> ହେକ୍ଟର ପିଛା 58 ହଜାର ଟଙ୍କା ରିହାତି ପାଇବେ ଚାଷୀ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ହେକ୍ଟର ପିଛା 58 ହଜାର ଟଙ୍କା ରିହାତି ପାଇବେ ଚାଷୀ

ଆମ ରାଜ୍ୟ ଓଡ଼ିଶାରେ ଆଳୁ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଏକ ବଡ଼ ପଦକ୍ଷେପ ସ୍ୱରୁପ ଚାଷୀମାନଙ୍କୁ ଆର୍ଥିକ ପ୍ରତ୍ସାହନ ମିଳିବ । ଅଞ୍ଚଳ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଅଧୀନରେ ଆଳୁ ଚାଷୀଙ୍କୁ ହେକ୍ଟର ପିଛା 58 ହଜାର ଟଙ୍କର ରିହାତି ବା ସବସିଡ଼ି ପ୍ରଦାନ କରାଯିବ ।  ତେବେ ଏହି ସବସିଡ଼ି ଉଭୟ ଆଳୁ ଚାଷୀ ଓ ବିହନ ଉତ୍ପାଦକ ଏଥିରେ ଉପକୃତ ହେବ । 2025 ସୁଦ୍ଧା ରାଜ୍ୟରେ 13 ଲକ୍ଷ ଟନ୍ ଆଳୁ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି ।

Subsidy in Potato cultivation

ଦୁଇଟି ପର୍ଯ୍ୟାୟରେ ସବସିଡ଼ି ଅର୍ଥ ମିଳିବ ।

  • ବିହନ ଯୋଗାଉଥିବା ଚାଷୀଙ୍କୁ ହେକ୍ଟର ପିଛି 43,875 ଟଙ୍କା ମିଳିବ ।
  • ସେହିପରି ଫସଲ ଯତ୍ନ ବାବଦରେ ଆଳୁ ଚାଷୀଙ୍କୁ ହେକ୍ଟର ପିଛା 14,125 ଟଙ୍କା ପ୍ରଦାନ କରିବା ଲାଗି କୃଷି ବିଭାଗ ନିଷ୍ପତ୍ତି ନେଇଛି ।

ଉଦ୍ୟାନ କୃଷି ବିଭାଗ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଛି । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଡ଼ିବିଟି ମାଧ୍ୟମରେ ସବସିଡ଼ି ଅର୍ଥ ପ୍ରଦାନ କରାଯିବ ।

ସବସିଡ଼ି ପାଇବା ଲାଗି ବିଭାଗର ସର୍ତ୍ତାବଳୀ ପୂରଣ କରିବା ଆବଶ୍ୟକ ।

  • ଆଳୁ ବିହନ ରୋପଣ କରିବାର 21 ଦିନ ପରେ ଏବଂ ଆଳୁ ଚାରା 15 ରୁ 25 ସେ.ମି. ପର୍ଯ୍ୟନ୍ତ ବୃଦ୍ଧି ହେବା ପରେ ଡ଼ିବିଟି ମାଧ୍ୟମରେ ସବସିଡ଼ି ଅର୍ଥ ମଞ୍ଜୁର କରାଯିବ ।

ସବିଶେଷ ବିବରଣୀ

  • ଆଳୁ, ପରିବା ଓ ମସଲା ଉନ୍ନୟନ ଯୋଜନା ଅଧୀନରେ ରାଜ୍ୟ ଯୋଜନାରୁ ଏହି ଅର୍ଥ ବ୍ୟୟ କରାଯିବ ।
  • ଓଡ଼ିଶା ରାଜ୍ୟ ବିହନ ନିଗମ ଜରିଆରେ କୃଷି ବିଭାଗ 1.65 ଲକ୍ଷ କ୍ୱିଣ୍ଟାଲ ପ୍ରାମାଣିକ ଆଳୁ ବିହନ ଆମଦାନୀ କରିବାପରେ ବିହନ ଉତ୍ପାଦକମାନଙ୍କୁ ଯୋଗାଇ ଦେଇଛି ।
  • ଚାଷୀମାନେ ବିହନ ବାବଦରେ 25 ଶତକଡ଼ା ଏବଂ ରାଜ୍ୟ କୃଷି ବିଭାଗ ସବସିଡ଼ି ଯୋଜନା ଅଧୀନରେ 75 ଶତକଡ଼ା ଖର୍ଚ୍ଚ ବହନ କରିବ ।
  • ପ୍ରମାଣିକ ବିହନ ମୂଲ୍ୟ କ୍ୱିଣ୍ଟାଲ ପିଛା 3144 ଟଙ୍କା ରହିଥିବା ବେଳେ ଚାଷୀ ମାତ୍ର 786 ଟଙ୍କା ନିଜ ହାତରୁ ଖର୍ଚ୍ଚ କରିବେ ।
  • ସର୍ବାଧିକ ଏକ ହେକ୍ଟର ଜମି ଉପରେ ସବସିଡ଼ି ମିଳିବ ।
  • ରବି ଋତୁରେ 11000 ହେକ୍ଟର ଜମିରେ ଆଳୁଚାଷ ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଛି ।
  • ହେକ୍ଟର ପିଛା ଆଳୁ ଉତ୍ପାଦନ ଖର୍ଚ୍ଚ 1.45 ଲକ୍ଷ ଟଙ୍କା ରହୁଥିବା ବେଳେ ଏହା ଉପରେ ସର୍ବାଧିକ 58 ହଜାର ଟଙ୍କା (40 ଶତକଡ଼ା)ସବସିଡ଼ି ମିଳିବ ବୋଲି ଜଣା ପଡ଼ିଛି ।

ରାଜ୍ୟ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆଳୁ ମିଶନ୍ ଆରମ୍ଭ କରିଥିଲେ । ଚଳିତ ରବିଋତୁରେ ହେକ୍ଟର ପିଛା 20 ଟନ୍ ହିସାବରେ 7 ଲକ୍ଷ ଟନ୍ ଆଳୁ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି ।

ସବିଶେଷ ବିବରଣୀ ପାଇଁ ଉଦ୍ୟାନ କୃଷି ବିଭାଗ ସହିତ ଯୋଗଯୋଗ କରନ୍ତୁ ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା