> ଆରମ୍ଭ ହେଲା ରିହାତି ଦରରେ ଭାରତ ଅଟାର ବିକ୍ରି - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଆରମ୍ଭ ହେଲା ରିହାତି ଦରରେ ଭାରତ ଅଟାର ବିକ୍ରି

“ଭାରତ ଅଟା” ଯୋଜନା କଣ ?

ଦୀପାବଳି ପର୍ବ ପୂର୍ବରୁ କେନ୍ଦ୍ର ସରକାର “ଭାରତ ଅଟା” ଯୋଜନା ଆରମ୍ଭ କରିଛନ୍ତି ଯେଉଁଥିରେ ଗହମ ଅଟା କିଲୋ ପିଛା ୨୭.୫୦ ଟଙ୍କା ରିହାତି ଦରରେ ବିକ୍ରି କରାଯିବ । ଗ୍ରାହକଙ୍କୁ ଉଚ୍ଚ ମୂଲ୍ୟରୁ ଆଶ୍ୱସ୍ତି ଦେବା ପାଇଁ ସାରା ଦେଶରେ ଏହି ଯୋଜନା ଆରମ୍ଭ କରାଯାଇଛି । ତେବେ ଏହି ରିହାତି ଦର  ପ୍ରଚଳିତ ବଜାର ଦର(କିଲୋ ପିଛା୩୬-୭୦ ଟଙ୍କା)ରୁ  ଠାରୁ କମ୍ ଅଟେ ।

ଏହି ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ର ବ୍ୟବହାର କରାଯାଉଛି, ଯାହା ଦ୍ୱାରା ଟାର୍ଗେଟ୍ ଜନସଂଖ୍ୟାକୁ ଗହମ ଅଟା ସୁବିଧାରେ ଉପଲବ୍ଧ ହେବ।

ସବିଶେଷ ବିବରଣୀ

କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଯେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ପକ୍ଷରୁ ନାଫେଡ, ଏନସିସିଏଫ ଏବଂ କେନ୍ଦ୍ରୀୟ ଭଣ୍ଡାରକୁ କିଲୋ ପିଛା ୨୧.୫୦ ଟଙ୍କା ରେ ପ୍ରାୟ ୨.୫ ଲକ୍ଷ ଟନ୍ ଗହମ ଆବଣ୍ଟନ କରାଯିବ। ସେମାନେ ଏହାକୁ ଗହମ ଅଟାରେ ପରିଣତ କରିବେ ଏବଂ ‘ଭାରତ ଅଟା’ ବ୍ରାଣ୍ଡରେ କିଲୋ ପିଛା ୨୭.୫୦ ଟଙ୍କାରେ ବିକ୍ରି କରିବେ।

ସମବାୟ ସଂସ୍ଥା ନାଫେଡ୍, ଏନସିସିଏଫ୍ ଓ କେନ୍ଦ୍ରୀୟ ଭଣ୍ଡାର ଜରିଆରେ ୮୦୦ ମୋବାଇଲ୍ ଭ୍ୟାନ୍ ଓ ୨୦୦୦ ଆଉଟ୍ଲେଟ୍ ମାଧ୍ୟମରେ ‘ଭାରତ ଅଟା’ ବିକ୍ରି କରାଯିବ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଚଣା ଡାଲି, ଟମାଟୋ ଓ ପିଆଜ ରିହାତି ଦରରେ ବିକ୍ରି କରିବା ପାଇଁ ସରକାରଙ୍କ ହସ୍ତକ୍ଷେପ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ଭଲ ଫଳାଫଳ ଦେଉଛି।

ଏହି ତିନୋଟି ଏଜେନ୍ସିର ମୋବାଇଲ ଭ୍ୟାନ୍ ଓ ଆଉଟଲେଟ୍ ରେ ଗହମ ଅଟା କିଲୋ ପିଛା ୨୭ ଟଙ୍କା ୫୦ ପଇସା, ଚଣା ଡାଲି କିଲୋ ପିଛା ୬୦ ଟଙ୍କା ଓ ପିଆଜ କିଲୋ ପିଛା ୨୫ ଟଙ୍କାରେ ବିକ୍ରି ହେବ।

କେନ୍ଦ୍ରମନ୍ତ୍ରୀଙ୍କ କହିବା ନୁଯାୟୀ, ପରୀକ୍ଷଣ ସମୟରେ ଗହମ ଅଟା ବିକ୍ରି କମ୍ ଥିଲା କାରଣ ଏହା କେବଳ କିଛି ଦୋକାନ ମାଧ୍ୟମରେ ବିକ୍ରି ହେଉଥିଲା। ତେବେ ଏଥର ଭଲ ପ୍ରଦର୍ଶନ ହେବ କାରଣ ଏହି ୩ଟି ଏଜେନ୍ସିର ୮୦୦ ମୋବାଇଲ ଭ୍ୟାନ୍ ଏବଂ ୨୦୦୦ ଆଉଟଲେଟ୍ ଜରିଆରେ ଏହି ଉତ୍ପାଦ ବିକ୍ରି ହେବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଫେବ୍ରୁଆରି ମାସରେ ସରକାର ମୂଲ୍ୟ ସ୍ଥିରତା ପାଣ୍ଠି ଯୋଜନାରେ ଏହି ସମବାୟ ସଂସ୍ଥାଗୁଡ଼ିକ ଜରିଆରେ ୧୮ ହଜାର ଟନ୍ ‘ଭାରତ ଅଟ୍ଟା’ର ପରୀକ୍ଷାମୂଳକ ବିକ୍ରି କରିଥିଲେ।

FAQ

1. “ଭାରତ ଅଟା”ର କିଲୋ ପ୍ରତି ମୂଲ୍ୟ କେତେ ?

ଉତ୍ତର-“ଭାରତ ଅଟା”ର କିଲୋ ପ୍ରତି ମୂଲ୍ୟ 27 ଟଙ୍କା 50 ପଇସା ।

2. କହା ମାଧ୍ୟମରେ ଏହି “ଭାରତ ଅଟା” ବିକ୍ରି କରାଯିବ ?

ଉତ୍ତର-ସମବାୟ ସଂସ୍ଥା ନାଫେଡ୍, ଏନସିସିଏଫ୍ ଓ କେନ୍ଦ୍ରୀୟ ଭଣ୍ଡାର ଜରିଆରେ ୮୦୦ ମୋବାଇଲ୍ ଭ୍ୟାନ୍ ଓ ୨୦୦୦ ଆଉଟ୍ଲେଟ୍ ମାଧ୍ୟମରେ ‘ଭାରତ ଅଟା’ ବିକ୍ରି କରାଯିବ।

3. ଏହି ତିନୋଟି ଏଜେନ୍ସିର ମୋବାଇଲ ଭ୍ୟାନ୍ ଓ ଆଉଟଲେଟ୍ ରେ ଆଉ କଣ କଣ ଉପଲବ୍ଧ ହେବ ଏବଂ ସେହୁଡ଼ିକର ଦାମ କେତେ ରହିବ ?

ଉତ୍ତର-ଏହି ତିନୋଟି ଏଜେନ୍ସିର ମୋବାଇଲ ଭ୍ୟାନ୍ ଓ ଆଉଟଲେଟ୍ ରେ ଗହମ ଅଟା କିଲୋ ପିଛା ୨୭ ଟଙ୍କା ୫୦ ପଇସା, ଚଣା ଡାଲି କିଲୋ ପିଛା ୬୦ ଟଙ୍କା ଓ ପିଆଜ କିଲୋ ପିଛା ୨୫ ଟଙ୍କାରେ ବିକ୍ରି ହେବ।

 

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା