> ଗୃହପାଳିତ ପଶୁମାନଙ୍କର ବୀମା-କରଣ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଗୃହପାଳିତ ପଶୁମାନଙ୍କର ବୀମା-କରଣ

ଉଦ୍ଦେଶ୍ୟ

  • ଏହି ସେବାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ସେମାନଙ୍କର ଗୃହପାଳିତ ପଶୁମାନଙ୍କୁ ବୀମା ଭୂକ୍ତ କରିବା ପାଇଁ ଆବେଦନ କରିବା
  • ଜି୨ସି (ସରକାରରୁ ନାଗରିକ) ସେବା ପ୍ରଦାନ କରିବା ପରିପ୍ରେକ୍ଷୀରେ ପଶୁ ସ୍ୱାସ୍ଥ୍ୟ ସାର୍ଟିଫିକେଟ୍ ପ୍ରଦାନ ପାଇଁ ସର୍ଭିସ୍ପ୍ଲସ୍ ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ।
  • ପ୍ରାଣୀ ଚିକିତ୍ସାଳୟ/ ଡିସ୍ପେନସରି ଦ୍ୱାରା ପଶୁ ସ୍ୱାସ୍ଥ୍ୟ ପ୍ରମାଣପତ୍ରର ଇଲେକ୍ଟ୍ରୋନିକ୍ ଫାଇଲିଂ, ପ୍ରାପ୍ତି, ପ୍ରକ୍ରିୟାକରଣ ଏବଂ ବିତରଣ କୁ ସକ୍ଷମ କରିବା ।
  • ପ୍ରାଣୀ ଚିକିତ୍ସାଳୟ/ଡାକ୍ତରଖାନାରେ ଚାଷୀ ନିଜେ ଉପସ୍ଥିତି ନ ରହି ଅନ୍ଲାଇନ୍ ମାଧ୍ୟମରେ ପଶୁ ସ୍ୱାସ୍ଥ୍ୟ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାକୁ ସୁଗମ କରିବା।

ପଶୁ ସ୍ୱାସ୍ଥ୍ୟ ପ୍ରମାଣପତ୍ର ପ୍ରଦାନ ପ୍ରଣାଳୀ:

  • ସର୍ଭିସପ୍ଲସ ପୋର୍ଟାଲରେ ନାଗରିକଅନଲାଇନରେ ଆବେଦନ କରିପାରିବେ ।
  • ପରିଚୟପତ୍ରର ସ୍ୱୟଂ ପ୍ରମାଣିତ ସ୍କାନ ହୋଇଥିବା ଦସ୍ତାବିଜକୁ ଆବେଦନକାରୀଙ୍କ ଦ୍ୱାରା ଅପଲୋଡ କରିବାକୁ ପଡିବ ।
  • ୩. ବିଭିଓ/ ପ୍ରାଣୀ ଚିକିତ୍ସା ଅଧିକାରୀ ଯେଉଁ ପଶୁମାନଙ୍କ ପାଇଁ ପଶୁ ସ୍ୱାସ୍ଥ୍ୟ ପ୍ରମାଣପତ୍ର ପ୍ରଦାନ କରାଯିବ ତାହାର ଶାରୀରିକ ପରୀକ୍ଷା କରନ୍ତି । 4. ଏହି ସେବା ପାଇଁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ ।
  • ପ୍ରକ୍ରିୟାକରଣ ଓ ଅନୁମୋଦନ ପରେ ଇ-ମେଲ୍/ଲଗ୍ ଇନ୍ ଆଇଡି ଜରିଆରେ ନାଗରିକଙ୍କ ନିକଟରେ ସାର୍ଟିଫିକେଟ୍ ପହଞ୍ଚାଯିବ, ଯେଉଁଥିରେ ନାଗରିକ ସାର୍ଟିଫିକେଟ୍ ପାଇଁ ଆବେଦନ କରିଛନ୍ତି।

କର୍ତ୍ତୃପକ୍ଷ:

ଇ-ସାର୍ଟିଫିକେଟ୍ ବ୍ୟବସ୍ଥାର ସୁରୁଖୁରୁରେ ଏବଂ ଉନ୍ନତ ପରିଚାଳନା ପାଇଁ ନିମ୍ନଲିଖିତ ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କୁ ପଶୁ ସ୍ୱାସ୍ଥ୍ୟ ପ୍ରମାଣପତ୍ର ପ୍ରଦାନ କରିବା ଅନୁଯାୟୀ ସୂଚିତ କରାଯାଏ ।

୧. ମନୋନୀତ ଅଧିକାରୀ: ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ/ ପ୍ରାଣୀ ଚିକିତ୍ସା ସହକାରୀ ସର୍ଜନ/ ଅତିରିକ୍ତ ପ୍ରାଣୀ ଚିକିତ୍ସା ସହକାରୀ ସର୍ଜନ

୨. ଆପିଲେଟ୍ କର୍ତ୍ତୃପକ୍ଷ: ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ସଂଶୋଧନ କର୍ତ୍ତୃପକ୍ଷ: ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ

ପଶୁ ସ୍ୱାସ୍ଥ୍ୟ ସାର୍ଟିଫିକେଟ୍ ପ୍ରଦାନ କରିବାର ଅବଧି:

ପଶୁ ସ୍ୱାସ୍ଥ୍ୟ ସାର୍ଟିଫିକେଟ୍ ପ୍ରଦାନ କରିବାର ଅବଧି ହେଡ୍ କ୍ୱାର୍ଟର ଅଞ୍ଚଳରେ ୫ ଦିନ ଏବଂ ନିଯୁକ୍ତ ଅଧିକାରୀଙ୍କ ପେରିଫେରାଲ ଅଞ୍ଚଳରେ ୭ ଦିନ ରହିଛି।

ଦସ୍ତାବିଜ୍ ଆବଶ୍ୟକ:

  1. ପରିଚୟ ପତ୍ର (ଆଧାର କାର୍ଡ)
  2. ଆବେଦନକାରୀଙ୍କ ପାସପୋର୍ଟ ଆକାରର ଫଟୋ

ଆପ୍ଲିକେସନ୍ ର ଟ୍ରାକିଂ ସ୍ଥିତି:

  • ସର୍ଭିସ୍ପ୍ଲସ୍ ପ୍ଲସ୍ ପୋର୍ଟାଲରେ ସ୍ଥିତି ଅନଲାଇନ୍ ଟ୍ରାକ୍ କରାଯାଇପାରିବ ।
  • ହିତାଧିକାରୀଙ୍କୁ ଏଥିପାଇଁ ଏସଏମଏସ ଆଲର୍ଟ ମିଳିବ ।

ଆବେଦନ କରିବାର ଉପାୟ:

  • ଅନଲାଇନରେ ନାଗରିକଙ୍କ ଦ୍ୱାରା
  • ବିଭିଓ ଅଫିସରେ ସିଧାସଳଖ ଆବେଦନ
  • ସିଏସସି ବା କମନ୍ ସର୍ଭିସରେ ଆବେଦନ ଆବେଦନ

 

 

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା