> KVK, Sundargarh-1 - Krishi Vigyan Kendra, Sundargarh-I - Page 4 of 7
Chasbas
KVK, Sundargarh-I

ମମତା ଯୋଜନା

ମାତୃ ଓ ଶିଶୁ ପୁଷ୍ଟିହୀନତା ସମସ୍ୟାଦୂର କରିବା ପାଇଁ ଓଡ଼ିଶା ସରକାର (ମହିଳା ଓ ଶିଶୁ ବିକାଶ ବିଭାଗ) ଗର୍ଭବତୀ …

Read more

ଛତୁଚାଷ

ଛତୁ ଏକ ସ୍ୱତନ୍ତ୍ର ଶ୍ରେମୀର ଫିମ୍ପି ବା କବକ । ଏଥିରେ ହରିତକଣା ନଥିବା ଯୋଗୁଁ ଏହା ବୃକ୍ଷ ଭଳି …

Read more

ବୈଦିକ କାଳ ଗଣନା

ଆସନ୍ତୁ ଜାଣିବା ବୈଦିକ କାଳ ଗଣନା ବେଦରେ ଦୃଢ଼ ଭାବରେ ବିଶ୍ୱାସ କରୁଥିବା ହିନ୍ଦୁ ଧର୍ମ ଓ ଦର୍ଶନ ବ୍ରହ୍ମାଣ୍ଡର …

Read more

୪ଟି ସ୍ଥାନରେ ଇକୋ ରିଟ୍ରିଟ୍ ର ପଞ୍ଚମ ସଂସ୍କରଣର ଉଦ୍ଘାଟନ

ଇକୋ ରିଟ୍ରିଟ୍ ୨୦୨୩-୨୪ର ପଞ୍ଚମ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଓଡ଼ିଶାର ବହୁ ପ୍ରତୀକ୍ଷିତ ଗ୍ଲାମ୍ପିଂ କାର୍ଯ୍ୟକ୍ରମ …

Read more

କ୍ଷୀରଛତୁ ବା ଦୁଧଛତୁ ଚାଷ କରିବେ କେମିତି ?

ଆମେ ସାଧାରଣତଃ ଛତୁଚାଷ କହିଲେ ପାଳଛତୁ, ଧିଙ୍ଗିରୀଛତୁ ବା ବଟନଛତୁକୁ ଜାଣିଥାଉ । ତେବେ  ଆମେ ଆଉ ଗୋଟିଏ ଭିନ୍ନ ପ୍ରକାର ଛତୁ ଚାଷ କରିପାରିବା, ତାର ନାମ ହେଉଛି  କ୍ଷୀରଛତୁ ବା ଦୁଧଛତୁ । ବ୍ୟବସାୟିର ଭିତ୍ତିରେ ଚାଷ କରାଯାଉଥିବା ଛତୁ ମାନଙ୍କ ମଧ୍ୟରେ ଦୁଧଛତୁ ତୃତୀୟ ସ୍ଥାନ ଅଧିକାର କରିଅଛି । ଏହା ଦେଖିବାକୁ ଧଳା, ମାଂସଳ, ସ୍ୱାଦିଷ୍ଟ ଓ ପୋଷଣଯୁକ୍ତ, ଏହାର ବୈଜ୍ଞାନିକ ନାମ Calocybe indica । ଏହିଛତୁ ମଧ୍ୟ ଓଡ଼ିଶାରେ ଚାଷ କରାଯାଇ ପାରିବ । ତେବେ ଏହାକୁ ଚାଷ କରିବା ନିମନ୍ତେ କଣ କଣ ସାମଗ୍ରୀ ଦରକାର ଓ ଏହାର ଚାଷ ପ୍ରଣାଳୀ ବିଷୟରେ ଜାଣନ୍ତୁ ….

ଦୁଧଛତୁ ଚାଷର ଉପକାରୀତା

  • ଏହି ଛତୁ ଦେଖିବାକୁ ଧଳା, ମାଂସଳ, ସ୍ୱାଦିଷ୍ଟ ଏବଂ ଏଥିରେ କୋଲେଷ୍ଟ୍ରୋଲର ମାତ୍ରା ଅତି ନ୍ୟୁନ ।
  • ଚାଷ ପ୍ରଣାଳୀ ସହଜ ଓ ସରଳ ।
  • ଉଷ୍ମ ଓ ଆର୍ଦ୍ରତା ଥିବା ପାଣିପାଗ ଚାଷ ପାଇଁ ଉତ୍ତମ ।
  • କୃଷିରୁ ଉତ୍ପନ୍ନ ବିଭିନ୍ନ ବର୍ଜ୍ୟବସ୍ତୁରେ ଦୁଧଛତୁ ଚାଷ କରାଯାଇପାରେ ।
  • ଏହାର ଉତ୍ପାଦନ ପରିମାଣ ପାଳଛତୁଠାରୁ ଅଧିକ (80-100 ପ୍ରତିଶତ) ।
  • ଅଧିକଦିନ (3-5 ଦିନ) ସାଇତି ରଖାଯାଇପାରିବ ।

ଅଧିକ ଜାଣନ୍ତୁ


ବିଶେଷ ଗୁଣ:

  • ଉଚ୍ଚ ତାପମାତ୍ରା ପ୍ରଜାତି
  • ଉତ୍କୃଷ୍ଟ ସେଲ୍ଫ ଲାଇଫ୍ ଏବଂ ନୋ ବ୍ରାଉନିଂ
  • ଫାଇବର ର ମାତ୍ରା ଅଧିକ

ପାଣିପାଗ

  • ଉତ୍ତାପ – 25 – 38 ଡିଗ୍ରୀ ସେ.ଗ୍ରେଡ଼୍
  • ଆର୍ଦ୍ରତା – 85%
  • ଆଲୋକ – 200 ଲକ୍ସ
  • ସାନ୍ଦ୍ରତା – 6.5 – 7
  • ପବନ- ଫିମ୍ପି ମାଡିବା ସମୟରେ କମ୍ ପବନ କିନ୍ତୁ କଢ଼ ଆସିବା ସମୟରେ ଉତ୍ତମ ପବନ ଆବଶ୍ୟକ

ଆବଶ୍ୟକ ଉପକରଣ

ଦୁଧଛତୁ ଚାଷ କରିବା ପାଇଁ ନିମ୍ନଲିଖିତ ଉପାଦାନ ଗୁଡିକ ନିତାନ୍ତ ଆବଶ୍ୟକ (ବ୍ୟାଗପ୍ରତି ପରିମାଣ)

  • ନଡା /କୁଟା – 1.5 ରୁ 2 କି. ଗ୍ରା.
  • ମଞ୍ଜି – 150 ଗ୍ରାମ
  • ପଲିଥିନ – 80 x 40 ସେଣ୍ଟିମିଟର
  • ଖତର ଆବରଣ 0.5 ରୁ 1 କି.ଗ୍ରା.

ଚାଷ ପ୍ରଣାଳୀ-

  • ପ୍ରଥମେ ନଡା କିମ୍ବା କୁଟାକୁ 1-1.5 ଇଞ୍ଚ ଲମ୍ବ କରି କାଟିଦେବେ ।
  • ପାଣିରେ 1 ପ୍ରତିଶତ ଚୁନ ପକାଇ କଟାନଡାକୁ 5 ରୁ 6 ଘଣ୍ଟା ବତୁରାଇ ଦେବେ ।
  • ଓଦା ନଡାକୁ ଛାଣି ବିଶୋଧନ କରିବେ (ବିଭିନ୍ନ ଉପାୟରେ ବିଶୋଧନ କରିପାରିବେ )
  • ନଡାକୁ ଯେକୌଣସି ଯାଗା (ଧାନହଣ୍ଡା /ଅଟୋକ୍ଲେଭ୍)ରେ 2 ଘଣ୍ଟା ପର୍ଯ୍ୟନ୍ତ ବାମ୍ପେଇବେ (80 ଡିଗ୍ରୀ ସେଣ୍ଟିଗ୍ରେଡ)
  • ଶୁଖା ନଡାକୁ 2 ଘଣ୍ଟା ଗରମପାଣି (80 ଡିଗ୍ରୀ ସେଣ୍ଟିଗ୍ରେଡ୍) ରେ ବତୁରାଇବେ ।
  • ବତୁରାଇବା ପରେ ନଡାକୁ ଭଲଭାବରେ ପାଣି ନିଗାଡି ଖରାରେ ଖୁଖାଇଦେବେ ଏବଂ 2 ଘଣ୍ଡା ପରେ ଏହାକୁ ଗଦାକରି ଧଳା ପଲିଥିନ ଘୋଡାଇଦେବେ । ଯାହାଫଳରେ ନଡା ବିଶୋଧିତ ହେବା ସହିତ 65 ପ୍ରତିଶତ ଆର୍ଦ୍ରତା ମଧ୍ୟ ପରିଚାଳିତ ହେବ ।
  • ପଲିଥିନର ଗୋଟିଏ ପଟକୁ ରବରବ୍ୟାଣ୍ଡ କିମ୍ବା ସୁତୁଲି ସାହାଯ୍ୟରେ ବାନ୍ଧି ବ୍ୟାଗ ପ୍ରସ୍ତୁତ କରିବେ ।
  • ସମ୍ପୂର୍ଣ୍ଣ ଫିମ୍ପି ମାରିଥିବା ଛତୁ ବିହନକୁ ନେଇ ସାଇକେଲ ସ୍ପକ୍ ସାହାଯ୍ୟରେ କାଢି କାଗଜରେ ସଂଗ୍ରହ କରି ଚାରିଭାଗ କରିଦେବେ  ।
  • ପଲିଥିନରେ ପ୍ରସ୍ତୁତ ହୋଇଥିବା ନଡାକୁ 4-6 ଇଞ୍ଚ ବହଳରେ ଚିପି ଚିପି ଭର୍ତ୍ତି କରିବେ । କରରେ ଏକ ଭାଗ ମଞ୍ଜିକୁ ସିଞ୍ଚନ କରିବେ ।  ତାଉପରେ ପୁଣି 4 ଇଞ୍ଚ ବହଳର ନଡାକୁ ଚିପି ଚିପି ଦେବେ ।
  • ଚତୁର୍ଥ ସ୍ତରରେ ସବୁଆଡେ ମଞ୍ଜିକୁ ସିଞ୍ଚନ କରି 2 ଇଞ୍ଚ ବହଳର ନଡାକୁ ଘଡାଇ ସୁତୁଲି କିମ୍ବା ରବର ବ୍ୟାଣ୍ଡ ଦ୍ୱାରା ମୁହଁଟିକୁ ବାନ୍ଧି ଦେବେ ।
  • ବ୍ୟାଗ ଗୁଡିକରେ 10-12 ଟି କଣାକରି ଏକ ଅନ୍ଧାରୁଆ ଘରେ ରଖିବେ (200 ଲକ୍ସ ର ଆଲୋକ) ଯେପରି ମୂଷା ଓ ପିମ୍ପୁଡି ମାନଙ୍କର ପ୍ରାଦୁର୍ଭାବ ରହିବ ନାହିଁ ।
  • 20-21 ଦିନରେ ବ୍ୟାଗରେ ଛତୁ ଫିମ୍ପିମାଡ଼ି ସମ୍ପୂର୍ଣ୍ଣ ଧଳା ଦେଖାଯାଉଥିବ ।

କେସିଙ୍ଗ-

ବ୍ୟାଗର ଉପରସ୍ତରରେ ଏକ ଆବରଣ ଦିଆଯାଏ । ଯାହାଦ୍ୱାରା ଦୁଧଛତୁର କଡି ବାହାରକୁ ଆସେ ।

  • (ମାଟି 50 % + କମ୍ପୋଷ୍ଟ 50 % ) ନେଇ ଗୁଣ୍ଡ କରିବେ । ଏହାକୁ ଖରାରେ ଭଲଭାବେ ଶୁଖାଇ ଦେବ ବା ଚୂନଦେଇ ସାନ୍ଦ୍ରତା 7.8 ରୁ 7.9 ପରିଚାଳନା କରିବେ । କିମ୍ବା 7 ଦିନ
  • ଆଗରୁ 4 ପ୍ରତିଶତ ଫରମାଲଡିହାଇଡ୍ ପ୍ରୟୋଗ କରି କେସଂ ମାଟିକୁ ବିଶୋଧନ କହିଦେଇଥିବେ ।
  • ତାପରେ ବ୍ୟାଗ ଉପରେ ସମାନ ଭାଗରେ ଖତର ଆବରଣ ଦେବେ ଏବଂ ପାଣି ସିଞ୍ଚନ କରିବେ ଯେପରି ସର୍ବଦା ଏହାର ଆର୍ଦ୍ରତା 55-65 ପ୍ରତିଶତ ରହିବା ଆବଶ୍ୟକ ।
  • 7 ରୁ 10 ଦିନ ପରେ ମାଟିଦେଇ ରେଣୁ ଗୁଡିକ ଆସିବ ଏବଂ ଧିରେ ଧିରେ ଏହାର କଢ ବଡ଼ ହେବାକୁ ଲାଗିବ ।
  • 7-10 ସେଣ୍ଟିମିଟର ବ୍ୟାସାର୍ଦ୍ଧ / 12 ସେଣ୍ଟିମିଟର ଲମ୍ବା ହେଲେ ଫଳକୁ ମୋଡିକରି ତୋଳିଦେବେ ।
  • ଦିନକୁ ଦୁଇଥର ପାଣି ସିଞ୍ଚନ କରିବେ । 45 ଦିନ ଭିତରେ 80-100 ପ୍ରତିଶତ ଛତୁ ଅମଳକରାଯାଇପାରିବ ।

ଅସୁବିଧା

  • ପାଣିପାଗ- ଦୁଧଛତୁ ତାମମାତ୍ରା ଏବଂ ଆଦ୍ରତା ସମ୍ବେଦନଶୀଳ ।
  • ଋତୁ ଭିତ୍ତିକ- ଏହା କେବଳ ବର୍ଷାଦିନେ ଓ ଆବଶ୍ୟକ ଉତ୍ତାପଥିବା ତାପମାତ୍ରାରେ ଚାଷ କରାଯାଇପାରିବ ।

ଅବଧି-

ଏହି ଚାଷର ଅବଧି ଅଧିକ (45 ଦିନ)

  • ବଜାର ଚାହିଦା- ବର୍ତ୍ତମାନ ଅଳ୍ପ ସ୍ଥାନରେ ଚାଷ କରାଯାଉଥିବାରୁ ବଜାର ଚାହିଦା ଆକଳନ କରାଯାଇପାରି ନାହିଁ ।

 

ସୂଚନା – କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡ଼-1

ଅଧିକ ଜାଣିବା ନିମନ୍ତେ ଭିଡ଼ିଓ ଦେଖନ୍ତୁ ।

6 ଟି ଶସ୍ୟର ଏମ.ଏସ୍.ପି ବୃଦ୍ଧି

କେନ୍ଦ୍ର ସରକାରଙ୍କ ତରଫରୁ ଦେଶର କୋଟି କୋଟି ଚାଷୀଙ୍କୁ ମିଳିଛି ଦିପାବଳୀ ଭେଟି ।  କେନ୍ଦ୍ର କ୍ୟାବିନେଟରେ ଗହମ ସମେତ …

Read more

ଆମ ଓଡ଼ିଶା ନବୀନ ଓଡ଼ିଶା

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ଗ୍ରାମ ପଞ୍ଚାୟତ ଓ ଗ୍ରାମରେ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ …

Read more

ବଳିଆ(BALIA) ଯୋଜନା

ବଳିଆ(BALIA ଯୋଜନା) – ପୂର୍ବ ନୀତି ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଏବଂ ବୁଣାକାରମାନଙ୍କୁ ଗୁଣାତ୍ମକ କଞ୍ଚାମାଲ କିଣିବା …

Read more

ଲକ୍ଷ୍ମୀବସ୍ ଯୋଜନା

ମାଲକାନଗିରି ଜିଲ୍ଲାରୁ ‘ଲକ୍ଷ୍ମୀ’ ବସ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପର୍ଯ୍ୟାୟକ୍ରମେ ଅନ୍ୟ ଜିଲ୍ଲା ଗୁଡ଼ିକୁ …

Read more

ମିଶନ ଶକ୍ତି ସ୍କୁଟର ଯୋଜନା

ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ‘ମିଶନ ଶକ୍ତି ସ୍କୁଟର ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱୟଂ …

Read more