> ଆମ ହସ୍ପିଟାଲ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଆମ ହସ୍ପିଟାଲ

ପ୍ରତିଟି ଜୀବନ ମୂଲ୍ୟବାନ, ସମସ୍ତଙ୍କ ପାଇଁ ଗୁଣାତ୍ମକ ସ୍ୱସ୍ଥ୍ୟ ସେବ ସହ ଭିତ୍ତିଭୂମି ଉପଲବ୍ଧ କରାଇବା ଆଭିମୂଖ୍ୟରେ  “ଆମ ହସ୍ପିଟାଲ” ଯୋଜନାର ଆଗତ ବ୍ୟୟ ବରାଦକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । ୫ଟି ଉପକ୍ରମରେ ଆରମ୍ଭ ହୋଇଥିବା ଏହି ଯୋଜନାକୁ ବାସ୍ତବ ରୂପଦେବା ଲକ୍ଷ୍ୟରେ ରାଜ୍ୟର ସମସ୍ତ ଡ଼ାକ୍ତରଖାନାର ରୂପରେଖ ପରିବର୍ତ୍ତନ କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।

ଏହି ଯୋଜନା ପାଇଁ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ୩୩୮୮.୭୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସୁବିଧା (ଡିଏଚ୍ଏଚ୍, ଏସ୍ଡିଏଚ୍, ସିଏଚ୍ସି/ୟୁଏଚ୍ସି ପିଏଚ୍ସି/ୟୁପିଏଚ୍ସି ସ୍ତର)ରେ ଏହି ପଦକ୍ଷେପ କାର୍ଯ୍ୟକାରୀ ହେବ। ପ୍ରଥମ ବର୍ଷରେ ୧୪୯ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁଦୃଢ଼ କରାଯାଉଛି।

ଏହି ପଦକ୍ଷେପ ଅଧୀନରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଡିଏଚ୍ଏଚ୍, ଏସ୍.ଡ଼ି.ଏଚ୍, ସି.ଏଚ୍.ସି ଏବଂ ପି.ଏଚ୍.ସି ସ୍ତରରେ ଥିବା ସମସ୍ତ ଜନସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବର୍ତ୍ତନ କରି ରୋଗୀ ଙ୍କ ସୁବିଧା ଓ ଯତ୍ନ ଦିଗରେ ଆକୃଷ୍ଟ କରିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି। ମାନବ ସମ୍ବଳ ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ଦୂର କରିବା ପାଇଁ ସମ୍ବଳର ବର୍ଦ୍ଧିତ ଆବଣ୍ଟନ କରାଯାଇଛି । ରାଜ୍ୟରେ ଜନସ୍ୱାସ୍ଥ୍ୟ ସେବାରେ ପରିବର୍ତନ ଓ ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାରଙ୍କ ୫ଟିର ଏକ ଅଂଶ ବିଶେଷ ଭାବେ ଏହି ପଦକ୍ଷେପ ନିଆଯାଇଛି।

“ଆମ ହସ୍ପିଟାଲ” – ୫ଟି ଅଧୀନରେ ଏକ ପରିବର୍ତ୍ତନ ମୂଳକ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଜନସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଯାହା ଦ୍ୱାରା ରୋଗୀର ଯତ୍ନ ଏବଂ କଲ୍ୟାଣର ଉନ୍ନତ ମାନ, ରୋଗୀ ଏବଂ ସେମାନଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧାରେ ଉନ୍ନତି ଏବଂ ସକାରାତ୍ମକ ରୋଗୀ ଅନୁଭୂତି ଆଣିବା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହେବ ।

ଏହାର ପ୍ରମୁଖ ଉପାଦାନ ଗୁଡ଼ିକ ହେଲା:-

  • ସମସ୍ତ ମୌଳିକ ସୁବିଧା ସହ ଉନ୍ନତ ରୋଗୀ ପ୍ରତୀକ୍ଷା କ୍ଷେତ୍ର ।
  • ରୋଗୀ ଏବଂ ଆଟେଣ୍ଡାଣ୍ଟମାନଙ୍କୁ ସେବା ଗୁଡିକ ଉପଲବ୍ଧ କରିବା ପାଇଁ ମାର୍ଗଦର୍ଶନ କରିବା ପରିପ୍ରେକ୍ଷୀରେ ରୋଗୀ ସହାୟତା ପାଇଁ ମାନଚିତ୍ର ସହ ହେଲ୍ପ ଡେସ୍କ ।
  • ଶୀଘ୍ର ଔଷଧ ବିତରଣ ପାଇଁ ଅଧିକ ଔଷଧ ବିତରଣ କାଉଣ୍ଟର
  • ଉନ୍ନତ ରୋଗୀ ଅନୁଭୂତି ପାଇଁ ହାଇଜେନିକ୍ ଶୌଚାଳୟ ସୁବିଧା
  • ବିଭିନ୍ନ ବିଭାଗ ମଧ୍ୟରେ ତ୍ୱରିତ ଯୋଗାଯୋଗ ପାଇଁ ଆଭ୍ୟନ୍ତରୀଣ ରାସ୍ତା ନିର୍ମାଣ
  • ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସମୟରେ ଆଟେଣ୍ଡାଣ୍ଟ ବିଶ୍ରାମ ଗୃହରେ ରହିବା ପାଇଁ ବିଶ୍ରାମ ଗୃହ
  • ଯାନବାହନ ଚଳାଚଳ ନିୟନ୍ତ୍ରଣ ଓ ପାର୍କିଂ ସେଡ୍ ବ୍ୟବସ୍ଥା
  • ସେବା କ୍ଷେତ୍ରରେ ଭିଡ଼ କମାଇବା ପାଇଁ ଧାଡ଼ି ପରିଚାଳନା ଓ ରୋଗୀ କଲିଂ ବ୍ୟବସ୍ଥା
  • ଉନ୍ନତ ରୋଗୀ ପରିଚାଳନା ପାଇଁ ଅନ୍ ଲାଇନ୍ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା
  • ଡାକ୍ତରଖାନାକୁ ବାରମ୍ବାର ପରିଦର୍ଶନ ଏଡ଼ାଇବା ପାଇଁ ଫୋନରେ ଲାବୋରେଟୋରି ରିପୋର୍ଟ
  • ଜଳଖିଆ ଆବଶ୍ୟକତାକୁ ସହଜରେ ଉପଲବ୍ଧ କରାଇବା ପାଇଁ ଡାକ୍ତରଖାନା ପରିସରରେ ମିଶନ ଶକ୍ତି କାଫେ
  • ରିହାତି ଦରରେ ଗୁଣାତ୍ମକ ଖାଦ୍ୟ ଯୋଗାଇବା ପାଇଁ ଆହାର କେନ୍ଦ୍ର
  • ଉନ୍ନତ ଦୃଶ୍ୟମାନତା ପାଇଁ ସମାନ ପ୍ରବେଶ ଦ୍ୱାର

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା