> ପାୱାର ଟିଲର ଓ ପାୱାରଟିଲର ଚାଳିତ ଯନ୍ତ୍ରପାତି - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ପାୱାର ଟିଲର ଓ ପାୱାରଟିଲର ଚାଳିତ ଯନ୍ତ୍ରପାତି

ପାୱାର ଟିଲର

କାର୍ଯ୍ୟ

ପାୱାରଟିଲର ସହିତ ରୋଟାଟିଲର ଏକାଠି  ମିଳିଥାଏ । ଏହା ମାଟିକୁ ଗୁଣ୍ଡ କରିବା ଓ କାଦୁଅ କରିବାକୁ ବ୍ୟବହାର କରାଯାଏ ।

କ୍ଷମତା

4 ଘଣ୍ଟାରେ 1 ଏକର

ବ୍ୟବହାରିକ ଉପକାରିତା

ଏହାକୁ ଉଭୟ କାଦୁ ଓ ଶୁଖିଲାଅ ଚାଷ ପାଇଁ ବ୍ୟବହାର କରାଯାଏ । ଏହା ଦ୍ୱାରା ପାରମ୍ପାରିକ ପଦ୍ଧତି ଠାରୁ ହେକ୍ଟର ପ୍ରତି ଟ.3,000 ରୁ 3,500 କମ୍ ଖର୍ଚ୍ଚରେ କାର୍ଯ୍ୟ କରିହୁଏ ।

ମୂଲ୍ୟ

ଟ.1,60,000 ରୁ ଟ.2,00,000

ରିହାତି

ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% (ସର୍ବାଧିକ ଟ.85,000) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40% (ସର୍ବାଧିକ ଟ.70,000)

ପାୱାର ଟିଲର ଚାଳିତ ମଞ୍ଜି ଓ ସାର ବୁଣା ଯନ୍ତ୍ର

କାର୍ଯ୍ୟ

ଏହି ଯନ୍ତ୍ର ସାହାଯ୍ୟରେ 5 ଧାଡ଼ିରେ ମଞ୍ଜି ଓ ସାର ବୁଣାଯାଇପାରେ ।

କ୍ଷମତା

3 ଘଣ୍ଟାରେ 1 ଏକର

ବ୍ୟବହାରିକ ଉପକାରିତା

ପାରମ୍ପାରିକ ପଦ୍ଧତିଠାରୁ ଏହି ଯନ୍ତ୍ର ଦ୍ୱାରା ହେକ୍ଟର ପ୍ରତି ଟ.3,000 ରୁ 4,000 କମ୍ ଖର୍ଚ୍ଚରେ ସାର ଓ ମଞ୍ଜି ବୁଣା ଯାଇପାରେ ।

ମୂଲ୍ୟ

ଟ.40,000 ରୁ 80,000ଙ୍କା

ରିହାତି

ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% (ସର୍ବାଧିକ ଟ.18,000) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40% (ସର୍ବାଧିକ ଟ.16,000)

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା