> ସୁଆଁ/ଗୁଲୁଜି/ଖୋସଲା/ଚାନ୍ଦୁଲି (Little Millet) - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ସୁଆଁ/ଗୁଲୁଜି/ଖୋସଲା/ଚାନ୍ଦୁଲି (Little Millet)

ସୁଆଁ/ଗୁଲୁଜି/ଖୋସଲା/ଚାନ୍ଦୁଲି (Little Millet) ଏକ ଛୋଟଦାନ ପୌଷ୍ଟିକ ଶସ୍ୟ ଫସଲ ଅଟେ । ଏହାର ବୈଜ୍ଞାନିକ ନାମ Panicum sumatrense । ଏହା ସ୍ୱାଦରେ ମଧୁର ଅଟେ ।

100 ଗ୍ରାମ ଶସ୍ୟରେ ନିମ୍ନଲିଖିତ ଖାଦ୍ୟଗୁଣ ରହିଥାଏ ।

କ୍ର.ସଂ. ଖାଦ୍ୟସାରର ନାମ ଏକକ ଶତକଡ଼ା ପରିମାଣ
1 ପୁଷ୍ଟିସାର ଗ୍ରାମ 8.7
2 ଶ୍ୱେତସାର ଗ୍ରାମ 75.7
3 ସ୍ନେହସାର ଗ୍ରାମ 5.7
4 ଖାଦ୍ୟ ଜାତୀୟ ତନ୍ତୁ ଗ୍ରାମ 12.0
5 ଖଣିଜ ଲବଣ ଗ୍ରାମ 1.7
6 କ୍ୟାଲସିୟମ ବା ଚୂନ ମି.ଗ୍ରାମ 17
7 ଫସଫସରସ୍ ମି.ଗ୍ରାମ 220

 

ଏହା ଶରୀରକୁ ଶୀତଳ ରଖେ । ଗ୍ରାଷ୍ମଋତୁରେ ଏହା ଉତ୍ତମ ପଥ୍ୟ ଅଟେ । ଏହା କଫ, ପିତ୍ତ ନଷ୍ଟ କରିଥାଏ ।

ଜଳବାୟୁ

ଏହା ସାଧାରଣତଃ ଉଷ୍ମମଣ୍ଡଳୀୟ ଫସଲ ଅଟେ । 400 ରୁ 500 ମି.ଲି. ବର୍ଷା ପାଉଥିବା ଅଞ୍ଚଳ ଠାରୁ ବାର୍ଷିକ ବୃଷ୍ଟିପାତ 1000-1200 ମି.ଲି. ହେଉଥିବା ଅଞ୍ଚଳରେ ଚାଷ କରାଯାଇପାରେ । ସମୁଦ୍ର ପତ୍ତନ ଠାରୁ ପ୍ରାୟ 2000 ରୁ 2150 ମିଟର ଉଚ୍ଚ ପାର୍ବତ୍ୟାଞ୍ଚଳରେ ମଧ୍ୟ ଚାଷ କରାଯାଇଥାଏ ।

ବିହନ କିସମ

କ୍ର.ସଂ. କିସମର ନାମ ଅମଳ ଅବଧି (ଦିନ)
1 ତାରିଣୀ 100-115
2 କୋଲାବ 75-80
3 ସବର 75-80
4 TNU-63 90
5 ସଉରା 103
6 DHLM-36-3 90
7 BL-6 80-90
8 TNU-91 90

ଲଗାଇବା ସମୟ-ଜୁନ-ଜୁଲାୟ (ପ୍ରଥମ ମୌସୁମୀ ବର୍ଷା ପରେ)

ବିହନ ପରିମାଣ

3 କି.ଗ୍ରା. / ଏକର (ଧାଡ଼ିବୁଣା)

5 କି.ଗ୍ରା. / ଏକର (ଛଟାବୁଣା)

ଲଗାଇବା ଦୂରତା

ଧାଡ଼ିକୁ ଧାଡ଼ି 22.5 ସେ.ମି. ଦୂରରେ 2-3 ସେ.ମି ଗଭୀରରେ ବୁଣିବା ଆବଶ୍ୟକ ।

ଖତସାର

ଶେଷ ଓଡ଼ ଚାଷ ପୂର୍ବରୁ ଯଥେଷ୍ଟ ପରିମାଣରେ ସୋଢାଗୋବର ଖତ ବା କମ୍ପୋଷ୍ଟ ଖତ ପ୍ରୟୋଗ କରନ୍ତୁ । ଏକର ପ୍ରତି 10-4-4 କି.ଗ୍ରା. ଯଥାକ୍ରମେ ଯବକ୍ଷାରଜାନ, ଫସଫରସ ଓ ପୋଟାସ ସାର ଆବଶ୍ୟକ ହୋଇଥାଏ । ଗଡ଼ାଣୀର ବିପରୀତ ଦିଗରେ ସିଆରକରି ସାର, ଖତ ପରେ ବିହନ ପକାଇ ମାଟି ଘୋଡ଼ାଇ ଦିଅନ୍ତୁ । ସମସ୍ତ ଫସଫରକ, ପଟାସ ଓ ¼ ଅଂଶ ଯବକ୍ଷାରଜାନ ବିହନ ବୁଣିବା ପୂର୍ବରୁ ଏବଂ ବାକି ¾ ଅଂଶ ଯବକ୍ଷାରଜାନ ସାର ବିହନ ବୁଣିବାର 21 ଦିନରେ କୋଡ଼ାଖୁସା କରି ପ୍ରୟୋଗ କରନ୍ତୁ ।

ଅନ୍ତଃଚାଷ

ଧାଡ଼ିରେ ବୁଣାଯାଇଥିବା ଫସଲକୁ ଥରେ ହାତରେ ଏବଂ ଛଟାବୁଣା ଫସଲରେ 15 ଦିନ ଅନ୍ତରରେ 2ଥର ଘାସ ବାଛି ଦିଅନ୍ତୁ ।

ମିଶ୍ରିତ ଫସଲ

ସୁଆଁ ସହିତ ବିରି 2:1 କିମ୍ବା ହରଡ଼ 2:1 ଅନୁପାତରେ ଧାଡ଼ିରେ ଚାଷ କରାଯାଇ ପାରିବ ।

ପୋକ ଓ ରୋଗ

ଏହି ଫସଲରେ ସାଧାରଣତଃ ପୋକ ରୋଗ ଆକ୍ରମଣ କରନ୍ତି ନାହିଁ । କେତେକ ଅଞ୍ଚଳରେ କାଣ୍ଡମାଛି ଆକ୍ରମଣ କଲେ ପ୍ରତି ଲିଟର ପାଣିରେ 5 ମି.ଲି. 1500 ppm ଆକାଡ଼ିରାକ୍ଟିନ ଥିବା ନିମ୍ବ ଔଷଧ ପତ୍ରସିଞ୍ଚନ କରନ୍ତୁ ।

ଅମଳ

4 ରୁ 5 କ୍ୟୁଣ୍ଟାଲ/ ଏକର MSP= ଅଘୋଷିତ

ମିଲେଟ ସମ୍ପର୍କରେ ଅଧିକ ଜାଣନ୍ତୁ ।

ଜାଣନ୍ତୁ କିଛି କୃଷି ସୂଚନା

Source: RRTTSS, Sundargarh, Kirei

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା