40% 60000 75% 112500 143000
43 ଟ୍ରାକ୍ଟର ଚାଳିତ ବହୁ ବିଧ ଶସ୍ୟ ବୁଣାଯନ୍ତ୍ର 9 ବା ତଦୁର୍ଦ୍ଧ ଧାଡ଼ି (Multi crop planter) 35 HP ରୁ ଉର୍ଦ୍ଧ୍ୱ 50% 75000 40% 60000 75% 112500 123200
44 ଟ୍ରାକ୍ଟର ଚାଳିତ ନଡ଼ିଆ ବାହୁଙ୍ଗ ଗୁଣ୍ଡ ଯନ୍ତ୍ର (Frond Chopper) (ଘଣ୍ଟାକୁ 2450 ରୁ 2800 କି.ଗ୍ରା.) (45 HP ରୁ ଉର୍ଦ୍ଧ୍ୱ) ଟ୍ରାକ୍ଟର ଚାଳିତ 50% 63000 40% 50000 75% 94500 239000
ଟ୍ରାକ୍ଟର ଚାଳିତ ନଡ଼ିଆ ବାହୁଙ୍ଗ କୁଟ୍ଟନ ଯନ୍ତ୍ର (Frond Chopper) (ଘଣ୍ଟାକୁ 2450 ରୁ 2800 କି.ଗ୍ରା.) (45 HP ରୁ ଉର୍ଦ୍ଧ୍ୱ) ଟ୍ରାକ୍ଟର ଚାଳିତ 190700
ଟ୍ରାକ୍ଟର ଚାଳିତ ନଡ଼ିଆ ବାହୁଙ୍ଗ କୁଟ୍ଟନ ଯନ୍ତ୍ର (Frond Chopper) (ଘଣ୍ଟାକୁ 1100 ରୁ 1300 କି.ଗ୍ରା.) (15 HP ରୁ ଉର୍ଦ୍ଧ୍ୱ) ଟ୍ରାକ୍ଟର ଚାଳିତ 77000
45 ହସ୍ତଚାଳିତ ଓ ବଳଦ ଟଣା ଯନ୍ତ୍ରପାତି 50% 6000 40% 6000 75% ସର୍ବୋଚ୍ଚ ସୀମା ରହିତ OFMRDC ଦ୍ୱାରା ଅନୁମୋଦିତ ମୂଲ୍ୟ
46 ଶକ୍ତି ଚାଳିତ ଧାନ ଅମଳ ଓ ଉଡ଼ା ଯନ୍ତ୍ର (Motor ସହିତ) 50% 24000 40% 20000 75% ସର୍ବୋଚ୍ଚ ସୀମା ରହିତ

ବି.ଦ୍ର. ସୂଚକ ମୂଲ୍ୟ କିମ୍ବା ସର୍ବାଧିକ ଖାଉଟି ମୂଲ୍ୟ ମଧ୍ୟରୁ ନ୍ୟୁନତମ ମୂଲ୍ୟ ଉପରେ ସରକାରୀ ରିହାତି ପରିମାଣ ନିର୍ଦ୍ଧାରିତ ହୁଏ ।

ଅଧିକ ସୂଚନା ପଇଁ ନିଜ ଅଞ୍ଚଳର ସହକାରୀ କୃଷି ଯନ୍ତ୍ରୀ/ସହକାରୀ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ ।

ଅନ୍ୟାନ୍ୟ ଯୋଜନା ବିଷୟରେ ଜାଣିବା ନିମନ୍ତେ ତଳେ ଦିଆଯାଇଥିବା ଲିଙ୍କକୁ ଯାଆନ୍ତୁ

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା