> 181 ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ଯାନର ଉଦଘାଟନ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

181 ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ଯାନର ଉଦଘାଟନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଶୁକ୍ରବାର ତା 8.9.2023 ରିଖ ଦିନ କଳିଙ୍ଗ ଷ୍ଟାଡ଼ିୟମ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ  181 ଗୋଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା (ମୋବାଇଲ ଭେଟେରିନାରୀ ୟୁନିଟ୍) ଯାନକୁ ପତକା ଦେଖାଇ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯାନ ଗୁଡ଼ିକ ପ୍ରାଣୀଚିକିତ୍ସା ଅନୁଷ୍ଠାନରୁ ଦୂରରେ ଥିବା ଗାଁ ଚାଷୀଙ୍କ ଦ୍ୱାର ମୁହଁରେ ଚିକିତ୍ସା ପହଞ୍ଚାଇବ । ପୂର୍ବରୁ ମୋବାଇଲ ଭେଟେରିନାରୀ ୟୁନିଟ୍ କାମ କରିଥିଲା ମାତ୍ର ଏହି ଗାଡ଼ି ଗୁଡିକ ଭଡ଼ାରେ ଭଡ଼ାରେ ଆସୁଥିଲା ।  ଏବେ ରାଜ୍ୟସରକାର ନିଜସ୍ୱ ଗାଡ଼ିର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟୟରେ 30 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି  ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ 181ଟି ମୋବାଇଲ୍ ଭେଟେରିନାରୀ ୟୁନିଟ୍ ପ୍ରଦାନ କରାଯିବ । ଏହି ଭେଟେରିନାରୀ ୟୁନିଟ୍ ଗୁଡ଼ିକରେ ଉନ୍ନତମାନର ପ୍ରାଣୀ ଚିକିତ୍ସା ପ୍ରଦାନ କରାଯିବ । ଏହା ସହିତ ସେଥିରେ ଥିବା ବିଶେଷଜ୍ଞ ମାନେ ଚାଷୀଙ୍କୁ ସେ ସମ୍ପର୍କିତ ପରାମର୍ଶ ମଧ୍ୟଦେବେ । ଏହି ୟୁନିଟ୍ ଗୁଡ଼ିକ ଖୋଲାରେ ବୁଲୁଥିବା ପଶୁଙ୍କୁ ମଧ୍ୟ ଜରୁରୀକାଳୀନ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଯୋଗାଇବ ।

ମୋବାଇଲ୍ ଭେଟେରିନାରୀ ୟୁନିଟ୍ ଗୁଡ଼ିକର ଲକେସନ୍ ଜାଣିବା ପାଇଁ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଜିପିଏସ୍) ବ୍ୟବସ୍ଥା ରହିବ । 5ଟି ବ୍ୟବସ୍ଥା ଅନୁସାରେ ଏହି ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟସରକାର ପଶୁପାଳନ କରୁଥିବା ଚାଷୀଙ୍କ ରୋଜଗାର ବଢାଇବା ତଥା ସେମାନଙ୍କ ମୁହଁରେ ଖୁସି ଆଣିବାକୁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି ।

ଏହି ଅବସରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, 5ଟି ସଚିବ ଭି.କେ. ପାଣ୍ଡିଆନ୍, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ପ୍ରମୁଖ ସଚିବ ଓ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା