> ଲକ୍ଷ୍ମୀବସ୍ ଯୋଜନା - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଲକ୍ଷ୍ମୀବସ୍ ଯୋଜନା

Laxmi Bus
Laxmi Bus

ମାଲକାନଗିରି ଜିଲ୍ଲାରୁ ‘ଲକ୍ଷ୍ମୀ’ ବସ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Contents hide

ପର୍ଯ୍ୟାୟକ୍ରମେ ଅନ୍ୟ ଜିଲ୍ଲା ଗୁଡ଼ିକୁ ଏହି ବସ ସେବା ସମ୍ପ୍ରସାରିତ ହେବ । ଅଧିକ ଅପଡ଼େଟ୍ ପାଇଁ ତଳେ ଦେଖନ୍ତୁ କେଉଁ ଜିଲ୍ଲା କେବେ ?

ଲକ୍ଷ୍ମୀ’ (LAccMI) ବସର ପୁରା ନାମ କଣ ?

Location Accessible Multi-modal Initiative (LAccMI) ଲୋକେସନ୍ ଆକ୍ସେସିବଲ ମଲ୍ଟିମୋଡ଼ାଲ ଇନିସିଏଟିଭ

ଅକ୍ଟୋବର ୧୨ ତାରିଖରେ ମାଲକାନଗିରି ଜିଲ୍ଲାଗସ୍ତରେ ଯାଇ ବଣ୍ତା ଘାଟିରୁ ‘ଲକ୍ଷ୍ମୀ’ ବସ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରି ଜିଲ୍ଲାରୁ ଏହି ଯୋଜନାର ଶୁଭାରମ୍ଭ ପରେ ଓଡ଼ିଶାବାସୀଙ୍କ ଯାତାୟତ ପାଇଁ ପର୍ଯ୍ୟାୟକ୍ରମେ ୧ ହଜାରରୁ ଉର୍ଦ୍ଧ୍ୱ ‘ଲକ୍ଷ୍ମୀ’ ବସ ସାମିଲ ହେବ । ଏନେଇ ରାଜ୍ୟ ସରକାର ୩ ହଜାର ୧୭୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।

  • ବସ ଯାତ୍ରାକୁ ସହଜ, ଉନ୍ନତ ଓ ଆରାମଦାୟକ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଖୁବଶୀଘ୍ର ‘ଲକ୍ଷ୍ମୀ’ ବସ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ।
  • ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେଲେ ଯାତ୍ରୀମାନେ ସହଜରେ ନିଜ ଗାଁରୁ ପଞ୍ଚାୟତ, ପଞ୍ଚାୟତରୁ ବ୍ଲକ, ଓ ବ୍ଲକରୁ ଜିଲ୍ଲା ହେଡ୍ କ୍ୱାଟରକୁ ସିଧାସଳଖ ଯାତ୍ରା କରିପାରିବେ।
  • ଏନେଇ ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ସରକାର ‘ଲକ୍ଷ୍ମୀ’ ଯୋଜନା ପାଇଁ ୩ ହଜାର ୧୭୮ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ । ତେବେ ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ଏହି ପାଣ୍ଠିକୁ ମଞ୍ଜୁର କରାଯାଇଛି । ପ୍ରଦର୍ଶନ ଆଧାରରେ ଆଗକୁ ଆଉ ୨ ବର୍ଷ ପାଣ୍ଠି ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।
  • ପ୍ରଥମ ପର୍ଯ୍ୟାୟରେ ଗଡ଼ିବାକୁ ଥିବା ପ୍ରାୟ ୩୬ଟି ‘ଲକ୍ଷ୍ମୀ’ ବସ ମାଲକାନଗିରି ଜିଲ୍ଲା ପହଁଞ୍ଚିଛି । ପରେ ଏହି ଯୋଜନାରେ ପର୍ଯ୍ୟାୟକ୍ରମେ ୧ ହଜାରରୁ ଉର୍ଦ୍ଧ୍ୱ ବସ ନିୟୋଜିତ କରାଯିବ ।
  • ଏହି ‘ଲକ୍ଷ୍ମୀ’ ବସ ଯୋଜନା ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟ ସହ ପ୍ରମୁଖ ସହର ମଧ୍ୟରେ ଯୋଗାଯୋଗର ସୁବିଧା ଉପଲବ୍ଧ କରାଯିବ । ରାଜଧାନୀ ଭୁବନେଶ୍ୱର ସମେତ ଓଡିଶାର ପ୍ରତ୍ୟେକ ପଞ୍ଚାୟତକୁ ଏହି ‘ଲକ୍ଷ୍ମୀ’ ବସ ଚଳାଚଳ ଆରମ୍ଭ କରିବା ଲକ୍ଷ୍ୟରେ ସରକାର ଚଳିତ ଆର୍ଥିକ୍ ବର୍ଷରେ ଲୋକେସନ୍ ଆକ୍ସେସିବଲ ମଲ୍ଟିମୋଡ଼ାଲ ଇନିସିଏଟିଭ (LAccMI) ଯୋଜନା କାର୍ଯ୍ୟକାରୀ କରିଛନ୍ତି ।

ଲକ୍ଷ୍ମୀଯୋଜନାର ପ୍ରମୁଖ ବୈଶିଷ୍ଟ୍ୟ

  • ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁନିଶ୍ଚିତ ବସ୍ ସଂଯୋଗ
  • ସୁଲଭ ଓ ନିର୍ଭରଯୋଗ୍ୟ ସେବା ।
  • ମହିଳା, ଛାତ୍ରଛାତ୍ରୀ ଓ ସ୍ଥାନୀୟ ସମ୍ପ୍ରଦାୟକୁ ଶସକ୍ତ କରିବା ।
  • ପର୍ଯ୍ୟଟନ ଓ ଆଞ୍ଚଳିକ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ।
  • ଯାତ୍ରୀ ଏବଂ ସଡ଼କ ସୁରକ୍ଷାକୁ ଗୁରୁତ୍ୱ ।
  • ସ୍ୱଚ୍ଛ ଏବଂ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ପରିଚାଳିତ ସାଧାରଣ ପରିବହନ ସେବା ।
  • ମହିଳା ମାନଙ୍କ ପାଇଁ ପଞ୍ଚାୟତରୁ ବ୍ଲକକୁ ଯିବା ଆସିବା ମତ୍ର 5 ଟଙ୍କା ।

  • ସମସ୍ତ 30 ଜିଲ୍ଲାରେ ଗଡ଼ିଲା 1745 ବସ୍
  • 6031 ପଞ୍ଚାୟତରେ 3.64 କୋଟି ଲୋକ ଉପକୃତ
  • 95 ପ୍ରତିଶତ ପଞ୍ଚାୟତକୁ ବ୍ଲକ୍ ସହ ଯୋଡ଼ିଲା ଲକ୍ଷ୍ମୀ
  • ମହିଳା, ଛାତ୍ରଛାତ୍ରୀଙ୍କୁ 5 ଟଙ୍କାରେ ଯାତ୍ରା ସୁଯୋଗ
  • 2023-26 ଆର୍ଥିକ ବର୍ଷ ପାଇଁ 3,178 କୋଟିର ବଜେଟ୍

ଲକ୍ଷ୍ମୀବସ୍ ଟିକଟ ଦର

ନନ୍-ଏସି ବସ୍ ସେବା
ନନ୍-ଏସି ବସ୍ ସେବା
ବସ୍ ସେବା
ଦୂରତା
ଟିକଟଦର
ବସ୍ ସେବା
ଦୂରତା
ଟିକଟଦର

ବ୍ଲକ୍ ସଂଯୋଗ

0-10 କି.ମି.

5 ଟଙ୍କା

ଜିଲ୍ଲା ସଂଯୋଗ

0-10 କି.ମି. 10 ଟଙ୍କା

11-20 କି.ମି.

10 ଟଙ୍କା

11-20 କି.ମି.

20 ଟଙ୍କା

21-40 କି.ମି.

15 ଟଙ୍କା

21-40 କି.ମି.

40 ଟଙ୍କା

41-60 କି.ମି.

25 ଟଙ୍କା

41-60 କି.ମି.

60 ଟଙ୍କା

61-80 କି.ମି.

30 ଟଙ୍କା

61-80 କି.ମି.

80 ଟଙ୍କା


ଲକ୍ଷ୍ମୀବସରେ ୟୁପିଆଇ କ୍ୟୁଆର କୋଡ୍ ସୁବିଧା

ଲକ୍ଷ୍ମୀବସରେ ଯତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦିଆଯାଇଛି । ଯାତ୍ରୀମାନେ ନଗଦ ଟଙ୍କା ନ ଦେଇ ୟୁପିଆଇ ମାଧ୍ୟମରେ କ୍ୟୁଆର କୋଡ୍ ବ୍ୟବହାର କରି ଭଡ଼ା ଅର୍ଥ ଦେଇ ଏହି ବସରେ ଯାତ୍ରା କରିବାର ସୁବିଧା ପାଉଛନ୍ତି । ଗତ ଡ଼ିସେମ୍ବର ମାସଠାରୁ ଲକ୍ଷ୍ମୀ ବସରେ ଯାତ୍ରୀଙ୍କୁ ଉନ୍ନତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ‘ୟୁପିଆଇ କ୍ୟୁଆର କୋଡ୍’ ବ୍ୟବସ୍ଥା କରାଯାଇଛି ।


 

ଅପଡ଼େଟ୍ ତା 12.10.2023 (ମାଲକାନଗିରି)

  • ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯୋଡ଼ି ହେଲା ମାଲକାନଗିରି
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 10 ଟଙ୍କା ଦେଇ କିଣିଲେ ଲକ୍ଷ୍ମୀ ଯାତ୍ରାର ପ୍ରଥମ ଟିକଟ
  • ଏହି ଅବସରରେ ମୁଖ୍ୟମନ୍ତ୍ରୀ 200 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍ଶୁଘାଟନ ଓ 600 କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ।
  • ମାଲକାନଗିରିରୁ 36ଟି ଲକ୍ଷ୍ମୀବସ୍ 111 ଟି ପଞ୍ଚାୟତକୁ ଗଡ଼ିଲା ।
  • ଏହି ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସହ ନବରଙ୍ଗପୁର, କୋରାପୁଟ୍, ରାୟଗଡ଼ା, ଗଜପତିରେ ଲକ୍ଷ୍ମୀବସ୍ ଗଡ଼ିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ସୂଚନା ।

ଅପଡ଼େଟ୍ ତା 20.10.2023 (ଗଜପତି)

  • ଗଜପତି ଜିଲ୍ଲାବାସୀଙ୍କୁ ପାର୍ବଣ ଉପହାର  ।
  • ଏହି ଜିଲ୍ଲାର 7ଟି ବ୍ଲକରେ 126 ପଞ୍ଚାୟତକୁ ଯୋଗଯୋଗ ନିମନ୍ତେ 36ଟି ଲକ୍ଷ୍ମୀବସର ଶୁଭାରମ୍ଭ ।
  • ଏହି ଯୋଜନା ପାଇଁ ଗଜପତି ଜିଲ୍ଲାରେ 69ଟି ନୂଆ ଷ୍ଟୋପେଜ୍ ତିଆରି କରାଯାଇଅଛି ।
  • ପୂର୍ବରୁ ଥିବା 64 ଟି ବସ୍ ଷ୍ଟପେଜର ଉନ୍ନତିକରଣ କରାଯାଇଅଛି ।

ଅପଡ଼େଟ୍ ତା 01.11.2023 (କଳାହାଣ୍ଡି)

  • ଜିଲ୍ଲା ପ୍ରତିଷ୍ଠା ଦିବସରେ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ବସ୍ପା ଟର୍ମିନାଲ ଓ ମେଡ଼ିକାଲ କଲେଜ ଉପହାର  ।
  • ଏହି ଜିଲ୍ଲାର ଏହି ଅବସରରେ 63ଟି ଲକ୍ଷ୍ମୀବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।
  • ଏତଦବ୍ୟତୀତ 1200 କୋଟି ଟଙ୍କାର ବିଭିନ୍ନ ଉଦ୍ଘାଟନ ଓ ଶୀଳାନ୍ୟାସ କରିବା ଯୋଜନା ଅଛି ।
  • ଏହି ଅବସରରେ 12 ମହିଳା କଣ୍ଡକ୍ଟର ନିଯୁକ୍ତି ।

ଅପଡ଼େଟ୍ ତା 25.11.2023 (ରାୟଗଡ଼ା)

  • ରାୟଗଡ଼ା ଜିଲ୍ଲାରେ ଶୁଭାରମ୍ଭ ହେଲା ଲକ୍ଷ୍ମୀବସ୍ ।

ଅପଡ଼େଟ୍ ତା 30.11.2023 (ନବରଙ୍ଗପୁର)

  • ଆଜିଠୁ ନବରଙ୍ଗପୁର ଜିଲ୍ଲାରେ ଶୁଭାଆରମ୍ଭ ହେଲା ଲକ୍ଷ୍ମୀବସ୍ । ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ କଲେ ଶୁଭାରମ୍ଭ ।
  • ମିଶନଶକ୍ତିର ମାଆ ମାନଙ୍କ ଦିଆଯାଇଛି ଏହାର ପରିଚାଳନା ଦାୟୀତ୍ୱ ।
  • 44ଟି10ଟି ବ୍ଲକର ସବୁ ପଞ୍ଚାୟତକୁ ଯୋଡ଼ିବ ଏହି ବସ୍. ।

Laccmi bus Nabarangapur

ଅପଡ଼େଟ୍ ତା 14.12.2023 (କୋରାପୁଟ ଜିଲ୍ଲା)

  • ମାର୍ଗଶିର ମାସ ମାଣବସା ଗୁରୁବାର ଠାରୁ କୋରାପୁଟ ଜିଲ୍ଲାରେ ଶୁଭାଆରମ୍ଭ ହେଲା ଲକ୍ଷ୍ମୀବସ୍ । ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ କଲେ ଶୁଭାରମ୍ଭ ।
  • ମିଶନଶକ୍ତିର ମାଆ ମାନଙ୍କ ଦିଆଯାଇଛି ଏହାର ପରିଚାଳନା ଦାୟୀତ୍ୱ ।
  • ଜିଲ୍ଲାରେ 63 ଟି ବସ୍ 234 ପଞ୍ଚାୟତକୁ ଯୋଡ଼ିବା ଆରମ୍ଭ କରିଛି ।
  • ଏହା ଦ୍ୱାରା ଜିଲ୍ଲାର 13 ଲକ୍ଷ ଲୋକ ଉପକୃତ ହେବେ ।

ଅପଡ଼େଟ୍ ତା 17.01.2024

ଶ୍ରୀକ୍ଷେତ୍ରକୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ସୁବିଧା

ଶଙ୍ଖକ୍ଷେତ୍ର ବା ଶ୍ରୀକ୍ଷେତ୍ର ପୁରୀକୁ ଯିବା ଆସିବା କରିବା ପାଇଁ ଶ୍ରଦ୍ଧାଳୁମାନେ ଏଣିକି ଲକ୍ଷ୍ମୀବସରେ ଶୀତତାପ ନିୟନ୍ତ୍ରିତ ବସରେ ନିଜ ନିଜ ଜିଲ୍ଲାରୁ ଯିବାଆସିବା କରିପାରିବେ । ପ୍ରଥମ ପର୍ଯ୍ୟାୟରେ 15 ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଗଡ଼ିବ । ଏହାକୁ ଜାନୁୟାରୀ 18, 2024 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବାର ଯୋଜନା ରହିଛି ବୋଲି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ପକ୍ଷରୁ ସୂଚନା ଦିଆଯାଇଛି ।

ଲକ୍ଷ୍ମୀବସ୍ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଗାଁରୁ ବ୍ଲକକୁ ବସ୍ ଚଳାଚଳ ଆରମ୍ଭ ହୋଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବ୍ଲକରୁ ସହର ମୁଖ୍ୟାଳୟ ଏବଂ ତୃତୀୟ ପର୍ଯ୍ୟାୟରେ ସହରରୁ ଭାୟା ଭୁବନେଶ୍ୱର ଦେଇ ପୁରୀକୁ ବସ୍ ଚଳାଚଳ ଆରମ୍ଭ ହେବ । ତେବେ ଜାରୁୟାରୀ 18 ତାରିଖରୁ  ବଲାଙ୍ଗିର, ବରଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ନୂାପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ପୁରୀକୁ ଏହି ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଚଳାଚଳ କରିବ ।

ଅପଡ଼େଟ୍ ତା 19.02.2024

  • ଫେବୃଆରୀ 25 ତାରିଖରୁ ପ୍ରତିଦିନ ଗଡ଼ିବ ସମ୍ବଲପୁରରୁ ପୂରୀକୁ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ।

ଅପଡ଼େଟ୍ ତା 31.01.2024 (ଅନୁଗୁଳ, ଢେଙ୍କାନାଳ, ଦେବଗଡ଼)

  • ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ରେ ଲକ୍ଷ୍ମୀବସ୍ ସେବାର ଶୁଭାରମ୍ଭ କରିଛନ୍ତି ।
  • ଏହି କାର୍ଯ୍ୟକ୍ରମ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଆରମ୍ଭ ଭୋଇଛି ।
  • ଏହି 3ଟି ଜିଲ୍ଲାରେ 440 ପଞ୍ଚାୟତରେ 101 ଟି ବସ୍ ଚାଲିବ । ଏହାଦ୍ୱାରା 27 ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।
  • ଦେବଗଡ଼ର 69ଟି ପଞ୍ଚାୟତରେ 17ଟି ବସ୍ ଚଳାଚଳ କରିବ ଏବଂ ଏଥିରେ 3 ଲକ୍ଷ ଲୋକ ଉପକୃତ ହେବେ ।
  • ଅନୁଗୁଳର 176 ଟି ପଞ୍ଚାୟତରେ 29ଟି ବସ୍ ଚାଲିବ ଏବଂ 11 ଲକ୍ଷ 50 ହଜାର ଲୋକ ଉପକୃତ ହେବେ ।
  • ସେହିପରି ଢେଙ୍କାନାଳର 195 ଟି ପଞ୍ଚାୟତରେ 55ଟି ବସ୍ ଚାଲିବ ଏବଂ ଏହା ଦ୍ୱାରା 13 ଲକ୍ଷ ଲୋକ ଉପକୃତ ହେବ ।

ଅପଡ଼େଟ୍ ତା 12.02.2024 (ବରଗଡ଼, କେନ୍ଦୁଝର, ମୟୁରଭଞ୍ଜ,ସୁନ୍ଦରଗଡ଼, ବଲାଙ୍ଗୀର)

  • ଲକ୍ଷ୍ମୀ ବସ୍ ଯୋଜନାରେ ଯୋଡ଼ିହେଲା ଆଉ 5ଟି ଜିଲ୍ଲା । ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଭିଡ଼ିଓ କନଫେରନସିଂ ମାଧ୍ୟମରେ ବଲାଙ୍ଗୀର, ବରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଏହି ଲକ୍ଷ୍ମୀବସ୍ ସେବାର ଶୁଭାରମ୍ଭ କରିଛନ୍ତି ।
  • ଏହା ଦ୍ୱାରା 5ଟି ଜିଲ୍ଲାରେ1340ଟି ପଞ୍ଚାୟତରେ 301 ଟି ବସ୍ ଚାଲିବ । ଏବଂ ଏହାଦ୍ୱାରା 83 ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।
  • ବଲାଙ୍ଗୀର ଜିଲ୍ଲାର 313ଟି ପଞ୍ଚାୟତରେ 44ଟି ବସ୍ ଚଳାଚଳ କରିବ, ବରଗଡ଼ରେ 243ଟି ପଞ୍ଚାୟତରେ 60ଟି ବସ୍, କେନ୍ଦୁଝର ଜିଲ୍ଲାରେ 158ଟି ପଞ୍ଚାୟତରେ 25ଟି ବସ୍, ମୟୁରଭଞ୍ଜ ଜିଲ୍ଲାରେ 386ଟି ପଞ୍ଚାୟତରେ 107ଟି ବସ୍, ସୁନ୍ଦରଗଡ଼ ଜିଲ୍ଲାରେ 240ଟି ପଞ୍ଚାୟତରେ 65ଟି ବସ୍  ଚାଲିଛି ।
  • ଫେବୃଆରୀ 21 ସୁଦ୍ଧା ଅବଶିଷ୍ଟ 16ଟି ଜିଲ୍ଲାରେ ଏହି ଆରାମ ଓ ସୁବିଧା ଦାୟକ ସୁବିଧା ମଳିବ ।  ଏହାଦ୍ୱାରା 83 ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ଏବଂ ସାରା ରାଜ୍ୟରେ 1000ରୁ ଅଧିକ ବସ୍ ଗଡ଼ିବ ।

ଅପଡ଼େଟ୍ ତା 17.02.2024 (ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ନୟାଗଡ଼)

  • ଲକ୍ଷ୍ମୀ ବସ୍ ଯୋଜନାରେ ଯୋଡ଼ିହେଲା ଆଉ 6ଟି ଜିଲ୍ଲା । ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଭିଡ଼ିଓ କନଫେରନସିଂ ମାଧ୍ୟମରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର ଓ ନୟାଗଡ଼ରେ ଲକ୍ଷ୍ମୀବସ୍ ସେବାର ଶୁଭାରମ୍ଭ କରିଛନ୍ତି ।
  • ଏହା ଦ୍ୱାରା ଏହି 6ଟି ଜିଲ୍ଲାରେ1363ଟି ପଞ୍ଚାୟତରେ 198 ଟି ବସ୍ ଚାଲିବ । ଏବଂ ଏହାଦ୍ୱାରା 75ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।
  • ଖୋର୍ଦ୍ଧାରେ 154 ଚି ପଞ୍ଚାୟତରେ 22 ଟି ବସରେ 15.50 ଲକ୍ଷ ଲୋକ ଉପକୃତ ହେବେ, ସେହିପରି ପୁରୀରେ 268 ଟି ପଞ୍ଚାୟତରେ 44 ଟି ବସ୍ ରେ 14ଲକ୍ଷ 60 ହଜାର ଲୋକ, କେନ୍ଦ୍ରାପଡ଼ାରେ 196 ପଞ୍ଚାୟତରେ  37 ଟି ବସ୍ ଏବଂ 11 ଲକ୍ଷ 37 ହଜାର ଲୋକ ଏବଂ ଭଦ୍ରକରେ 158 ଟି ପଞ୍ଚାୟତରେ 25 ଟି ବସ୍ ତଥା 10 ଲକ୍ଷ 80 ହଜାର ଲୋକ ଉପକୃତ, ଯାଜପୁରରେ 233 ଟି ପଞ୍ଚାୟତରେ 39ଟି ବସ୍ ଚଳାଚଳ କରିବ ଏବଂ ଏହାଦ୍ୱରା 9 ଲକ୍ଷ 34 ହଜାର ଲୋକ ଉପକୃତ ହେବେ । ସେହିପରି ନୟାଗଡ଼ରେ 189 ପଞ୍ଚାୟତରେ 31 ଟି ବସ୍ ଚଳାଚଳ କରିବ 9 ଲକ୍ଷ 34 ହଜାର ଲୋକ ଉପକୃତ ହେବେ ।

ଅପଡ଼େଟ୍ ତା 19.02.2024 (କଟକ, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, କନ୍ଧମାଳ)

  • ଲକ୍ଷ୍ମୀ ବସ୍ ଯୋଜନାରେ ଯୋଡ଼ିହେବାକୁ ଯାଉଛି ଆଉ 5ଟି ଜିଲ୍ଲା । ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଏହି 5ଟି ଜିଲ୍ଲାରେ ଆଜି ଶୁଭାରମ୍ଭ କରିବେ ଏହି  ଲକ୍ଷ୍ମୀବସ୍ ସେବା । ସେଗୁଡ଼ିକ ହେଲା କଟକ, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ କନ୍ଧମାଳ ।
  • 700 ପଞ୍ଚାୟତକୁ ଯୋଡ଼ିବ 205 ଲକ୍ଷ୍ମୀବସ୍, ଉପକୃତ ହେବେ 44 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ।
  • ଫେବୃଆରୀ 25 ତାରିଖରୁ ପ୍ରତିଦିନ ଗଡ଼ିବ ସମ୍ବଲପୁରରୁ ପୂରୀକୁ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ।
  • ସୁବର୍ଣ୍ଣପୁରରେ 102ଟି ପଞ୍ଚାୟତରେ 58ଟି ବସ୍ ଚଳାଚଳ କରିବ ଏହା ଦ୍ୱାରା 5 ଲକ୍ଷ 73 ହଜାର ଲୋକ ଉପକୃତ ହେବେ ।
  • କଟକ ଜିଲ୍ଲାରେ 261ଟି ପଞ୍ଚାୟତରେ 48ଟି ବସ୍ ଚଳାଚଳ କରିବ, ଏହାଦ୍ୱାରା 18 ଲକ୍ଷ 37 ହଜାର ଲୋକ ଉପକୃତ ହେବେ ।
  • ଝାରସୁଗୁଡ଼ାରେ 76ଟି ପଞ୍ଚାୟତରେ 16ଟି ବସ୍ ଚଳାଚଳ କରିବ ଏବଂ 5ଲକ୍ଷ 62 ହଜାର ଲୋକ ଉପକୃତ ହେବେ ।
  • କନ୍ଧମାଳରେ 164ଟି ପଞ୍ଚାୟତରେ 52ଟି ବସ୍ ଗଡ଼ିଛି ଏବଂ ଏଥିରେ 3ଲକ୍ଷ 3 ହଜାର ଲୋକ ଉପକୃତ ହୋଇଛନ୍ତି ।
  • ସମ୍ୱଲପୁରେ 97ଟି ପଞ୍ଚାୟତରେ 31ଟି ବସ୍ ଚଳାଚଳ କରିବ ଏବଂ 7 ଲକ୍ଷ 28 ହଜାର ଲୋକ ଉପକୃତ ହେବେ ।

ଅପଡ଼େଟ୍ ତା 21.02.2024 (ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡ଼ା, ବୌଦ୍ଧ)

  • ଲକ୍ଷ୍ମୀ ବସ୍ ଯୋଜନାରେ ଯୋଡ଼ିହେବାକୁ ଯାଉଛି ଆଉ 5ଟି ଜିଲ୍ଲା । ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଏହି 5ଟି ଜିଲ୍ଲାରେ ଆଜି ଶୁଭାରମ୍ଭ କରିବେ ଏହି  ଲକ୍ଷ୍ମୀବସ୍ ସେବା । ସେଗୁଡ଼ିକ ହେଲା ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡ଼ା, ବୌଦ୍ଧ ।
  • ପାଞ୍ଚଟି ଜିଲ୍ଲାରେ 1057ଟ ପଞ୍ଚାୟତରେ ସବୁ ବ୍ଲକକୁ ସଂଯୋଗ କରିବା ପାଇଁ 255ଟି ବସ୍ ଚଳାଚଳ କରିବା ଆରମ୍ଭ କରିଛି ।
  • ବାଲେଶ୍ୱର ଜିଲ୍ଲାରେ 315 ପଞ୍ଚାୟତରେ 48ଟି ବସ୍ ଚଳାଚଳ କରିଛି ଏବଂ 20ଲକ୍ଷ 42 ହଜାର ଲୋକ ଉପକୃତ ହେବେ ।
  • ନୂଆପଡ଼ାର 123 ପଞ୍ଚାୟତରେ 258ଟି ବସ୍ ଦ୍ୱାରା 5.74 ଲକ୍ଷ ଲୋକ ଉପକୃତ ହେବେ ।
  • ବୌଦ୍ଧର 55 ପଞ୍ଚାୟତରେ 10ଟି ବସ୍ ଚଳାଚଳ ଦ୍ୱାରା 3.53 ଲକ୍ଷ ଲୋକ ଉପକୃତ ।
  • ଗଞ୍ଜାମର 433 ପଞ୍ଚାୟତରେ 130 ବସ୍ ଚଳାଚଳ ଯୋଗୁଁ 34.47 ଲୋକ ଉପକୃତ ହେବେ ।
  • ଜଗତସିଂହପୁରରେ 131  ପଞ୍ଚାୟତରେ 42ଟି ବସ୍ ଚାଲିବା ସହିତ 750 ହଜାର ଲୋକ ଉପକୃତ ହେବେ ।
  • ଇତି ମଧ୍ୟରେ ସାରା ରାଜ୍ୟରେ 1354ଟି ଲକ୍ଷ୍ମୀବସ୍ 6031 ପଞ୍ଚାୟତରେ ଚଳାଚଳ କରୁଛି ଏବଂ ଏହାଦ୍ୱାରା ରାଜ୍ୟର 3.64 କୋଟି ଲୋକ ଉପକୃତ ହୋଇଛନ୍ତି ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା