ଖରିଫ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଅବଧି ଜାନୁୟାରୀ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା
- ଚଳିତ ବର୍ଷ ଖରିଫ ମାଣ୍ଡିଆ ସଂଗ୍ରହ 01 ଜାନୁୟାରୀ ମାସରୁ ଆରମ୍ଭ ହୋଇ 31 ମାର୍ଚ୍ଚ 2024 ପର୍ଯ୍ୟନ୍ତ ଚାଲୁ ରହିବ ।
- ସମସ୍ତ ମାଣ୍ଡିଆ ଚାଷୀ ନିକଟସ୍ଥ ଅନୁମୋଦିତ ସଂଗ୍ରହକାରୀ ସଂସ୍ଥା ଯଥା – କୃଷକ ସଂଗଠନ, PACS/LAMPCS, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ 15 ଜାନୁୟାରୀ 2024 ମଧ୍ୟରେ ପଞ୍ଜିକରଣ କରିବାକୁ ଅନୁରୋଧ ।
ପଞ୍ଜିକରଣ ପ୍ରକ୍ରିୟା-
- ପୂର୍ବରୁ ପଞ୍ଜିକୃତ ହୋଇଥିବା ଚାଷୀ ଯଦି ପୂର୍ବରୁ ପ୍ରଦାନ କରିଥିବା ତଥ୍ୟରେ କିଛି ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ସେମାନ ମାଣ୍ଡିଆ ସଂଗ୍ରହକାରୀ ସଂସ୍ଥା କାର୍ଯ୍ୟାଳୟରେ ନିର୍ଦ୍ଧାରିତ ପଞ୍ଜିକରଣ ସମୟସୀମା ମଧ୍ୟରେ ଯୋଗାଯୋଗ କରି ପୂର୍ବରୁ ପଞ୍ଜିକୃତ ତଥ୍ୟରେ ଆବଶ୍ୟକୀୟ ସଂଶୋଧନ କରିପାରିବେ ।
- ଚଳିତ ବର୍ଷ ଯେଉଁ ନୂତନ ଚାଷୀ ଏହି ପଞ୍ଜିକରଣ କରିବାକୁ ଆଗ୍ରହୀ ତେବେ ସେମାନେ ନିକଟସ୍ଥ ସଂଗ୍ରହକାରୀ ସଂସ୍ଥା କିମ୍ୱା ନିକଟସ୍ଥ କୃଷି କାର୍ଯ୍ୟାଳୟରୁ ପଞ୍ଜିକରଣ ସମ୍ପର୍କିତ ସମସ୍ତ ତଥ୍ୟ ପାଇବା ସହ ପଞ୍ଜିକରଣ ମଧ୍ୟ କରିପାରିବେ ।
- ଅଧିକ ସୂଚନା www.tdccorissa.org ୱେବସାଇଟରେ ଉପଲବ୍ଧ ।
ପଞ୍ଜିକରଣ ଅବଧି-
- ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ତଥା ଶେଷ ତାରିଖକୁ ଅପେକ୍ଷା ନକରି ପ୍ରତ୍ୟେକ ମାଣ୍ଡିଆଚାଷୀ, ସଂଗ୍ରହକାରୀ ସଂସ୍ଥା କାର୍ଯ୍ୟାଳୟରେ ଆବଶ୍ୟକୀୟ ଫର୍ମ ଦାଖଲ କରିବାକୁ ଅନୁରୋଧ ।
- ଖରିଫ ମାଣ୍ଡିଆ ବିକ୍ରୟ ସମ୍ପର୍କୀୟ ନିର୍ଦ୍ଧାରିତ ତାରିଖ ଉକ୍ତ ଫର୍ମରେ ଉଲ୍ଲେଖ କରିବାକୁ ହେବ ।
- ଚାଷୀମାନେ ବିଗତ ବର୍ଷ ଯେଉଁ ସଂଗ୍ରହକାରୀ ସଂସ୍ଥାରେ ପଞ୍ଜିକରଣ କରିଥିଲେ ସେହିଠାରେ ସମ୍ପର୍କ କରିବା ଆବଶ୍ୟକ ।
- ଯେଉଁ ଜିଲ୍ଲା/ବ୍ଲକ ଗୁଡ଼ିକରେ ନୂତନ ଭାବରେ ମାଣ୍ଡିଆ ଚାଷ କରାଯାଇଛି, ଉକ୍ତ ଚାଷୀମାନେ ନିକଟସ୍ଥ ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗଗାଯୋଗ କରିବାକୁ ଅନୁରୋଧ । ଅଧିକ ସୂଚନା www.tdccorissa.org ୱେବସାଇଟରେ ଉପଲବ୍ଧ ଅଟେ ।
ସଂଗ୍ରହକାରୀ ସଂସ୍ଥାର ଦାୟିତ୍ୱ-
- ମାଣ୍ଡିଆ ବିକ୍ରୟ ପାଇଁ ଇଚ୍ଛୁକ ଥିବା ନୂତନ ଚାଷୀମାନଙ୍କୁ ପଞ୍ଜିକରଣ କରାଇବା ।
- ପଞ୍ଜିକରଣ ଫର୍ମରେ ଥିବା ସମସ୍ଥ ତଥ୍ୟ ଜାନୁୟାରୀ ମାସ 15 ତାରିଖ ମଧ୍ୟରେ login ରେ ଡିଜିଟାଇଜ କରିବା ସହ ପଞ୍ଜିକୃତ ଫର୍ମ ନିର୍ଭୁଲ ବୋଲି ସୁନିଶ୍ଚିତ କରିବା ।
- ଅଣ ଚାଷୀ କିମ୍ବା ଭୁଲ ତଥ୍ୟ ପ୍ରଦାନ କରିଥିବା ଚାଷୀଙ୍କୁ ପଞ୍ଜିକୃତ କରିବେ ନାହିଁ ।
- ପଞ୍ଜିକରଣ ଶୀଘ୍ର ହେବା ସହ ତ୍ରୁଟିଶୂନ୍ୟ ଚାଷୀ ତାଲିକା ପ୍ରସ୍ତୁତ ହେବା ଆବଶ୍ୟକ ।
- ସଂଗ୍ରହକାରୀ ସଂସ୍ଥା କାର୍ଯ୍ୟାଳୟରେ ପାନୀୟ ଜଳ ଏବଂ ପ୍ରାଥମିକ ଚିକିତ୍ସା ବାକ୍ସର ବ୍ୟବସ୍ଥା କରିବେ ।
ଭାଗଚାଷୀ-
- ଭାଗଚାଷୀମାନେ ମଧ୍ୟ ପଞ୍ଜିକରଣ ପ୍ରକ୍ରିୟାରେ ନିୟମ ଅନୁଯାୟୀ ଅଂଶଗ୍ରହଣ କରିପାରିବେ ।
କ୍ଷୁଦ୍ର ଓ ନାମମାତ୍ର ଚାଷୀ-
- ଅଧିକରୁ ଅଧିକ କ୍ଷଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ମାଣ୍ଡିଆ ସଂଗ୍ରହ ବ୍ୟବସ୍ଥାରେ ଅନ୍ତର୍ଭୂକ୍ତ କରିବା ରାଜ୍ୟସରକାରଙ୍କ ଲକ୍ଷ୍ୟ ।
ସର୍ବନିମ୍ନ ସହାୟକ ମୂଲ୍ୟ-
- 2023-24 ଖରିଫ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ 3,846 ଟଙ୍କା
ସୂଚନା- ଓଡ଼ିଶା ମିଲେଟସ୍ ମିଶନ