> ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ଦିଲ୍ଲୀମେଟ୍ରୋ ସହ ବୁଝାମଣାପତ୍ର ସ୍ୱାକ୍ଷରିତ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ଦିଲ୍ଲୀମେଟ୍ରୋ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଏହି ପ୍ରକଳ୍ପର ଦୈର୍ଘ୍ୟ ୨୬ କିଲୋମିଟର ହେବ। କ୍ୟାପିଟାଲ ହସ୍ପିଟାଲ, ରାଜମହଲ ଛକ, ଜୟଦେବ ବିହାର ଛକ ଓ ପଟିଆ ଛକ କୁ ମିଶାଇ ମୋଟ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ କରାଯିବ। ମେଟ୍ରୋ ରେଳ ଧାରଣା ଏବଂ ଷ୍ଟେସନଗୁଡିକ ଏଲିଭେଟେଡ୍ ଭାୟାଡକ୍ଟରେ ରହିବ । ଅତ୍ୟାଧୁନିକ କୋଚ୍ ଏବଂ ସିଗନାଲିଂ ବ୍ୟବସ୍ଥା ଗ୍ରହଣ କରାଯିବ। ଏହାର କାର୍ଯ୍ୟରେ ଅତ୍ୟାଧୁନିକ ଟିକେଟିଂ ସିଷ୍ଟମ ବ୍ୟବହାର କରାଯିବ ।
Metro Train

ଭୁବନେଶ୍ୱର ବିମାନବନ୍ଦରରୁ କଟକର ତ୍ରିଶୁଳିଆ କୁ ସଂଯୋଗ କରୁଥିବା ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଫେଜ୍ -୧ ନିର୍ମାଣ ପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ (ଡିଏମଆରସି) ସହ ସୋମବାର ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି ।

ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଡିଏମଆରସି ଏହି ପ୍ରକଳ୍ପ ପାଇଁ ଏକ ପ୍ରମୁଖ ପରାମର୍ଶଦାତା ଭାବରେ କାର୍ଯ୍ୟ କରିବ ଯାହା ଚାରି ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ଚୁକ୍ତି ଓଡ଼ିଶାର ପରିବହନ ଇତିହାସରେ ଏକ ନୂତନ ଯୁଗର ଆବିର୍ଭାବର ସଙ୍କେତ ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ବର୍ତ୍ତମାନ ରାଜଧାନୀ ଅଞ୍ଚଳରେ ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ଅଛୁ। ମୋ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହା ଏକ ପ୍ରମୁଖ କାର୍ଯ୍ୟକ୍ରମ ଯାହା ଏକ ନୂତନ ଓଡ଼ିଶାର ଆବିର୍ଭାବର ପ୍ରତୀକ ହେବ।

ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ୬୨୫୫ କୋଟି ଟଙ୍କା ବ୍ୟୟରେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଓଡ଼ିଶା ଇତିହାସରେ କୌଣସି ଭିତ୍ତିଭୂମି ପ୍ରକଳ୍ପରେ ଏହା ହେଉଛି ସବୁଠାରୁ ବଡ଼ ପୁଞ୍ଜିନିବେଶ। ଦିଲ୍ଲୀ ମେଟ୍ରୋ ରେଳ ନିଗମର ଦକ୍ଷତାକୁ ପ୍ରଶଂସା କରି ସେ କହିଥିଲେ ଯେ ଡିଏମଆରସି ଦେଶରେ ମେଟ୍ରୋ ରେଳ ନିର୍ମାଣ ଏବଂ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ । ମେଟ୍ରୋ ରେଳ ର ନିର୍ମାଣ କୁ ନେଇ ସେ ଆସ୍ଥା ପ୍ରକଟ କରିବା ସହ ଏହା ବିଶ୍ୱସ୍ତରୀୟ ମାନର ହେବ ଏବଂ ଠିକ୍ ସମୟରେ ଶେଷ ହେବ ବୋଲି କହିଥିଲେ ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହି ପ୍ରକଳ୍ପକୁ ପ୍ରଶଂସା କରିବା ସହ ଏହା ଏକ ଐତିହାସିକ ମୁହୂର୍ତ୍ତ ଯାହା ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି। ଡିଏମଆରସି ଏମଡି ବିକାଶ କୁମାର ଓଡ଼ିଶାରେ ପରିବହନ ଭିତ୍ତିକ ବିକାଶ ଆରମ୍ଭ କରିବା ପାଇଁ ଏହା ଏକ ଉପଯୁକ୍ତ ସମୟ ବୋଲି କହିଛନ୍ତି। ଏହା ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ସହ ଏହି ଅଞ୍ଚଳର ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି।

ମେଟ୍ରୋ ରେଳ ପ୍ରକଳ୍ପର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା:

  • ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଏହି ପ୍ରକଳ୍ପର ଦୈର୍ଘ୍ୟ ୨୬ କିଲୋମିଟର ହେବ।
  • କ୍ୟାପିଟାଲ ହସ୍ପିଟାଲ, ରାଜମହଲ ଛକ, ଜୟଦେବ ବିହାର ଛକ ଓ ପଟିଆ ଛକ କୁ ମିଶାଇ ମୋଟ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ କରାଯିବ।
  • ମେଟ୍ରୋ ରେଳ ଧାରଣା ଏବଂ ଷ୍ଟେସନଗୁଡିକ ଏଲିଭେଟେଡ୍ ଭାୟାଡକ୍ଟରେ ରହିବ ।
  • ଅତ୍ୟାଧୁନିକ କୋଚ୍ ଏବଂ ସିଗନାଲିଂ ବ୍ୟବସ୍ଥା ଗ୍ରହଣ କରାଯିବ।
  • ଏହାର କାର୍ଯ୍ୟରେ ଅତ୍ୟାଧୁନିକ ଟିକେଟିଂ ସିଷ୍ଟମ ବ୍ୟବହାର କରାଯିବ ।

ସୂଚନା- ନିଉଜ18 (ଇଂରାଜୀ)ରୁ ଅନୁବାଦିତ

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା