> ଜୁଲାଇ ମାସର ଚାଷବାସ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଜୁଲାଇ ମାସର ଚାଷବାସ

  • ତଳି ଘେରା 2-3 ସେ.ମି. ପାଣି ବାନ୍ଧି ରଖନ୍ତୁ । ତଳି 3-4 ସପ୍ତାହର ବା 4-5 ପତ୍ର ବିଶିଷ୍ଟ ହୋଇଥିଲେ ଅନୁମୋଦିତ ମୂଳସାର ଦେଇ ଧାନରୁଆ କରନ୍ତୁ ।
  • ଧାନ ରୋଇବା ରୂର୍ବରୁ ଧନିଚା, ଛଣି ଆଦି ସବୁଜ ସାରକୁ ଜମିରେ ହଳ କରି ମାଟିରେ ମିଶାଇ ଦିଅନ୍ତୁ । ମିଶାଇବା ବେଳେ ହେକ୍ଟର ପ୍ରତି 20 କି.ଗ୍ରା. ୟୁରିଆ ସାର ପ୍ରୟୋଗ କରନ୍ତୁ । ଏହାଦ୍ୱାରା ସବୁଜ ସାର ଶୀଘ୍ର ପଚିଯିବ ।
  • ଶ୍ରୀ ପ୍ରଣାଳୀରେ ଧାନ ଚାଷ କରୁଥିଲେ 8-12 ଦିନର ତଳି 25×25 ସେ.ମି. ବ୍ୟବଧାନରେ  ରୁଅନ୍ତୁ ।
  • ମାଣ୍ଡିଆ ତଳି 3-4 ସପ୍ତାହ ହୋଇଥିଲେ ବୁଦାପ୍ରତି 2-3 ଟି ଗଛ ଧାଡ଼ିକୁ ଧାଡ଼ି 15-20 ସେ.ମି. ଓ ବୁଦାପ୍ରତି 10 ସେ.ମି. ବ୍ୟବଧାନରେ ରୁଅନ୍ତୁ ।
  • ମୁଗ, ବିରି ବୁଣା କାମ ଶେଷ କରନ୍ତୁ ।
  • ଚିନାବାଦାମ ଫସଲ 3-4 ସପ୍ତାହ ହୋଇଯାଇଥିଲେ କୋଡ଼ାଖୁସା କରି ଘାସ ବାଛି ଦିଅନ୍ତୁ ।
  • କପା ଗଛ 21 ଦିନର ହୋଇଗଲେ କୋଡ଼ାଖୁସା କରି ଘାସ ବାଛି ଦିଅନ୍ତୁ ।
  • ଝୋଟ ଅମଳ କରନ୍ତୁ ଏବଂ ତାକୁ ସଢାଇବା ପାଇଁ ପାଣିଭିତରେ ରଖନ୍ତୁ ।
  • ଆଖୁ ଜମିରୁ ଜଳ ନିଷ୍କାସନ କରନ୍ତୁ ।
  • ତଳି ପଡ଼ିଥିବା ପନିପରିବାକୁ ଅନୁମୋଦିତ ଦୂରତ୍ୱରେ ରୋପଣ କରନ୍ତୁ ।
  • 31 ଜୁଲାଇ ମଧ୍ୟରେ ଫସଲ ବୀମା କରନ୍ତୁ ।

1 thought on “ଜୁଲାଇ ମାସର ଚାଷବାସ”

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା