> ଚିନା / ପ୍ରୋଷୋ (Common Millet / Proso Millet ) - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଚିନା / ପ୍ରୋଷୋ (Common Millet / Proso Millet )

ଚିନା / ପ୍ରୋଷୋ (Common Millet / Proso Millet ) ଏକ ଛୋଟ ପୌଷ୍ଟି ଶସ୍ୟ ଅଟେ ଏହାର ବୈଜ୍ଞାନିକ ନାମ Panicum meliaceum ଚିନା ମାଞ୍ଚୁରିଥାନରେ ପ୍ରଥମେ ଚାଷ କରାଯାଇଥିଲା । ସେଠାରୁ 3000 ବର୍ଷ ପୂର୍ବେ ୟୁରୋପକୁ ଏବଂ ସେଠାରୁ ଭାରତକୁ ଆସିଥିଲା । 100 ଗ୍ରାମ ଚିନା ଶସ୍ୟରେ ନିମ୍ନଲିଖିତ ଖାଦ୍ୟଗୁଣ ରହିଥାଏ ।

କ୍ର.ସଂ. ଖାଦ୍ୟସାରର ନାମ ଏକକ ଶତକଡ଼ା ପରିମାଣ
1 ପୁଷ୍ଟିସାର ଗ୍ରାମ 12.5
2 ଶ୍ୱେତସାର ଗ୍ରାମ 70.4
3 ସ୍ନେହସାର ଗ୍ରାମ 1.1
4 ଖାଦ୍ୟ ଜାତୀୟ ତନ୍ତୁ ଗ୍ରାମ 14.2
5 ଖଣିଜ ଲବଣ ଗ୍ରାମ 1.9
6 କ୍ୟାଲସିୟମ ବା ଚୂନ ମି.ଗ୍ରାମ 14
7 ଫସଫସରସ୍ ମି.ଗ୍ରାମ 206

ଜଳବାୟୁ-

ଏହା ଉଭୟ ଶୁଷ୍କାଞ୍ଚଳ ଓ ଆଦ୍ରାଞ୍ଚଳ ଚାଷପାଇଁ ଉପଯୁକ୍ତ । ଏହି ଫସଲ 400-500 ମି.ଲି. ବୃଷ୍ଟି ଆବଶ୍ୟକ କରିଥାଏ ।

କିସମ-

କ୍ର.ସଂ. କିସମର ନାମ ଅମଳ ଅବଧି (ଦିନ)
1 PEO-3 60-65
2 K-1 60-65
3 Co4 60-65
4 ଫୁଲବାଣୀ ଲୋକାଲ 60-65
5 GPUP-21 60-65
6 GPUP-8 60-65
7 TNU-151 60-65
8 TNU-164 60-65

ଲଗାଇବା ସମୟ-

ମୌସୁମୀ ବର୍ଷାର ପ୍ରରମ୍ଭ ଠାରୁ ଜୁଲାୟ ମାସ ପର୍ଯ୍ୟନ୍ତ ।

ବିହନ ପରିମାଣ-

4କି.ଗ୍ରା. / ଏକର

ଲଗାଇବା ଦୂରତା

ଧାଡ଼ିକୁ ଧାଡ଼ି ଦୂରତା- 25 ସେ.ମି

ଗଛକୁ ଗୁଛ ଦୂରତା-10 ସେ.ମି.

ବ.ମି. ପ୍ରତି ଗଛ ସଂଖ୍ୟ-33

ଅନ୍ତଃଚାଷ-

ଧାଡ଼ିରେ ଲଗାଯାଇଥିବା ଫସଲକୁ ଗୋଜି ଲଙ୍ଗଳ ଚଲାଇ ଓ ଛଟାବୁଣା ଫସଲକୁ 2 ଥର ହାତରେ ଘାସ ବାଛି ଘାସ ନିୟୋନ୍ତ୍ରଣ କରନ୍ତୁ ।

ମିଶ୍ରିତ ଫସଲ-

ଚିନା ଓ ମୁଗ 2 :1 ଅନୁପାତରେ ଧାଡ଼ିରେ ବୁଣାଯାଇପାରେ

ପୋକରୋଗ ପରିଚାଳନା- ଚିନା ଫସଲରେ କାଣ୍ଡମାଛି  ଏକ ମୁଖ୍ୟ ପୋକ । ସହଳ ବୁଣା ଦ୍ୱାରା ଏହି ପୋକ ନିୟନ୍ତ୍ରଣ ହୋଇଥାଏ । ଏହାର ନିରାକରଣ ପାଇଁ ପ୍ରତି ଲିଟର ପାଣିରେ 5 ମି.ଲି. 1500 PPM ଅଜାଡ଼ିରାକ୍ଟିନ୍ ଥିବା ନିମ୍ବ ଔଷଧ ମିଶାଇ ପତ୍ର ସିଞ୍ଚନ କରନ୍ତୁ । ରୋଗ ପ୍ରାୟ ଆକ୍ରମଣ କରି ନଥାଏ ।

ଅମଳ-

2 ରୁ 2.5 କ୍ୱିଣ୍ଟାଲ /ଏକର  MSP ଅଘୋଷିତ

ଜାଣନ୍ତୁ କିଛି କୃଷି ସୂଚନା

Source: RRTTSS, Sundargarh, Kirei

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା