> ଯୁବବର୍ଗ ପାଇଁ “ନୂତନ ଉନ୍ନତ ଅଭିଳାଷା” ଯୋଜନାର ଅନୁମୋଦନ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଯୁବବର୍ଗ ପାଇଁ “ନୂତନ ଉନ୍ନତ ଅଭିଳାଷା” ଯୋଜନାର ଅନୁମୋଦନ

ଯୁବବର୍ଗ ପାଇଁ “ନୂତନ ଉନ୍ନତ ଅଭିଳାଷା” ଯୋଜନାର ଅନୁମୋଦନ

ତା 11 ଅଗଷ୍ଟ 2023 ରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ନୂତନ ଉନ୍ନତ ଅଭିଳାଷା (ନୂଆ) ଓଡିଶା ଯୋଜନା ଅନୁମୋଦିତ ହୋଇଅଛି । ସ୍କିଲ-ଇନ-ଓଡିଶା ଅଭିଯାନର ପରିସର ବୃଦ୍ଧି କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହି ଯୋଜନାରେ ଆଗାମୀ 3 ବର୍ଷ ମଧ୍ୟରେ ପ୍ରତି ବର୍ଷ 1 ଲକ୍ଷ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି କରାଯିବ ।  ଏଥିପାଇଁ ରାଜ୍ୟ ସରକାର 385 କୋଟି ଟଙ୍କା ବ୍ୟୟ କରିବେ । ରାଜ୍ୟର 30 ଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ସାମ୍ପ୍ରତିକ ସମୟରେ ଦକ୍ଷ ମାନବ ସମ୍ବଳର ଯଥେଷ୍ଟ ଆବଶ୍ୟକତା ରହିଛି  ଯାହାକି ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦୂର କରିପାରିବ ।  ଏହି ଯୋଜନା ଜରିଆରେ ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ, ଶିଳ୍ପ ସଂଯୋଗକୁ ପ୍ରତ୍ସାହିତ କରିବ ଏବଂ ନିଯୁକ୍ତି ଦକ୍ଷତା ବୃଦ୍ଧି କରି ମାନବ ସମ୍ବଳ ଅଭାବକୁ ଦୂରକରିବାକୁ ସକ୍ଷମ ହେବ । ଏଥିରେ ଯୁବ ବର୍ଗ ପାଇଁ ନୂତନ ଦକ୍ଷତା, ବିଦ୍ୟମାନ ଛାତ୍ର ଛାତ୍ରୀଙ୍କ ପାଇଁ ଆଡ଼୍ ଅନ୍ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୁବକ ମାନଙ୍କପାଇଁ ଡ଼ିଜିଟାଲ ଇ-ପାଠ୍ୟକ୍ରମ, ବିଭିନ୍ନ ଅନୁଷ୍ଠାନରେ ଛାତ୍ର ଛାତ୍ରୀଙ୍କ ପାଇଁ ନିଯୁକ୍ତି ଆଦିର ବ୍ୟବସ୍ଥା କରାଯିବ ।  ଏହି ଯୋଜନାରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିଭାଗର ଦକ୍ଷ ଅନୁଷ୍ଠାନ ଯତା- ଆଇ.ଟି.ଆଇ., ପଲିଟେକ୍ନିକ୍, ସରକାରୀ ଦକ୍ଷତା ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ, କ୍ଲଷ୍ଟର(ଏମ୍.ଏସ୍.ଏମ୍.ଇ), କୃଷି, ହସ୍ତଶିଳ୍ପ ମାଧ୍ୟମରେ ଦକ୍ଷତା, ପୁନଃଦକ୍ଷତା ଏବଂ ଅପସ୍କିଲିଂ ପାଇଁ ସୁଯୋଗ ପ୍ରଦାନ କରାଯିବ । ରାଜ୍ୟରେ ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ର, ସୁସ୍ଜିତ ଲ୍ୟାବ ଏବଂ ସୁଦୃଢ ଦକ୍ଷତା ପରିବେଶ ପ୍ରତିଷ୍ଠିତ ହୋଇ  ସ୍କିଲ-ଇନ-ଓଡିଶା ଆହୁରି ସୁଦୃଢ ହେବ ।

FAQ:

ନୂଆ (NUA) କଣ ?

ଏହା ୧୧ ଅଗଷ୍ଟ ୨୦୨୩, ଶୁକ୍ରବାର ଦିନ ଓଡିଶା ରାଜ୍ୟ କ୍ୟାବିନେଟରେ ଏହି ଯୋଜନା ଅନୁମୋଦି ହୋଇଛି  ।   “ନୂତନ ଉନ୍ନତ ଅଭିଳାଷା” ଯୋଜନା ବା Nutana Unnata Abhilasha (NUA) ଯୋଜନାରେ ଆଗାମୀ 3 ବର୍ଷ ମଧ୍ୟରେ ପ୍ରତି ବର୍ଷ 1 ଲକ୍ଷ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି କରାଯିବ ।  ଏଥିପାଇଁ ରାଜ୍ୟ ସରକାର 385 କୋଟି ଟଙ୍କା ବ୍ୟୟ କରିବେ । ରାଜ୍ୟର 30 ଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

1 thought on “ଯୁବବର୍ଗ ପାଇଁ “ନୂତନ ଉନ୍ନତ ଅଭିଳାଷା” ଯୋଜନାର ଅନୁମୋଦନ”

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା