> ବାଜରା(Pearl Millet/Spiked Millet/ Candle Millet/Cattail Millet) - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ବାଜରା(Pearl Millet/Spiked Millet/ Candle Millet/Cattail Millet)

ବାଜରା ଏକ ବଡ଼ ଦାନାଯୁକ୍ତ ପୌଷ୍ଟିକ ଶସ୍ୟ ଅଟେ । ଏହାକୁ ଇଂରାଜୀରେ Pearl Millet/Spiked Millet/ Candle Millet/Cattail Millet କୁହାଯାଇଥାଏ । ଏହାର ବୈଜ୍ଞାନିକ ନାମ Pennisetum glaucum ଏହା ଦେଖିବାକୁ ଅଳ୍ପ ସବୁଜ ମାଟିଆ ଓ ହଳଦିଆ ରଙ୍ଗର ହୋଇଥାଏ । ଆହା ସ୍ୱାଦରେ ମଧୁର ଓ ରୁଚିକର ହୋଇଥାଏ । ଜାଉ କିମ୍ବା ରୂଟି ଆକାରରେ ବ୍ୟବହାର କରାଯାଇଥାଏ । 100 ଗ୍ରାମ ଶସ୍ୟରେ ଥିବା ଖାଦ୍ୟଗୁଣ ଗୁଡ଼ିକ ହେଲା-

କ୍ର.ସଂ. ଖାଦ୍ୟସାରର ନାମ ଏକକ ଶତକଡ଼ା ପରିମାଣ
1 ପୁଷ୍ଟିସାର ଗ୍ରାମ 11.6
2 ଶ୍ୱେତସାର ଗ୍ରାମ 66.5
3 ସ୍ନେହସାର ଗ୍ରାମ 5.0
4 ଖାଦ୍ୟ ଜାତୀୟ ତନ୍ତୁ ଗ୍ରାମ 16.0
5 ଖଣିଜ ଲବଣ ଗ୍ରାମ 2.3
6 କ୍ୟାଲସିୟମ ବା ଚୂନ ମି.ଗ୍ରାମ 42
7 ଫସଫସରସ୍ ମି.ଗ୍ରାମ 296

ଫୁସଫୁସ ଜନିତ ରୋଗ ଯଥା- କାଶ, ଶ୍ୱାସ, ସର୍ଦ୍ଦି ଓ କଫ ରଗର ଉତ୍ତମ ପଥ୍ୟ ଅଟେ । ଆମ ରାଜ୍ୟରେ ଏହା ସୀମିତ ଅଞ୍ଚଳରେ ଚାଷ କରାଯାଇଥାଏ ।

ମୃତ୍ତିକା-

ନିମିଡ଼ା, ଦୋରସା ମାଟି ଏହି ଚାଷ ପାଇଁ ଉପଯୁକ୍ତ ଅଟେ ।

କିସମ-

କ୍ର.ସଂ. କିସମର ନାମ ଅମଳ ଅବଧି (ଦିନ) ବିଶେଷ ଗୁଣ
କମ୍ପୋଜିଟ କିସମ
1 WBC-75 90
2 BSB-15 95
3 ନିର୍ମଳ-2475 76
ସଙ୍କର କିସମ
7 MBH-1108 85-90
8 BI-1048 85-90
9 PB-1705 79
10 PB-1780 80
11 GK-1116 81
12 ମହାବିକ1005 81
13 NBH-5767 83
14 ବାୟୋ-8-145 87
15 HHB-229 75
16 HHB-1200 80

ବୁଣିବା ସମୟ-

ବର୍ଷାଋତୁ-ଜୁନ୍

ଶୀତଋତୁ-ଅକ୍ଟୋବର

ବିହନ ପରିମାଣ-

4 କି.ଗ୍ରା. / ଏକର

ବିହନ ବିଶୋଧନ-

3 ଗ୍ରାମ ଥିରାମ 75 % WP କିମ୍ବା

2 ଗ୍ରାମ କାର୍ବୋଣ୍ଡାଜିମ 50 % WP / କି.ଗ୍ରା. ବିହନ

ବୁଣିବା ବ୍ୟବଧାନ-

ଦୂରତା ସେ.ମି.
ଧାଡିକୁ ଧାଡ଼ି 45
ଗଛକୁ ଗଛ 12-15
ଗଭୀରତା 5
ବର୍ଗମିଟର ପ୍ରତି ଗଛ ସଂଖ୍ୟା 14 ରୁ 18 ଟି

ଗଛ ଦୁଇ ସପ୍ତାହ ହେଲେ ଗଛକୁ ଗଛ 12-15 ସେ.ମି. ବ୍ୟବଧାନ ରଖି ବଳକା ଗଛ ଉପଡ଼ି ଦିଅନ୍ତୁ ।

ଜମି ପ୍ରସ୍ତୁତି-

ମାଟିକୁ ଭଲଭାବରେ ଚାଷକରି ଗୁଣ୍ଡ କରନ୍ତୁ । ଶେଷ ଓଡ଼ ଚାଷ ପୂର୍ବରୁ ଏକର ପ୍ରତି 2 ଟନ୍ କମ୍ପୋଷ୍ଟ ଖତ ମାଟିରେ ମିଶାଇ ଦିଅନ୍ତୁ । ଉଇ ଲାଗୁଥିଲେ ଏକର ପ୍ରତି 10 କି.ଗ୍ରା. କ୍ଲୋରପାଇରିଫସ୍ 1.5 % ଗୁଣ୍ଡମାଟିରେ ପ୍ରୟୋଗ କରି ଭଲଭାବରେ ମିଶାଇ ଦିଅନ୍ତୁ ।

ବୁଣା ପ୍ରଣାଳୀ-

ଗୋଜି ଲଙ୍ଗଳରେ ସିଆରରେ ଆବଶ୍ୟକ ପରିମାଣର ସାର, ଖତ ଦେଇ ସଠିକ ଦୂରତା ରେ ବିହନ ଲଗାଇ  ସଙ୍ଗେ ସଙ୍ଗେ ମାଟି ଘଡ଼ାଇ ଦିଅନ୍ତୁ ।

ସାର ପ୍ରୟୋଗ

24-12-12 କି.ଗ୍ରା. ଯଥାକ୍ରମେ ଯବକ୍ଷାରଜାନ(N)-ଫସଫରସ(P)-ପଟାସ (K)

ମୂଳସାର-6-12-12 କି.ଗ୍ରା. ବୁଣିବା ପୂର୍ବରୁ

ଲଗାଇବାର 15-20 ଦିନରେ 12-0-0 ଏବଂ ଲଗାଇବାର 35-40 ଦିନରେ 6-0-0 ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ ।

ଅନ୍ତଃଚାଷ-

ବୁଣିବାର 3 ସପ୍ତାହ ବେଳକୁ କୋଡ଼ାଖୁସା କରି ଗଛମୂଳକୁ ମାଟି ଟେକନ୍ତୁ । 5 ସେ.ମିରୁ ଅଧିକ ଗଭୀରରେ ଖୁସାନ୍ତୁ ନାହିଁ ।

ଜଳସେଚନ- ବର୍ଷାଦିନେ ଏହି ଫସଲ ଜଳସେଚନ ଆବଶ୍ୟକ କରେନାହିଁ । ଦେବା ସମୟରେ, ମାଆ କେଣ୍ଡା ବାହାରିବା ସମୟରେ ଓ ଦାନା ପୂରଣ ସମୟରେ ପାଣିର ଅଭାବ ହେଲେ ହାଲୁକା ଜଳସେଚନ ଦେବାକୁ ହେବ । ଏହି ଫସଲ ପ୍ରାୟ 50-55 ସେ.ମି.  ଜଳସେଚନ ଦରକାର କରିଥାଏ । ଜମିର ବତର ଦେଖି 15ରୁ 20 ଦିନ ବ୍ୟବଧାନରେ 5-6 ଟି ଜଳସେଚନ ଦରକାର କରିଥାଏ ।

ସମନ୍ୱିତ ରୋଗ-ପୋକ ପରିଚାଳନା

ଏହି ଫସଲରେ କାଣ୍ଡ ମାଛି, କାଣ୍ଡବିନ୍ଧା ଓ ଧବଳ ଭୃଙ୍ଗା ପୋକ ଏବଂ ନିମ୍ନମୁଖୀ ପତ୍ର ପୋଡ଼ା, ଆନ୍ଥ୍ରାକ୍ଲୋଜ ଓ କଳଙ୍କ ରୋଗ ଆକ୍ରମଣ କରିଥାଏ । ଏହାର ସମନ୍ୱିତ ପରିଚାଳନା ପଦ୍ଧତି ଅବଲମ୍ବନନ କରିବା ଉଚିତ୍ ।

  • ଖରାଟିଆ ଚାଷ କରନ୍ତୁ
  • ଜମିର ହିଡ଼କୁ କତିକରି ପରିଷ୍କାର ପରିଚ୍ଛନ୍ନ ଚାଷ କରନ୍ତୁ
  • ଉନ୍ନତମାନର ନିରୋଳା ଓ ନିରୋଗା ବିହନ ବ୍ୟବହାର କରନ୍ତୁ
  • ସଠିକ ଦୂରତାରେ ଗଛ ଲଗାନ୍ତୁ
  • କାଣ୍ଡବିନ୍ଧା ପୋକ ଦ୍ୱାରା ଆକ୍ରାନ୍ତ ଗଛକୁ ଉପାଡ଼ି ଦୂରସ୍ଥାନରେ ପୋତି ଦିଅନ୍ତୁ ।
  • ଏକର ପ୍ରତି 80 କି.ଗ୍ରା. ନିମ୍ବ ପିଡ଼ିଆ ଶେଷଓଡ଼ ଛା, ପୂର୍ବରୁ ବ୍ୟବହାର କନ୍ତୁ ।
  • ପ୍ରତି କି.ଗ୍ରା. ବିହନର 4 ଗ୍ରାମ ଟ୍ରାଇକୋଡର୍ମା ଭିରିଡ଼ି କଲଚର ମିଶାଇ ବିହନ ବିଶୋଧନ କରନ୍ତୁ ।
  • ଏକର ପ୍ରତି 30000 ଟ୍ରାଇକୋଗ୍ରାମା ଚିଲୋନିସ୍ ଅଣ୍ଡା ପରାଶ୍ରୟକୀଟ ପ୍ରତି ସପ୍ତାହରେ ଥରେ ଲଗାତର 3 ଥର ଛାଡ଼ନ୍ତୁ ।
  • କାଣ୍ଡମାଛି ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ 2 ମି,ଲି ୱାମ୍ବାଡ଼ା ସାଇହାଲୋଥିନ୍ କରନ୍ତୁ । 5 % ଇ.ସି. ମିଶାଇ ପତ୍ର ସିଞ୍ଚନକରନ୍ତୁ । କାଣ୍ଡବିନ୍ଧା ପୋକ ଓ ଧବଳ ଭୃଙ୍ଗ ନିୟୋନ୍ତ୍ରଣ ପାଇଁ 4 କି.ଗ୍ରା ଫିପ୍ରୋନିଲ 4% ଜି. ପ୍ରୟୋଗ କରନ୍ତୁ ।
  • ଉପରୋକ୍ତ 3ଟି ରୋଗର ନିୟୋନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ ମାନକଜେବ 50 % WP କିମ୍ବା 2.5 ଗ୍ରାମ ଥାୟୋଫେନେଟ୍ ମିଥାଇଲ୍ 70 % WP ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

ଅମଳ-

8-10 କ୍ୱିଣ୍ଟାଲ ମଞ୍ଜି /ଏକର ପ୍ରତି MSP(2022-23 Kharif) Rs.2350/- Qt

ଆୟ-

19,000/ଏକର

ବ୍ୟୟ-

ପ୍ରାୟ 15,000/-

ମିଲେଟ ସମ୍ପର୍କରେ ଅଧିକ ଜାଣନ୍ତୁ ।

ଜାଣନ୍ତୁ କିଛି କୃଷି ସୂଚନା

Source: RRTTSS, Sundargarh, Kirei

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା