> କୃଷି ସମ୍ୱନ୍ଧୀୟ ଦରକାରୀ ସୂଚନା - Krishi Vigyan Kendra, Sundargarh-I
Chasbas
KVK, Sundargarh-I

କୃଷି ସମ୍ୱନ୍ଧୀୟ ଦରକାରୀ ସୂଚନା

FAQ & Answer

 କୃଷକମାନେ ବେଳେବେଳେ କ୍ଷେତଫସଲ ଚାଷ କରିବା ସମୟରେ କିମ୍ବା ପଶୁପାଳନ ଏବଂ ଅନ୍ୟାନ୍ୟ ଲାଭଦାୟକ ଉଦ୍ୟୋଗରେ ନିୟୋଜିତ ହେବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେଥିପାଇଁ ସେମାନଙ୍କୁ ବେଳେ ବେଳେ କ୍ଷତି ସହିବାକୁ ପଡିଥାଏ । ଏଠାରେ ସେମାନଙ୍କ ସମସ୍ୟାର କିଛି ସାଧାରଣ ଉତ୍ତର ଦିଆଯାଇଛି ।

କଦଳୀ ଫସଲରେ ପତ୍ର ରେ ହଳଦିଆ ଗାର ଦାଗ ଦେଖାଦେଲେ ଫସଲରେ କବକ ଜନିତ Sigatoka ରୋଗ ଲାଗିଛି । ସେହିପରି କଦଳୁ ଗଛର ତଳ ପତ୍ର ସମ୍ପୂର୍ଣ ହଳଦିଆ ହୋଇଯିବା ଓ କଦଳୀ କାନ୍ଧି ଆସିବା ସମୟରେ ଗଛ ଭାଙ୍ଗି ପଡିବା Panama ଝାଉଁଳା ରୋଗ ।ଏହି ରୋଗ କୁ ନିୟନ୍ତ୍ରଣ କରିବା ପାଇଁ କଦଳୀ ଚାରା ଲଗାଇବା ସମୟରେ ଗଛ କୁ ଗଛ 1.8-2 ମିଟର ବ୍ୟବଧାନ ରଖନ୍ତୁ।ଜମି ସଫା ରଖନ୍ତୁ।ରୋଗ ମୁକ୍ତ ପୁଆ କୁ ବିଶୋଧନ କରି ଲଗନ୍ତୁ। Sigatoka ପତ୍ର ଦଂକୁ ନିୟନ୍ତ୍ରଣ କରିବା ପାଇଁ ଆକ୍ରନ୍ତ ପତ୍ର କୁ କାଟି ଜମି ରୁ ଅଲଗା କରନ୍ତୁ। Copper oxychloride 50%WP lit ପ୍ରତି 3gm ବା Difenoconazole 25% EC lit ପ୍ରତି 1ml ବା Custodia lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ। Panama ଝାଉଁଳା ରୋଗ ଲାଗିଲେ ଅଧିକ ଆକ୍ରନ୍ତ ଗଛ କୁ ଓପାଡି ନଷ୍ଟ କରନ୍ତୁ। Carbendazim 50%WP lit ପ୍ରତି 2gm ହିସାବରେ ଦ୍ରଵଣ ପ୍ରସ୍ତୁତ କରି ଗଛ ମୂଳରେ 5 lit ହିସାବରେ ଢାଳି ମାଟି ବିଶୋଧନ କରନ୍ତୁ।7ଦିନ ଅନ୍ତରରେ 2-3 ଥର ପ୍ରାୟୋଗ କରନ୍ତୁ।

ଲଙ୍କା ଫସଲରେ ପତ୍ର ମୋଚା ରୋଗ ଏକ virus ଜନିତ ରୋଗ।ଏହାର ବାହାକ ଉକୁଣିଆ ପୋକ।ଏହାକୁ ନିୟନ୍ତ୍ରଣ କରିବା ପାଇଁ  ଆଗୁଆ ପଦକ୍ଷେପ ସରୁପ ଲଙ୍କା ବିହନ ତଳି ପକାଇବା ପୂର୍ବରୁ ବିହନ କୁ 10gm ବିହନ ପ୍ରତି 5gm  Imidachloprid 70%WS ରେ ବିଶୋଧନ କରନ୍ତୁ। ଲଙ୍କା ତଳି ଲଗାଇବାର 15ଦିନ ପରେ  ନିମ୍ବତେଲ lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।10ଦିନ ଅନ୍ତରରେ 3ଥର ସ୍ପ୍ରେ କରନ୍ତୁ।ହଳଦିଆ ଅଠାଳିଆ card ଓ ନୀଳ ଅଠାଳିଆ କାର୍ଡ ଏକର ପ୍ରତି 15ଟି ବ୍ୟବହାର କରନ୍ତୁ। ଯଦି ପତ୍ର ମୋଚା ରୋଗ ଲାଗେ ତେବେ ଆକ୍ରନ୍ତ ପତ୍ର କୁ ଛିଣ୍ଡାଇ ଦିଅନ୍ତୁ।Diafenthuron 50%WP lit ପ୍ରତି 1.5gm ବା MOVENTO lit ପ୍ରତି 1ml ବା Solomon lit ପ୍ରତି 0.5ml ବା Alika lit ପ୍ରତି 0.5ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

ଲଙ୍କା ଫସଲରେ ପତ୍ର ମୋଚା  ରୋଗ ଲାଗିଛି ।ଏହାର ବାହାକ ଉକୁଣିଆ ପୋକ।ଏହି ରୋଗକୁ ପରିଚାଳନା କରିବା ପାଇଁ  ଅଧିକ ଆକ୍ରନ୍ତ ପତ୍ର କୁ ଛିଣ୍ଡାଇ ନଷ୍ଟ କରନ୍ତୁ। ଜମିରୁ ଘାସ ସଫା କରନ୍ତୁ।ନୀଳ ଅଠାଳିଆ card ଏକର ପ୍ରତି 15-20ଟି ବ୍ୟବହାର କରନ୍ତୁ। ଜୈବିକ ସାର BIOZYME ବା BIOVITA ଏକର ପ୍ରତି 10kg ସହିତ potash 12kg ପ୍ରାୟୋଗ କରନ୍ତୁ। Difenthuron 50%WP lit ପ୍ରତି 1.5gm ବା Osheen lit ପ୍ରତି 0.5gm ବା Solomon lit ପ୍ରତି 1ml ବା Exponus ଏକର ପ୍ରତି 34ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

ଲଙ୍କା ଫସଲରେ ଶୋଷକ ଜାତୀୟ ପୋକ ଧଳା ମାଛି ଓ ଉକୁଣୀଆ ପୋକ ଲାଗିଲେ ପତ୍ର ମୋଚା ହୋଇଥାଏ।
ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ଅଧିକ ଆକ୍ରାନ୍ତ ପତ୍ର ସବୁ ଛିଣ୍ଡାଇ ନଷ୍ଟ କରନ୍ତୁ ।
ନୀଳ ଅଠାଳିଆ କାର୍ଡ ଓ ହଳଦିଆ ଅଠାଳିଆ କାର୍ଡ ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।
ଫସଲ ରେ Potash ସାର ଏକର ପ୍ରତି 12kg ସହିତ ଜୈବିକ ସାର BIOZYME ବା BIOVITA 8-10kg ମିଶାଇ ପ୍ରୟୋଗ କରନ୍ତୁ।
Diafenthiuron 50%WP lit ପ୍ରତି 2gm ବା
Imidachloprid 70%WG drum ପ୍ରତି 3gm ବା
Movento lit ପ୍ରତି 1ml ବା
Solomon lit ପ୍ରତି 1ml ବା
Thiomethoxam 25%WG lit ପ୍ରତି 0.5gm
ବା EXPONUS drum ପ୍ରତି 3.4 ml ସହିତ ନିମ୍ବତେଲ lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।

ବାଇଗଣ ଫସଲରେ ଝାଉଁଳା ରୋଗ କୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଆକ୍ରନ୍ତ ଗଛ କୁ ଓପାଡି ନଷ୍ଟ କରନ୍ତୁ।1ଏକର ଜମିରେ 2kg Bleaching powder କୁ ଏକ କନା ରେ ଗୁଡାଇ ପାଣି chhanel ରେ ରଖି ଦିଅନ୍ତୁ ଓ ଜଳସେଚନ  କରନ୍ତୁ। Copper oxychloride 50%WP lit ପ୍ରତି 3gm ସହିତ Plantomycine lit ପ୍ରତି 1gm ମିଶାଇ ଦ୍ରଵଣ ପ୍ରସ୍ତୁତ କରି ଗଛ ମୂଳରେ 500ml ହିସାବରେ ପ୍ରାୟୋଗ କରନ୍ତୁ।7ଦିନ ପରେ ଆଉଥରେ ପ୍ରାୟୋଗ କରନ୍ତୁ।

କାକୁଡି ଫସଲରେ ପାଉଁସିଆ ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଫସଲରେ କେବଳ ଅପରାହ୍ନ ସମୟରେ ଜଳସେଚନ କରନ୍ତୁ।potash ସାର ଏକର ପ୍ରତି 12kg ପ୍ରାୟୋଗ କରନ୍ତୁ।  Thiophenate methyl 70%WP lit ପ୍ରତି 1.5gm ବା Tebuconazole 10%+ Sulfer 65%WDG lit ପ୍ରତି 0.5gm ବା Hexaconazole 5%SC lit ପ୍ରତି 0.5 ml ବା Amistar top lit ପ୍ରତି 1ml ବା Custodia lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ। କଖାରୁ ଫସଲରେ ନିମ୍ନମୁଖି ପତ୍ରପୋଡ଼ା ରୋଗ ଲାଗିଲେ ପତ୍ର ହଳଦିଆ ହୋଇଥାଏ।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଫସଲରେ  Potash ସାର ଏକର ପ୍ରତି 12kg ସହିତ ଜୈବିକ ସାର BIOZYME ବା BIOVITA 10kg ମିଶାଇ ପ୍ରାୟୋଗ କରନ୍ତୁ।Ridomil gold lit ପ୍ରତି 2.5gm ବା Amistar top lit ପ୍ରତି 1ml ବା Custodia lit ପ୍ରତି 1ml ବା Taspa lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

କଖାରୁ ଫସଲରେ ମାଈ ଓ ଅଣ୍ଡିରା ଫୁଲ ଅଲଗା ଅଲଗା ଫୁଟି ଥାଏ। ପରାଗ ସଙ୍ଗମ ଠିକରେ ହୋଇ ନପାରିଲେ ଫୁଲ କଷି ଝଡ଼ିଥାଏ।ତେଣୁ ସକାଳ 7-10 ଟା ମଧ୍ୟରେ କୃତିମ ପରାଗ ସଙ୍ଗମ କରନ୍ତୁ। ତୁଳା ସାହାଯ୍ୟରେ ଅଣ୍ଡିରା ଫୁଲର ପରାଗ ରେଣୁ ମାଇଫୁଲରେ ପକାଇ ପରାଗ ସଙ୍ଗମ କରନ୍ତୁ।ତା ଛଡା NPK 0:52:34 lit ପ୍ରତି 5gm ସହିତ CHAMAK ଅଣୁ ସାର lit ପ୍ରତି 3gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone Fantac plus lit ପ୍ରତି 0.5-1 ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।

ଭେଣ୍ଡି ଫସଲରେ ଝାଉଁଳା ରୋଗ ଲାଗିଲେ ଗଛ ମରି ଯାଇଥାଏ।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆକ୍ରନ୍ତ ଗଛ କୁ ଓପାଡି ନଷ୍ଟ କରନ୍ତୁ।Copper oxychloride 50%WP lit ପ୍ରତି 3gm ସହିତ Plantomycine lit ପ୍ରତି 1gm ମିଶାଇ ଦ୍ରଵଣ ପ୍ରସ୍ତୁତ କରନ୍ତୁ।ଗଛ ମୂଳରେ 500ml ହିସାବରେ ଢାଳି ମାଟି କୁ ବିଶୋଧନ କରନ୍ତୁ।7ଦିନ ପରେ ଆଉଥରେ ପ୍ରାୟୋଗ କରନ୍ତୁ।ଫସଲରେ Potash ସାର ଏକର ପ୍ରତି 12kg ପ୍ରାୟୋଗ କରନ୍ତୁ।

ବାଇଗଣ ଫସଲରେ little leaf ବା ଛୋଟ ପତ୍ରି ରୋଗ ଲାଗିଛି।ଏହାର ବାହାକ ବାଦାମୀ ପତ୍ରଡିଆଁ ପୋକ।ଏହି ରୋଗ କୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଆକ୍ରନ୍ତ ପତ୍ର ବା ଗଛକୁ ଓପାଡି ପୋତି ଦିଅନ୍ତୁ।ଫସଲରେ potash ସାର ଏକର ପ୍ରତି 12kg ସହିତ ଜୈବିକ ସାର BIOZYME ବା BIOVITA ଏକର ପ୍ରତି 12kg ପ୍ରାୟୋଗ କରନ୍ତୁ ।

Imidachloprid 30.5%SC drum ପ୍ରତି 8ml ବା Diafentburon 50%WP lit ପ୍ରତି 1.5gm ବା MOVENTO lit ପ୍ରତି 1ml ବା Alika lit ପ୍ରତି 0.5 ml ସହିତ ନିମ୍ବତେଲ lit ପ୍ରତି 1ml ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

ବାଇଗଣ ଫସଲରେ କାଣ୍ଡ ବିନ୍ଧା ପୋକ ବା ଅଗ ବିନ୍ଧା ପୋକ ଲାଗିଲେ ଗଛର ଅଗ ଝାଉଁଳି ଯାଇଥାଏ।ସେଥିପାଇଁ ଆକ୍ରନ୍ତ ଡାଳ ର 1cm ତଳୁ କାଟି ନଷ୍ଟ କରି ଦିଅନ୍ତୁ।ଆଲୋକ ଯନ୍ତା ଏକର ପ୍ରତି 2ଟି ବା ସଙ୍ଗ ଆକର୍ଷକ ଯନ୍ତା ଏକର ପ୍ରତି 7ଟି ବ୍ୟବହାର କରନ୍ତୁ।ଜମି ରୁ ଘାସ ସଫା କରନ୍ତୁ।Thiodicarb 75%WP lit ପ୍ରତି 2gm ବା Cartap hydrochloride 50%SP  lit ପ୍ରତି 1.5gm ବା Chlorontraniliprole 18.5%SC drum ପ୍ରତି 5ml ବା Novaluron 5.2%+Indoxacarb 4.5%SC lit ପ୍ରତି 1.5ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

ଆଳୁ ଫସଲରେ ଶୋଷକ ପୋକ ଧଳା ମାଛି ଓ ପତ୍ରଡିଆଁ ପୋକ ଲାଗିଲେ ପତ୍ର ମୋଚା ହୋଇଥାଏ।ଏହାକୁ ପରିଚାଳନା ପାଇଁ ହଳଦିଆ ଅଠାଳିଆ କାର୍ଡ ଏକର ପ୍ରତି 15ଟି ବ୍ୟବହାର କରନ୍ତୁ। Imidachloprid 30.5%SC lit ପ୍ରତି 0.5ml ବା Difenthuron 50%WP lit ପ୍ରତି 1.5gm ବା Acephate 35%+Bufrofezin 15%lit ପ୍ରତି 2gm ସହିତ ନିମ୍ବତେଲ lit ପ୍ରତି 2ml ମିଶାଇ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

Beans ଫସଲରେ ଫଳ ବିନ୍ଧା ପୋକ କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ଆକ୍ରନ୍ତ ଫଳ କୁ ତୋଳି ଜମି ରୁ ଅଲଗା କରି ଦିଅନ୍ତୁ। ଜମି ରୁ ଘାସ ସଫା କରନ୍ତୁ। Cartap hydrochloride 50%SP  lit ପ୍ରତି 1.5-2gm ବା Chlorontraniliprole 18.5%SC drum ପ୍ରତି 5ml ବା Indoxacarb 14.5%SC lit ପ୍ରତି 0.75ml ବା Novaluron 5.2%+ Indoxacarb 4.5% SC lit ପ୍ରତି 1.5ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

କଲରାରେ ଫଳ ମାଛି ଲାଗିଲେ କଲରା ପୋକ। ହୋଇଯାଏ। ଆକ୍ରନ୍ତ ଫଳ କୁ ତୋଳି ଜମି ରୁ ଅଲଗା କରି ନଷ୍ଟ କରି ଦିଅନ୍ତୁ।ଜମି ରୁ ଘାସ ସଫା କରନ୍ତୁ।Spinosad 45% SC drum ପ୍ରତି 5ml ବା Cypermethrin 10%EC lit ପ୍ରତି 2ml ବା Cartap hydrochloride 50%SP lit ପ୍ରତି 1.5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

ଲେମ୍ବୁ ଫସଲରେ ପ୍ରତି ବର୍ଷ ସାର ଓ ଅଣୁସାର ପରିଚାଳନା କରାଗଲେ ଫୁଲ କଷି ଝଡ଼ିବ ନାହିଁ। 5ବର୍ଷରୁ ଉର୍ଦ୍ଧ୍ବ ଲେମ୍ବୁ ଗଛ ମୁଳରୁ 2.5ft ଛାଡି 1ft ଓସାର ଓ 6ଇଞ୍ଚ ଗଭୀର ନାଳ କରନ୍ତୁ।ଗଛ ପ୍ରତି 3ଝୁଡ଼ି ଗୋବର ଖତ ପ୍ରାୟୋଗ କରନ୍ତୁ।ଗଛ ପ୍ରତି 800gm DAP , 600gm urea ଓ 800gm potash କୁ 2ଭାଗ କରି ଵର୍ତମାନ ଥରେ september-october ରେ ଥରେ ପ୍ରାୟୋଗ କରନ୍ତୁ।Borax ଅଣୁସାର କୁ ଗଛ ପ୍ରତି 100gm 3ବର୍ଷରେ ଥରେ ପ୍ରାୟୋଗ କରନ୍ତୁ।ବର୍ତମାନ NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ। 2ଦିନ ପରେ Hormone Planofix କୁ 4 lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ। 15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।

ଡାଲିମ୍ବ ଗଛରେ କାଇ କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ କାଇ ର ବସା କୁ ଚିହ୍ନଟ କରନ୍ତୁ ଓ ନଷ୍ଟ କରନ୍ତୁ।Chloropyriphos 50%+ Cypermethrin 5%EC lit ପ୍ରତି 2ml ବା Cypermethrin 10%EC lit ପ୍ରତି 2ml ବା Novaluron 10%EC lit ପ୍ରତି 1ml  ସହିତ ନିମ୍ବତେଲ lit ପ୍ରତି 1ml ମିଶାଇ  ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

ପିଜୁଳି ଫଳରେ  Anthracnose ରୋଗ ଲାଗିଲେ ଫଳ କଳା ପଡିଥାଏ।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଆକ୍ରନ୍ତ ଫଳ କୁ ତୋଳି ଅଲଗା କରି ନଷ୍ଟ କରନ୍ତୁ। Thiophenate methyl 70%WP lit ପ୍ରତି 2gm ବା  Propineb 70%WP lit ପ୍ରତି 2gm ବା Copper oxychloride 50%WP lit ପ୍ରତି 3gm ବା Amistar top lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

ପୋଖରୀ ପାଣିରେ ଯବକ୍ଷାରଜାନ ଓ ଫସ୍ ଫରସ୍ ର ପରିମାଣ ଅଧିକ ହେଲେ ଏପରି ହୁଏ। ପୋଖରୀରେ କଞ୍ଚା ପତ୍ର, ଘାସ,ଫୁଲ ,ଫଳ ଇତ୍ୟାଦି ପକାନ୍ତୁ ନାହିଁ। କିଛି ଦିନ ପାଇଁ ଦାନା ପ୍ରୟୋଗ କରନ୍ତୁ ନାହିଁ। ଏବେ ଗୋବର, ଖତ, ସାର ଇତ୍ୟାଦି ପ୍ରୟୋଗ କରନ୍ତୁ ନାହିଁ। ସକାଳେ ହୁଡ଼ା ନିକଟରେ ତାହା ଜମା ହୋଇ ମୋଟା ସର ପରି ହୁଏ। ସେସମୟ ରେ ତାକୁ ଛାଣି ବାହାର କରନ୍ତୁ। ଏକ ଏକର ପାଣି ଥିବା ପୋଖରୀରେ ୧୦୦ କିଲୋ ଚୂନ ପ୍ରୟୋଗ କରନ୍ତୁ। ୨୦୦ ଟି ୫୦୦/୬୦୦ ଗ୍ରାମ ବିଶିଷ୍ଟ ସିଲ୍ ଭର୍ କାର୍ପ  ଓ ସେତିକି ପରିମାଣରେ ଗ୍ରାସ୍ କାର୍ପ ଛାଡ଼ନ୍ତୁ। ୩/୪ ଦିନ ପରେ ନିୟନ୍ତ୍ରଣ ହୋଇ ଯିବ।

ଗୁଆ ଗଛରେ ସାର ଓ ଜୈବିକ ସାର ପରିଚାଳନା କରନ୍ତୁ।ଗଛ ମୁଳରୁ 1ft ଛାଡି 6ଇଞ୍ଚ ଓସାର ଓ ଗଭୀର ନାଳ କରନ୍ତୁ।ଗଛ ପ୍ରତି 1ଝୁଡ଼ି ଗୋବର ଖତ, DAP ସାର 80gm. Urea 100gm o potash 100gm ପ୍ରାୟୋଗ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ। Ridomil gold lit ପ୍ରତି 2.5gm ବା Amistar top lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ। 7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।

Tissue culture କଦଳୀ ଲଗାଇବା ପାଇଁ ଜମି ପ୍ରସ୍ତୁତ ସମୟରେ 2-3 ଓଡ଼ ଚାଷ କରନ୍ତୁ।2ft ଲମ୍ବ ପ୍ରସ୍ଥ ଓ ଗଭୀର ଗାତ 1.5ft ବ୍ୟବଧାନ ରେ କରନ୍ତୁ।ଗାତ ପ୍ରତି 1ଝୁଡ଼ି ଗୋବର ଖତ 250gm ssp, 250gm ଜୈବିକ ସାର ସହିତ ଉପର ଅଧା ମାଟି ମିଶାଇ ଗାତ ଭର୍ତ୍ତି କରନ୍ତୁ। 3ଦିନ ପରେ ପୁଆ କୁ ବିଶୋଧନ କରି ଲଗାନ୍ତୁ ଓ ଜଳସେଚନ କରନ୍ତୁ ।

ପୋଖରୀରେ ପ୍ଲାଙ୍କ ଟନ୍ ତିଆରି ପାଇଁ ନିମ୍ନ ଲିଖିତ ପଦକ୍ଷେପ ନେବାକୁ ପଡ଼ିବ –

୧- ପୋଖରୀ ରେ ପ୍ରଚୁର ପରିମାଣରେ ଖରା ପଡ଼ିବାର ବ୍ୟବସ୍ଥା କରନ୍ତୁ।

୨- ପାଣି ଗଭୀରତା ୫/୬ ଫୁଟ୍ ରଖନ୍ତୁ।

୩- ଏକ ଏକର ଓ ହାରାହାରି ଏକ ମିଟର ପାଣି ଥିବା ପୋଖରୀରେ ପ୍ରତି ତିନି ମାସରେ ଥରେ ୧୦୦ କିଲୋ ଚୂନ ପ୍ରୟୋଗ କରନ୍ତୁ।

୪- ପ୍ରତି ମାସରେ ଥରେ ୧.୫ ରୁ ୨ ଲିଟର ଜିନୋଙ୍ଗ ବା ଆର୍ଥ ( ୪% ହ୍ୟୁମୀକ୍ ଏସିଡ) ଓ ୧.୫ ରୁ ୨ କିଲୋ ମିନେରାଲ ମିକ ଶ୍ଚର୍ ପ୍ରୟୋଗ କରନ୍ତୁ।

୫- ଦଳ ପରିମାଣ ୨୦/୨୫% ରୁ ଅଧିକ ରଖନ୍ତୁ ନାହିଁ

୬- ପୋଖରୀ ପରିବେଶ କୁ ସଫା ସୁତୁରା ରଖନ୍ତୁ।

ପାଳ ଛତୁ ଚାଷ ପାଇଁ ଉଷ୍ମ ବାୟୁମଣ୍ଡଳ 80% ଆପେକ୍ଷିକ ଆଦ୍ରତା ଦରକାର ହୋଇଥାଏ। ଯାହାକି ଶୀତ ଦିନେ ଏହା ମିଳି ନଥାଏ।ସେଥିପାଇଁ ଶୀତ ଦିନେ ପାଳ ଛତୁ ଚାଷ ଲାଭ ଦାୟକ ନୁହଁ। ତଥାପି Halogen light ବ୍ୟବହାର କରିବା ସହିତ fogger କୁ ବ୍ୟବହାର କରନ୍ତୁ ଓ ବାହାରେ ଛତୁ ଚାଷ ନକରି ଘର ଭିତରେ କରନ୍ତୁ।

ଆପଣ NSS-100ML ଗୋଟିଏ ବୋତଲ କିଣି ଉପରପଟେ ଏକ ସାନ କଣା କରି ସେହି ପାଣିରେ ଆଖିକୁ ସଫା କରନ୍ତୁ । ଏହାପରେ ଆଖିକୁ ସୁଖିଲା କପଡାରେ ପୋଛି ଆଖିରେ CIPLOX-D eye drop ରୁ ଦୁଇ ବୁନ୍ଦା ପକାନ୍ତୁ । ଏଭଳି ଦିନକୁ ତିନିଚାରିଥର କରନ୍ତୁ । ଅଧିକ ତଥ୍ୟ ପାଇଁ ନିକଟସ୍ଥ ପଶୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

ଅମୃତଭଣ୍ଡା ଫସଲରେ mosai ରୋଗ ଲାଗିଛି। ଏହାର ବାହାକ ଧଳା ମାଛି ଓ ଜଉ ପୋକ । ଶୋଷକ ପୋକ ଆକ୍ରମଣରେ ପତ୍ର ହଳଦିଆ ହେଉଛି। ଏହାକୁ ପରିଚାଳନା କରିବା ପାଇଁ ଅଧିକ ଆକ୍ରନ୍ତ ପତ୍ର କୁ ଛିଣ୍ଡାଇ ନଷ୍ଟ କରି ଦିଅନ୍ତୁ।ହଳଦିଆ ଅଠାଳିଆ card ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।ଫସଲରେ potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।ବଗିଚା ରୁ ଘାସ ସଫା କରନ୍ତୁ।Imidachloprid 30.5%SC lit ପ୍ରତି 0.5ml ବା Difenthuron 50%WP lit ପ୍ରତି 1.5gm ବା TAKAF lit ପ୍ରତି 1.5ml ବା Alika lit ପ୍ରତି 0.5ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

ପିଆଜ ଫସଲରେ  onion Smut ରୋଗ ଲାଗିଛି। ଏହାକୁ ପରିଚାଳନା କରିବା ପାଇଁ  ଫସଲରେ potash ସାର ଏକର ପ୍ରତି 12kg ପ୍ରାୟୋଗ କରନ୍ତୁ।Copper oxychloride 50% WP lit ପ୍ରତି 3gm ବା Chlorothalonil 70%WP lit ପ୍ରତି 2gm ବା Custodia lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।

କଖାରୁ  ଲଗାଇବାର ଏକ ମାସ ପରେ କଖାରୁ ଫସଲରେ ସାର ଓ ଜୈବିକ ସାର ପରିଚାଳନା କରନ୍ତୁ। ଯଦି ଫସଲରେ ଜୈବିକ ସାର ଦେଇ ନାହାନ୍ତି ତେବେ ଜୈବିକ ସାର BIOZYME ବା SAGARIKA ଏକର ପ୍ରତି 10kg ସହିତ Urea   25kg ସାର ପ୍ରାୟୋଗ କରନ୍ତୁ।ଯଦି ମୂଳ ସାର ହିସାବରେ କୌଣସି ସାର ପ୍ରାୟୋଗ କରି ନାହାନ୍ତି ତେବେ ଏକର ପ୍ରତି 44kg DAP , 50kg potash ସାର ପ୍ରାୟୋଗ କରନ୍ତୁ।ଏବଂ ଶୀର୍ଷ ସାର 30ଦିନରେ ଓ 60ଦିନରେ urea ଏକର ପ୍ରତି 24kg ପ୍ରାୟୋଗ କରନ୍ତୁ। ଫସଲର 30-35ଦିନରେ ଅଣୁସାର CHAMAK କୁ lit ପ୍ରତି 3gm ହିସାବରେ ସ୍ପ୍ରେ କରନ୍ତୁ।

ଭଲ ଅଣ୍ଡାଦିଆ କୁକୁଡା ପ୍ରଜାତି ହେଉଛି କଳିଙ୍ଗ ବ୍ରାଉନ, ଇଣ୍ଡବ୍ରୋ ବ୍ରାଉନ, କ୍ଯାରି ସୋନାଲି, ଆର ଆଇ ଆର ଇତ୍ଯାଦି । ଏହାକୁ ଉପଲବ୍ଧି ପାଇଁ ଆପଣ CPDO Dr Abhijit Kumar-8310786403, କିମ୍ବା OPOLFEDର Dr Bhaktahari Mallick-6370551856 ରେ ଯୋଗାଯୋଗ କରନ୍ତୁ ।

Ranikhet Disease / Newcastle Disease ସଂକ୍ରମଣ ହେଲେ ଏପରି ହୁଏ  । ଏହାକୁ ଓଡ଼ିଶାର କିଛି ଚାଷୀ ଘୁମାରୋଗ ମଧ୍ୟ କହିଥାନ୍ତି  ।  ଆପଣ ଆଗରୁ R2B ଟୀକା 0.5ml ଡେଣାତଳେ ଦେଇଥିଲେ ଏପରି ହୋଇନଥାନ୍ତା । ତେବେ ଆପଣ LASOTA ଟୀକା କିଣି ଟୀକା ପ୍ରସ୍ତୁତ କଲାପରେ ପ୍ରତ୍ୟେକ କୁକୁଡାଙ୍କ ଥଣ୍ଟ ମେଲାଇ ପାଟିକୁ ଏକ ବୁନ୍ଦା ହିସାବ ରେ ଏହି ଟୀକା ପକାନ୍ତୁ ଏହା ଯେତେ ଶୀଘ୍ର କରିବେ, ତାହା ଭଲ ।

ଯନ୍ତ୍ରଚାଳିତ ଧାନ ପିଟା mechine କୃଷି ବିଭାଗ ମାଧ୍ୟମରେ ରିହାତି ଦରରେ ମିଳିଥାଏ । ଏହାର ସମ୍ପୂର୍ଣ୍ଣ ଦାମ 34000 ଟଙ୍କା । ସାଧାରଣ ବର୍ଗ ଙ୍କ ପାଇଁ 40% ଓ SC/ST/WOMEN ଙ୍କ ପାଇଁ 50% ରିହାତି ବ୍ୟବସ୍ଥା ରହିଛି।ସେଥିପାଇଁ GO SUGAM ରେ registration କରନ୍ତୁ ଓ ଆବେଦନ କରନ୍ତୁ।

ବାଇଗଣ ଫସଲ ରେ ଚାରା ଲଗାଇବା ପୂର୍ବରୁ ମୂଳ ସାର ପ୍ରୟୋଗ କରନ୍ତୁ।ଜମି ପ୍ରସ୍ତୁତ ସମୟ ରେ ଏକର ପ୍ରତି 5MT ସଢ଼ା ଗୋବର ଖତ ପ୍ରୟୋଗ କରାଯାଏ।ଚାରା ଲଗାଇବା ପୂର୍ବରୁ ମୂଳ ସାର ହିସାବରେ DAP ଏକର ପ୍ରତି 60kg ଓ Potash 30kg ପ୍ରୟୋଗ କରାଯାଏ।ସେହିପରି ଚାରା ଲଗାଇବାର 25ଦିନରେ ଓ 40ଦିନରେ Urea ଏକର ପ୍ରତି 30kg ହିସାବରେ ପ୍ରୟୋଗ କରାଯାଏ।
ଯଦି ମୂଳ ସାର ପ୍ରୟୋଗ କରି ନାହାନ୍ତି ତେବେ ବର୍ତ୍ତମାନ ଜୈବିକ ସାର BIOZYME ବା BIOVITA ଏକର ପ୍ରତି 8-10kg ସହିତ DAP ଏକର ପ୍ରତି 30kg Potash 20kg ଓ Urea 30kg ପ୍ରୟୋଗ କରନ୍ତୁ। ଅଣୁସାର ଯଦି ପ୍ରୟୋଗ କରି ନାହାନ୍ତି ତେବେ Boron 20%lit ପ୍ରତି 1gm ସହିତ Zinc sulphate lit ପ୍ରତି 2gm ହିସାବରେ ଫସଲ ର 35ଦିନରେ ସ୍ପ୍ରେ କରନ୍ତୁ।
ମାଟି ର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।

ପାଣି କଖାରୁ ରେ ଫଳ ମାଛି ଲାଗିଲେ ଫଳ ପଚି ଯାଇଥାଏ।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଆକ୍ରାନ୍ତ ଫଳ କୁ ତୋଳି ଜମିରୁ ଅଲଗା କରି ଦିଅନ୍ତୁ।
ଫଳ ମାଛି ଯନ୍ତା ଏକର ପ୍ରତି 8ଟି ବ୍ୟବହାର କରନ୍ତୁ। Chlorontraniliprole 18.5%SC drum ପ୍ରତି 6ml ବା Cypermethrin 10% EC lit 2ml ବା Cyantraniliprole 10.26% OD lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

ନଡ଼ିଆ ଗଛ ରେ ପ୍ରତି ବର୍ଷ ଜୈବିକ ସାର, ସାର ଓ ଅଣୁସାର ପରିଚାଳନା କରାଗଲେ ନଡ଼ିଆ ଗୋଟମା ଖଡିବ ନାହିଁ।ସେଥିପାଇଁ ଗଛ ମୂଳରୁ 3ft ଛାଡ଼ି 1ft ଓସାର ଓ 6ଇଞ୍ଚ ଗଭୀର ନାଳ କରନ୍ତୁ।ଗଛ ପ୍ରତି 3ଝୁଡ଼ି ଗୋବର ଖତ 1kg ନିମ୍ବ ପିଡ଼ିଆ ପ୍ରୟୋଗ କରନ୍ତୁ।ସାର ହିସାବରେ ଗଛ ପ୍ରତି 600gm Urea, 700gm DAP ଓ 2kg Potash ସାର କୁ 2ଭାଗ କରି June -july ଓ September -october ମାସରେ ପ୍ରୟୋଗ କରନ୍ତୁ।Boron ଅଣୁସାର କୁ ଗଛ ପ୍ରତି 200gm ହିସାବରେ 3ବର୍ଷରେ ଥରେ ପ୍ରୟୋଗ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।ଫୁଲ ଆସିବା ସମୟ ରେ HORMONE Planofix କୁ 4lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15 ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

Tomato ଫସଲରେ ଝାଉଁଳା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଫସଲ ରେ ଜୈବିକ ସାର BIOZYME ବା BIOVITA ଗୁଣ୍ଠ ପ୍ରତି 300-400gm ସହିତ Potash ସାର 500gm ପ୍ରୟୋଗ କରନ୍ତୁ।Copper oxychloride 50%WP lit ପ୍ରତି 3gm ସହିତ Plantomycine lit ପ୍ରତି 1gm ହିସାବରେ ମୂଳରେ Drenching କରନ୍ତୁ। କିମ୍ବା Conika lit ପ୍ରତି 1.5gm ହିସାବରେ କିମ୍ବା Azoxystrobin 23%SC lit ପ୍ରତି 1ml ସହିତ Kasugamycine 3%SL lit ପ୍ରତି 1.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ପ୍ରୟୋଗ କରନ୍ତୁ।ଜଳସେଚନ କୁ ନିୟନ୍ତ୍ରଣ କରନ୍ତୁ।
ତଳି ପକାଇବା ପୂର୍ବରୁ 10gm ବିହନ କୁ 1gm Plantomycine ରେ ବିଶୋଧନ କରନ୍ତୁ।

କାକୁଡି ଫସଲରେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଫସଲରେ potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।ଜଳସେଚନ କେବଳ ସକାଳ ସମୟ ରେ କରନ୍ତୁ।ଦିନବେଳା ବା ସାନ୍ଧ୍ୟ ସମୟ ରେ କରନ୍ତୁ ନାହିଁ।
Ridomil gold lit ପ୍ରତି 2gm ବା
Cymoxanil 8%+Mancozeb 64%WP lit ପ୍ରତି 3gm ବା
Chlorothalonil 70%WP lit ପ୍ରତି 2gm ବା
Metiram 55%+Pyraclostrobin 5%WG (Carbio top )lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

Aବାଇଗଣ ଫସଲରେ କାଣ୍ଡ ବିନ୍ଧା ପୋକ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆକ୍ରାନ୍ତ ଡାଳ ର 1cm ତଳୁ ଛିଣ୍ଡାଇ ନଷ୍ଟ କରନ୍ତୁ।ଏକର ପ୍ରତି 2ଟି ଆଲୋକ ଯନ୍ତା ଓ 8ଟି ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର କରନ୍ତୁ।
Cartap hydrochloride 75%SG lit ପ୍ରତି 1gm ବା
Chlorontraniliprole 18.5% SC drum ପ୍ରତି 6ml ବା
Flubendiamide 20%WG drum ପ୍ରତି 6gm ବା
Novaluron 5.2%+Indoxacarb 4.5%SC lit ପ୍ରତି 1.75ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ଜମି ରୁ ଘାସ ସଫା କରନ୍ତୁ.ccordion Content

ଝୁଡୁଙ୍ଗ ଫସଲରେ ଫଳ ବିନ୍ଧା ପୋକ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଆକ୍ରାନ୍ତ ଫଳ କୁ ତୋଳି ଜମିରୁ ଅଲଗା କରନ୍ତୁ।
Cartap hydrochloride 50%SP lit ପ୍ରତି 2gm ବା
Chlorontraniliprole 18.5%SC drum ପ୍ରତି 6ml ବା
Spinosad 45%SC drum ପ୍ରତି 5ml ବା
Novaluron 5.2%+Indoxacarb 4.5% SC lit ପ୍ରତି 1.75ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ଜମି ରୁ ଘାସ ସଫା କରନ୍ତୁ।

ତରଭୁଜ ଫସଲରେ ଜଳ ସେଚନ ର ଅନିୟମିତତା ଓ Boron ଅଣୁସାର ର ଅଭାବ ଯୋଗୁଁ ତରଭୁଜ ଫାଟି ଥାଏ।ଏହାକୁ ପରିଚାଳନା କରିବା ପାଇଁ ଫସଲରେ ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ। ଆବଶ୍ୟକ ପଡିଲେ 10ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

ଅଧିକ ଖରା ଯୋଗୁଁ ପତ୍ର ହଳଦିଆ ହେବା ସହ ପତ୍ର ପୋଡି ଯାଇଛି।ଏହାକୁ ପରିଚାଳନା କରିବା ପାଇଁ ଗଛ ପ୍ରତି 1ଝୁଡ଼ି ଗୋବର ଖତ ସହିତ 50gm POTASH ସାର ପ୍ରୟୋଗ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।ଗଛ କୁ ଅଧିକ ଖରରୁ ରକ୍ଷା କରିବା ପାଇଁ shed net କରନ୍ତୁ । Azoxystrobin 23%SC lit ପ୍ରତି 1.5 ml ବା
TAQAT lit ପ୍ରତି 2gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।

7ବର୍ଷ ର ନଡ଼ିଆ ଗଛ ରେ ସାର ପ୍ରୟୋଗ କରିବା ପୂର୍ବରୁ ଗଛ ମୂଳରୁ 2 ft ଛାଡ଼ି 1ft ଓସାର ଓ 6ଇଞ୍ଚ ଗଭୀର ନାଳ କରନ୍ତୁ।ଗଛ ପ୍ରତି 2 ଝୁଡ଼ି ଗୋବର ଖତ ସହିତ 1kg ନିମ୍ବ ପିଡ଼ିଆ ପ୍ରୟୋଗ କରନ୍ତୁ।
DAP 700gm, Urea 800gm ଓ Potash 2kg କୁ 2ଭାଗ କରି June -July ରେ ଥରେ ଓ September -october ମାସରେ ଥରେ ପ୍ରୟୋଗ କରନ୍ତୁ।Boron ଅଣୁସାର କୁ ଗଛ ପ୍ରତି 250gm ହିସାବରେ 3ବର୍ଷରେ ଥରେ ପ୍ରୟୋଗ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।

ବାଇଗଣ ଫସଲରେ ଅଧିକ ଫୁଲ ଫଳ ପାଇଁ ସାର ଅଣୁସାର ଓ Hormone ପରିଚାଳନା କରନ୍ତୁ। ସେଥିପାଇଁ NPK 0:52:34 lit ପ୍ରତି 5gm ସହିତ Boron 20%lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus lit ପ୍ରତି 0.5ml ବା
Ambition lit ପ୍ରତି 2ml ବା
Ishabion lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।ଗଛ ମୂଳ କୁ Mulching କରନ୍ତୁ।

ପ୍ରଥମେ ଜମି ରୁ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ।ଫସଲରେ potash ସାର ଏକର ପ୍ରତି 12kg ସହିତ ଜୈବିକ ସାର BIOZYME ବା SAGARIKA 10kg ମିଶାଇ ପ୍ରୟୋଗ କରନ୍ତୁ।
Azoxystrobin 23%SC lit ପ୍ରତି 1ml ବା
TAQAT lit ପ୍ରତି 2gm ବା
Ridomil gold lit ପ୍ରତି 2gm ହିସାବରେ ଗଛ ମୂଳରେ Drenching କରନ୍ତୁ ଓ ସ୍ପ୍ରେ କରନ୍ତୁ।5ଦିନ ପରେ ଆଉଥରେ ପ୍ରୟୋଗ କରନ୍ତୁ।

କଖାରୁ ମନ୍ଦା ପ୍ରସ୍ତୁତ କରିବା ପୂର୍ବରୁ ଯଦି ମୂଳ ସାର ପ୍ରୟୋଗ କରି ନାହାନ୍ତି ତେବେ ମୂଳ ସାର ହିସାବରେ ଏକର ପ୍ରତି DAP 44kg ଓ POTASH 50kg ପ୍ରୟୋଗ କରନ୍ତୁ।କିମ୍ବା ଗୁଣ୍ଠ ପ୍ରତି DAP 2kg ଓ Potash 2kg ପ୍ରୟୋଗ କରନ୍ତୁ।ଜୈବିକ ସାର BIOZYME ବା BIOVITA ଏକର ପ୍ରତି 8-10kg ପ୍ରୟୋଗ କରନ୍ତୁ।
ଯଦି ମୂଳ ସାର ପ୍ରୟୋଗ କରିଛନ୍ତି ତେବେ Urea ଏକର ପ୍ରତି 25kg ବା ଗୁଣ୍ଠ ପ୍ରତି 1kg ସହିତ ଜୈବିକ ସାର ପ୍ରୟୋଗ କରନ୍ତୁ। ମିଳିତ ଅଣୁସାର Magic spray lit ପ୍ରତି 3gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।

କଖାରୁ ଫସଲରେ ପରାଗ ସଙ୍ଗମ ଠିକ୍ ରେ ହୋଇ ନ ପାରିଲେ କଖାରୁ କଷି ଶୁଖି ଝଡି ପଡିଥାଏ।ଅଧିକ ତାପମାତ୍ରା ଓ Boron ଆଣୁସାର ଅଭାବ ଫଳରେ କଷି ଝଡିଥାଏ।ସେଥିପାଇଁ କୃତୀମ ପରାଗ ସଙ୍ଗମ ସକାଳ 7-1 0ଟା ମଧ୍ୟରେ କରନ୍ତୁ।ତୁଳା ରେ ଅଣ୍ଡିରା ଫୁଲର ପରାଗ ତେଣୁ ଆଣି ମାଈ ଫୁଲ ରେ ଛିଞ୍ଚନ୍ତୁ।
NPK 0:52:34 lit ପ୍ରତି 5gm ସହିତ ଅଣୁସାର CHAMAK lit ପ୍ରତି 3gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone Fantac Plus lit ପ୍ରତି 0.5ml ବା
Ishqbion lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।

ଜହ୍ନି ଫସଲରେ ପରାଗ ସଙ୍ଗମ ଠିକ୍ ରେ ହୋଇ ନ ପାରିଲେ ଜହ୍ନି କଷି ଶୁଖି ଯାଇଥାଏ।ଏହାକୁ ପରିଚାଳନା କରିବା ପାଇଁ ଫସଲରେ ନିୟମିତ ଜଳସେଚନ କରନ୍ତୁ ବା ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।
ମାଟିରେ ଜୈବିକ ସାର BIOZYME ବା BIOVITA ଗୁଣ୍ଠ ପ୍ରତି 300-400gm ସହିତ Potash ସାର 500gm ହିସାବରେ ପ୍ରୟୋଗ କରନ୍ତୁ।
NPK 0:52: 34 lit ପ୍ରତି 5gm ସହିତ Boron 10.5% lit ପ୍ରତି 2gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus lit ପ୍ରତି 0.5ml ବା
Samaras lit ପ୍ରତି 2ml ବା
Ambition lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

ଅଧିକ ଅମଳ ଭେଣ୍ଡି କିସମ ମଧ୍ୟରେ Seminis company ର hybrid ଭେଣ୍ଡି କିସମ SV0K 1408 ।ବିହନ ଲଗାଇବାର 40-50 ଦିନରେ ପ୍ରଥମ ଅମଳ ଆସିଥାଏ।ବର୍ଷର ସବୁ ସମୟ ରେ ଚାଷ କରାଯାଇଥାଏ।ଫଳ ସବୁଜ ରଙ୍ଗ , 12-14cm ଲମ୍ବା।virus ଜନିତ ସାହେବି ରୋଗ ପ୍ରତି ସହନଶୀଳତା ରହିଛି।70-75ଦିନ ଯାଏଁ ଅମଳ ମିଳିଥାଏ।ଭେଣ୍ଡି ର ଭଲ କିସମ ମଧ୍ୟରେ Advanta company ର Hybrid ଭେଣ୍ଡି କିସମ RADHIKA
ଗଛ ମଧ୍ୟମ ଉଚ୍ଚ ସହିତ 2-4 ଟି ଡାଳ ରହିଛି।ଫଳ 12-14 cm ଲମ୍ବ ହୋଇଥାଏ।45-50 ଦିନରେ ପ୍ରଥମ ଅମଳ ଆସିଥାଏ।ସାହେବି ରୋଗ ପ୍ରତି ସହନଶୀଳତା ରହିଛି।
JK SEEDS JKOH 1054
ମଧ୍ୟମ ଉଚ୍ଚ ଗଛ।ଫଳ ଗାଢ଼ ସବୁଜ।ପ୍ରଥମ ଅମଳ 45-50ଦିନରେ ଆସିଥାଏ।ସାହେବି ରୋଗ ପ୍ରତି ସହନଶୀଳତା ରହିଛି।
Syngenta ର hybrid seed OH 940, SARPANA SEEDS OKRA 180 ଓ Myhico ର hybrid seed Bhendi no 10ଅନ୍ୟତମ।

ପାନ ଫସଲ ରେ କବକ ଜନିତ ଜତୁ ରୋଗ ବା ଝଲମା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ Copper hydroxide 77%WP lit ପ୍ରତି 2gm ବା Metalaxyl 8%+Mancozeb 64%WP lit ପ୍ରତି 2.5gm ବା
Thiophenate methyl 70%WP lit ପ୍ରତି 2.5gm ବା
Tebuconazole 12.5%+Azoxystrobin 12.5% sc lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

ସଜନା ଛୁଇଁ ଗଛ ରେ ସାର , ଅଣୁସାର ଅଭାବ ଓ ଜଳସେଚନ ଅଭାବ ହେଲେ କଷି ଝଡିଥଏ।
ଏହାକୁ ପରିଚାଳନା କରିବା ପାଇଁ ଗଛ ମୂଳରୁ 1ft ଛାଡ଼ି 6ଇଞ୍ଚ ଓସାର ଓ ଗଭୀର ନାଳ କରି ଗଛ ପ୍ରତି 1ଝୁଡ଼ି ଗୋବର ଖତ ସହିତ 100gm ନିମ୍ବ ପିଡ଼ିଆ, DAP 100gm, Urea 70gm ଓ POTASH 50gm ମିଶାଇ ପ୍ରୟୋଗ କରନ୍ତୁ।
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus lit ପ୍ରତି 0.5ml ବା
Ambition lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

ବିନସ ଫସଲରେ ଫଳ ବିନ୍ଧା ପୋକ କୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଆକ୍ରାନ୍ତ ଫଳ କୁ ତୋଳି ଜମିରୁ ଅଲଗା ଅଲଗା କରି ଦିଅନ୍ତୁ।ଆଲୋକ ଯନ୍ତା ଏକର ପ୍ରତି 1ଟି ବ୍ୟବହାର କରନ୍ତୁ।

Flubendiamide 20%WG drum ପ୍ରତି 6gm ବା

Chlorontraniliprole 18.5%SC drum ପ୍ରତି 7ml ବା

Cartap hydrochloride 75%SG lit ପ୍ରତି 1gm ବା

Spinosad 45%SC drum ପ୍ରତି 5ml ବା

Novaluron 5.25%+Indoxacarb 4.5%SC  lit ପ୍ରତି 1.75ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ। 7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

ଲିଚୁ ଫସଲରେ ଫଳ କଷି ନଝଡ଼ିବା ପାଇଁ ଲିଚୁ ଗଛ ରେ ପ୍ରତି ବର୍ଷ ଅନୁମୋଦିତ ପରିମାଣ ର ସାର , ଜୈବିକ ସାର ଓ ଅଣୁସାର ପ୍ରୟୋଗ କରନ୍ତୁ।ଯେପରିକି  ଗଛ ମୂଳରୁ 2ft ଛାଡ଼ି 1ft ଓସାର ଓ 6ଇଞ୍ଚ ଗଭୀର ଗାତ ଖୋଲନ୍ତୁ।ଗଛ ପ୍ରତି 2ଝୁଡ଼ି ଗୋବର ଖତ ସହିତ 100gm DAP, 150gm urea ଓ 150gm Potash ସାର ପ୍ରୟୋଗ କରନ୍ତୁ।

2ବର୍ଷରେ ଥରେ ଗଛ ପ୍ରତି 50gm Zinc ଓ 50gm Boron ଅଣୁସାର ପ୍ରୟୋଗ କଲେ ଫଳ ଝଡିବ ନାହିଁ ଓ ଫାଟିବ ନାହିଁ।

ବର୍ତ୍ତମାନ NPK 0:52:34 lit ପ୍ରତି 5gm ସହିତ Boron 10.5% lit ପ୍ରତି 2gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Planofix କୁ 4lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ପ୍ରଥମେ ଜଳସେଚନ କରନ୍ତୁ ତାପରେ Hormone ସ୍ପ୍ରେ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।

ଲଙ୍କା ଫସଲରେ ଉକୁଣୀଆ ପୋକ ଲାଗିଲେ  ପତ୍ର ମୋଚା ହୋଇଥାଏ।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଆକ୍ରାନ୍ତ ପତ୍ର କୁ ଛିଣ୍ଡାଇ ନଷ୍ଟ କରନ୍ତୁ।ଫସଲରେ ଜୈବିକ ସାର BIOZYME ବା BIOVITA ଗୁଣ୍ଠ ପ୍ରତି 300-400gm ସହିତ Potash 500gm ମିଶାଇ ପ୍ରୟୋଗ କରନ୍ତୁ।

ନୀଳ ଅଠାଳିଆ କାର୍ଡ ଓ ହଳଦିଆ ଅଠାଳିଆ କାର୍ଡ ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।

Diafenthiuron 50%WP lit ପ୍ରତି 2gm ବା

Movento lit ପ୍ରତି 1ml ବା

Solomon lit ପ୍ରତି 1ml ବା

Takaf lit ପ୍ରତି 1.5gm ବା

EXPONUS drum ପ୍ରତି 4ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

ଜମି ରୁ ଘାସ ସଫା କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।

ଛେଳି ଛୁଆକୁ ଥଣ୍ଡା ହୋଇଥିଲେ ଆପଣ Meriflox injection 15ml  କିଣି ଦୈନିକ ସଞ୍ଜ ଓ ସକାଳେ 1.5ml im ଇଞ୍ଜେକସନ ଲଗାତର ତିନିଦିନ ଦିଅନ୍ତୁ ।

ସାଧାରଣତଃ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ସଙ୍ଗଠିତ ଗାଈ ଫାର୍ମ କରି ମୁଖ୍ୟତଃ ଶଙ୍କର ଜାତୀୟ ଜର୍ସି ଏବଂ ହୋଲଷ୍ଟିନ ଗାଈ ରଖାଯାଇ ପାରିବ କିନ୍ତୁ ଏହି ଗାଈ ଗୁଡ଼ିକର ଅଧିକ ଯତ୍ନ ନେବାକୁ ପଡ଼ିଥାଏ । ଯେଉଁ ଚାଷୀଭାଇମାନେ ଅଧିକ ଯତ୍ନ କରିପାରନ୍ତି ନାହିଁ କିମ୍ବା ଅଧିକ ଖାଦ୍ୟ ଯୋଗାଇବାର ସୁବିଧାନଥାଏ ସେମାନଙ୍କ ପାଇଁ ସାଧାରଣତଃ ଦେଶୀ ପ୍ରଜାତିର ରେଡ଼ସିନ୍ଧି, ହରିଆନା, ଗିର ଓ ସହିୱାଲ ଗାଈ ଉପଯୋଗୀ ଅଟେ । ଏହି ପ୍ରଜାତିର ଗାଈମାନେ 7 ରୁ 10 ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି । ତେଣୁ ଆପଣ ଗାଈ କିଣିବା ପୂର୍ବରୁ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗଯୋଗ କଲେ  ସେ ଉଚିତ ପରାମର୍ଶ ଦେଇ ପାରିବେ ।

ସାଧାରଣତଃ ସୁସ୍ଥ ସବଳ ଓ ବହୁତ କ୍ଷୀର ଦେଉଥିବା ବୟସ୍କ ଗାଈମାନଙ୍କୁ ଛୁଆ ଜନ୍ମ କଲାପରେ  ଏହି ଦୁଗ୍ଧ ଜ୍ୱର ହୋଇଥାଏ । ଏହି ରୋଗରେ ଗାଈ ମାନଙ୍କର ରକ୍ତରେ କ୍ୟାଲସିୟମ ଅଂଶ ବହୁତ କମିଯାଏ ଓ ମାଂଶପେଶୀ ଗୁଡିକ ଦୁର୍ବଳ ହୋଇପଡ଼େ । ଏହି ରୋଗରେ ଗାଈ ପ୍ରଥମେ ଢଳ ଢଳ ହୋଇ ଚାଲେ ଓ ପରେ ଚାଲିବାକୁ ଇଚ୍ଛା କରେନାହିଁ । ଆଖି ଗୁଡ଼ିକ ଉଜ୍ଜ୍ୱଳ ନ ଦିଶି ମ୍ଳାନ ଦେଖାଯାଏ ଓ ଶରୀରର ଉତ୍ତାପ ହ୍ରାସ ପାଏ । ଏଣୁ ଦୁଗ୍ଧ ଜ୍ୱରରେ ଅନ୍ୟାନ୍ୟ ଜ୍ୱର ଭଳି ଅଧିକ ତାପମାତ୍ରା ଦେଖାଯାଏ ନାହିଁ । ଗାଈ ତଳେ ପଡ଼ିରହେ ଓ ତାର ପକ୍ଷଘାତ ଘଟେ । ଥୋମଣିକୁ ନେଇ ଗୋଟିଏ ପାଖ ପଟେ ଉପରେ ରଖି ଶୋଇରହେ । ଥୋମଣି ଶୁଖିଯାଏ ଓ ଶରୀର ଚମଡ଼ା ହାତକୁ ଥଣ୍ଡା ଲାଗେ ।

ଏହି ରୋଗର ସଫଳ ଚିକିତ୍ସା ସ୍ୱରୂପ 20% କ୍ୟାଲସିୟମ ବୋରାଗ୍ଲୁକୋଟେନ 250 ରୁ 500 ମିଲିଲିଟର ବେକ ଶିରା ମାଧ୍ୟମରେ ଦିଆଯାଇଥାଏ ।  ଆବଶ୍ୟକହେଲେ ଦ୍ୱିତୀୟ ଓ ତୃତୀୟ ମାତ୍ରା ଇଞ୍ଜେକ୍ସନ ମଧ୍ୟ ଦିଆଯାଏ । ଏହା ସହିତ ପ୍ରସବ କରିବାର ପାଞ୍ଚଦିନ ପୂର୍ବରୁ ଦୈନିକ  20 ରୁ 25 ନିୟୁତ ୟୁନିଟ୍ ଖାଦ୍ୟପ୍ରାଣ ‘ଘ’ ଖୁଆଇଲେ ଏହି ଦୁଗ୍ଧ ଜ୍ୱର ହେବାର ସମ୍ଭାବନା ହ୍ରାସ ପାଇଥାଏ ।

ଗାଈଗୋରୁ ମାନଙ୍କୁ ଓଦା, ସନ୍ତସନ୍ତିଆ ସ୍ଥାନରେ ଚରାଇଲେ ଗେଣ୍ଡା, ଶାମୁକା ମାନଙ୍କର ଅଣ୍ଡା ଓ ଲାର୍ଭା ଦ୍ୱାରା ଯେଉଁ କୃମି ସଂକ୍ରମିତ ହୁଅନ୍ତି ସେମାନ ଘାସ ଦ୍ୱାରା ଗାଈଙ୍କ ପାଟିକୁ ଚାଲି ଯାଆନ୍ତି ଓ ଏହାଦ୍ୱାରା କଲିଜାକୃମି, ପାକସ୍ଥଳୀକୃମି, ଅଙ୍କୁଶ କୃମି ଇତ୍ୟାଦି ରୋଗ ହୋଇଥାଏ । ସୂର୍ଯ୍ୟ ଉଦୟ ପୂର୍ବରୁ କାକର ପଡ଼ିଥିବା ସମୟରେ ସେହି ଲାର୍ଭା ଗୁଡ଼ିକ ଜୀବିତ ଥାଆନ୍ତି ଏହି ସମୟରେ ଗାଈମାନେ ଚରିବା ଦ୍ୱାରା ଏହି ଲାର୍ଭା ଗୁଡ଼ିକ ସେମାନଙ୍କ ପେଟକୁ ଯାଇ ରୋଗ ସୃଷ୍ଟି କରନ୍ତି, ତେଣୁ ସର୍ବଦା ଖରା ହେବାପରେ କାକର ଶୁଖିଯିବା ପରେ ଗାଈ ମାନଙ୍କୁ ଚରିବା ପାଇଁ ଛାଡ଼ିବା ଉଚିତ୍ । ଯଦି ସେମାନ ଆକ୍ରାନ୍ତ ହୁଅନ୍ତି  ତେବେ ସେମାନଙ୍କ ଗୋବର ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ପରୀକ୍ଷା  କରାଇ ସଠିକ ରୋଗ ନିରୂପଣ କରି ଯେଉଁ କୃମି ହୋଇଥିବ  ଡ଼ାକ୍ତରଙ୍କ ପରାମର୍ଶରେ ସେହି ଔଷଧ ଦେବା ଉଚିତ୍ । କୃମି ଔଷଧକୁ ସର୍ବଦା ଖାଇବା ପୂର୍ବରୁ ଦିଅନ୍ତୁ ଏବଂ ଦୁଇ ତିନି ପ୍ରକାର ବଦଳାଇ ଦେଲେ ସେମାନେ ଶୀଘ୍ର ଦମନ ହୋଇଥାନ୍ତି ।

ଫାଟୁଆ ରୋଗ ଏକ ଭୂତାଣୁ ଜନିତ ରୋଗ । ସମସ୍ତ ଖୁରାଯୁକ୍ତ ପ୍ରାଣୀଙ୍କ ଠାରେ ଏହି ରୋଗ ଦେଖାଯାଏ । ଆପଥ ଭାଇରସ୍ ଏହି  ରୋଗର ବାହକ ଅଟେ । ଏହା ଦ୍ୱାରା ପଶୁମାନଙ୍କର ପାଟି ଏବଂ ଗୋଡ଼ ଖୁରାରେ ଫୋଟକା ସୃଷ୍ଟି  ହୋଇ ପାରେ ଘା’ ରେ ପରିଣତ  ହୋଇଥାଏ । ଗୋରୁ ଛୋଟାଏ ଓ ପାଟିରୁ ଲାଳ ବାହାର କରିଥାଏ । ଦୁଧିଆଳୀ ଗାଈମାନଙ୍କର କ୍ଷୀର ଦେବା କମିଯାଏ । ଗର୍ଭଧାରଣ କରିବାର କ୍ଷମତା ମଧ୍ୟ କମିଯାଏ । ଶରୀରରେ  ତାପମାତ୍ରା ବଢିଯାଏ ଏବଂ ଖାଦ୍ୟ ଖାଇବା କମେଇ ଦେଇଥାଏ ।

ଏହି ରୋଗ ନିୟୋନ୍ତ୍ରଣ ପାଇଁ ସମସ୍ତ ଗୋମହିଷାଦି ସୁସ୍ଥ ପଶୁମାନଙ୍କୁ ନିୟମିତ ଭାବେ ଶୀତ ଦିନ ପୂର୍ବରୁ ବର୍ଷକୁ ଥରେ ଏମ.ଏଫ.ଡ଼ି. ଟିକା ଦେବାର ବ୍ୟବସ୍ଥା କରନ୍ତୁ । ଆକ୍ରାନ୍ତ ଗୋରୁଗାଈଙ୍କୁ ଗୋଠରେ ଚରିବାକୁ  ଛାଡନ୍ତୁ ନାହିଁ । ସଂକ୍ରମିତ  ଗୋରୁଙ୍କୁ ଡ଼ାକ୍ତରଖାନା ନ ଆଣି ଘରେ ରଖି  ଚିକିତ୍ସା କରାନ୍ତୁ । ଗୁହାଳ, ଖାଦ୍ୟ ଓ ପାଣି ପାତ୍ରକୁ ନିୟମିତ ଭାବେ ବିଶୋଧନ କରନ୍ତୁ  ଓ ଗୁହାଳ ପରିବେଶ ପରିଷ୍କାର  ପରିଚ୍ଛନ୍ନ ରଖନ୍ତୁ ।

ଥନହରା ରୋଗ ସାଧରଣତଃ ଦୁଧିଆଳି ଗାଈ ମାନଙ୍କ ଠାରେ ଦେଖାଦେଇଥାଏ । ପହ୍ନାରେ କ୍ଷତ, ଅପରିଷ୍କାର ଦୁହାଁଳି ଓ ଗାଈ ମାନଙ୍କୁ ଅପରିଷ୍କାର ଓ ସନ୍ତସନ୍ତିଆ ଜାଗାରେ ବାନ୍ଧିବା ଯୋଗୁଁ ଏହି ରୋଗ ହେବାର ସମ୍ଭାବନା ଥାଏ । ଚିର ବା ପହ୍ନା ଫୁଲିଯାଏ, ଦରଜ ଲାଗେ, ଟାଣ ହୋଇଯାଏ ଏବଂ ନିଲିଆ ଦେଖାଯାଏ । କ୍ଷୀର ଦୁହିଁଲେ ଛିଣ୍ଡି ଛିଣ୍ଡିଆ ହୋଇ ପହ୍ନାରୁ ରକ୍ତ ଓ ପୁଜ ମିଶା କ୍ଷୀର ବାହାରେ ।

ଏହି ରୋଗର ଚିକିତ୍ସା ବ୍ୟବସ୍ଥା ପାଇଁ କୌଣସି ପ୍ରତିଷେଧକ ଟିକା ନାହିଁ , ତେଣୁ ପ୍ରଥମେ ପହ୍ନାକୁ  ବାହ୍ୟ ଆଘାତରୁ ରକ୍ଷା କରନ୍ତୁ । ଗୁହାଳକୁ ସଦାସର୍ବଦା ସ୍ୱଚ୍ଛ, ପରିଷ୍କାର ଓ ଶୁଖିଲା କରି ରଖନ୍ତୁ । କ୍ଷୀର ଦୁହିଁଲା ବେଳେ ପରିଷ୍କାକ ସ୍ଥାନରେ ଦୁହିଁବା ଉଚିତ୍ । କ୍ଷୀର ଦୁହିଁବା ପୂର୍ବରୁ ଦୁଆଳି ହାତକୁ ଭଲଭାବରେ  ସାବୁନରେ  ଧୁଅନ୍ତୁ । କ୍ଷୀର ଦୁହିଁ ସାରିଲା ପରେ ପହ୍ନାକୁ କୀଟାଣୁ ନାଶକ ଔଷଧଯୁକ୍ତ ଦ୍ରବଣରେ ବୁଡ଼ାନ୍ତୁ କିମ୍ବା ସ୍ପ୍ରେ କରନ୍ତୁ । ଯଦି ସ୍ତନହରା ହୋଇଛି ତେବେ ପ୍ରଥମେ ସୁସ୍ଥ ଚିରରୁ କ୍ଷୀର ଦୁହିଁ ସାରିଲା ପରେ ରୋଗଗ୍ରସ୍ତ ଚିରରୁ କ୍ଷୀର ଦୁହିଁ ଫୋପାଡି ଦିଅନ୍ତୁ । ଗୋମହିଷାଦୀମାନଙ୍କୁ ସ୍ତନହରା ରୋଗ ଦେଖାହେଲେ ସଙ୍ଗେ ସଙ୍ଗେ ନିକଟସ୍ତ ପ୍ରାଣୀ ଚିକିତ୍ସଙ୍କ ପରାମର୍ଶ କରନ୍ତୁ ।

ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍ ରୋଗ ବୋରିସ ନାମ ଜୀବାଣ ଦ୍ୱାରା ହୋଇଥାଏ । ଏହି ଜୀବାଣୁମାନେ ପବନ ଜରିଆରେ ଶ୍ୱାସ ଓ ପ୍ରଶ୍ୱାଶରେ ଶ୍ୱାସନଳୀ ବାଟେ ଫୁସପୁସରେ ପହଞ୍ଚି ସେଠାରେ ବଂଶ ବିସ୍ତାର କରି ଯକ୍ଷ୍ମା ରୋଗ କରିଥାନ୍ତି । ଏହି ରୋଗ ହେବା ଦ୍ୱାରା ଗୋରୁମାନେ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଦୁର୍ବଳ ହୋଇ ରୁହନ୍ତି । ଶରୀରର ଉତ୍ତାପ କେତେବେଳେ ବଢିଯାଏ ତ କେତେବେଳେ କମିଯାଇଥାଏ । ଏମାନଙ୍କର ବିଭିନ୍ନ ଅଙ୍ଗରେ ଛୋଟ ଛୋଟ ଫୋଟକାମାନ ଦେଖାଯାଇଥାଏ । ଗୋରୁଙ୍କୁ କାଶ ହୁଏ ଏବଂ ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ ।

ପ୍ରତିଷଧକ ବ୍ୟବସ୍ଥା ସ୍ୱରୂପ ରୋଗିଣା ଗୋରୁଙ୍କୁ ଅନ୍ୟ ଗୋରୁମାନଙ୍କଠାରୁ ଅଲଗା ରଖି ଚିକିତ୍ସା କରାଯାଏ । ଗୁହାଳ ପରିଷ୍କାର ପରିଚ୍ଛନତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆକ୍ରାନ୍ତ ଗାଈର କ୍ଷୀର ବାଛୁରୀ ଓ ମନୁଷ୍ୟ ମାନଙ୍କୁ ପିଇବାକୁ  ଦିଅନ୍ତୁ ନାହିଁ । ପ୍ରତିବର୍ଷ ଥରେ ଲେଖାଏଁ ବି.ସି.ଜି. ଟୀକା ଦେବା ଦ୍ୱାରା ଏହି  ରୋଗ ହୋଇନଥାଏ ।

ଜଳାତଙ୍କ ରୋଗ ଏକ ଭୂତାଣୁ ଜନିତ ମାରାତ୍ମକ ରୋଗ । ଏହି ରୋଗ ପାଗଳ କୁକୁର ବା ବିଲୁଆ କାମୁଡ଼ିବା ଦ୍ୱାରା ହୋଇଥାଏ । ଏହି ରୋଗ ହେଲେ ଗୋରୁ ଖାଇବାକୁ ଅନିଚ୍ଛା ପ୍ରକାଶ କରେ । ପ୍ରାଥମିକ ଅବସ୍ଥାରେ ଗୋରୁ ଏଣେତେଣେ ଦୌଡ଼ା ଦୌଡ଼ି କରେ । ଶରୀରର ମାଂସପେଶୀ ଥରେ, ପାଟିରୁ ଲାଳ ବୋହେ ଏବଂ ପଶୁ ପାଣି ପିଇ ପାରେ ନାହିଁ ଶରୀରରେ ସ୍ନାୟୁଶକ୍ତି ହ୍ରାସ ପାଇବାରୁ ଦେହରେ କିଛି ବାଜିଲେ ମଧ୍ୟ ଜାଣି ପାରେ ନାହିଁ । ପଶୁଟି ପଡ଼ିରହି 6 ରୁ 7 ଦିନ ମଧ୍ୟରେ ମରିଯାଏ । ଏହି ରୋଗର ଚିକିତ୍ସା ନାହିଁ । କେବଳ ଟୀକା ଦେଇ ରୋଗକୁ ନିୟୋନ୍ତ୍ରଣ କରାଯାଇ ପାରିବ । ରୋଗ ନହେବା ପାଇଁ ଗୋରୁମାନଙ୍କୁ 3 ବର୍ଷରେ ଥରେ ଓ କୁକର ମାନଙ୍କୁ 2 ବର୍ଷରେ ଥରେ ଜଳାତଙ୍କ ଟୀକା ଦେବା ଉଚିତ । ପାଗଳ କୁକୁର ଓ ବିଲୁଆ କାମୁଡ଼ିଥିବା ପଶୁଙ୍କୁ 7 ରୁ 14 ଟି ଜଳାତଙ୍କ ନିରୋଧ ଇଞ୍ଜେକ୍ସନ ଦେବା ଦରକାର ।

ପ୍ଲିହାଜ୍ୱର ବା ଆନ୍ଥ୍ରାକ୍ସ ରୋଗ ଗୋରୁଗାଈ ଓ ଛେଳିମେଣ୍ଢାଙ୍କର ଏକ ସଂକ୍ରାମକ ରୋଗ । ଏହି ରୋଗ ବାସିଲସ୍ ଆନ୍ଥ୍ରାସିସ ନାମକ ଜୀବାଣ ଦ୍ୱାରା ହୋଇଥାଏ  ।  ଏହି ରୋଗରେ ପ୍ରବଳ ଜ୍ୱର ହୁଏ ଓ ରୋଗ ଧରିବା ସଙ୍ଗେ ସଙ୍ଗେ ଗୋରୁମାନେ ମରିଯାନ୍ତି । ରୋଗ ହେଲେ ଆକ୍ରାନ୍ତ ଗୋରୁ ମାନଙ୍କର ପାଟି, ନାକ ଓ ମଳଦ୍ୱାର ମୁହଁରୁ କଳାରଙ୍କର ରକ୍ତସ୍ରାବ ହୁଏ ଏବଂ ରକ୍ତ ଜମାଟ ବାନ୍ଧେନାହିଁ । ସାଧାରଣତଃ ପଶୁମାନେ ମାଟି କିମ୍ବା ଖାଦ୍ୟରେ ଥିବା ସ୍ପୋର ଖାଇବା ଦ୍ୱାରା ସଂକ୍ରମିତ ହୋଇଥାନ୍ତି । ସଂକ୍ରମିତ ପଶୁଙ୍କ ମାଂସ ଖାଇବା ଦ୍ୱାରାଏହି ରୋଗ ମଣିଷଙ୍କୁ ବ୍ୟାପିବାର ସମ୍ଭାବନା ରହିଛି । ମୃତ ପଶୁଙ୍କୁ ନିଆଁରେ ପୋଡ଼ି ନଷ୍ଟ କରନ୍ତୁ କିମ୍ବା ଚୂନ ସହ ଗଭୀର ଗାତ ଖୋଳି ପୋତି ଦିଅନ୍ତୁ । ବିଶୋଧନ ନହେବା ପର୍ଯ୍ୟନ୍ତ ସଂକ୍ରମିତ ସ୍ଥାନକୁ  ଅନ୍ୟ ପଶୁ ଏବଂ ବ୍ୟକ୍ତି ବିଶେଷଙ୍କୁ ଛାଡ଼ନ୍ତୁ ନାହିଁ । ଏହି ରୋଗ ନହେବା ପାଇଁ ପ୍ରତି ବର୍ଷ ଥରେ ଲେଖାଏଁ ପ୍ରତିଷେଧକ ଟୀକା ଦେବା ଦରକାର । ଏହି ଟୀକାର ନାମ ଆନ୍ଥ୍ରାକ୍ସ ସ୍କୋର ଭାକ୍ସିନ୍ । ଏଥିରୁ 1 ମିଲିଲିଟର ଗୋରର ବେକ ଚମଡା ତଳେ  ଇଂଜେକ୍ସନ୍ ଦେଲେ ବର୍ଷକ ପାଇଁ ଏହି ରୋଗ ହୋଇନଥାଏ ।

ଗୋଖାଦ୍ୟରେ ଖଣିଜ ମିଶ୍ରଣ କରିବା ଦ୍ୱାରା ବାଛୁରୀର ଶାରୀରିକ ବିକାଶରେ ଏହା ସାହାଯ୍ୟ କରିଥାଏ । ବର୍ଦ୍ଧିଷ୍ଣୁ ଗୋରୁଗାଈମାନଙ୍କର ଦାନ୍ତ, ଅସ୍ଥି ଓ ମାଂସପେଶୀ ଗଠନରେ ଉପଯୋଗୀ ହୋଇଥାଏ  । ଗାଈ ଖାଉଥିବା ଖାଦ୍ୟକୁ ସହଜରେ ହଜମ କରାଇଥାଏ । ଗାଈ ଠିକ ସମୟରେ ଋତୁମତୀ ହୋଇଥାଏ । ଦୁଧିଆଳୀ ଗାଈର ଦୁଗ୍ଧ ଉତ୍ପାଦନରେ ବୃଦ୍ଧି କରାଇବା ସହ ଗାଈର ଗର୍ଭ କ୍ଷମତା ଠିକ୍ ରଖେ । ଦୁଇଟି ଛୁଆ ବ୍ୟବଧାନର କ୍ଷମତା କମାଇଥାଏ । ଗାଈର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ  । ଗାଈ ଜନ୍ମ କରିବାର ପାଖାପାଖି ହେଉଥିବା ରୋଗ ଯଥା-ଦୁଗ୍ଧ ଜ୍ୱର, କିଟୋସିସ୍ ଇତ୍ୟାଦି ରୋଗକୁ ପ୍ରତିରୋଧ କରିଥାଏ । ବାଛୁରୀଙ୍କ କ୍ଷେତ୍ରରେ କ୍ୟାଲସିୟମ ଅଭାବ ଜନିତ  ରୋଗ ଯଥା ରିକେଟସ ଓ ବୟସ୍କ ଗୋରୁଙ୍କ ଠାରେ ଅଷ୍ଟିଓପୋରୋସିସ ରୋଗକୁ ପ୍ରତିହତ କରିଥାଏ ।

ଗାଈମାନେ ଖଣିଜ ଲବଣ ଖାଇବା ଦ୍ୱାରା, ଗାଈର ସ୍ୱାସ୍ଥ୍ୟ ଠିକ୍ ରହିବ ଏବଂ ଗାଈ ଖାଉଥିବା ବିଭିନ୍ନ ପ୍ରକାର ଖାଦ୍ୟ ଠିକ୍ ଭାବରେ ହଜମ ହୋଇପାରିବ । ଗାଈ ଯଥେଷ୍ଟ ପରିମାଣରେ କ୍ଷୀର ଦେଉଥିବା ହେତୁ ତା ଦେହରେ ବିଭିନ୍ନ ପ୍ରକାର ଖଣିଜ ଲବଣ ଅଭାବ ଦେଖାଯାଇଥାଏ । ଯଦି ଠିକ୍ ଭାବରେ ସବୁଦିନ ଖଣିଜ ଲବଣ ଗାଈ ଖାଏ ତେବେ ସେହି ଅଭାବ ଗାଈ ପାଖରେ ରହିବ ନାହିଁ । ଖାଦ୍ୟ ହଜମ ନ ହେବା ଫଳରେ ଯେଉଁ ସବୁ ରୋଗ ହୋଇଥାଏ ସେହି ରୋଗ ମଧ୍ୟ ଦେଖାଯାଇ ନଥାଏ । ଯଦି ଖଣିଜ ଲବଣ ଦୈନିକ 50 ଗ୍ରାମ କିମ୍ବା 100 ଗ୍ରାମ ଦିଆଯାଏ ଗାଈର କ୍ଷୀର ଉତ୍ପାଦନ ଠିକ୍ ରହିବ ଏବଂ ମାନ ଠିକ ରହିବ ।

ସଂକ୍ରାମକ ରୋଗ ଗୋପାଳନରେ ଏକ ମୁଖ୍ୟ ବ୍ୟାଧି ଭାବରେ ପରିଚିତ । ଏହା ଫଳରେ ଏକ ସମୟରେ ବହୁତ ଗାଈ ସଂକ୍ରମଣ ହୋଇଥାନ୍ତି । ସାହାଣ ରୋଗ ଏକ ସଂକ୍ରାମକ ରୋଗ ଅଟେ । ଏହା ସାଧାରଣତଃ ପ୍ରାପ୍ତ ବୟସ୍କ ଗାଈମାନଙ୍କୁ ହୋଇଥାଏ  । ଏଥିରୁ ମୁକ୍ତି ପାଇଁ ସେମାନଙ୍କୁ ବର୍ଷକୁ ଦୁଇଥର ଟୀକା ଦେବାକୁ ପଡ଼ିଥାଏ । ଏହା ଏକ ଜୀବାଣୁ ଜନିତ ରୋଗ ଅଟେ । ପାସରୋଲା, ମାଲୋସିଡ଼ା ନାମକ ଜୀବାଣୁ ଯୋଗୁଁ ଏହା ବ୍ୟାପୀଥାଏ । ଏହି ରୋଗ ହେଲେ ଗାଈମାନଙ୍କ  ଶାରୀରିକ ଉତ୍ତାପ ବୃଦ୍ଧି ପାଇଥାଏ ପ୍ରଥମେ ପତଳା  ସିଙ୍ଘାଣି ଓ ପରେ ମୋଟା ସିଙ୍ଘାଣି ବାହାରି ଥାଏ । ଏହି ରୋଗ ଖୁବ୍ ଶିଘ୍ର ମାଡ଼ିଯାଏ  ଓ ଗାଈ 5-6 ଦିନ ମଧ୍ୟରେ ମୃତ୍ୟୁମୁଖରେ ପଡ଼ିଥାଏ । ଯାହାଫଳରେ ଚାଷୀଟି କ୍ଷତି ସହିଥାଏ । ଏହାର ତୁରନ୍ତ ଚିକିତ୍ସା କରିଲେ ଗାଈଟି ଆରୋଗ୍ୟ ଲାଭ କରିଥାଏ । ଏହି ରୋଗର ଟୀକା ପ୍ରତ୍ୟେକ ପ୍ରାଣୀ ଚିକିତ୍ସାଳୟରେ ଉପଲବ୍ଧ । ତେଣୁ ଚାଷୀମାନଙ୍କୁ ଅନୁରୋଧ କି ସେମାନେ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟରେ ଯୋଗଯୋଗ କଲେ ଏହି ସୁବିଧା ସହଜରେ ପାଇପାରିବେ ।

ବାଛୁରୀକୁ ଜନ୍ମରୁ 5 ଦିନ ପର୍ଯ୍ୟନ୍ତ ମା’ କଷ କ୍ଷୀର ପାଆଇବା ଉଚିତ । ତାପରେ ତିନି ସପ୍ତାହ ପର୍ଯ୍ୟନ୍ତ ଶରୀର ଓଜନର 10 ଭାଗରୁ 1 ଭାଗ କ୍ଷୀର ପିଆଯାଇଥାଏ । ବାଛୁରୀ 21 ଦିନ ବୟସର ହେଲାପରେ ତାକୁ ଦାନ ଓ କଅଁଳ ଘାସ ଖାଇବା ପାଇଁ ଦିଆଯାଏ, ଯାହାକି ପାକସ୍ଥଳୀ ବୃଦ୍ଧି ସହିତ ହଜମ ପ୍ରକ୍ରିୟାରେ ଉନ୍ନତ ଆଣିଥାଏ ।

ବାଛୁରୀକୁ ସାଧାରଣତଃ ତା ଶରୀର ଓଜନର 1 ଭାଗ ହାରରେ ଦାନ ଓ 1 ଭାଗ ହାରରେ ନଡ଼ା ଦିଆଯାଏ । ଅର୍ଥାତ୍ ଗୋଟିଏ 20 କିଲୋଗ୍ରାମ ବାଛୁରୀ ଦିନକୁ 200 ଗ୍ରାମ ଦାନା ଓ 200 ଗ୍ରାମ ନଡ଼ା ଖାଇଥାଏ । ମା କ୍ଷୀର ପିଆଇବା ସହ ବାଛୁରୀକୁ 3 ରୁ 4 ସପ୍ତାହ ବୟସରେ 250 ଗ୍ରାମ ଦାନା ଏବଂ 1 ରୁ 2 ମାସ ବୟସରେ 500 ଗ୍ରାମ, 2 ରୁ 3 ମାସ ବୟସରେ 1 କିଲୋଗ୍ରାମ ଏବଂ ମାସିକ 500 ଗ୍ରାମ ଦାନା ବୃଦ୍ଧି କରି 5 ରୁ 6 ମାସ ବୟସରେ 2 କିଲୋଗ୍ରାମ ପର୍ଯ୍ୟନ୍ତ ଦୈନିକ ଦାନା ଦିଆଯାଇଥାଏ ।

ବାଛୁରୀକୁ 2 ମାସ ହେଲା ପରେ ମା କ୍ଷୀର ପିଆଇବା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଏ । ବାଛୁରୀ ଦାନା ପ୍ରସ୍ତୁତି ପାଇଁ ଦାନା ଯଥା-ମକା 47 ଭାଗ, ଚିନାବାଦମ ପିଡ଼ିଆ 40 ଭାଗ, ଗୁଡ଼ 10 ଭାଗ, ଧାତବ ଲବଣ 2 ଭାଗ ଏବଂ ଲୁଣ 1 ଭାଗ ହିସାବରେ ଦାନା ପ୍ରସ୍ତୁତ କରାଯାଇପାରେ ।

ଛେଳିମାନେ ଗଛ ଡ଼ାଳରେ ଚଢି କଣ୍ଟା, ବୁଦା ଗଛ ଡ଼ାଳପତ୍ର ଖାଇବା ପାଇଁ ଭଲ ପାଆନ୍ତି । ଯେଉଁଠାରେ ଗଛ ଡ଼ାଳ ନାହିଁ ସେଠାରେ ଗାଈଗୋରୁମାନଙ୍କ ସହିତ ମିଶି ସବୁଜ ଘାସ ଖାଇ ମଧ୍ୟ ଚଳିଥାନ୍ତି । ଯଦି ଛେଳି ମାନେ ସୁଷମ ଖାଦ୍ୟ ଦା  ତେବେ ସେମାନଙ୍କୁ ସୁଷମ ଦାନା କିଛି ଦେବାକୁ ପଡ଼ିଥାଏ । ତେଣୁ ଛେଳିମାନଙ୍କୁ ମନୋନୀତ ଦାନା ବା ସିଲେକ୍ଟିଭ ଦାନା କିଛି ଦେବାକୁ ହୋଇଥାଏ । ଦାନା ମଧ୍ୟରେ ଚୋକଡ଼, ବାଦାମ ପିଡ଼ିଆ ଓ ମକା । ଏହି ତିନୋଟି ହେଉଛି ମୁଖ୍ୟ ଦାନା ଛେଳି ମାନଙ୍କ ପାଇଁ । ଦାନା ଦେବାର ପ୍ରଣାଳୀ- 100 ଭାଗ ଦାନାରୁ 23 ଭାଗ  ବାଦାମ ପିଡ଼ିଆ, ମକା ବା ଗହମ କିମ୍ବା ବୁଟ 25 ଭାଗ, ଚୋକଡ 50 ଭାଗ ସହିତ ଲୁଣ 1 ଭାଗ ଓ ଧାତବ ଲବଣ 1 କିମ୍ବା 2 ଭାଗ ଦେଇ ଏହିପରି 100 ଭାଗକରି ପ୍ରତ୍ୟେକ ଛେଳିଙ୍କୁ ପ୍ରତିଦିନ ମାଈ ଛେଳିକୁ 225 ଗ୍ରାମ ଏହି ମିଶ୍ରିତ ଦାନା ଦେବା ସହିତ 5 କିଲୋଗ୍ରାମ ସବୁଜ ଘାସ ଦେଲେ ସେମାନେ ସୁସ୍ଥ ରହିବେ  ।

ମୃତ୍ତିକା ପରୀକ୍ଷା ପାଇଁ ପ୍ରଥମେ ନମୁନା ସଂଗ୍ରହ କରିବା ସ୍ଥାନରୁ ଅଳିଆ, ଘାସ, ପତ୍ର ସଫା କରନ୍ତୁ । ଫାଉଡ଼ାରେ ଚୋଟ  ଦେଇ “V” ଆକାରର ଗାତ କରନ୍ତୁ । ଏହି ଗାତର ଦୁଇ ପଟରୁ 1 ଇଞ୍ଚ ବହଳର ମାଟିକୁ ଉପରୁ ତଳ ପର୍ଯ୍ୟନ୍ତ ଚାଞ୍ଛି ଏକ ପାତ୍ରରେ ରଖନ୍ତୁ । ଏହା ଦ୍ୱାରା ଉପର ଓ ତଳ ସ୍ତରର ମାଟି ସଂଗ୍ରହ ହୁଏ । ଏହି ପରି ଗୋଟିଏ ଜମିର ସମସ୍ତ 8 ରୁ 10 ଟି ଜାଗାର ମାଟିକୁ ନେଇ ଗୋଟିଏ ପାତ୍ରରେ ରଖନ୍ତୁ  । ସମସ୍ତ ମାଟିକୁ ଗୋଟିଏ ପଲିଥିନ୍ ସିଟ୍ ଉପରେ ପକାଇ ଭଲ ଭାବରେ ମିଶାଇ ଗୁଣ୍ଡ କରି ଦିଅନ୍ତୁ । ମାଟି ଓଦା ଥିଲେ ଛାଇରେ ଶୁଖାନ୍ତୁ । ଏହି ମାଟିକୁ 4 ଭାଗ (ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ) କରି ବାଣ୍ଟି ଦିଅନ୍ତୁ । ଉତ୍ତର ଓ ଦକ୍ଷିଣ ମାଟିକୁ ଫିଙ୍ଗି ଅନ୍ୟ 2 ଭାଗକୁ ପୁଣି 4 ଭାଗ କରନ୍ତୁ  । ବୀପରୀତ 2 ଟି ଭାଗକୁ ମିଶାଇ ଦେଇ ଏହାକୁ ପୁଣି 4 ଭାଗ କରନ୍ତୁ । ବିପରୀତ 2 ଟି ଭାଗକୁ ଫୋପାଡ଼ି ଅନ୍ୟ 2 ଭାଗ ରଖନ୍ତୁ । ଏହିପରି କରି ପରିଶେଷରେ 500 ଗ୍ରାମ ମାଟି ରଖନ୍ତୁ । ଏହାକୁ ନମୁନା ମାଟି ବୋଲି କହିଥାଉ । ଏହି ନମୁନା ମାଟିକୁ ସମସ୍ତ ବିବରଣୀ ସହିତ ପେନସିଲରେ ଲେଖି କପଡ଼ା ମୁଣିରେ ରଖି ଦିଅନ୍ତୁ ଓ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ବା କୃଷି ବିଭାଗରେ ନେଇ ମୃତ୍ତିକା ପରୀକ୍ଷା କରନ୍ତୁ । ପରୀକ୍ଷା ଅନୁଯାୟୀ ସାର ପ୍ରୟୋଗ କରନ୍ତୁ ।

ଧାନ  ବୁଣିବାର 15ଦିନ ପରେ  ପରେ ଘାସ ମରା Bayer company ର Council active କୁ ଏକର ପ୍ରତି 90gm ହିସାବରେ ସ୍ପ୍ରେ କରନ୍ତୁ।କିମ୍ବା Bispyrabac sodium 10% SC ଏକର ପ୍ରତି 80ml ହିସାବରେ ସ୍ପ୍ରେ କରନ୍ତୁ।ସ୍ପ୍ରେ କରିବା ସମୟରେ ଜମି ରୁ ପାଣି କାଟି 2ଦିନ ପରେ ଭରି ଦିଅନ୍ତୁ।ଏକର ପ୍ରତି 150-200 lit ପାଣି ବ୍ୟବହାର କରନ୍ତୁ।

ଧାନ ଫସଲରେ  ପତ୍ର ମୋଡା ପୋକ ଲାଗିଲେ ଏହାକୁ ପରିଚାଳନା କରିବା ପାଇଁ Fenpropathrin  30%EC  lit ପ୍ରତି 1ml ବା Catrap hydrochliride 50% SP lit ପ୍ରତି 1.5gm ବା Chloropyriphos 50%+Cypermethrin 5%lit ପ୍ରତି 2ml ସହିତ ନିମ୍ବତେଲ lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ । 7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ। ଫସଲରେ potash ସାର ଏକର ପ୍ରତି 12kg ପ୍ରାୟୋଗ କରନ୍ତୁ।

ଧାନ ରେ କବକ ଓ ଜୀବାଣୁ ଆକ୍ରମଣ କଲେ କେଣ୍ଡା ବିବର୍ଣ ରୋଗ ଲାଗିଥାଏ । ଏହାକୁ ପରିଚାଳନା କରିବା ପାଇଁ NATIVO lit ପ୍ରତି 0.5gm ବା Tapsa lit ପ୍ରତି 1ml ବା Custodia lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।

ଧାନ ଫସଲରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ପରିଚାଳନା ପାଇଁ ଏକର ପ୍ରତି କପର ହାଇଡ୍ରୋକସାଇଡ଼ (Copper Hydroxide) 53.8 % ଡ଼ି.ଏଫ 600 ଗ୍ରାମ କିମ୍ବା 200 ଗ୍ରାମ ପ୍ଲାଣ୍ଟୋମାଇସିନ୍ (Plantomycin) ଓ 600 ଗ୍ରାମ କପର  ଅକ୍ସି କ୍ଲୋରାଇଡ଼୍ (Copper Oxy Chloride) 50% ଡ଼ବ୍ଲ୍ୟୁପି ନାମକ ଔଷଧକୁ ଏକର ପ୍ରତି 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଧାନ ଫସଲରେ ମହିଷା ରୋଗ ପାଇଁ ଏକର ପ୍ରତି (ଟେବୁକୋନାଜଲ 50 % + ଟ୍ରାଇଫ୍ଲକ୍ସୀଷ୍ଟ୍ରୋବିନ 20 %) 0.4 ଗ୍ରାମକୁ ଏକ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା ହେକ୍ସା କୋନାଜଲ 5%  ଇ.ସି. 2 ମିଲିଲିଟରକୁ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ଏବଂ 15 ଦିନ ଏବଂ 15 ଦିନ ଅନ୍ତରରେ ଦ୍ୱିତୀୟଥର ସିଞ୍ଚନ କରନ୍ତୁ ।

ଧାନ ଫସଲରେ ଗଣ୍ଠି ଛାଡ଼ିବା ବା ଗର୍ଭ ସଞ୍ଚାର ଆରମ୍ଭ ହେବା ଅବସ୍ଥାରେ ଅଧିକ ଅମଳକ୍ଷମ ଧାନ କିସମ ପାଇଁ ଏକର ପ୍ରତି 17 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ । ବାଲିଆ ଜମି ହୋଇଥିଲେ ଏକର ପ୍ରତି 17 କିଲୋଗ୍ରାମ ୟୁରିଆ ସାର ସହିତ 15 କିଲୋଗ୍ରାମ ମ୍ୟୁରେଟ୍ ଅଫ ପଟାସ ସାର ପ୍ରୟୋଗ କରନ୍ତୁ ।  ଶଙ୍କର ବା ହାଇବ୍ରିଡ଼ ଧାନ ପାଇଁ ଏକର ପ୍ରତି 20 କିଲୋଗ୍ରାମ ୟୁରିଆ ସହିତ 20 କିଲୋଗ୍ରାମ ମ୍ୟୁରେଟ୍ ଅଫ ପଟାସ ସାର ପ୍ରୟୋଗ କରନ୍ତୁ ।

ଧାନ ଫସଲରେ ଗଣ୍ଠିଛାଡ଼ିବା ବା ଗର୍ଭସଞ୍ଚାର ଆରମ୍ଭ ହେବା ଅବସ୍ଥାଠାରୁ ଫୁଲ୍ ଧରିବା ଅବସ୍ଥା ପର୍ଯ୍ୟନ୍ତ 5ରୁ 10 ସେଣ୍ଟିମିଟର ଠିଆ ପାଣି ରଖନ୍ତୁ ଓ ବଳକା ପାଣି ନିଷ୍କାସନ ବ୍ୟବସ୍ଥା କରନ୍ତୁ । ମୂଳସଢା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ଗ୍ରାମ ମେଟାଲାକ୍ସିଲ ଓ ମାଙ୍କୋଜେବର ମିଳିତ ଫିମ୍ପିନାଶକ କିମ୍ବା 400 ଗ୍ରାମ କାର୍ବେଣ୍ଡାଜିମ ଓ ମାଙ୍କୋଜେବର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଧାନ ଫସଲରେ ଗନ୍ଧିପୋକ ବା ଛଗୋଡ଼ିଆ ପୋକର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର କ୍ଲୋରୋପାଇରିଫସ୍ ନାମକ କୀଟନାଶକ 200 ଲିଟର ପାଣଇରେ ମିଶାଇ ସିଞ୍ଚନ କରନ୍ତୁ । ଏହା ବଦଳରେ ଏକର ପ୍ରତି 10 କିଲୋଗ୍ରାମ କ୍ଲୋରୋପାଇରିଫସ୍ କିମ୍ବା ମାଲାଥିୟନ ଗୁଣ୍ଡକୁ ସମାନ ଭାବରେ ସକାଳ ସମୟରେ ପବନ ହେଉନଥିବା ସମୟରେ ଫସଲ ଉପରେ ଡ଼ଷ୍ଟର ଦ୍ୱାରା ପ୍ରୟୋଗ କରନ୍ତୁ ।

ପ୍ରାରମ୍ଭିକ ଅବସ୍ଥାରେ ଧାନ ଫସଲରେ କାଣ୍ଡବିନ୍ଧା ପୋକର ପ୍ରଜାପତି ଦେଖାଦେଲେ ଏହାର ପରିଚାଳନା ନିମନ୍ତେ ହେକ୍ଟର ପ୍ରତି 18.45 କିଲୋଗ୍ରାମ କାର୍ଟ୍ରାପ ହାଇଡ୍ରୋକ୍ଲୋରାଇଡ଼୍ 4 % ଜି କିମ୍ବା 10 କିଲୋଗ୍ରାମ କ୍ଲୋରାନ୍ଟ୍ରାନିଲିପ୍ରୋଲ କିମ୍ବା 10 କିଲୋଗ୍ରାମ ଇମିଡ଼ାକ୍ଲୋପ୍ରିଡ଼଼ ନାମକୁ କୀଟନାଶକକୁ ସମାନ ଓଜନର ବାଲି ସହ ମିଶାଇ ପ୍ରୟୋଗ କରନ୍ତୁ ।

ସାଆରା ରୋଗ ଧାନର ମଧ୍ୟମ ଓ ବିଳମ୍ୱ କିସମ ଖରିଫ ଧାନରେ ବିଶେଷ ଭାବରେ ଦେଖାଯାଏ ।  ଧାନ ଫଳିବା ଅବସ୍ଥାରେ ଏହି ରୋଗ ଦେଖାଯାଏ । ଏହି ରୋଗ ହେଲେ ଧାନର ଗର୍ଭାଶୟଟି ଫୁଲି ଫାଟିଯାଏ  । ପ୍ରଥମେ ପିତ୍ତ ବର୍ଣ୍ଣ ଧାରଣ କରେ ଓ ପରେ କଳା ପଡ଼ିଯାଏ ।  ଏହାକୁ ଧରିଲେ ପାଉଡ଼ର ପରି ହାତରେ ଲାଗିଯାଏ । ଗୋଟିଏ ଧାନରୁ ଏହି ରୋଗ ଆରମ୍ଭ ହୋଇଥାଏ । ଆସ୍ତେ ଆସ୍ତେ କେଣ୍ଡାମାନଙ୍କରେ ମଧ୍ୟ ଆକ୍ରାନ୍ତ ହୋଇଥାଏ । ସାଆରା ରୋଗର ପରିଚାଳନା ପାଇଁ ଏକର ପ୍ରତି କାର୍ବେଣ୍ଡାଜିମ 50% ଡ଼ବ୍ଲ୍ୟୁପି 400 ଗ୍ରାମ କିମ୍ବା କପର ହାଇଡ୍ରୋକ୍ସାଇଡ଼୍ 77% ଡ଼ବ୍ଲ୍ୟୁପି 500 ଗ୍ରାମ କିମ୍ବା କ୍ଲୋରୋଥାଲୋନିଲ 75% ଡ଼ବ୍ଲ୍ୟୁପି 400 ଗ୍ରାମକୁ  200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ମେଘୁଆ ଓ ରାତିର କମ୍ ତାପମାତ୍ରା ଚକଡ଼ା ପୋକ ପାଇଁ ଅନୂକୁଳ ପରିବେଶ ସୃଷ୍ଟି କରିଥାଏ । ଏହି ଚକଡ଼ା ବା ମାଟିଆଗୁଣ୍ଡି ପୋକ ଆକ୍ରାନ୍ତ ଧାନ ଗଛର ପତ୍ରଗୁଡ଼ିକ ହଳଦିଆ ହୋଇଯାଏ । ଏହି ପୋକର ପୂର୍ଣ୍ଣାଙ୍ଗ କୀଟଗୁଡ଼ିକ ମାଟିଆ ରଙ୍ଗର ଏବଂ ଛୋଟ ଓ ଲମ୍ବା ଡ଼େଣିଆ ହୋଇଥାନ୍ତି । ଗଛ ଉପରେ ଏହି ପତ୍ର ଗୁଡ଼ିକ ମଧୁ ଶିଶିର ତ୍ୟାଗ କରନ୍ତି ଓ ଧାନ ଗଛମୂଳରୁ ରସ ଶୋଷି ଖାଇଯାଆନ୍ତି । ଫଳରେ ଧାନ ଗଛ ଶୁଖି ଚକଡ଼ା ଚକଡ଼ା ହୋଇ ମରିଯାଏ । କ୍ରମେ ଧାନ କିଆରୀର ମଧ୍ୟ ଅଂଶରୁ ଏହା ମାଡ଼ି ଆସେ ଓ ଦୂରରୁ ସମୁଦାୟ  କିଆରି ପୋଡ଼ିଗଲା ପରି ଦେଖାଯାଏ ।

  • ଏହି ରୋଗର ପରିଚାଳନା ପାଇଁ ଜମିରୁ ପାଣି ନିଷ୍କାସନ କରି 3 ରୁ 4 ଦିନ ଶୁଖାଇ ପୁଣି ପାଣି ମଡ଼ାଇ ଦିଅନ୍ତୁ ।
  • ଜମିରେ ପ୍ରତି 10 ଧାଡ଼ି ଗଛ ପରେ କତି କରନ୍ତୁ । ଯାହାଦ୍ୱାରା ଗଛମୂଳରେ ଆଲୋକ ପଡ଼ି ପାରିବ ।
  • ପୋକ ଆକ୍ରମଣ ସମୟରେ ଯବକ୍ଷାରଜାନ ସାର ପ୍ରୟୋଗ ବନ୍ଦ ରଖନ୍ତୁ  ।
  • ଆବଶ୍ୟକ ସ୍ଥଳେ ଏକର ପ୍ରତି ଫ୍ଲୋନିକାମିଡ଼ 50% ଡ଼ବ୍ଲ୍ୟୁଜି 60 ଗ୍ରାମ କିମ୍ବା ପାଇମେଟ୍ରୋଜନି 50% ଡ଼ବ୍ଲ୍ୟୁଜି 120 ଗ୍ରାମ କିମ୍ବା ଡ଼ାଇନୋଟିଫ୍ୟୁରନ 20% ଏସ୍.ଜି 80 ଗ୍ରାମ କିମ୍ବା ଇମିଡ଼ାକ୍ଲୋପ୍ରିଡ଼୍ 17.8% ଏସ୍.ଏଲ୍. 50 ମିଲିଲିଟର କୀଟନାଶକକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଧାନ କେଣ୍ଡା କଟା ପୋକର ପରିଚାଳନା ପାଇଁ ଏକର ପ୍ରତି 400 ମିଲି ଲିଟର କ୍ଲୋରୋପାଇରିଫସ୍ ଏବଂ ସାଇପରମେଥ୍ରନର ମିଳିତ କୀଟନାଶକ କିମ୍ବା 400 ମି.ଲି. ପ୍ରଫେନାଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ  । ପୋକଗୁଡ଼ିକ ରାତ୍ରୀଚର ହୋଇଥିବାରୁ କୀଟନାଶକକୁ ଉପରବେଳା ବା ସନ୍ଧ୍ୟା ସମୟରେ ସିଂଞ୍ଚନ କରନ୍ତୁ ।

ଧାନ ରୋଇବ। ପୂର୍ବରୁ ଘାସମରା ପ୍ରୟୋଗ ନ କରି ଧାନ ରୋଇବା ପରେ ପରେ ଘାସ ମରା ପ୍ରୟୋଗ କରନ୍ତୁ।ସେଥିପାଇଁ
Pretilachlor 50%EC (Rifit) ଏକର ପ୍ରତି 600ml ବା
Pretilachlor 37% EW (Rifit Plus) ଏକର ପ୍ରତି 500ml ବା
Bensulfuron methyl 4.8%+Pretilachlor 40%OD (Rifit Extra) ଏକର ପ୍ରତି 500ml ହିସାବରେ 10kg ବାଲିରେ ଗୋଳାଇ ଧାନ ରୋଇବାର 3 ଦିନ ମଧ୍ୟରେ ପ୍ରୟୋଗ କରନ୍ତୁ।
କିମ୍ବା Almix ଏକର ପ୍ରତି 8gm କୁ 1lit ପାଣିରେ ମିଶାଇ10kg ବାଲିରେ ଗୋଳାଇ ଧାନ ରୋଇବାର 3-4 ଦିନ ମଧ୍ୟରେ ପ୍ରୟୋଗ କରନ୍ତୁ।

ରୋଇବାର ପୂର୍ବରୁ ହେକ୍ଟର ପ୍ରତି ଫୋରେଟ୍ 5 କି.ଗ୍ରା. କିମ୍ବା କାର୍ବୋଫୁରାନ 3 G 1.2 କି.ଗ୍ରା. ପ୍ରୟୋଗ କରନ୍ତୁ । ରୋଇବାର 20 ଦିନପରେ ଫିପ୍ରୋନିଲ୍ 5 % SC 2 ମି.ଲି. ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଏହି ପୋକର ନିୟନ୍ତ୍ରଣ ପାଇଁ ଥାଇଆମେଥୋକଜାମ 25% WG 5 ଗ୍ରାମ୍ ପ୍ରତି 15 ଲିଟର ପାଣିରେ କିମ୍ବା ଇମିଡାକ୍ଲୋପ୍ରିଡ଼୍ 8% SL 5 ମି.ଲି. ପ୍ରତି 15 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ମହିଷା ରୋଗର ନିୟୋନ୍ତ୍ରଣ ପାଇଁ 2 ଗ୍ରାମ Zineb 75% କୁ 1 ଲିଟର ପାଣି କିମ୍ବା 3 ଗ୍ରାମ ପିକୋ କ୍ସି ଷ୍ଟ୍ରୋବିନ୍ 52 SC କୁ 10 ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।

  • ଅର୍ଜୁନ- OEB-526, ଅବଧି-126 ଦିନ, ଅମଳ-20-21 କ୍ୱିଣ୍ଟାଲ ହେକ୍ଟର ପ୍ରତି ।
  • କାଳୁଆ-OEB-523, ଅବଧି-110-115 ଦିନ, ଅମଳ-17-18 କ୍ୱିଣ୍ଟାଲ ହେକ୍ଟର ପ୍ରତି ।
  • ସୁଭଦ୍ରା- OUAT 2, ଅବଧି-105-110 ଦିନ, ଅମଳ-22-27.5 କ୍ୱିଣ୍ଟାଲ ହେକ୍ଟର ପ୍ରତି ।
  • ଭୈରବୀ – ଅବଧି-105-110 ଦିନ, ଅମଳ-22-22.5 କ୍ୱିଣ୍ଟାଲ ହେକ୍ଟର ପ୍ରତି ।
  • ଚିଲିକା – OEB-10, 115-120 ଦିନ, ଅମଳ-25-27 କ୍ୱିଣ୍ଟାଲ ହେକ୍ଟର ପ୍ରତି ।

ମୃତ୍ତିକା ପରୀକ୍ଷାର ଫଳାଫଳ ଅନୁସାରେ ରାସାୟନିକ ସାର ପ୍ରୟୋଗ କରନ୍ତୁ । ସ୍ୱଳ୍ପ ଅବଧିର ଫସଲ ପାଇଁ ହେକ୍ଟର ପ୍ରତି ଅନୁମୋଦିତ ପରିମାଣର ଖାଦ୍ୟସାର ହେଲା – 40 କି.ଗ୍ରା., ଯବକ୍ଷାରଜାନ, 30 କି.ଗ୍ରା, ଫସଫରସ୍ ଓ 25  କି.ଗ୍ରା. ପଟାସ୍ । ମଧ୍ୟମ ଅବଧି କିସମ ପାଇଁ ହେକ୍ଟର ପ୍ରତି 60 କି.ଗ୍ରା. ଯବକ୍ଷାରଜାନ, 30 କି.ଗ୍ରା. ଫସଫରସ ଓ 30 କି.ଗ୍ରା. ପଟାସ୍ ସାର ପ୍ରୟୋଗ କରନ୍ତୁ ।

ସମୁଦାୟ ଯବକ୍ଷାରଜାନ ମାତ୍ରାର 50 ଶତକଡା ବୁଣିବା  ବା ରୋଇବା ବେଳେ ଓ ଅବଶିଷ୍ଟ 50 ଶତକଡା ବୁଣିବା ବା ରୋଇବାର 21ଦିନ ପରେ ପ୍ରୟୋଗ କରନ୍ତୁ । ସମୁଦାୟ ଫସଫରସ୍ ଓ ପଟାସ୍ ସାରକୁ ମୂଳସାର ହିସାବରେ ପ୍ରୟୋଗ କରନ୍ତୁ ।

ମାଣ୍ଡିଆ ଫସଲରେ 2-3 ଥର କୁଡାଖୋସା ଓ ହାତରେ ବାଛି ଘାସ ନିୟନ୍ତ୍ରଣ କରାଯାଇପାରିବା । ତାଛଡା, ମଞ୍ଜି ବୁଣାର 2 ଦିନ ଭିତରେ ମାଟିରେ ବତର ଥିବା ସମୟରେ ଅକ୍ସିଫ୍ଲୁରୋଫେନ୍ @0.1 ଲି.a.i/ହେକ୍ଟର କିମ୍ବା ରୁଆ/ବୁଣାର 20-25 ଦିନପରେ 2,4 D Sodium salt@ 0.75 a.i/ହେକ୍ଟର ସ୍ପ୍ରେ କଲେ ଘାସ ନିୟନ୍ତ୍ରଣ କରାଯାଇପାରିବ ।

ବିହନ ବାହିତ ରୋଗକୁ ରୋକିବା ପାଇଁ, ଏକ କି.ଗ୍ରା. ବିହନ ପ୍ରତି 2 ଗ୍ରାମ୍ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ୍ ଥିରାମ ଗୋଳାଇ ବିହନ ବିଶୋଧନ କରନ୍ତୁ କିମ୍ବା ଏକ କି.ଗ୍ରା. ବିହନ ପ୍ରତି 5ଗ୍ରାମ ଟ୍ରାଇକୋଡର୍ମା ଭିରିଡେ କୁ ଗୋଳାଇ ବିଶୋଧନ କରନ୍ତୁ ।

ଗଛ 15 ରୁ 20 ଦିନର ହୋଇଗଲେ କୋଡାଖୁସା କରି ଘାସ ବାଛି ଦେବା ଉଚିତ୍ । ପୁନଶ୍ଚ 30-35 ର ଗଛ ହୋଇଗଲେ ଆଉଥରେ ଘାସ ବାଛିବା ଉଚିତ୍ ।  ଧାଡିରେ ବହଳିଆ ଗଛ ଥିଲେ 10 ସେ.ମି. ବ୍ୟବଧାନରେ ଗୋଟିଏ ସୁସ୍ଥ ଗଛ ରଖି ଅବଶିଷ୍ଟ ଗଛ ଉପାଡି ଦେବା ଉଚିତ୍ । ରାସାୟନିକ ତୃଣନାଶକ ଭାବେ ପେଣ୍ଡିମିଥାଲିନ୍,  ଆଲାକ୍ଲୋର, କୁଇଜାଲୋଫପ୍ ଇଥାଇଲ୍ ହେକ୍ଟର ପ୍ରତି ଯଥାକ୍ରମେ 0.75, 1.0, 0.05 କି.ଗ୍ରା କ୍ରିୟାଶୀଳ ଉପାଦାନକୁ 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରାଯାଇପାରିବ ।

ଏହାର ଶୁକ ଗଛର କଅଁଳ ପତ୍ରକୁ ବିଣ୍ଡା ତିଆରି କରି ତା ମଧ୍ୟରେ ରହି ସବୁଜ ଅଂଶକୁ କୋରି ଖାଇଯାଏ । ପରେ ଫଳ କଣା କରି ମଞ୍ଜି ଖାଇଯାଇଥାଏ  । ଏହାର ନିୟନ୍ତ୍ରଣ ପାଇଁ ଏକର ପ୍ରତି 200 ମି.ଲି. ଇଣ୍ଡୋକ୍ସାକାର୍ବ କିମ୍ବା 400ମି.ଲି. ପ୍ରୋଫେନୋଫସ୍ କିମ୍ବା 80 ଗ୍ରାମ ଇମାଲମେକ୍ଟିନ୍ ବେନଜୋଏଟ୍ କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ରାଶିର ଫୁଲଗୁଡିକୁ ମାଛିର ଶାବକ ଖାଇବା ଦ୍ବାରା ଗଛରେ ଫଳ ନ ଧରି ସେହି ସ୍ଥାନ ଆବୁ ପରି ଦେଖାଯାଏ । ଏଥିପାଇଁ ସଂକ୍ରମିତ ମୁକୁଳଗୁଡିକୁ ବାହାର କରି ନଷ୍ଟ କରିବା ସହିତ ପତ୍ରମୋଡା ଏବଂ ଫଳବିନ୍ଧା ପୋକ ପାଇଁ ଉଦ୍ଦିଷ୍ଟ କୀଟନାଶକ ସିଞ୍ଚନ କରିବା ଉଚିତ୍ ।

ରୋଗାକ୍ରାନ୍ତ ଗଛର ଅଗ ପତ୍ରଗୁଡିକ ଛୋଟ ଛୋଟ ହୋଇ ଗୁଚ୍ଛ ହୋଇଯାଏ । ଆକ୍ରାନ୍ତ ଗଛଗୁଡିକ ହାତରେ ଓପାଡି ବାହାର କରି ଦିଅନ୍ତୁ  । ଏ ରୋଗର ବାହକ ପତ୍ରଡିଆଁ ପୋକକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି 66 ମି.ଲି. ଇମିଡାକ୍ଲୋପ୍ରିଡ୍ 17.8% ଏସ୍ ଏଲ୍. କିମ୍ବା ଏସିଟାମିପ୍ରିଡ୍ 20 % ଏସ୍ ପି. କୁ 200 ଲିଟର ପାଣିରେ ମିଶାଇ ସଞ୍ଚନ କରନ୍ତୁ ।

ଛୋଟ ଛୋଟ ବାଦାମୀ ରଙ୍ଗର ଚିହ୍ନ ପତ୍ରର ଉଭଯ ପାର୍ଶ୍ବରେ ଦେଖାଯାଇ ଧୀରେ ଧୀରେ ପତ୍ର ପୋଡାଳିଆ ଦେଖାଯାଇ ଝଡି ପଡେ । ଏହାର ନିୟନ୍ତ୍ରଣ ପାଇଁ ଏକର ପ୍ରତି 500 ଗ୍ରା. କପର ଅକ୍ସିକ୍ଲୋରାଇଡ୍ ବା 750 ଗ୍ରାମ୍ ମାନକୋଜେବକୁ 200 ଲିଟର ପାଣି ବା ଡାଇଫେନୋକୋନାଜୋଲ 1 ମି.ଲି. / ଲିଟର ପାଣିରେ ମିଶାଇ ସିଞ୍ଚନ କରାଯାଏ । ଉମା, କନକ ଓ କଳିକା ଇତ୍ୟାଦି କିସମ ଗୁଡିକ ଏ ରୋଗ ପାଇଁ ସହନଶୀଳ କିସମ ।

ଜୀବାଣୁ ଜନିତ ପତ୍ରପୋଡା ରୋଗ- ଏହି ରୋଗର ଦମନପାଇଁ ପାଇଁ ପ୍ରତି 10 ଲିଟର ପାଣିରେ 1 ଗ୍ରାମ୍ ଷ୍ଟ୍ରେପ୍ଟୋସାଇକ୍ଲିନ୍ ଓ 25 ଗ୍ରାମ୍ କପର ଅକ୍ସିକ୍ଲୋରାଇଡ୍ ପତ୍ର ସିଞ୍ଚନ କରନ୍ତୁ ।

ପାଉଁଶିଆ ରୋଗ- ଏହି ରୋଗର ଦମନ ପାଇଁ ପ୍ରତି ଲିଟର ପାଣିରେ 5 ଗ୍ରମ୍ ସଲଫର 80% ଡବ୍ଲୁ.ପି. ସେଚିତ ଗୁଣ୍ଡ ମିଶାଇ ପତ୍ରସିଞ୍ଚନ କରନ୍ତୁ ।

ଝାଉଁଳାରୋଗଅଙ୍ଗାର ପଚା ରୋଗ ଓ ପତ୍ରଦାଗ ରୋଗ – ଏହି ପୋକ ଗୁଡିକର ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ 2.5 ଗ୍ରାମ୍ ମେଟାଲାକ୍ସିଲ୍ 8 % + ମାଙ୍କୋଜେବ୍ 64 % ଡବ୍ଲ୍ୟୁ.ପି. ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

ଲକ୍ଷଣ

ଏହି ରୋଗ ଉଭୟ ଛୋଟ ଓ ବଡ଼ ମାଛରେ ଦେଖାଦେଇଥାଏ । ପ୍ରଥମେ ଏକ ଧଳାଗାର ମାଛର ଡ଼େଣା ଓ ଲାଞ୍ଜର ଧାରେ ଧାରେ ଦେଖାଦିଏ ଓ ଠିକ୍ ସମୟରେ ଉପଚାର କରା ନଗଲେ ଏହା କ୍ରମଶଃ ପକ୍ଷ ଓ ଲାଞ୍ଜକୁ ବ୍ୟାପେ ପରେ ପକ୍ଷ ଏବଂ ଲାଞ୍ଜ ସଢିଯାଇ ଛିଣ୍ଡିଯାଏ ।

ପ୍ରତିକାର

200 ଲିଟର ପାଣିରେ 100 ଗ୍ରାମ ତୁତିଆ (କପର ସଲଫେଟ୍)ର ଦ୍ରବଣ ପ୍ରସ୍ତୁତ କରି ମାଛମାନଙ୍କୁ ସେଥିରେ 1-2 ମିନିଟ୍ ବୁଡ଼ାଇ ପୋଖରୀରେ ଛାଡ଼ିଲେ ଏହି ରୋଗ ଭଲ ହୁଏ ।

ଲକ୍ଷଣ

ଧଳା ଛଉ ଓ ବେଲେବେଲେ ନାଲି ଛଉ ଭଳି ଚିହ୍ନ ମାଛ ଶରୀରରେ ଦେଖାଯାଏ ଓ କ୍ରମଶଃ ତାହା ଘା’ ଭଳି କ୍ଷତରେ ପରିଣତ ହୁଏ ।

ପ୍ରତିକାର

200 ଲିଟର ପାଣିରେ 100 ଗ୍ରାମ ତୁତିଆ (କପର ସଲଫେଟ୍)ମିଶାଇ ଦ୍ରବଣ ପ୍ରସ୍ତୁତ କରି, ସେଥିରେ ଆକ୍ରାନ୍ତ ମାଛଙ୍କୁ 1 ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିବାକୁ ପଡ଼ିଥାଏ । ଏଭଳି କ୍ରମାଗତ ଭାବେ 3-4 ଦିନ ପର୍ଯ୍ୟନ୍ତ ଏହି ଉପଚାର ଜାରି ରଖିଲେ, ମାଛଗୁଡ଼ିକ ରୋଗମୁଖ୍ତ ହୋଇଥାନ୍ତି ।

ଲକ୍ଷଣ

ଏହି ରୋଗରେ ଭାକୁର, ରୋହି, ମିରିକାଳୀ  ପ୍ରଭୁତି ମାଛର ପେଟ ଅସମ୍ଭବ ଭାବେ ଫୁଲିଯାଏ । ପେଟ ଚିପିଲେ ପାଣି ଫଳିଆ ରସ ମଳଦ୍ୱାର ଦେଇ ବାହାରିଆସେ । ମାଛ କାତି ଗୁଡ଼ିକ ମର୍ମରୁ ଉଠି ଠିଆ ହେଲାଭଳି ରହେ । ମାଛର ଆଖି ବେଙ୍ଗ ଆଖି ଭଳି ପଦାକୁ ବାହାରି ଆସେ ।

ପ୍ରତିକାର

ଏହି ରୋଗ ହେଲେ 1 ଗ୍ରାମ ପଟାସିୟମ ପରମାଙ୍ଗାନେଟକୁ 200 ଲିଟର ପାଣିରେ ମିଶାଇ ଦ୍ରବଣ ପ୍ରସ୍ତୁତି କରି ରୋଗିଣା ମାଛଗୁଡ଼ିକୁ 2 ମିନିଟ୍ ପାଇଁ ବୁଡ଼ାଇ ପୋଖରୀରେ ଛାଡ଼ିହା ଉଚିତ୍ । ଏହା ଛଡ଼ା ପୋଖରୀ ଜଳ ବିଶୋଧନ ନିମନ୍ତେ ଏକର ପିଛା ଏକ ମିଟର ଜଳ ଗଭୀରତା ପାଇଁ 50 ରୁ 80 କିଗ୍ରା ପର୍ଯ୍ୟନ୍ତ ଚୂନକୁ ରାତିସାରା ବତୁରାଇ ସକାଳେ ପ୍ରୟୋଗ କରାଯିବା ବିଧେୟ । ଏହି ରୋଗଦ୍ୱାରା ସବୁମାଛ ଆକ୍ରାନ୍ତ ନହୋଇ କମ୍ ସଖ୍ୟାରେ ମାଛ ରୋଗଗ୍ରସ୍ତ ହୋଇଥାନ୍ତି । ଏଣୁ ଏହି କମ୍ ସଂଖ୍ୟକ ମାଛଙ୍କୁ ଧରି ମାଟିରେ ପୋତି ନଷ୍ଟ କରିଦେବା ସବୁଠାରୁ ଭଲ ।

ଲକ୍ଷଣ

ଠିକ୍ ଶୀତ ପଡ଼ିବା ସମୟରେ ବା ଆଶ୍ୱିନ ମାସ ପ୍ରାରମ୍ଭରେ ଏହି ଚକ୍ଷୁରୋଗ ସାଧାରଣତଃ ମଧ୍ୟମରୁ ବଡ଼ ଆକାରରେ ଭାକୁର ମାଛଙ୍କୁ ସଂକ୍ରମଣ କରିଥାଏ । ଏହି ରୋଗ ଦ୍ୱାରା ମାଛର ଚକ୍ଷୁ ପିତୁଳି ସମ୍ପୂର୍ଣ୍ଣ ପଚିଯାଇ ମାଛ ଅନ୍ଧ ହୋଇଯାଏ । ଖାଦ୍ୟ ଗ୍ରହଣ କରେନାହିଁ । ସଂକ୍ରମଣର 24 ରୁ 48 ଘଣ୍ଟା ମଧ୍ୟରେ ସବୁ ଭାକୁର ମାଛ ଗୁଡ଼ିକ ମୃତ୍ୟୁମୁଖରେ ପଡ଼ନ୍ତି ।

ପ୍ରତିକାର

ଏହି ରୋଗ ଦେଖାଗଲେ 2 ଗ୍ରାମ କ୍ଲୋରୋମାଇସେଟିନ ଔଷଧକୁ 200 ଲିଟର ପାଣିରେ ଦ୍ରବଣ ପ୍ରସ୍ତୁତ କରି ଏଥିରେ ଆକ୍ରାନ୍ତ ମାଛଗୁଡ଼ିକୁ 1 ଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିବା ଉଚିତ୍ । ଏହି ପରି ଲଗାତାର 2 ରୁ 3 ଦିନ ପର୍ଯ୍ୟନ୍ତ ଚିକିତ୍ସା କରାଗଲେ ମାଛର ଚକ୍ଷୁରୋଗ ଭଲ ହୋଇଥାଏ ।

ଲକ୍ଷଣ

ମାଛର କାତି ଝଡ଼ିଯିବା ସଙ୍ଗେ ସଙ୍ଗେ ଚର୍ମ ବି ଶରୀର ଉପରୁ ଉଠି ଆସେ ଓ ପରେ ପରେ ଘା’ ମଧ୍ୟ ଶରୀରରେ ଦେଖାଯାଏ । ମାଛ ଦୃଷ୍ଟିଶକ୍ତି ହରାଏ । ମାଛର ଓଠ ବା ମାଢିରୁ ଚମଡ଼ା ବାହାରି ଆସେ ଏବଂ ଶୀରର ବିଭିନ୍ନ ସ୍ଥାନରେ ଗୁଚ୍ଛ ଗୁଚ୍ଛ ଆକାରରେ ଧଳା ଲୋମ ସବୁ ଦେଖାଯାଏ ।

ପ୍ରତିକାର

200 ଲିଟର ପାଣିରେ 20 ଗ୍ରାମ ମାଲାଚାଇଟ୍ ଗ୍ରୀନର ଦ୍ରବଣ ପ୍ରସ୍ତୁତ କରି ସେଥିରେ ରୋଗିଣା ମାଛଙ୍କୁ 3 ସେକେଣ୍ଡ ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିବା ଉଚିତ୍ କିମ୍ବା 200 ଲିଟର ପାଣିରେ 600 ଗ୍ରାମ ସାଧାରଣ ଗୋଡ଼ା ଲୁଣା ଅଥବା 1 ଗ୍ରାମ ପଟାସିୟମ ପରମାଙ୍ଗାନେଟର ଦ୍ରବଣ କରି ସେଥିରେ ଆକ୍ରାନ୍ତ ମାଛଙ୍କୁ 5-10 ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିଲେ ରୋଗ ପ୍ରଶମିତ ହୋଇଥାଏ ।

ଖରାଦିନେ ଯେତେବେଳେ ପୋଖରୀରେ ଜଳସ୍ତର କମିଯାଇ ଜୈବିକ ପଦାର୍ଥ ଅଧିକ ଜମିରହେ, ସେହି ସମୟରେ ମାଛମାନଙ୍କ ମଧ୍ୟରେ ଫିମ୍ପିଜନିତ ଗାଲିସି ପବନ ରୋଗ ବ୍ୟାପିଥାଏ ।

ଲକ୍ଷଣ

ଏହି ରୋଗଦ୍ୱାରା ମାଛଗୁଡ଼ିକର ଗାଲିସି ତନ୍ତୁଗୁଡ଼ିକ ପଚିଯାଇ ଧଳା ପଡ଼ିଯାଏ । ମାଛର ନିଃଶ୍ୱାସ ପ୍ରଶ୍ୱାସ ନେବା ବାଧାପ୍ରାପ୍ତ ହୁଏ । ଦିନରେ ସବୁ ସମୟରେ ମାଛ ଗୁଡ଼ିକ ପୋଖରୀ ଉପର ସ୍ତରରେ ପାକୁ ପାକୁ ହୋଇ ଭାସି ମୃତ୍ୟୁମୁଖରେ ପଡ଼ିଥାଆନ୍ତି ।

ପ୍ରତିକାର

ଏହି ରୋଗ ଦେଖାଦେଲେ ପ୍ରଦୂଷଣମୁକ୍ତ ଥଣ୍ଡା ନଳକୂପ ଜଳ ପୋଖରୀରେ ପୁରାଇବାକୁ ପଡ଼ିଥାଏ ଏବଂ ପୋଖରୀ ଜଳ ବିଶୋଧନ ପାଇଁ ଏକର ପିଛା 20-40 କି.ଗ୍ରା. ଅକସାଇଡ଼୍ ଚୂନ ବା କ୍ୱିକ ଲାଇମକୁ ପାଣିରେ 8 ରୁ 10 ଘଣ୍ଟା ବତୁରାଇ ପୋଖରୀରେ ପକାଇବାକୁ ପଡ଼ିଥାଏ । ଏହାଛଡ଼ା ଆକ୍ରାନ୍ତ ମାଛଗୁଡ଼ିକୁ 200 ଲିଟର ପାଣିରେ 1 କି.ଗ୍ରା. ସାଧାରଣ ଲୁଣ ବା 1 ଗ୍ରାମ ପଟାସିୟମ୍ ପରମାଙ୍ଗାନେଟର ଦ୍ରବଣ ପ୍ରସ୍ତୁତ କରି ସେଥିରେ 10 ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିଲେ ମାଛ ରୋଗମୁଖ୍ତ ହୋଇଥାନ୍ତି ।

ଲକ୍ଷଣ

ଏହି ରୋଗରେ ମାଛଙ୍କ ଉପରେ 1 ମିଲିମିଟର ଚଉଡ଼ା ବିଶିଷ୍ଟ ଧଳା ଧଳା ଭତୁଡ଼ି ଭଳି ଚିହ୍ନ ଦେଖାଯାଇଥାଏ । ଏହା ହାତକୁ ଖଦଖଦଡ଼ିଆ ଲାଗେ ।

ପ୍ରତିକାର

ଏହି ରୋଗ ଦେଖାଦେଲେ 400 ଗ୍ରାମ ଗୋଡ଼ାଲୁଣ ବା ସାଧାରଣ ଲୁଣକୁ 200 ଲିଟର ପାଣିରେ ଦ୍ରବଣ ପ୍ରସ୍ତତ କରି ସେଥିରେ ରୋଗାକ୍ରାନ୍ତ ମାଛମାନଙ୍କୁ ଏକ ଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ପାଣିରେ ଛାଡ଼ିବାକୁ ପଡ଼ିଥାଏ । ଏଭଳି ସପ୍ତାହେ ପର୍ଯ୍ୟନ୍ତ ଚିକିତ୍ସା କରାଗଲେ ମାଛ ରୋଗମୁକ୍ତ ହୋଇଥାନ୍ତି ।

ଲକ୍ଷଣ- ଏହି ରୋଗ ଯୋଗୁଁ ଅତ୍ୟଧିକ ଲାଳଯୁକ୍ତ ହୋଇଥାନ୍ତି ଏବଂ ଲାଳର ରଙ୍ଗ ନୀଳବର୍ଣ୍ଣ ହୋଇଥାଏ ।

ପ୍ରତିକାର- ଏହି ନୀଳ ଚର୍ମରୋଗ ଦେଖାଦେଲେ 200 ଲିଟର ପାଣିରେ 600 ଗ୍ରାମ ସାଧାରଣ ଲୁଣ ଅଥବା 80 ମିଲିଲିଟର ଫାର୍ମାଲିନକୁ ମିଶାଇ ଦ୍ରବଣ ପ୍ରସ୍ତୁତ କରି ସେଥିରେ ରୋଗିଣା ମାଛଗୁଡ଼ିକୁ 10 ମିନିଟ୍ ଯାଏଁ ବୁଡାଇ ଛାଡ଼ିଲେ ସୁଫଳ ମିଳିଥାଏ ।

ଲକ୍ଷଣ

ଶରୀରରେ ବଡ଼ ବଡ଼ ଫୋଟକା ଭଳି ଚିହ୍ନ ଦେଖାଯାଏ । ଏହା ବେଳେ ବେଳେ କୁକୁଡା ଅଣ୍ଡା ପରି ମଧ୍ୟ ବଡ଼ ହୋଇଥାଏ ।

ପ୍ରତିକାର
  • 200 ଲିଟର ପାଣିରେ 600 ଗ୍ରାମ ସାଧାରଣ ଲୁଣ ଅଥବି 80 ମି.ଲି. ଫର୍ମାଲିନକୁ ମିଶାଇ ଦ୍ରବଣ ପ୍ରସ୍ତୁତ କରି ସେଥିରେ ରୋଗିଣା ମାଛଗୁଡ଼ିକୁ 10 ମିନିଟ୍ ବୁଡ଼ାଇ ପୋଖରୀରେ ଛାଡ଼ିଲେ, ମାଛର ଏହି ବଥ ରୋଗ ଭଲ ହୋଇଥାଏ ।
  • ପୋଖରୀରେ ଏହି ହାନିକାରକ ଏକକୋଷୀ ଜୀବମାନଙ୍କର ସଂଖ୍ୟ ନିୟନ୍ତ୍ରଣ ପାଇଁ ଏକର ପିଛି 20-40 କି.ଗ୍ରା. ଅକ୍ସାଇଡ଼୍ ଚୂନ ବା କ୍ୱିକ୍ ଲାଇମକୁ 8 ରୁ 10 ଘଣ୍ଟା ପାଣିରେ ବତୁରାଇ ପୋଖରୀରେ ପ୍ରୟୋଗ କରିବାକୁ ପଡ଼ିଥାଏ ।
ଲକ୍ଷଣ

ମାଛର କୃମିଜନିତ ଚର୍ମ ଓ ଗାଲିସି ରୋଗ ଏବଂ ଡ଼ାଲୋଗାଈରସ୍ ନାମକ କୃମି ଦ୍ୱାରା ବ୍ୟାପିଥାଏ । ଏମାନେ ମାଛର ଚର୍ମକୁ ଏବଂ ଗାଲିସିରେ ଥିବା ରକ୍ତପ୍ରବାହୀ ନାଳୀରୁ ରକ୍ତ ଶୋଷି ଖାଇଥାନ୍ତି । ମାଛ ସ୍ୱାଭାବିକ ରଙ୍ଗ ହରାଇ ଶ୍ୱେତା ପଡ଼ିଯାଏ । ଶରୀରରୁ କାତି ଝଡ଼ି ପଡ଼େ । ମାଛର ଲାଞ୍ଜ ପାଖ ଓ ପକ୍ଷ ଗୁଡ଼ିକ ଅଧିକ ଲାଳଯୁକ୍ତ ହେବା ସହ୍ଗେ ସହ୍ଗେ ଗାଲିସିରୁ ମଧ୍ୟ ଅତ୍ୟଧିକ ଲାଳ ନିର୍ଗତ ହୋଇଥାଏ । ମାଛ ପୋଖରୀ ହୁଡ଼ାକୁ ଆସି ଘସି ହୋଇଥାନ୍ତି ।

ପ୍ରତିକାର

ଏହି ରୋଗ ନିରାକରଣ ପାଇଁ 200 ଲିଟର ପାଣିରେ 1 କି.ଗ୍ରା. ଲୁଣ କିମ୍ବା 40 ମିଲିମିଚର ଫର୍ମାଲିନ୍ ନେଇ ଦ୍ରବଣ ପ୍ରତ୍ତୁତ କରି ସେଥିରେ ଆକ୍ରାନ୍ତ ମାଛଙ୍କୁ 5 ମିନିଚ୍ ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିବାକୁ ପଡିଥାଏ ।

ଲକ୍ଷଣ

ଏହି ରୋଗ ଡ଼ିପ୍ଲୋଷ୍ଟୋମମ୍ କିମ୍ବା ଜଡିପ୍ଲୋଷ୍ଟୋମୁଲମ୍ ନାମକ କୃମିଦ୍ବାରା ମାଛ ଦେହରେ 1.3 ମିଲିମିଟର ଆକାର ବିଶିଷ୍ଟ ଛୋଟ ଛୋଟ ଭାତୁଡ଼ି ଭଳି କଳାଦାଗ ସୃଷ୍ଟି ହୋଇଥାଏ ।

ପ୍ରତିକାର

ଏହି ରୋଗ ନିରାକାରଣ ପାଇଁ 6 ମି.ଲି. ପାଇକ୍ରିକ୍ ଏସିଡ଼କୁ 200 ଲିଟର ପାଣିରେ ଦ୍ରବଣ ପ୍ରସ୍ତୁତି କରି ସେଥିରେ ରୋଗାକ୍ରାନ୍ତ ମାଛକୁ 1 ଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ରଖି ପୋଖରୀରେ ଛାଡ଼ିବାକୁ ପଡ଼ିଥାଏ ।

  • ଚାଷ ଉପଯୋଗୀ ସମସ୍ତ କାର୍ପଜାତୀୟ ମାଛମାନଙ୍କଠାରେ ଏହି ରୋଗ ହେଉଥିଲେ ହେଁ ସିଲଭରକାର୍ପ ଏବଂ ରୋହିମାଛଙ୍କ ଠାରେ ଏହା ଅପେକ୍ଷାକୃତ ଅଧିକ ଦେଖାଯାଏ ।
  • ଛୋଟ ଆକାରର ମାଛଙ୍କଠାରୁ ବଡ଼ ଆକାରର ପ୍ରଜନନକ୍ଷମ ମାଛ ଏହି ରୋଗରେ ବଶୀ ଆକ୍ରାନ୍ତ ହୋଇଥାନ୍ତି ।
  • ମାଛ ଉକୁଣି ଗୁଡିକ ମାଛର କାତି ତଳେ ଏହି ଚର୍ମରୁ ରକ୍ତ ଶୋଷି ଖାଇଥାନ୍ତି । ଏହାଦ୍ୱାରା ମାଛ ଅତ୍ୟନ୍ତ ଭାବେ ରକ୍ତହୀନତା ଏବଂ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଥାଏ ।
  • ରକ୍ତଶୋଷଣ ସମୟରେ ଉକୁଣିର ଲାଳରୁ ଏକ ପ୍ରକାର ବିଷାକ୍ତ ପଦାର୍ଥ ବାହାରି ମାଛ ଶରୀରକୁ ପ୍ରବେଶ କରିଥାଏ । ଏହାଦ୍ୱାରା ମାଛଙ୍କୁ କୁଣ୍ଡାଇ ହୁଏ ଏବଂ ଆକ୍ରାନ୍ତ ସ୍ଥାନଟି ଫୁଲି ଅଧିକ ଲାଳଯୁକ୍ତ ଲାଲରଙଗର ଚକଡ଼ା ଚକଡ଼ା ଦାଗ ଗୁଡ଼ିକ ଦେଖାଯାଇଥାଏ ।
  • ମାଛଗୁଡ଼ିକ ବେଳେ ବେଳେ ଚକ୍ରାକାର ପାଣି ଉପରେ ପହଁରିଥାନ୍ତି ଏବଂ ପୋଖରୀ କୂଳକୁ ଆସି ହୁଡ଼ା ବା ତୁଠ ପଥର ଇତ୍ୟାଦି କଠିନ ବସ୍ତୁ ଦେହରେ ଘସି ହୋଇଥାନ୍ତି । ଘଷି ହେବା ଦ୍ୱାରା ଆକ୍ରାନ୍ତ ସ୍ଥାନରୁ କାତି ଝଡ଼ିଯାଇ କ୍ଷତ ବା ଘା’ ସୃଷ୍ଟି ହୋଇଥାଏ । ଦ୍ୱିତୀୟ ପର୍ଯ୍ୟାୟରେ ଏହି କ୍ଷତ ସ୍ଥାନରେ ଜୀବାଣୁ, ଫିମ୍ପି ଓ ଏକକୋଷୀ ପରଜୀବୀ ପ୍ରଭୃତି ସଂକ୍ରମଣ କରି ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଥାନ୍ତି ଏବଂ ମାଛମାନଙ୍କ ସମୂହ ମୃତ୍ୟୁ ସଂଘଠିତ ହୋଇଥାଏ ।
  • ଏହି ରୋଗର ସ୍ୱଳ୍ପ ମୂଲ୍ୟରେ ନିରାକରଣ ପାଇଁ ପୋଖରୀରେ ଏକର ମିଟର ପିଛା 40 ମିଲି 10 ଶତାଂଶ ସାଇପରମେଥ୍ରିନ କୀଟନାଶକ – ଯାହା ବଜାରରେ ଶକ୍ତି-10, ଇସ୍ପାଦ-10, ରିପକଡ଼-10, ନାଗସାଇପର-10, ସୁପର କିଲର-10, ପ୍ରଭୃତି ନାମରେ ଉପଲବ୍ଧ, ତାକୁ ଅନ୍ୟୁନ 100 ଲିଟର ବା 10 ବାଲଟି ପାଣିରେ ମିଶାଇ ପୋଖରୀର ସର୍ବତ୍ର ଜଳରେ ପ୍ରୟୋଗ କରାଯାଇଥାଏ ।
  • ଏହି ପ୍ରୟୋଗ ବେଳେ ସର୍ବଦା କେବଳ ପ୍ଲାଷ୍ଟିକ ବାଲଟି ଓ ପ୍ଲାଷ୍ଟିକ ମଗ୍ ବ୍ୟବହାର କରିଯିବା ଉଚିତ୍ । ଏହି ପ୍ରୟୋଗ ମାତ୍ରାକୁ ଆଉ ଦୁଇଥର 7 ଦିନ ଅନ୍ତରରେ ପୋଖରୀରେ କରିବା ବିଧେୟ ।
  • ଚାଷ ପୋଖରୀରେ ମାଛ ବାରମ୍ବାର ଆରଗୁଲୋସିସ୍ ରୋଗରେ ଆକ୍ରାନ୍ତ ହେଉଥିଲେ ଖରାଦିନେ ପୋଖରୀରୁ ଜଳ ସମ୍ପୂର୍ଣ୍ଣ ଭାବେ ନିଷ୍କାସନ କରି ଟାଣ ଖରାରେ 15 ରୁ 20 ଦିନ ଶୁଖାଇ ଦେବା ଉଚିତ୍ ।
  • ପୋଖରୀ ଭିତରେ ଥିବା ବଡ଼ ପଥର ଖଣ୍ଡ, କାଠ ଗଣ୍ଡି ପ୍ରଭୃତିକୁ ବାହାର କରି ଦିଅନ୍ତୁ । ଅନ୍ୟଥା ଏହା ମାଛଧରା ସମୟରେ ଜାଲ ଟଣାରେ ଅବରୋଧ ସୃଷ୍ଟି କରିବା ସହ ମାଛ ଉକୁଣି ଗୁଡ଼ିକ ଅଣ୍ଡା ଦେବା ପାଇଁ ଏକ ପ୍ରକୃଷ୍ଟ ସ୍ଥଳ ଭାବରେ କାର୍ଯ୍ୟ କରିଥାଏ ।
  • ଯାଆଁଳ ଛଡାଯିବା ପୂର୍ବରୁ ପୋଖରୀ ଜଳରେ ଏକର – ମିଟର ପିଛା 100 କି.ଗ୍ରା. ଚୂନ ପ୍ରୟୋଗ କରନ୍ତୁ ।
  • ବଡ଼ ବା ମୁଣ୍ଡ ଯାଆଁଳ ପୋଖରୀରେ ଛଡ଼ାଯିବା ସମୟରେ ଗୋଟିଏ ପ୍ଲାଷ୍ଟିକ ବାଲଟି ପାଣି ବା 10 ଲିଟର ପାଣିରେ 2 ଗ୍ରାମ ପଟାସିୟମ ପରମାଙ୍ଗାନେଟ୍କୁ ମିଶାଇ ଦ୍ରବଣ ପ୍ରସ୍ତୁତ କରି ଏମାନଙ୍କ ଉପରେ ଭଲ ଭାବରେ ଗାଧୋଇ ଦେଲା ଭଲି ପକାଇ ପୋଖରୀରେ ଛଡ଼ାଯିବା ବିଧେୟ ।
  • ପୋଖରୀର ବିଭିନ୍ନ ସ୍ଥାନରେ ଖାଦ୍ୟମୁଣା ଝୁଲାଇବା ପାଇଁ ମୋଟା ବାଉଁଶ ଖମ୍ବ ସବୁ ପୋତାଗଲେ ପ୍ରାଥମିକ ସଂକ୍ରମଣ ଅବସ୍ଥାରେ ମାଛ ଏଗୁଡ଼ିକରେ ଘସି ହୋଇ ନିଜକୁ ଆରଗୁଲସ୍ ଠାରୁ ମୁକ୍ତ ରଖିଥାଏ ।
  • ମାସିକ କିସ୍ତିରେ ଖତସାର ପ୍ରୟୋଗ 7 ଦିନ ପୂର୍ବରୁ ପୋଖରୀରେ ଏକର -ମିଟର ପିଛି 20 ରୁ 30 କି.ଗ୍ରା. ଚୂନ ପ୍ରୟୋଗ କରନ୍ତୁ ।
  • ଶୀତଦିନେ ଅତ୍ୟଧିକ ମାତ୍ରାରେ ଜୈବିକ ଖତ ଯଥା- କଞ୍ଚା ଗୋବର ପ୍ରୟୋଗ କରାଯିବା ଅନୁଚିତ୍ । ମାଛ ଚାଷରେ ଯାଆଁଳ ଛଡ଼ାଯିବା ପରଠାରୁ ମାଛ ଅମଳ କରାଗଲା ପର୍ଯ୍ୟନ୍ତ ମାଛଙ୍କୁ ନୀରୋଗ ରଖାଯାଇ ପାରିଲେ ଆଶାନୁରୂପ ଉତ୍ପାଦନ ପାଇ ଚାଷୀଟିଏ ଲାଭବାନ ହୋଇପାରିବ । ଏଥିପାଇଁ ପୋଖରୀ ପରିଚାଳନା ସମୟରେ ସଦାସର୍ବଦା ମାଛମାନଙ୍କର ଗତିବିଧି ଓ ବ୍ୟବହାରକୁ ନିରୀକ୍ଷଣ କରିବାକୁ ହେବ । ଏଥିରେ କୌଣସି ଅସ୍ୱାଭାବିକତା ପରିଲକ୍ଷିତ ହେଲେ ତୁରନ୍ତ ଫିଙ୍ଗାଜାଲ ପକାଇ କିଛି ନମୁନା ମାଛଙ୍କୁ ଧରି ରୋଗ ଲକ୍ଷଣକୁ ଦେଖି ନିଶ୍ଚିତ ହେଲାପରେ ଠିକଣା ସମୟରେ କମ୍ ଖର୍ଚ୍ଚରେ ନିଦାନ ବ୍ୟବସ୍ଥା କରିହେବ । ଅନ୍ୟଥା ପରବର୍ତ୍ତୀ ପର୍ଯ୍ୟାୟରେ ମାଛମାନଙ୍କ ସମୂହ ରୋଗ ସଂକ୍ରମଣକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହେବା ସଙ୍ଗେ ସଙ୍ଗେ ବ୍ୟୟସାପେଷ ମଧ୍ୟ ହେବ ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା