> ଦିବ୍ୟାଙ୍ଗଙ୍କ ପାଇଁ ଇ-ମୋ ବସ୍ ସେବା - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଦିବ୍ୟାଙ୍ଗଙ୍କ ପାଇଁ ଇ-ମୋ ବସ୍ ସେବା

କଟକ ସହରରେ କ୍ରୁଟ୍ର ଦିବ୍ୟାଙ୍ଗଙ୍କ ପାଇଁ ଇ-ମୋ ବସ୍ ସେବା

ଦିବ୍ୟାଙ୍ଗଙ୍କ ପାଇଁ କ୍ୟାପିଟାଲ ରିଜନ ଆର୍ବନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଦ୍ୱାରା ଏକ ଅଭିନବ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଅଛି ।  ଏହି ଯୋଜନାରେ କଟକ-ଭୁବନେଶ୍ୱରରେ ରହୁଥିବା ଭିନ୍ନକ୍ଷମଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଅଛି । ତାଙ୍କପାଇଁ ବସରେ ଚଢିବା ଓ ଅହ୍ଲାଇବା ପାଇଁ ସ୍ୱତନ୍ତ୍ର ଲିଫ୍ଟର ବ୍ୟବସ୍ଥା ରହିବ । ଜଣେ ଦିବ୍ୟାଙ୍ଗ ବିନା ସାହାରାରେ ବସରେ ବସି ଯାତ୍ରା କରିପାରିବ ।

ରିହାତି ବ୍ୟବସ୍ଥା

ଚାଲିବାକୁ ଥିବା ଇ-ବସରେ ଦିବ୍ୟଙ୍ଗଙ୍କ ନିମନ୍ତେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ରହିଅଛି । 100 ପ୍ରତିଶତ ଦୃଷ୍ଚିହୀନ 50 ପ୍ରତିଶତ ମାନସିକ ଅନଗ୍ରସର ଦିବ୍ୟାଙ୍ଗଙ୍କ ପାଇଁ ବସ ଯାତ୍ରା ସମ୍ପୂର୍ଣ୍ଣ ମାଗଣା । 50 ପ୍ରତିଶତ ଅର୍ଥୋପେଡ଼ିକ ଦିବ୍ୟାଙ୍ଗଙ୍କ ପାଇଁ ଟିକେଟରେ 50 ପ୍ରତିଶତ ରିହାତି । ସ୍ୱତନ୍ତ୍ରଭାବେ ଏଚ.ଆଇ.ଭି ତଥା ଏଡ୍ସ ରୋଗୀଙ୍କ ପାଇଁ ମାଗଣା ଯାତାୟତ ବ୍ୟବସ୍ଥା ହୋଇଅଛି । କାନକୁ ଆଦୌ ଶୁଭୁନଥିବା ଯାତ୍ରୀଙ୍କପାଇଁ ମାଗଣା ଯାତ୍ରା ବ୍ୟବସ୍ଥା ହୋଇଅଛି ।

ଯେଉଁ ଦିବ୍ୟାଙ୍ଗ ଆଦୌ ଛିଡ଼ା ହୋଇ ପାରିବେ ନାହିଁ ତାଙ୍କ ପାଇଁ ଏକ ଲିଫ୍ଟ ବାହାରକୁ ସ୍ୱତନ୍ତ୍ରଭାବେ ରାସ୍ତା ସହ ସମାନ୍ତରାଳହୋଇ ସଂଯୋଗ ହେବ ଯାହାଫଳରେ ସେମାନେ ସହଜରେ ବସ୍ ମଧ୍ୟକୁ ଚଢିଯାଇପାରିବେ । ଏହି ବସରେ ସାଧାରଣ ଯାତ୍ରୀ ମଧ୍ୟ ଯାତାୟତ କରିପାରିବେ ମାତ୍ର  ଏଥିରେ ଦିବ୍ୟଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସିଟର ବ୍ୟବସ୍ଥା ହୋଇଅଛି । ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ବସ୍ ସମେତ ସାଧାରଣ ଯାତ୍ରୀଙ୍କ ପାଇଁ ନିମନ୍ତେ 200 ଟି ଇ-ବସ୍ ଚଳାଚଳ କରିବ । ଏଥିନିମନ୍ତେ ଖୁବ୍ ଶିଘ୍ର ଟେଣ୍ଡର କରାଯିବ । ଉଭୟ ଭୁବନେଶ୍ୱର ଓ କଟକ ସହରରେ ପ୍ରଥମ ପର୍ଯ୍ୟୟରେ 50 ଟି ବସ୍ ଚଳାଚଳ କରିବ ।

 

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା