> ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା: ୧୦ ହଜାର ନୂଆ ଇ-ବସ୍ ପାଇଁ ୫୭,୬୧୩ କୋଟି ଟଙ୍କା ଅନୁମୋଦନ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା: ୧୦ ହଜାର ନୂଆ ଇ-ବସ୍ ପାଇଁ ୫୭,୬୧୩ କୋଟି ଟଙ୍କା ଅନୁମୋଦନ

ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା
ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ବୁଧବାର ପିଏମ୍ ଇ-ବସ୍ ସେବା ଯୋଜନାକୁ ଅନୁମୋଦନ କରିଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ପିଏମ୍ ଇ-ବସ୍ ସେବା ଯୋଜନାପାଇଁ ମୋଟ ୫୭,୬୧୩ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ କରାଯାଇଛି। ଏହି ଆର୍ଥିକ ବ୍ୟବସ୍ଥା ମଧ୍ୟରୁ କେନ୍ଦ୍ର ସରକାର ୨୦,୦୦୦ କୋଟି ଟଙ୍କା ପ୍ରଦାନ କରିବେ ଏବଂ ଅବଶିଷ୍ଟ ଅଂଶ ରାଜ୍ୟ ସରକାରମାନେ ବହନ କରିବେ।

 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧ରେ କେନ୍ଦ୍ର ବଜେଟରେ ପ୍ରଥମେ ଏହି ଯୋଜନା ଘୋଷଣା କରିଥିଲେ। ମୋଟ ବ୍ୟୟବରାଦମଧ୍ୟରୁ କେନ୍ଦ୍ର ୧୦ ବର୍ଷ ପାଇଁ 20,000 କୋଟି ଟଙ୍କା ପ୍ରଦାନ କରିବ ଏବଂ ବାକି ଅର୍ଥ ରାଜ୍ୟରୁ ଆସିବ।

ଏହି ପାଣ୍ଠିକୁ ଦୁଇଟି ଉପାଦାନ ପାଇଁ ବ୍ୟବହୃତ କରାଯିବ: ସିଟି ବସ୍ ସେବାବୃଦ୍ଧି ଏବଂ ଗ୍ରୀନ୍ ଅର୍ବାନ୍ ମୋବିଲିଟି ପଦକ୍ଷେପ, ଯେପରିକି ଚାର୍ଜିଂ ଭିତ୍ତିଭୂମି ସ୍ଥାପନ ଇତ୍ୟାଦି।

ଇ-ବସ୍ ସେବା
ଇ-ବସ୍ ସେବା

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ଯୋଜନା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ପିଏମ୍-ଇ-ବସ୍ ସେବାର ଉଦ୍ଦେଶ୍ୟ ସହରମାନଙ୍କରେ ସିଟି ବସ୍ ଚଳାଚଳକୁ ବଢ଼ାଇବା, ଅଧିକାଂଶ ସହରରେ ସଂଗଠିତ ବସ୍ ସେବା ନାହିଁ। ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ଭିତ୍ତିରେ ଏହି ଯୋଜନା କାର୍ଯ୍ୟକାରୀ ହେବ।

୨୦୧୧ ଜନଗଣନା ଅନୁଯାୟୀ ଏହି ଯୋଜନାରେ ୩ ଲକ୍ଷ ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରକୁ ଅନ୍ତର୍ଭୁକ୍ତ କରାଯିବ । ଏହା ଅଧୀନରେ ୧୬୯ଟି ସହର ପିଏମ-ଇବସ୍ ସେବା ପାଇଁ ଯୋଗ୍ୟ ଏବଂ ଏକ ପ୍ରତିଯୋଗିତା ମାଧ୍ୟମରେ ଇଲେକ୍ଟ୍ରିକ୍ ବସ୍ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀଚୟନ କରାଯିବ।

୨୦୧୧ ଜନଗଣନା ଅନୁଯାୟୀ ୧୬୯ଟି ସହରର ଜନସଂଖ୍ୟା ୩ ଲକ୍ଷରୁ ୪୦ ଲକ୍ଷ ଏବଂ ସେମାନେ ଏହି ଯୋଜନା ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି । ସେଥିମଧ୍ୟରୁ ୧୦୦ଟି ସହରକୁ ଏକ ଚ୍ୟାଲେଞ୍ଜ ମାଧ୍ୟମରେ ଚୟନ କରାଯିବ ବୋଲି ଶ୍ରୀ ଠାକୁର କହିଛନ୍ତି।

୨୦ରୁ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକୁ ୧୫୦ଟି ଇଲେକ୍ଟ୍ରିକ୍ ବସ୍, ୫ରୁ ୨୦ ଲକ୍ଷ ଓ ୩ରୁ ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକଯଥାକ୍ରମେ ୧୦୦ ଓ ୫୦ଟି ବସ୍ ପାଇବେ।

ଗ୍ରୀନ୍ ଅର୍ବାନ୍ ମୋବିଲିଟି ଇନିସିଏଟିଭ୍ ପାଇଁ ୧୮୧ଟି ସହର ଆବେଦନ କରିବାକୁ ଯୋଗ୍ୟ ବୋଲି ଶ୍ରୀ ଠାକୁର କହିଛନ୍ତି।

ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ନୋଡାଲ ମନ୍ତ୍ରଣାଳୟ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚ୍ୟୁଏ) ଏହି ଯୋଜନାର ରୂପରେଖ ପ୍ରସ୍ତୁତ କରୁଛି ଏବଂ ଆଗାମୀ କିଛି ମାସ ମଧ୍ୟରେ ଏହାକୁ ଆରମ୍ଭ କରିବାକୁ ଯୋଜନା କରିଛି।

ଇଲେକ୍ଟ୍ରିକ୍ ଯାନର ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଫାଷ୍ଟର ଆଡପ୍ସନ୍ ଆଣ୍ଡ ମ୍ୟାନୁଫାକ୍ଚରିଂ ଅଫ୍ ଇଲେକ୍ଟ୍ରିକ୍ ଯାନ (ଫେମ୍) -୨ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇଥିବା ୯ଟି ବଡ଼ ସହର ପିଏମ୍-ଇବସ୍ ସେବା ଅଧୀନରେ ବସ୍ ପାଇଁ ଆବେଦନ କରିବାକୁ ଯୋଗ୍ୟ ହେବେ ନାହିଁ ବୋଲି ମନ୍ତ୍ରଣାଳୟ ଅଧିକାରୀମାନେ କହିଛନ୍ତି।

 

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା