> କୃଷିରେ ଜୈବିକ ଉପଚାର - Krishi Vigyan Kendra, Sundargarh-I
Chasbas
KVK, Sundargarh-I

କୃଷିରେ ଜୈବିକ ଉପଚାର

କୃଷିରେ ଜୈବିକ ଉପଚାରବୀଜାମୃତ

ଆବଶ୍ୟକୀୟ ସାମଗ୍ରୀ

  1. ଗୋବର – 5 କେ.ଜି.
  2. ଗୋମୂତ୍ର – 5 ଲିଟର
  3. ଗାଈ କ୍ଷୀର – 1 ଲିଟର
  4. ଚୂନ – 250 ଗ୍ରାମ୍
  5. ପାଣି – 100 ଲିଟର

ବ୍ୟବହାର

ଏସବୁକୁ ଗୋଟିଏ ଡ୍ରମରେ ମିଶାଇ ରାତିଟିଏ ରଖିବା । ଏବି ଦ୍ରବଣକୁ ସକାଳ ବେଳା ବିହନ ଉପରେ ସିଞ୍ଚନ କରି ଛାଇରେ ଶୁଖାଇ ବିହନକୁ ବୁଣିବା ।


ଜୀବାମୃତ

ଆବଶ୍ୟକୀୟ ସାମଗ୍ରୀ

  1. ଗୋବର – 10 କେ.ଜି.
  2. ଗୋମୂତ୍ର – 10 ଲିଟର
  3. ଗୁଡ଼- 2 କେ.ଜି
  4. ଡ଼ାଲିଗୁଣ୍ଡ (ହରଡ଼, ବିରି, ମୁଗ, ଝୁଡ଼ଙ୍ଗ ଆଦି) – 2 କେ.ଜି
  5. ଜୀବନ୍ତ ମାଟି (ସୁସ୍ଥ ମାଟି) 2 କେ.ଜି
  6. ପାଣି – 200 ଲିଟର

ପ୍ରସ୍ତୁତି

  • 200 ଲିଟର ଡ଼୍ରମରେ ପ୍ରଥମେ 100 ଲିଟମ ପାଣିରେ 10 କେ.ଜି ଗୋବର ଓ 10 ଲିଟର ଗୋମୂତ୍ରକୁ ଗୋଟିଏ କାଠ ସାହାଯ୍ୟରେ ଗୋଳାନ୍ତୁ ।
  • ଡ଼୍ରମର ମୁହଁରୁ 3”ଛାଡ଼ି ପାଣିରେ ଡ୍ରମକୁ ପୂର୍ଣ୍ଣ କରନ୍ତୁ ।
  • ଏଥିରେ ଗୁଡ଼, ଡ଼ାଲିଗୁଣ୍ଡ ଓ ଜୀବନ୍ତ ମାଟିକୁ ମିଶାଇ ସଢିବା ପାଇଁ 2 ଦିନ ଛାଡ଼ି ଦିଅନ୍ତୁ ।
  • ପ୍ରତିଦିନ ଏହି ଦ୍ରବଣକୁ 3ଥର ଘାଣ୍ଟନ୍ତୁ ।

ବ୍ୟବହାର

ମାଟିରେ ସିଞ୍ଚନ କରିବା ବା ସେଚ ଜଳରେ ଛାଡ଼ିବା । 3 ଥର ବ୍ୟବହାର କରିବାକୁ ହୁଏ ।

  • ପ୍ରଥମ- ବିହନ ବୁଣିବା ପୂର୍ବରୁ
  • ଦ୍ୱିତୀୟ-ବୁଣାର 20 ଦିନ ପରେ ଓ
  • ତୃତୀୟ- ବୁଣାର 45 ଦିନ ପରେ ।

ଏହାକୁ 10-20 ଗୁଣ ପାଣି ମିଶାଇ ଫସଲରେ ସିଞ୍ଚନ କଲେ ଫସଲ ବୃଦ୍ଧି ହେବା ସହିତ ଅଧିକ ଫୁଲ ଫୁଟିଥାଏ ଓ ଅମଳ ବଢିଥାଏ ।

 


ଗୋକୃପା ଅମୃତମ

ଆବଶ୍ୟକୀୟ ସାମଗ୍ରୀ

  1. ଦହି – 2 ଲିଟର
  2. ଗୁଡ଼-2 କେ.ଜି
  3. ଗୋକୃପା ଅମୃତମ କଲଚର- 2 ଲିଟର
  4. ଆବଶ୍ୟକ ମୁତାବକ ପାଣି

ବ୍ୟବହାର

ଏସବୁକୁ ଗୋଟିଏ 200 ଲିଟର ଡ଼୍ରମରେ ମିଶାଇ ରଖିବା । ଏହାକୁ ଏକ ଏକର ଚାଷ ଜମି ପାଇଁ ବ୍ୟବହାର କରିପାରିବା ।


ବ୍ରହ୍ମାସ୍ତ୍ର

ପ୍ରସ୍ତୁତି

  1. 3 କେ.ଜି ନିମ୍ବ ପତ୍ରକୁ 10 ଲିଟର ଗୋମୂତ୍ରରେ ପେଷନ୍ତୁ ବା ବାଟନ୍ତୁ ।
  2. ସେହିଭଳି 2 କେ.ଜି. ଆତପତ୍ର, 2 କେ.ଜି ଅମୃତଭଣ୍ଡା ପତ୍ର, 2 କେ.ଜି ଡାଳିମ୍ବ ପତ୍ର ଏବଂ 2 କେ.ଜି ପିଜୁଳି ପତ୍ରକୁ ପାଣିରେ ପେଷନ୍ତୁ ।
  3. ଉଭୟକୁ ମିଶାଇ ସମାନ ସମୟ ଅନ୍ତରରେ 5 ଥର ସିଝାନ୍ତୁ , ଯେପରି ଶେଷରେ ମାତ୍ର ଅଧା ରହିବ ।
  4. 24 ଘଣ୍ଟା ପାଇଁ ବାହାରେ ରଖି ତାକୁ ଚିପୁଡ଼ି ରସ ବାହାର କରନ୍ତୁ ।
  5. ଏହା କାଚପାତ୍ରରେ 6 ମାସ ସାଇତି ରଖିହେବ ।

ବ୍ୟବହାର

ଏଥିରୁ 2-2.5 ଲିଟର ନେଇ 100 ଲିଟର ପାଣିରେ ମିଶାଇ ଏକ ଏକର ଫସଲରେ ସିଞ୍ଚନ କରାଯିବ ।


ନିମାସ୍ତ୍ର

ଆବଶ୍ୟକୀୟ ସାମଗ୍ରୀ

  1. ଦେଶୀ ଗାଈ ଗୋବର – 2 କେ.ଜି
  2. ଦେଶୀ ଗାଈ ମୂତ୍ର – 5 ଲିଟର
  3. ନିମ୍ବପତ୍ର – 5 କେ.ଜି
  4. ଆବଶ୍ୟକ ମୁତାବକ ପାଣି

ପ୍ରସ୍ତୁତି ପ୍ରଣାଳୀ

  1. 5 କେ.ଜି ନିମ୍ବପତ୍ରକୁ ପାଣିରେ ପେଷନ୍ତୁ ।
  2. ଏଥିସହ 5 ଲିଟର ଗୋମୂତ୍ର ଓ 2 କି.ଗ୍ରା ଗୋବର ମିଶାନ୍ତୁ ।
  3. ଏହାକୁ 24 ଘଣ୍ଟା ସଢିବାକୁ ଛାଡ଼ିଦିଅନ୍ତୁ ।
  4. ଏହାକୁ ଚିପୁଡ଼ି ରସ ବାହାର କରନ୍ତୁ ଓ 100 ଲିଟର ପାଣିରେ ମିଶାନ୍ତୁ ।
  5. ଏହା ଏକ ଏକର ଫସଲରେ ସିଞ୍ଚନ ପାଇଁ ଯଥେଷ୍ଟ ।

ବ୍ୟବହାର

ଏହି ଦ୍ରବଣକୁ ଏକ ଏକର ଫସଲରେ ଶୋଷକ କୀଟ ଓ ମିଲିବଗ୍ ଆଦିର ଦମନ ପାଇଁ ବ୍ୟବହାର କରିପାରିବେ ।


ଅଗ୍ନେୟାସ୍ତ୍ର

ଆବଶ୍ୟକୀୟ ସାମଗ୍ରୀ

  1. ପ୍ଲାଷ୍ଟିକ ଡ଼୍ରମ – 50 ଲିଟର କ୍ଷମତା
  2. ଗୋମୂତ୍ର – 10 ଲିଟର
  3. ଧୂଆଁପତ୍ର – 1 କି.ଗ୍ରା.
  4. ନିମ୍ବ ପତ୍ର – 5 କି.ଗ୍ରା.
  5. କଞ୍ଚାଲଙ୍କା- 500 ଗ୍ରାମ
  6. ରସୁଣ – 500 ଗ୍ରାମ
  7. ବାଡ଼ି-1ଟି
  8. ଛଣା କପଡ଼ା – 1ଟି

ପ୍ରସ୍ତୁତି ପ୍ରଣାଳୀ

  • ଏକ ପ୍ଲାଷ୍ଟିକ ଡ଼୍ରମ ନିଅନ୍ତୁ । ସେଥିରେ 10 ଲିଟର ଗୋମୂତ୍ର ଢାଳନ୍ତୁ ।
  • 1 କି.ଗ୍ରା. ଧୂଆଁପତ୍ରକୁ ଛେଚି ଏହାର ମଣ୍ଡକୁ ମିଶାନ୍ତୁ ।
  • ଏହାପରେ ସେଥିରେ 500 ଗ୍ରାମ କଞ୍ଚାଲଙ୍କା ଓ 500 ଗ୍ରାମ ରସୁଣକୁ ବାଟି ପକାଇ ଭଲଭାବରେ ଏକ ବାଡ଼ି ସାହାଯ୍ୟରେ ଗୋଳାନ୍ତୁ ।
  • କିଛି ସମୟପରେ ସେହି ମିଶ୍ରଣରେ 5 କି.ଗ୍ରା ନିମ୍ବ ପତ୍ରକୁ ଛେଚି ଏହା ମଣ୍ଡକୁ ପକାଇ ଭଲଭାବରେ ଗୋଳାନ୍ତୁ ।
  • ଏହି ମିଶ୍ରଣକୁ 30 ମିନିଟ୍ ଲେଖାଏଁ ପ୍ରତି 1 ଘଣ୍ଟା ବ୍ୟବଧାନରେ ଫୁଟାନ୍ତୁ ।
  • ମିଶ୍ରଣଟି ଥଣ୍ଡା ହେଲାପରେ ଗୋଟିଏ ପତଳା କପଡ଼ାରେ ଛାଣି 24 ଘଣ୍ଟା ରଖନ୍ତୁ ଏବଂ ଡ୍ରମର ମୁହଁକୁ ଭଲଭାବରେ ବନ୍ଦ କରିଦିଅନ୍ତୁ ।

ପ୍ରୟୋଗ ପ୍ରାଣାଳୀ

  • 1 ଲିଟର ଅଗ୍ନେୟାସ୍ତ୍ରରେ 50 ଲିଟର ପାଣି ମିଶାଇ ସନ୍ଧ୍ୟା ସମୟରେ ପତ୍ର ସିଞ୍ଚନ କରନ୍ତୁ ।
  • ପ୍ରତି 15 ଦିନରେ ଥରେ ପ୍ରୟୋଗ କରନ୍ତୁ ।
  • ଏହି ଅଗ୍ନେୟାସ୍ତ୍ର ଫସଲରେ ଲାଗୁଥିବା କାଣ୍ଡବିନ୍ଧା ପୋକ, ଫଳ ବିନ୍ଧା, ଛୁଇଁ ବିନ୍ଧା, ପତ୍ରମୋଡ଼ା ଇତ୍ୟାଦି ପୋକ ମାନଙ୍କୁ ଦମନ କରିଥାଏଲ।
  • ଏହି ମିଶ୍ରଣକୁ ମଧ୍ୟ ପନିପରିବା, ଫଳ ଗଛ, ଫୁଲଗଛରେ ମଧ୍ୟ ପ୍ରୟୋଗ କରି ପାରିବେ ।
  • ଏହି ମିଶ୍ରଣ ପ୍ରସ୍ତୁତ ହେବା ଦିନରୁ 6 ମାସ ପର୍ଯ୍ୟନ୍ତ ରଖି ବ୍ୟବହାର କରି ପାରିବେ ।

ମାଟି ହାଣ୍ଡି ଖତ

ଆବଶ୍ୟକୀୟ ସାମଗ୍ରୀ

  1. ବଡ଼ ମାଠିଆ – ଅନୁମାନିକ (5-7 ଲିଟର କ୍ଷମତା) – 1ଟା
  2. ଦୁଇ ଦିନର ଗୋବର – 1 କି.ଗ୍ରା.
  3. ଗୋମୂତ୍ର – 5 ଲିଟର
  4. ଗୁଡ଼ – 50 ଗ୍ରାମ
  5. କରଞ୍ଜ ପତ୍ର – 1 କି.ଗ୍ରା.
  6. ନିମ୍ବପତ୍ର – 1 କି.ଗ୍ରା.
  7. ଅରଖ ପତ୍ର – 1 କି.ଗ୍ରା.
  8. ବାଡ଼ି-1 ଟି
  9. ଛଣା କପଡ଼ା – 1ଟି

ପ୍ରସ୍ତୁତି ପ୍ରଣାଳୀ

  • ନିମ୍ବ, ଅରଖ ଓ କରଞ୍ଜ ପତ୍ରକୁ ଟିକିଚିକି କରି ବାଟନ୍ତୁ ଏବଂ ମାଠିଆ ଭିତରେ ପକାନ୍ତୁ ।
  • ଏହାପରେ ଆବଶ୍ୟକୀୟ ଗୋବର, ଗୁମୂତ୍ର ଏବଂ ଗୁଡ଼କୁ ମାଠିଆରେ ପକାଇ ଏକ ବାଡ଼ି ଦ୍ୱାରା ଭଲଭାବରେ ଘାଣ୍ଟନ୍ତୁ ।
  • ପରେ ମାଠିଆର ମୁହଁକୁ ଭଲ ଭାବରେ ଘଡ଼ାଇ ଦିଅନ୍ତୁ ।
  • ଏହି ମିଶ୍ରଣକୁ 10 ଦିନ ଏକ ନିରାପଦ ଓ ଛାଇ ସ୍ଥାନରେ ରଖନ୍ତୁ ।
  • ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ଏକ ବାଡ଼ି ସାହାଯ୍ୟରେ ଘାଣ୍ଟି ମାଠିଆ ମୁହଁକୁ ଘୋଡ଼ାଇ ଦିଅନ୍ତୁ ।
  • 10 ଦିନ ପରେ ଅନ୍ୟ ଏକ ପାତ୍ରକୁ ଏକ ଛଣା କପଡ଼ା ସାହାଯ୍ୟରେ ତରଳ ହାଣ୍ଡିତକୁ ଛାଣନ୍ତୁ ।
  • ଏହି ତରଳ ପଦାର୍ଥକୁ 6 ମାସ ପର୍ଯ୍ୟନ୍ତ ରଖି ବ୍ୟବହାର କରି ପାରିବେ ।
  • ମାଠିରୁ ତରଳ ପଦାର୍ଥ ନିଷ୍କାସନ ପରେ ପୁନର୍ବାର ଏଥିରେ 5 ଲିଟର ଗୋମୂତ୍ର ମିଶାଇ ଭଲ ଭାବରେ ଘାଣ୍ଟି ପୁଣି 10 ଦିନ ପାଇଁ ଘୋଡ଼ାଇ ଦିଅନ୍ତୁ ।
  • ଏହିପରି ତରଳ ହାଣ୍ଡିଖତ ନିଷ୍କାସନ କରି ଓ ଗୋମୂତ୍ରକୁ ପୂନର୍ବାର ମିଶାଇ ଏହାକୁ ତିନଥର ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ ।
  • ତିନିଥର ବ୍ୟବହାର ପରେ ମାଠିଆରେ ଥିବା ଖତକୁ ଜମିରେ ପକାଇ ଦିଅନ୍ତୁ ।

ପ୍ରୟୋଗ ପ୍ରଣାଳୀ

  • ମାଣ୍ଡିଆ ରୋଇବାର 20-30 ଦିନ ପରେ 1 ଲିଟର ହାଣ୍ଡିଖତରେ 40 ଲିଟର ପାଣି ମିଶାଇ ପ୍ରତିଷେଧକ ରୂପେ ବ୍ୟବହାର କରନ୍ତୁ ।
  • ଫସଲରେ ରୋଗ ଓ ପୋକ ଲାଗିଲେ 1 ଲିଟର ହାଣ୍ଡିଖତରେ 20 ଲିଟର ପାଣି ମିଶାଇ ନିରାକରଣ ପାଇଁ ପ୍ରୟୋଗ କରନ୍ତୁ । ଏହା ପତ୍ରକଟା ପୋକ, ନଳିପୋକ, ଲେଡ଼ାପୋକ, ପତ୍ରମୋଡ଼ା ପୋକ ମାନଙ୍କୁ ଦମନ କରେ ।
  • 1 ଲିଟର ପାଣିରେ 20 ମି.ଲି. ହାଣ୍ଡିଖତ ମିଶାଇ ଯେ କୌଣସି ବିହନକୁ 15 ରୁ 2 ମିନିଟି ପର୍ଯ୍ୟନ୍ତ ବତୁରାଇ ବୁଣିପାରିବା ।
  • ଏହା ଫସଲକୁ କବକ ଓ ଜୀବାଣୁ ଜନିତ ରୋଗରୁ ରକ୍ଷା କରିଥାଏ ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା