> ନବୀନ କାର୍ଡର ଶୁଭାରମ୍ଭ: ରାଜ୍ୟର 90% ଲୋକ ହେବେ ଉପକୃତ । - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ନବୀନ କାର୍ଡର ଶୁଭାରମ୍ଭ: ରାଜ୍ୟର 90% ଲୋକ ହେବେ ଉପକୃତ ।

‘ନବୀନ କାର୍ଡ’ରେ ଅନ୍ତର୍ଭୂକ୍ତ ହେବେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର

 

  • ଉପକୃତ ହେବେ ରାଜ୍ୟର 1.10  କୋଟି ପରିବାର

  • ଜଟିଳ ରୋଗର ଚିକିତ୍ସାରେ ଅର୍ଥ ବାଧକ ହେବନାହିଁ

  • ସମଗ୍ର ଦେଶରେ ବିଏସକେୱାଇ ଏକ ଅନନ୍ୟ ଉଦାହରଣ

‘ନବୀନ କାର୍ଡ଼’ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ର ପରିସର ଆହୁରି ବୃଦ୍ଧି କରିଛନ୍ତି । ଏହି କାର୍ଡ଼ ପ୍ରଚଳନ ଫଳରେ ରାଜ୍ୟର 90% ଲୋକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପରିଧି ମାଧ୍ୟମରେ ରହିବେ । ରାସନ କାର୍ଡ଼ଧାରୀ ହୋଇନଥିଲେ ମଧ୍ୟ ଘରୋଇ ଡ଼ାକ୍ତରଖାନାରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବେ ପାଇପାରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଯୋଜନାରୁ ବଞ୍ଚିତ ଗ୍ରାମାଞ୍ଚଳର ଲୋକ ମଧ୍ୟ ଏହାଦ୍ୱାରା ଉପକୃତ ହେବେ ।

ତେବେ ବିଏସକେୱାଇ ‘ନବୀନ କାର୍ଡ଼’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଫଳରେ ଆମ ରାଜ୍ୟର ସବୁ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଏସକେୱାଇକୁ ପର୍ଯ୍ୟାୟ କ୍ରମେ ସଂପ୍ରସାରିତ କରାଯାଉଛି । ଏହା ହେଉଛି ବିଏସକେୱାଇର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ । ଏହି ପର୍ଯ୍ୟାୟରେ ବିଏସକେୱାଇରୁ ବଞ୍ଚିତ ହୋଇଥିବା ଗ୍ରାମଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ଡ଼ାକ୍ତରଖାନା ଗୁଡ଼ିକରେ କ୍ୟାସଲେସ୍ ସୁବିଧା ମିଳିପାରିବ । କେବଳ ସରକାରୀ କର୍ମଚାରୀ ଏବଂ ଆୟକର ଦାତାମାନଙ୍କୁ ବାଦଦେଇ ଗ୍ରାମଞ୍ଚଳର ସବୁ ପରିବାର ଏଥିରେ ସାମିଲ ହୋଇପାରିବେ । ଯେଉଁମାନେ ବିଏସକେୱାଇରେ ସାମିଲ ହୋଇ ନାହାନ୍ତି ସେମାନେ ମଧ୍ୟ ଏହି ନୂଆ ଯୋଜନାରେ ସାମିଲ ହୋଇପାରିବେ । ସେମାନେ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତି ଘରୋଇ ହସ୍ପିଟାଲ ଗୁଡ଼ିକରେ ଚିକିତ୍ସା ସୁବିଧା ପାଇପାରିବେ । ବିଏସକେୱାଇ ନବୀନ କାର୍ଡ଼ ହିତାଧିକାରୀ ବାର୍ଷିକ 5 ଲକ୍ଷ ଟଙ୍କା ଯାହାକି ମହିଳାଙ୍କ ପାଇଁ 10 ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇବ । ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର 1 କୋଟି 10 ଲକ୍ଷରୁ ଅଧିକ ପରିବାର ଯାହାକି ଆମ ଲୋକ ସଂଖ୍ୟାର 90 ଶତକଡ଼ା ଅଟେ ।

ପ୍ରଥମ ପର୍ଯ୍ୟାୟ କଣ?

ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍ଧ ଚିକିତ୍ସା ସୁବିଧା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ଚିକିତ୍ସା ସୁବିଧା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ କରାଯାଇଛି ।

ଦ୍ୱିତୀୟ ପର୍ଯ୍ୟାୟ କଣ?

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବିଏସକେୱାଇ ଅଧୀନରେ ଘରୋଇ ଡ଼ାକ୍ତରଖାନାରେ ଗୁଡ଼ିକରେ ବିନା ଦେୟରେ ସର୍ବୋତ୍ତମ ଚିକିତ୍ସା ସୁବିଧା ମିଳୁଛି ।

ତୃତୀୟ ପର୍ଯ୍ୟାୟ କଣ?

ମାତ୍ର ତୃତୀୟ ପର୍ଯ୍ୟାୟରେ ବିଏସକେୱାଇ ‘ନବୀନ କାର୍ଡ଼’  କେବଳ ଜଟିଳ ରୋଗ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ରହିବ । ଯାହାକି ଗ୍ରାମଞ୍ଚଳରେ ରହୁଥିବା ପ୍ରତ୍ୟେକ ନାଗରିକ (ସରକାରୀ କର୍ମଚାରୀ ଓ ଆୟକର ଦାତାଙ୍କୁ ବାଦ୍ ଦେଇ) ଏହି କାର୍ଡ଼ ଓ ସୁବିଧା ପାଇବେ । ପୁରୁଣା ବିଏସକେୱାଇ କାର୍ଡ଼ଧାରୀ ପୂର୍ବପରି ସବୁ ସୁବିଧା ପାଇବେ ।

ଅପଡ଼େଟ୍ 02.01.2024

  • ଚଳିତ ମାସ 6 ତାରିଖରୁ ବିଜୁ ସ୍ୱାସ୍ଥ୍ୟ ଯୋଜନା (ବିଏସକେୱାଇ) ନବୀନ କାର୍ଡ଼ ପାଇଁ ପଞ୍ଜିକରଣ ଆରମ୍ଭ ହେବ ।
  • ଗ୍ରାମାଞ୍ଚଳରେ ରହୁଥିବା  ଯେଉଁ ଲୋକମାନେ ଏହି କାର୍ଡ଼ରେ ସାମିଲ ହୋଇ ନାହାନ୍ତି (ସରକାରୀ କର୍ମଚାରୀ, ପେନସନ୍ ଭେୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ  ଆୟକର ଦାତାଙ୍କୁ ବାଦ ଦେଇ) ବିଏସକେୱାଇ ନବୀନ କାର୍ଡ଼ ପାଇଁ ଅନଲାଇନରେ ପଞ୍ଜିକରଣ କରିପାରିବେ www.bskynabin.odisha.in ଜରିଆରେ ଅନଲାଇନରେ ଆବେଦନ କରିପାରିବେ ।
  • ଜାନୁଆରୀ 6 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ ।
  • 2024 ମେ ମାସ 1 ତାରିଖରୁ ବିଏସକେୱାଇ ନବୀନ କାର୍ଡ଼ ଗଣମାଧ୍ୟମରେ ଅପଲୋଡ଼ କରିବେ ।
  • ସେହିପରି ମିଶନ ଶକ୍ତି, ପଞ୍ଚାୟତିରାଜ, ମହିଳା ଓ ଶିଶୁ କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ଷେତ୍ର ସ୍ତରୀୟ ଅଧିକାରୀମାନେ ଏହି କାର୍ଡ଼ ସମ୍ପର୍କରେ ପ୍ରଚାର ପ୍ରସାର କରିବେ ।

ଅଧିକ ସୂଚନା ପାଆନ୍ତୁ ସରକାରୀ ୱେବସାଇଟରୁ 

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ଅଧିକ ସୂଚନା

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା