> 14 ଖରିଫ ଫସଲର ସହାୟକ ମୂଲ୍ୟ ବଢିଲା - Krishi Vigyan Kendra, Sundargarh-I
Chasbas
KVK, Sundargarh-I

14 ଖରିଫ ଫସଲର ସହାୟକ ମୂଲ୍ୟ ବଢିଲା

MSP Rise
MSP rise

କେନ୍ଦ୍ର କ୍ୟାବିନେଟ୍ ରେ ଧାନ ସହ 14 ଟି ଶସ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନ ଦେଇଛନ୍ତି ।  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 117 ଟଙ୍କା ବୃଦ୍ଧି (କ୍ୱିଣ୍ଟାଲ ପିଛା 117 ଟଙ୍କା ବୃଦ୍ଧି ଅର୍ଥାତ 5.35 ଶତକଡ଼ା ବୃଦ୍ଧି) ହୋଇ 2300 ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଏ ଗ୍ରେଡ଼୍ ଧାନର ଏମ୍ ଏସ୍ ପି ମଧ୍ୟ 117 ଟଙ୍କା ବୃଦ୍ଧି କରାଯାଇ 2320 ଟଙ୍କା ରଖାଯାଇଅଛି । ସେହିପରି ଯଅ, ବାଜରା, ମାଣ୍ଡିଆ, ମକା, ହରଡ଼, ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ, ସୋୟାବିନ, ରାଶି, କପା ଆଦି ଫସଲର ଏମ୍ ଏସ୍ ପି ବୃଦ୍ଧି କରାଯାଇଛି । ଯଅରର ସର୍ବନିମ୍ନ ସହାୟକ ମୂଲ୍ୟ 191 ରୁ 196 ଟଙ୍କାକୁ ବୃଦ୍ଧି କରାଯାଇଥିବେ ବେଳେ ମାଣ୍ଡିଆର ଏମ୍ ଏସ୍ ପି 444 ଟଙ୍କା, ମକାର 135 ଟଙ୍କା, ହରଡ଼ର 550 ଟଙ୍କା, ବିରିର 450 ଟଙ୍କା, ସୂର୍ଯ୍ୟମୂଖୀର 520 ଟଙ୍କା, ରାଶିର 632 ଟଙ୍କା ଓ କପାର 501 ଟଙ୍କାକୁ ବୃଦ୍ଧି କରାଯାଇଛି ।

ଅପଡେଟ୍ 21.06.2024

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଘୋଷଣା –

1). 7 ଦିନ ମଧ୍ୟରେ ଭୂବନେଶ୍ୱରରେ ଚାଉଳ ଏଟିଏମ୍ ଖୋଲାଯିବ ଏବଂ ହିତାଧିକାରୀଙ୍କୁ କାର୍ଡ ଦିଆଯିବ । ସେମାନେ ମେସିନ୍ ରେ କାର୍ଡ ଭର୍ତ୍ତି କକରି ଚାଉଳ ପାଇବେ । ପରବର୍ତ୍ତୀ ସମୟରେ ରାଜ୍ୟର ସବୁ ଜିଲ୍ଲାରେ ଗୋଟିଏ ଲେଖାଏଁ ଚାଉଳ ଏଟିଏମ୍ ଖୋଲାଯିବ ।

2) ଧାନ କ୍ୱିଣ୍ଟାଲ 3100 ଟଙ୍କାରେ କ୍ରୟ କରାଯିବ ।

3) ଚାଷୀ ଧାନ ଦେବାର 48 ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇବେ । ଧାନ ମଣ୍ଡିରେ କାଟନୀଛଟନୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

4) ମଣ୍ଡିରୁ ଧାନ ନେଉଥିବା ଏବଂ ମଣ୍ଡିକୁ ଧାନ ଆଣି ଆସୁଥିବା ଗାଡ଼ିଗୁଡ଼ିକରେ ଜିପିଆରଏସ୍ ବ୍ୟବସ୍ଥା କରାଯିବ । ଏହାଦ୍ୱାରା ଧାନ ଚୋରିକୁ ମଧ୍ୟ ରୋକି ହେବ ।

5) ଧାନ ସଂରକ୍ଷିତ ପାଇଁ ହେବ ଅଧିକ ଷ୍ଟୋରେଜ୍ ଗୃହ ।

6) ଚାଷୀ ଧାନ ଦେବାର 48 ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇବେ ।

 

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା