> ଭର୍ମି କମ୍ପୋଷ୍ଟ ପାଇଁ ବ୍ୟବହାର ହେଉଥିବା ବର୍ଯ୍ୟବସ୍ତୁ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଭର୍ମି କମ୍ପୋଷ୍ଟ ପାଇଁ ବ୍ୟବହାର ହେଉଥିବା ବର୍ଯ୍ୟବସ୍ତୁ

ଭର୍ମି କମ୍ପୋଷ୍ଟ ପ୍ରସ୍ତୁତି ପାଇଁ ସବୁପ୍ରକାର ଜୈବିକ ଦହନଶୀଳ ବର୍ଯ୍ୟବସ୍ତୁକୁ ବ୍ୟବହାର କରାଯାଇପାରିବ । ସାଧାରଣ ଭାବରେ କମ୍ପୋଷ୍ଟ ପାଇଁ ବ୍ୟବହାର କରାଯାଉଥିବା ଜୈବିକ ପଦାର୍ଥ ଗୁଡ଼ିକ ହେଲା –

Ingredients of vermicomposting

  1. ପଶୁ ମଳ ଯଥା- ଗୋବର, ମେଣ୍ଢାମଳ, ଛେଳି ମଳ, କୁକୁଡ଼ାମଳ ଇତ୍ୟାଦି ।
  2. କୃଷି ଜାତ ବର୍ଯ୍ୟବସ୍ତୁ ଯଥା- ଅମଳ ପରେ ରହିଯାଉଥିବା ବିଭିନ୍ନ ଫସଲର ଅବଶିଷ୍ଟାଂଶ ଯଥା-ଧାନ, ଗହମ ନଡ଼ା, ଆଖୁଛେଦା, ଫଳଗଛର ଝଡ଼ା ପତ୍ର, ପନିପରିବା ଗଛର ପତ୍ର, କାଣ୍ଡ, ମୁଗ, ବିରି ବୋତି, କଦଳୀ ଗଛର ଅବଶିଷ୍ଟାଂଶ, ଚିନାବାଦାମ, ମକା, ସୋରିଷ, ରାଶି, ସୂର୍ଯ୍ୟମୁଖୀ ଆଦି ଫସଲର ଅବଶିଷ୍ଟାଂଶ ।
  3. ଜଙ୍ଗଲ ଜାତ ବର୍ଯ୍ୟବସ୍ତୁ – ଗଛର ଛେଲି, କରତକଳ ଗୁଣ୍ଡ, ଗଛର ପଚା, ସଢା ପତ୍ର ଇତ୍ୟାଦି ।
  4. ବିଭିନ୍ନ ଘାସ, ପାଣିଦଳ, ବିଲାତି ଦଳ
  5. ଅଳିଆ କାଗଜ
  6. ରୋଷେଇ ଘର ମଇଳା, ପନିପରିବା ଚୋପା
  7. ଗୋବର ଗ୍ୟାସ ମଣ୍ଡ
  8. ଶିଳ୍ପ ଜାତ ଜୈବ ବର୍ଯ୍ୟବସ୍ତୁ ଯଥା- ଖାଦ୍ୟ ପ୍ରକ୍ରିୟା କରଣ କାରଖାନାର ଅଳିଆ, ଚିନିକଳ ମଇଳା, ନଡିଆ କତା ଗୁଣ୍ଡ ଇତ୍ୟାଦି ।
  9. ସହର ଓ ହାଟରୁ ବାହାରୁଥିବା ଅଦରକାରୀ ଜୈବ ବସ୍ତୁ ।

ଜୈବ ବର୍ଯ୍ୟବସ୍ତୁରୁ ସହଜରେ ଏବଂ ଶୀଘ୍ର ଭର୍ମିକମ୍ପୋଷ୍ଟ ପ୍ରସ୍ତୁତି କରିବାପାଇଁ କେତେଗୁଡ଼ିଏ ପଦକ୍ଷେପ ।

  • ବର୍ଯ୍ୟବସ୍ତୁ ମଧ୍ୟରୁ ଅଜୈବିକ ତଥା ବିଘଟନ ହେଉନଥିବା ପଦାର୍ଥ ଯଥା-ପ୍ଲାଷ୍ଟିକ, ପଥର, କାଚ, ସେରାମିକ, ପଲିଥିନ୍ ଏବଂ ଧତବ ପଦାର୍ଥ ଇତ୍ୟାଦିକୁ ଅଲଗା କରି ବାହାରକରି ଦିଅନ୍ତୁ ।
  • ଯେଉଁ ବର୍ଯ୍ୟବସ୍ତୁ ଗୁଡ଼ିକ ରାସାୟନିକ ପଦାର୍ଥ ଦ୍ୱାରା ସଂକ୍ରମିତ ହୋଇଥିବା ସେଗୁଡ଼ିକ ବାହାର କରିଦିଅନ୍ତୁ ।
  • ରୋଷେଇ ଘର ଅଳିଆରେ ଯଦି ମସଲା ଜାତୀୟ ପଦାର୍ଥ ଥାଏ, ତାକୁ ବାହାର କରିଦିଅନ୍ତୁ ।
  • ଜୈବିକ ପଦାର୍ଥ ସବୁକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରିଦିଅନ୍ତୁ । ବିଲାତି ଦଳ ବ୍ୟବହାର କରୁଥିଲେ ଚେରକୁ କାଟି ବାହାର କରିଦିଅନ୍ତୁ ।

ଜାଣନ୍ତୁ –

ଭର୍ମି କମ୍ପୋଷ୍ଟ ପ୍ରସ୍ତୁତିର ଆବଶ୍ୟକତା ଓ ଉପକାରିତା

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା