> ସ୍ୱୟଂଚାଳିତ ଯନ୍ତ୍ରପାତି - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ସ୍ୱୟଂଚାଳିତ ଯନ୍ତ୍ରପାତି

ସ୍ୱୟଂଚାଳିତ ଧାନ ତଳିରୁଆ ଯନ୍ତ୍ର

କାର୍ଯ୍ୟ-

ଏକ ସାଙ୍ଗରେ ଆଠ ଧାଡ଼ିରେ ଏହି ଯନ୍ତ୍ର ଦ୍ୱାରା ଧାନ ରୁଆ ଯାଇପାରେ । ଏହି ଯନ୍ତ୍ରରେ ଧାନ ରୋଇଲେ ଧାଡ଼ିରୁ ଧାଡ଼ି 24 ସେ.ମି. ଏବଂ ବୁଦାରୁ ବୁଦା ମଧ୍ୟରେ 14 ରୁ 17 ସେ.ମି. ବ୍ୟବଧାନ ରହିଥାଏ ।

କ୍ଷମତା-

  • 3 ଘଣ୍ଟାରେ 1 ଏକର (8ଧାଡ଼ିଆ ଧାନରୁଆ ଯନ୍ତ୍ର)
  • 1 ଘଣ୍ଟାରେ 0.8 ଏକର ରୁ 1 ଏକର (4 ଚକିଆ ଧାନ ରୁଆ ଯନ୍ତ୍ର)

ବ୍ୟବହାରିକ ଉପକାରିତା-

ଏହି ଯନ୍ତ୍ର ଦ୍ୱରା ଧାନ ତଳି ଧାଡ଼ିରେ ରୁଆ ଯାଇପାରେ ଯାହାକି ଅମଳ ବଢାଇବାରେ ସହାୟକ ହୋଇଥାଏ । ଏହାଦ୍ୱାରା ପାରାମ୍ପାରିକ ପଦ୍ଧତି ଠାରୁ ହେକ୍ଟର ପ୍ରତି ଟ.8,000 ରୁ 10,000 ଏବଂ 30 ରୁ 35 କି.ଗ୍ରା. କମ୍ ମଞ୍ଜି ଖର୍ଚ୍ଚରେ କାର୍ଯ୍ୟ କରିହୁଏ ।

ମୂଲ୍ୟ-

  • ଟ. 2,00,000 ରୁ ଟ.2,50,000 (8 ଧାଡ଼ିଆ ଧାନରୁଆ ଯନ୍ତ୍ର)
  • ଟ.12,00,000 ରୁ ଟ.17,00,000 (4 ଚକିଆ ଧାନ ରୁଆ ଯନ୍ତ୍ର)

ରିହାତି-

ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% (ସର୍ବାଧିକ ଟ.5,00,000) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40% (ସର୍ବାଧିକ ଟ.4,00,000)

ଧାନ ଫସଲ ପାଇଁ ଶକ୍ତି ଚାଳିତ ଘାସ ବଛା ଯନ୍ତ୍ର

କାର୍ଯ୍ୟ-

ଧାଡ଼ିରେ ବୁଣା କିମ୍ବା ରୁଆ ଯାଇଥିବା ଧାନ ଫସଲରେ ଘାସ ବାଛିବା ପାଇଁ ଏହାକୁ ବ୍ୟବହାର କରାଯାଏ । ଏହି ଯନ୍ତ୍ରର ବ୍ୟବହାର ପାଇଁ ଧାଡ଼ିରୁ ଧାଡ଼ି ମଧ୍ୟରେ 20 ସେ.ମି. ବ୍ୟବଧାନ ରହିବା ଆବଶ୍ୟକ ।

କ୍ଷମତା-

4 ଘଣ୍ଟାରେ 1 ଏକର

ବ୍ୟବହାରିକ ଉପକାରିତା-

ଏହାଦ୍ୱାରା ପାରମ୍ପାରିକ ପଦ୍ଧତିଠାରୁ ହେକ୍ଟର ପ୍ରତି ଟ. 2,500 ରୁ 3,000 ଟଙ୍କା କମ୍ ଖର୍ଚ୍ଚରେ ଘାସ ବଛା କାର୍ଯ୍ୟ କରିହୁଏ ।

ମୂଲ୍ୟ-

ଟ.40,000 ରୁ ଟ.60,000

ରିହାତି-

ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% (ସର୍ବାଧିକ ଟ.35,000) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40% (ସର୍ବାଧିକ ଟ.30,000)

ଶକ୍ତିଚାଳିତ ଶୁଷ୍କାଞ୍ଚଳ ଘାସବଛାଯନ୍ତ୍ର

କାର୍ଯ୍ୟ-

ଧାଡିରେ ବୁଣା ଯାଇଥିବା ଫସଲ ଯଥା ମକା, କପା, ଚିନାବାଦାମ, ପନିପରିବାରେ ଦୁଇଧାଡ଼ି ମଧ୍ୟରେ ଥିବା ଘାସକୁ ନଷ୍ଟ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ ।

କ୍ଷମତା-

5 ଘଣ୍ଟାରେ  1 ଏକର

ବ୍ୟବହାରିକ ଉପକାରିତା –

ଏହି ଯନ୍ତ୍ର ସାହାଯ୍ୟରେ ଘାସବଛା ଏବଂ କୋଡ଼ା ଖୋସା କାର୍ଯ୍ୟ ଏକ ସଙ୍ଗରେ ହୋଇପାରେ । ଏହାଦ୍ୱାରା ପାରମ୍ପାରିକ ପଦ୍ଧତି ଠାରୁ ହେକ୍ଟର ପ୍ରତି 2500 – 3000 ଟଙ୍କା କମ୍ ଖର୍ଚ୍ଚରେ କୋଡ଼ା ଖୋସା ଓ ଘାସ ବଛା କାର୍ଯ୍ୟ କରାଯାଇପାରେ ।

ମୂଲ୍ୟ-

  • ଟ.30,000 ରୁ ଟ.45,000 (2.5 – 3.0 ଏଚ୍.ପି.)
  • ଟ. 60,000 ରୁ ଟ.80,000 (5.0-6.0 ଏଚ୍.ପି)

ରିହାତି-

ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% (ସର୍ବାଧିକ ଟ.25,000-2 ଏଚ୍.ପି, 63,000-5ଏଚ୍.ପି) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40% (ସର୍ବାଧିକ ଟ.20,000-2ଏଚ୍.ପି., ଟ.50,000-5 ଏଚ୍.ପି.)

ଶକ୍ତିଚାଳିତ ଔଷଧ ସିଞ୍ଚନ ଯନ୍ତ୍ର

କାର୍ଯ୍ୟ-

ଏହି ଯନ୍ତ୍ର ଦ୍ୱାରା କମ୍ ସମୟରେ କମ୍ ବଳ ଖର୍ଚ୍ଚରେ ଭଲଭାବେ ଔଷଧ ସିଞ୍ଚନ କରିହୁଏ ।

କ୍ଷମତା-

2 ଘଣ୍ଟାରେ 1 ଏକର

ବ୍ୟବହାରିକ ଉପକାରିତା-

ଏହାଦ୍ୱାରା ଔଷଧ ସିଞ୍ଚନ ପାଇଁ କମ୍ ଜଳ ଆବଶ୍ୟକ ହୋଇଥାଏ । ଏହାଦ୍ୱାରା 10 ଫୁଟ୍ ରୁ … ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଔଷଧ ସିଞ୍ଚନ କରାଯାଇପାରେ ।

ମୂଲ୍ୟ-

ଟ.10,000 ରୁ ଟ.15,000

ରିହାତି-

ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40%

କିଷାନ ଡ଼୍ରୋନ

କାର୍ଯ୍ୟ-

ରିମୋଟ ଚାଳିତ ଏହି ଉଡ଼ନ୍ତା ଯନ୍ତ୍ରଟି ଫସଲରେ କୀଟନାଶକ ଓ ସାର ସିଞ୍ଚନ କରିବା ପାଇଁ ବ୍ୟବହାର କରାଯାଏ । ଏହାଦ୍ୱାରା କମ୍ ସମୟ ଓ କମ୍ ପରିଶ୍ରମ ବଳରେ କାର୍ଯ୍ୟ ସମ୍ପାଦନ କରି ହୁଏ ।

କ୍ଷମତା –

10 ରୁ 12 ମିନିଟରେ 1 ଏକର

ବ୍ୟବହାରିକ ଉପକାରିତା

ଏହା ସାହାଯ୍ୟରେ ଦିନ ପିଛା 40-50 ଏକର ଜମିରେ କୀଟନାଶକ/ସାର ସିଞ୍ଚନ ହୋଇପାରେ । 85 ପ୍ରତିଶତ କୀଟନାଶକ ଏହାଦ୍ୱାରା ଉପଯୋଗ ହୋଇପାରେ । 10-15 ଲିଟର ପାଣିରେ 1 ଏକର ସିଞ୍ଚନ କରିହୁଏ ।

ମୂଲ୍ୟ-

ଟ.3,50,000 ରୁ ଟ.10,00,000

ରିହାତି-

ଭାରତ ସରକାରଙ୍କ ଦ୍ୱାରା 50% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ।

ସ୍ୱୟଂ ଚାଳତ ଧାନ କଟା ଯନ୍ତ୍ର

କାର୍ଯ୍ୟ-

ଧାନ, ଗହମ ଆଦି ଠିଆ ଫସଲ କାଟିବା ପାଇଁ ଏହା ଉପଯୋଗ ହୋଇଥାଏ ।

କ୍ଷମତା-

2 ଘଣ୍ଟାରେ 1 ଏକର

ବ୍ୟବହାରିକ ଉପକାରିତା –

ଏହି ଯନ୍ତ୍ରଟି ଫସଲ କାଟିଲା ପରେ ଗୋଟିଏ ପାର୍ଶ୍ୱରେ କଟାଯାଇଥିବା ଫସଲକୁ ପାହି କରି ପକାଇଥାଏ । ଯାହାଫଳରେ ଫସଲ ବିଡ଼ା ବାନ୍ଧିବା ସହଜ ହୋଇଥାଏ । ଏହା ଦ୍ୱାରା ପାରମ୍ପାରିକ ପଦ୍ଧତିଠାରୁ ହେକ୍ଟର ପ୍ରତି ଟ.5,000 ରୁ ଟ.6,000 କମ୍ ଖର୍ଚ୍ଚରେ ଧାନ ଓ ଗହମ କଟା ଯାଇପାରେ ।

ମୂଲ୍ୟ-

ଟ.1,20,000 ରୁ ଟ.1,50,000

ରିହାତି-

ଅନୁସୂଚିତ ଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 50% (ସର୍ବାଧିକ ଟ.75,000) ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 40% (ସର୍ବାଧିକ ଟ.60,000)

କମ୍ୱାଇନ୍ ହାର୍ଭେଷ୍ଟର

କାର୍ଯ୍ୟ-

ଏହି ଯନ୍ତ୍ର ସାହାଯ୍ୟରେ 3 ଟି ମୁଖ୍ୟ କାର୍ଯ୍ୟ ଯଥା-ଧାନ କାଟିବା, ଧାନ ଅମଳ କରିବା ଓ ଧାନରୁ ଅଗାଡ଼ି ଏବଂ ଅନ୍ୟାନ୍ୟ ହାଲକା ଆବର୍ଜନାକୁ ଅଲଗା କରିବା ପାଇଁ ବ୍ୟବହାର କରାଯାଏ ।

କ୍ଷମତା-

1 ଘଣ୍ଟାରେ 1 ଏକର

ବ୍ୟବହାରିକ ଉପକାରିତା-

ପାରମ୍ପାରିକ ପଦ୍ଧତିଠାରୁ ଏହି ଯନ୍ତ୍ର ଦ୍ୱାରା ହେକ୍ଟର ପ୍ରତି ଟ.10,000 ରୁ 15,000 କମ୍ ଖର୍ଚ୍ଚରେ ଧାନ ଅମଳ କରିପାରେ ।

ମୂଲ୍ୟ-

16 ଲକ୍ଷରୁ 25 ଲକ୍ଷ

ରିହାତି –

ସମସ୍ତବର୍ଗର ଚାଷୀଙ୍କ ପାଇଁ 25% (ସର୍ବାଧିକ ଟ.3,00,000)

ମାଣ୍ଡିଆ ଅମଳ ଓ ସଫା କରିବା ଯନ୍ତ୍ର

କାର୍ଯ୍ୟ-

ମାଣ୍ଡିଆରୁ ଚୋପା ଛଡ଼ାଇବା ସହିତ ସଫା କରିବା ପାଇଁ ବ୍ୟବହାର କରାଯାଏ । ଏହି ଯନ୍ତ୍ରଟି AICRP, UAE, OUAT ଦ୍ୱାରା ନିର୍ମିତ ।

କ୍ଷମତା-

ଘଣ୍ଟାପ୍ରତି 90 ରୁ 100 କି.ଗ୍ରା.

ବ୍ୟବହାରିକ ଉପକାରିତା –

ଏହା ଉଭୟ 1 ଏଚ୍.ପି. ବିଦ୍ୟୁତ ଓ ଡ଼ିଜେଲ ଇଞ୍ଜିନ୍ ସାହାଯ୍ୟରେ ଚାଲିପାରେ ।

ମୂଲ୍ୟ-

ଟ.89,000

ରିହାତି-

ଅନୁସୂଚିତଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 60% ଏବଂ ଅନ୍ୟ ଉପଭୋକ୍ତାଙ୍କ ପାଇଁ 50% ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା