> 6 ଟି ଶସ୍ୟର ଏମ.ଏସ୍.ପି ବୃଦ୍ଧି - Krishi Vigyan Kendra, Sundargarh-I
Chasbas
KVK, Sundargarh-I

6 ଟି ଶସ୍ୟର ଏମ.ଏସ୍.ପି ବୃଦ୍ଧି

କେନ୍ଦ୍ର ସରକାରଙ୍କ ତରଫରୁ ଦେଶର କୋଟି କୋଟି ଚାଷୀଙ୍କୁ ମିଳିଛି ଦିପାବଳୀ ଭେଟି ।  କେନ୍ଦ୍ର କ୍ୟାବିନେଟରେ ଗହମ ସମେତ 6  ଟି ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ.ଏସ୍.ପି) ବଢାଇ ଚାଷୀମାନଙ୍କୁ ପାର୍ବଣ ଉପହାର ପ୍ରଦାନ କରିଛନ୍ତି । ଏହି ଶସ୍ୟ ଗୁଡ଼ିକ ମଧ୍ୟରେ ଗହମ, ବାର୍ଲି, ଚଣା, ମସୁର, ରାଶି, ସୋରିଷ ଓ ସୂର୍ଯ୍ୟମୂଖୀ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟପାର ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟିରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି ।

କ୍ୱିଣ୍ଟାଲ ପିଛା ସର୍ବାଧିକ ବୃଦ୍ଧି ।

ଶସ୍ୟର ନାମ ସର୍ବାଧିକ ଏମ.ଏସ୍.ପି ବୃଦ୍ଧି ବୃଦ୍ଧିପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ.ଏସ୍.ପି)
ଗହମ 150 2275
ବାର୍ଲି 115 1850
ଚଣା 105 5440
ମସୁର 425 6425
ରାଶି 200 5650
ସୋରିଷ 200 5650
ସୂର୍ଯ୍ୟମୂଖୀ 150 5800

ଏହି ଦର 2024-25 ବିପଣନ ବର୍ଷ ନିମନ୍ତେ କାର୍ଯ୍ୟକାରୀ ହେବ ।

ସୂଚନାଯୋଗ୍ୟ ଯେ, ସରକାର ନିଜ ଏଜେନ୍ସି ଜରିଆରେ ଚାଷୀଙ୍କ ଠାରୁ ସହାୟାକ ମୂଲ୍ୟରେ ଶସ୍ୟ ସଂଗ୍ରହ କରିଥାନ୍ତି । ଶସ୍ୟ ବିବିଧତାକୁ କେନ୍ଦ୍ର ସରକାର ସହାୟତା ଦେଉଛନ୍ତି । ଖାଦ୍ୟ ସୁରକ୍ଷା ବଢାଇବା ପାଇଁ ତୈଳବୀଜ, ଡ଼ାଲି ଓ ମିଲେଟ୍ ଆଦି ଶସ୍ୟକୁ ଗୁରୁତ୍ୱ ଦିଆଯାଉଅଛି । ଉଦ୍ଦେଶ୍ୟ ହେଉଛି ଚାଷୀ ଆୟ ବଢାଇବା ଏବଂ ଆମଦାନୀ ଉପରୁ ନିର୍ଭରତା କମାଇବା ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା