> Great Millet / Sorghum (ଜୋଆର) - Krishi Vigyan Kendra, Sundargarh-I
Chasbas
KVK, Sundargarh-I

Great Millet / Sorghum (ଜୋଆର)

ଜୋଆର   / ଜଜୁଅର / ଜହ୍ନା / ଯଅ (Great Millet / Sorghum ) ଏକ ବଡ଼ଦାନା ପୌଷ୍ଟିକ ଶସ୍ୟ ଅଟେ । ଏହାର ବୈଜ୍ଞାନିକ ନାମ Sorghum bicolor ଅଟେ । ଏହାର ଦାନା ଦେଖିବାକୁ ଧଳା ରଙ୍ଗର, ସ୍ବାଦ ମଧୁର ଓ ରୁଚକର ଅଟେ । ଏହାର ଅଟାକୁ ରୁଟି ବା ଜାଉ କରି ଖିଆଯାଏ । ଗଛକୁ ଗୋଖାଦ୍ୟ ଭାବେ ବ୍ୟବହାର କରାଯାଏ ।

ଖାଦ୍ୟଗୁଣ

100 ଗ୍ରାମ ଏହି ଶସ୍ୟରେ ଥିବା ଖାଦ୍ୟଗୁଣ ହେଲା ।

କ୍ର.ସଂ. ଖାଦ୍ୟସାରର ନାମ ଏକକ ଶତକଡ଼ା ପରିମାଣ
1 ପୁଷ୍ଟିସାର ଗ୍ରାମ 10.4
2 ଶ୍ୱେତସାର ଗ୍ରାମ 72.2
3 ସ୍ନେହସାର ଗ୍ରାମ 1.9
4 ଖାଦ୍ୟ ଜାତୀୟ ତନ୍ତୁ ଗ୍ରାମ 12.0
5 ଖଣିଜ ଲବଣ ଗ୍ରାମ 1.6
6 କ୍ୟାଲସିୟମ ବା ଚୂନ ମି.ଗ୍ରାମ 25
7 ଫସଫସରସ୍ ମି.ଗ୍ରାମ 222

ଏହା କଫ, ଶ୍ୱାସ, ସର୍ଦ୍ଦି, ଯକ୍ଷ୍ମା ଆଦି ରୋଗର ଉତ୍ତମ ପଥ୍ୟ ଅଟେ ।

ଜଳବାୟୁ

ଆମ ରାଜ୍ୟର ସବୁ ଜିଲ୍ଲାମାନଙ୍କରେ ଏହା ଚାଷ ହୋଇପାରିବ । କଳାହାଣ୍ଡି, କୋରାପୁଟ, ଗଞ୍ଜାମ, ଫୁଲବାଣୀ, ସୁନ୍ଦରଗଡ଼ ଆଦି ପାର୍ବତ୍ୟାଞ୍ଚଳରେ ଏହି ଚାଷ ବିଶେଷ ଭାବରେ କରାଯାଇଥାଏ  । 15-40 ଡିଗ୍ରୀ ସେଲସିୟସ୍ ଉତ୍ତାପରେ ଏହା ଭଲବଢିଥାଏ । ଥଣ୍ଡାଜଳବାୟୁରେ ଏହା ଭଲ ବଢେନାହିଁ । ଏହାର ମରୁଡ଼ି ସହିବାର ଶକ୍ତି ରହଅଛି । ଏହି ଫସଲ ଅଳ୍ପପାଣିରେ ଆବଶ୍ୟକ କରିଥାଏ ।

ମୃତ୍ତିକା

ବର୍ଷାଦିନେ ନିଗିଡ଼ା ମାଟିରେ ଓ ଖରାଦିନେ ଦୋରସା ମଟାଳ ମାଟିରେ ଏହା ଭଲ ହୁଏ । ପାଣି ଜମିରହୁଥିବା ସନ୍ତସନ୍ତିଆ ଜମିରେ ଏହି ଚାଷ କରାଯାଏ ନାହିଁ ।

ମାଟିର ଅମ୍ଳତା

6-7.5 ମଧ୍ୟରେ ଭଲ ବଢିଥାଏ ।

ବିହନ କିସମ

କ୍ର.ସଂ. କିସମର ନାମ ଅମଳ ଅବଧି (ଦିନ) ବିଶେଷ ଗୁଣ
କମ୍ପୋଜିଟ କିସମ
1 ସ୍ୱର୍ଣ୍ଣ (CSV-1 ) 115 ମଧ୍ୟମ ଉଚ୍ଚ ପତ୍ର ଓସାରିଆ ଗଛର ଉଚ୍ଚତା (120-150 ସେ.ମି.)
2 CSV-15 110 ଗଛର ଉଚ୍ଚତା 220-230 ସେ.ମି.
3 CSV-27 116 ମଧ୍ୟମ ଉଚ୍ଚ
4 CSV-216 110 ମଧ୍ୟମ ଉଚ୍ଚ
5 CSV-26 R 110 ମଧ୍ୟମ ଉଚ୍ଚ
6 CSV-29 R 120 ମଧ୍ୟମ ଉଚ୍ଚ
ସଙ୍କର କିସମ
7 CSH-1 95-100 ମଧ୍ୟମ ଉଚ୍ଚ ମଞ୍ଜି ଗୁଡିକ ଧଳା
8 CSH-2 115-120 ମଧ୍ୟମ ଉଚ୍ଚତା(150-200 ସେ.ମି.) ଧଳା ମଞ୍ଜି
9 CSH-9 105-115 ଗଛର ଉଚ୍ଚତା 140-150 ସେ.ମି.
10 CSH-17 105 ମରୁଡ଼ି ସହୟମୀ ଓ ପତ୍ରପୋଡ଼ା ରୋଗ ପ୍ରତିରୋଧକ
11 ASH-1 110 ମଧ୍ୟମ ଉଚ୍ଚ
12 SPH-837 110 ମଧ୍ୟମ ଉଚ୍ଚ
13 CSH-25 110 ମଧ୍ୟମ ଉଚ୍ଚ
14 CSH-23 105
15 CSH-27 104

ଲଗାଇବା ସମୟ

ବର୍ଷା ରୁତୁ- ଜୁନ୍ ମାସ ମଧ୍ୟରେ

ଶୀତରୁତୁ- ଅକ୍ଟୋବର  ରୁ ନଭେମ୍ବର  ତାରିଖ

ଗ୍ରୀଷ୍ମରୁତୁ-ଜାନୁାରୀ  ରୁ ଫେବୃଆରୀ  ତାରିଖ

ବିହନ ପରିମାଣ

4-5କିଗ୍ରା /ଏକରପ୍ରତି

ବିହନ ବିଶୋଧନ

କ୍ୟାପଟାନ ଗୁଣ୍ଡ / ଥିରାମ 2-3 ଗ୍ରାମ/ କି.ଗ୍ରା. ବିହନ

ଜମି ପ୍ରସ୍ତୁତି

ଜମିକୁ 3-4ଥର ଚାଷ କରି ମାଟିକୁ ଭଲଭାବରେ ଗୁଣ୍ଡ କରନ୍ତୁ । ଶେଷ ଓଡ଼ ଚାଷ ପୂର୍ବରୁ ଏକର ପ୍ରତି 2 ଟନ୍ ସଢା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ । ଉଇ ଲାଗୁଥିଲେ ଜମିରେ ଏକର ପ୍ରତି  କି.ଗ୍ରା. କ୍ଲୋରପାଇରିଫସ୍ 15 % ଗୁଣ୍ଡ ପ୍ରୟୋଗ କରନ୍ତୁ ।

ବିହନ ବୁଣା

ଦୂରତା ସେ.ମି.
ଧାଡିକୁ ଧାଡ଼ି 45
ଗଛକୁ ଗଛ 12-15
ଗଭୀରତା 4-5
ବର୍ଗମିଟର ପ୍ରତି ଗଛ ସଂଖ୍ୟା 14 ରୁ 18 ଟି

ଗୋଜି ଲଙ୍ଗଳରେ ସିଆର ଟାଣି ସିଆର ପଛରେ କିମ୍ବା ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ବିହନ ବୁଣି ମାଟି ଘୋଡ଼ାଇ ଦିଅନ୍ତୁ । ଗୋଟିଏ ଜାଗାରେ 2 ଟି ବିହନ ପୋତି ସପ୍ତାହ ପରେ ଭଲଗଛଟି ରଖି ଅନ୍ୟଟି ଉପାଡ଼ି ଦିଅନ୍ତୁ ।

ସାର ପ୍ରୟୋଗ

ରୁତୁ ଦୂରତା ସେ.ମି.
ବର୍ଷାରୁତୁ 24-12-12 କି.ଗ୍ରା ଯବକ୍ଷାରଜାନ(N)-ଫସଫରସ(P)-ପଟାସ (K)
ଗ୍ରାଷ୍ମ ରୁତୁ (ଜଳସେଚନ ଫସଲ) 32-16-16 କି.ଗ୍ରା ଯବକ୍ଷାରଜାନ(N)-ଫସଫରସ(P)-ପଟାସ (K)

 

ସମସ୍ତ ଫସଫରସ୍, ପଟାସ ଓ 25 %ଭାଗ ଯବକ୍ଷାରଜାନ ଜାତୀୟ ସାର ପ୍ରୟୋଗ କରନ୍ତୁ । ଗଛ 3 ସପ୍ତାହ ହୋଇଗଲେ 50 % ଯବକ୍ଷାରଜାନ ସାରପ୍ରୟୋଗ କରି ହାଲକା ଭାଗରେ କୋଡ଼ାଖୁସା କରି ଘାସ ଲଟା ବାଛିବା ସଙ୍ଗେ ସଙ୍ଗେ ମୂଳକୁ ହୁଡ଼ା ଟେକି ଦିଅନ୍ତୁ । 6 ରୁ 7 ସପ୍ତାହ ବେଳକୁ ବଳକା 25% ଯବକ୍ଷାରଜାନ ସାରକୁ ପ୍ରୟୋଗ କରନ୍ତୁ ଓ ଖୁସାଖୁସି କରି ଗଛମୂଳକୁ ମାଟି ଟେକି ଦିଅନ୍ତୁ ।

ଅନ୍ତଃଚାଷ

ବୁଣିବାର 2-3 ସପ୍ତାହ ଓ 6-7 ସପ୍ତାହ ବେଳକୁ ଥରେ ଲେଖାଏଁ ଖୁସାଇ ଘାସ ବାଛି ଦିଅନ୍ତୁ । 5 ସେ.ମିରୁ ଅଧିକ ଗଭୀରତା ଓ ଗଛର ଖୁବ୍ ନିକଟରେ ଖୁସାଇବା ଅନୁଚିତ୍ । ମାଟି ଓଦାଥିବା ସମୟରେ ଘାସମରା ଔଷଧ ପକାଇ ଘାସ ନିୟନ୍ତ୍ରଣ କରାଯାଇପାରେ ।

ତୃଣକର ନାମ ପ୍ରୟୋଗ ମାତ୍ରା ପ୍ରୟୋଗ ସମୟ
ପେଣ୍ଡିମେଥାଲିନ 30% ଇ.ସି. 1 ଲିଟର ଲଗାଇବାର 3 ଦିନ ମଧ୍ୟରେ
ଅକ୍ସିଫ୍ଲରୋଫେନ୍ 2.5 % ଇ.ସି. 800 ମି.ଲି. ଲଗାଇବାର 3 ଦିନ ମଧ୍ୟରେ
ଆଟ୍ରାଜିନ 50 % ଇ.ସି. 800 ମ.ଲି ଲଗାଇବାର 3 ଦିନ ମଧ୍ୟରେ

 

ଜଳସେଚନ- ବର୍ଷାଦିନେ ଏହି ଫସଲ ଜଳସେଚନ ଆବଶ୍ୟକ କରେନାହିଁ । ବଳକା ପାଣି ନିଗାଡ଼ି ଯିବାପାଇଁ ଜମି ନାଳୀ କରିବା ଦରକାର । ଫୁଲ ଉଠାଇବା ଠାରୁ ଦାନା ପାକଳ ହେବା ପର୍ଯ୍ୟନ୍ତ ମାଟିରେ ବତର ରହିବା ଆବଶ୍ୟକ । ଏହି ଫସର 50-55 ସେ.ମି.  ଜଳସେଚନ ଦରକାର କରିଥାଏ । ଏହି ଫସଲ 5-6 ଟି ଜଳସେଚନ ଦରକାର କରିଥାଏ ।

ସମନ୍ୱିତ ରୋଗ-ପୋକ ପରିଚାଳନା

ଏହି ଫସଲରେ କାଣ୍ଡ ମାଛି, କାଣ୍ଡବିନ୍ଧା ଓ ଧବଳ ଭୃଙ୍ଗା ପୋକ ଏବଂ ନିମ୍ନମୁଖୀ ପତ୍ର ପୋଡ଼ା, ଆନ୍ଥ୍ରାକ୍ଲୋଜ ଓ କଳଙ୍କ ରୋଗ ଆକ୍ରମଣ କରିଥାଏ । ଏହାର ସମନ୍ୱିତ ପରିଚାଳନା ପଦ୍ଧତି ଅବଲମ୍ବନନ କରିବା ଉଚିତ୍ ।

  • ଖରାଟିଆ ଚାଷ କରନ୍ତୁ
  • ଜମିର ହିଡ଼କୁ କତିକରି ପରିଷ୍କାର ପରିଚ୍ଛନ୍ନ ଚାଷ କରନ୍ତୁ
  • ଉନ୍ନତମାନର ନିରୋଳା ଓ ନିରୋଗା ବିହନ ବ୍ୟବହାର କରନ୍ତୁ
  • ସଠିକ ଦୂରତାରେ ଗଛ ଲଗାନ୍ତୁ
  • କାଣ୍ଡବିନ୍ଧା ପୋକ ଦ୍ୱାରା ଆକ୍ରାନ୍ତ ଗଛକୁ ଉପାଡ଼ି ଦୂରସ୍ଥାନରେ ପୋତି ଦିଅନ୍ତୁ ।
  • ଏକର ପ୍ରତି 80 କି.ଗ୍ରା. ନିମ୍ବ ପିଡ଼ିଆ ଶେଷଓଡ଼ ଛା, ପୂର୍ବରୁ ବ୍ୟବହାର କନ୍ତୁ ।
  • ପ୍ରତି କି.ଗ୍ରା. ବିହନର 4 ଗ୍ରାମ ଟ୍ରାଇକୋଡର୍ମା ଭିରିଡ଼ି କଲଚର ମିଶାଇ ବିହନ ବିଶୋଧନ କରନ୍ତୁ ।
  • ଏକର ପ୍ରତି 30000 ଟ୍ରାଇକୋଗ୍ରାମା ଚିଲୋନିସ୍ ଅଣ୍ଡା ପରାଶ୍ରୟକୀଟ ପ୍ରତି ସପ୍ତାହରେ ଥରେ ଲଗାତର 3 ଥର ଛାଡ଼ନ୍ତୁ ।
  • କାଣ୍ଡମାଛି ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ 2 ମି,ଲି ୱାମ୍ବାଡ଼ା ସାଇହାଲୋଥିନ୍ କରନ୍ତୁ । 5 % ଇ.ସି. ମିଶାଇ ପତ୍ର ସିଞ୍ଚନକରନ୍ତୁ । କାଣ୍ଡବିନ୍ଧା ପୋକ ଓ ଧବଳ ଭୃଙ୍ଗ ନିୟୋନ୍ତ୍ରଣ ପାଇଁ 4 କି.ଗ୍ରା ଫିପ୍ରୋନିଲ 4% ଜି. ପ୍ରୟୋଗ କରନ୍ତୁ ।
  • ଉପରୋକ୍ତ 3ଟି ରୋଗର ନିୟୋନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ ମାନକଜେବ 50 % WP କିମ୍ବା 2.5 ଗ୍ରାମ ଥାୟୋଫେନେଟ୍ ମିଥାଇଲ୍ 70 % WP ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

ଅମଳ

10-12 କ୍ୱିଣ୍ଟାଲ ମଞ୍ଜି /ଏକର ପ୍ରତି

ଆୟ

30,000/ଏକର MSP(2022-23 Kharif) Rs.2990/- Qt

ବ୍ୟୟ

ପ୍ରାୟ 15,000 ରୁ 20,000/-

ମିଲେଟ ସମ୍ପର୍କରେ ଅଧିକ ଜାଣନ୍ତୁ ।

ଜାଣନ୍ତୁ କିଛି କୃଷି ସୂଚନା

Source: KVK, Sundargarh-1 & RRTTSS, Sundargarh, Kirei

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା