> ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 15ତମ କିସ୍ତି - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 15ତମ କିସ୍ତି

PM Kisan

ଶେଷରେ ଲକ୍ଷ ଲକ୍ଷ କୃଷକ ଏହି ଘୋଷଣାକୁ ଉତ୍ସୁକତାର ସହ ଅପେକ୍ଷା କରିଥିବା ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ପଞ୍ଚଦଶ କିସ୍ତି ନଭେମ୍ବର ୧୫, ୨୦୨୩ରେ ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର କରାଯିବ। ଏହି କିସ୍ତି ସମଗ୍ର ଭାରତରେ ୮ କୋଟିରୁ ଅଧିକ କୃଷକଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରିବ ।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ୱାରା ୧୫ ନଭେମ୍ବର, ୨୦୨୩ରେ ଦେଶର ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୫ତମ କିସ୍ତି ଡିବିଟି ମାଧ୍ୟମରେ ଟ୍ରାନ୍ସଫର କରାଯିବ ।

ପିଏମ-କିଷାନ ଯୋଜନା ଅଧୀନରେ ସମସ୍ତ ଜମିଧାରୀ କୃଷକ ପରିବାରକୁ ବାର୍ଷିକ ୬,୦୦୦ ଟଙ୍କାର ଆର୍ଥିକ ଲାଭ ପ୍ରଦାନ କରାଯାଏ, ଯାହା କି ୨,୦୦୦ ଟଙ୍କା ଲେଖାଏଁ ତିନୋଟି ସମାନ କିସ୍ତିରେ ପ୍ରଦାନ କରାଯାଏ ।

ସୂଚନାଯୋଗ୍ୟ, ଗତ ଜୁଲାଇ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ୮.୫ କୋଟି ଯୋଗ୍ୟ କୃଷକଙ୍କ ପାଇଁ ୧୭,୦୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍-କିଷାନ)ର ୧୪ତମ କିସ୍ତି ପ୍ରଦାନ କରିଥିଲେ।

ଏବଂ ଏହାବ୍ୟତୀତ  ଫେବ୍ରୁଆରି ୨୦୨୩ରେ ୧୩ତମ କିସ୍ତି ଜାରି କରିଥିଲେ ।

ପିଏମ୍ କିଷାନ ଯୋଜନା କ’ଣ?

ପିଏମ୍ କିଷାନ ଯୋଜନାରେ ଯୋଗ୍ୟ କୃଷକମାନେ ପ୍ରତି ଚାରି ମାସରେ ୨,୦୦୦ ଟଙ୍କା ପାଆନ୍ତି, ଯାହାବାର୍ଷିକ ୬,୦୦୦ ଟଙ୍କା ଅଟେ । ପ୍ରତିବର୍ଷ ଏପ୍ରିଲ-ଜୁଲାଇ, ଅଗଷ୍ଟ-ନଭେମ୍ବର ଏବଂ ଡିସେମ୍ବର-ମାର୍ଚ୍ଚ ତିନୋଟି କିସ୍ତିରେ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଏ । ଉଲ୍ଲେଖଯୋଗ୍ୟ, ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ପାଣ୍ଠି ଟ୍ରାନ୍ସଫର ହୋଇଥାଏ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ପିଏମ୍ କିଷାନ ଯୋଜନାରେ ହିତାଧିକାରୀଙ୍କୁ ମୋଟ ପ୍ରାୟ ୨.୫୦ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି।

ପିଏମ କିଷାନ ଯୋଜନା: ହିତାଧିକାରୀଙ୍କ ସ୍ଥିତି କିପରି ଯାଞ୍ଚ କରିବେ?

  • ପ୍ରଥମେ ଅଫିସିଆଲ ୱେବସାଇଟ www.pmkisan.gov.in ରେ ଲଗ୍ ଇନ୍ କରନ୍ତୁ
  • ଏହାପରେ ହୋମ୍ ପେଜ୍ ରେ ପେଜ୍ ର ଡାହାଣ ପାର୍ଶ୍ୱରେ ଥିବା ‘ନୋ ୟୋର୍ ଷ୍ଟାଟସ୍’ (Know Your Status )ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ଏହାପରେ ଆପଣଙ୍କୁ ରେଜିଷ୍ଟ୍ରେସନ ନମ୍ବର ଦେଇ କ୍ୟାପ୍ଚା କୋଡ୍ ପୂରଣ କରିବାକୁ ପଡିବ ଏବଂ ‘ଗେଟ୍ ଡାଟା’ (Get Data) କ୍ଲିକ କରିବାକୁ ପଡିବ
  • ତା’ପରେ ଆପଣଙ୍କ ହିତାଧିକାରୀ ସ୍ଥିତି ସ୍କ୍ରିନ୍ ରେ ଆସିବ।

ପିଏମ କିଷାନ ଯୋଜନା:  ଆପଣଙ୍କ ନାମ କିପରି ଯାଞ୍ଚ କରିବେ?

  • ପ୍ରଥମେ ଅଫିସିଆଲ ୱେବସାଇଟ www.pmkisan.gov.in କୁ ଯାଆନ୍ତୁ
  • ‘ହିତାଧିକାରୀ ତାଲିକା’ (Beneficiary list) ଟ୍ୟାବ୍ ରେ କ୍ଲିକ୍ କରନ୍ତୁ।
  • ଡ୍ରପ୍-ଡାଉନ୍ ରୁ ବିବରଣୀ ଚୟନ କରନ୍ତୁ ଯେପରିକି ରାଜ୍ୟ, ଜିଲ୍ଲା, ଉପ-ଜିଲ୍ଲା, ବ୍ଲକ, ଏବଂ ଗ୍ରାମ
  • ‘ଗେଟ୍ ରିପୋର୍ଟ’ (Get report) ଟ୍ୟାବ୍ ରେ କ୍ଲିକ୍ କରନ୍ତୁ

ପିଏମ୍ କିଷାନ ଯୋଜନା ପାଇଁ କିପରି ପଞ୍ଜୀକରଣ କରିବେ?

  • ପ୍ରଥମେ ଅଫିସିଆଲ ୱେବସାଇଟରେ pmkisan.gov.in ର ଚାଷୀଙ୍କ କୋଣ(farmer’s corner)କୁ ଯାଆନ୍ତୁ
  • ତା’ପରେ ନୂଆ କୃଷକ ପଞ୍ଜୀକରଣ (New Farmer Registration) ଉପରେ କ୍ଲିକ୍ କରି ଆଧାର ନମ୍ବର ପ୍ରବେଶ କରି କ୍ୟାପ୍ଚା ପୂରଣ କରନ୍ତୁ
  • ଏହାପରେ ଆବଶ୍ୟକ ବିବରଣୀ ପ୍ରଦାନ କରି  ‘ୟେସ୍’ (Yes)ଉପରେ କ୍ଲିକ୍ କରନ୍ତୁ
  • ପିଏମ କିଷାନ ଆବେଦନ ଫର୍ମ 2023 ରେ ପଚରାଯାଇଥିବା ସୂଚନା ପୂରଣ କରନ୍ତୁ, ଏବଂ ଏହାର ଗୋଟିଏ କପି ପାଖରେ ରଖନ୍ତୁ ।

କେଉଁମାନେ ଏହି ଲାଭ ପାଇବାକୁ ହକଦାର ହେବେ ନାହିଁ ।

ସମ୍ପୂର୍ଣ୍ଣ ବିବରଣୀ ପାଇଁ PM-Kisan Samman Nidhi (pmkisan.gov.in) ରେ ଯୋଗାଯୋଗ କରନ୍ତୁ

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା