> ବ୍ୟାଙ୍କ ସେବାରୁ ବଞ୍ଚିତ ପଞ୍ଚାୟତରେ ଖୋଲିବ ‘ଆମ ବ୍ୟାଙ୍କ’ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ବ୍ୟାଙ୍କ ସେବାରୁ ବଞ୍ଚିତ ପଞ୍ଚାୟତରେ ଖୋଲିବ ‘ଆମ ବ୍ୟାଙ୍କ’

ଚଳିତ ଆର୍ଥିକ ବର୍ଷରୁ ବ୍ୟାଙ୍କ ସେବାରୁ ବଞ୍ଚିତ ପଞ୍ଚାୟତରେ ଖୋଲିବ ‘ଆମ ବ୍ୟାଙ୍କ’ । ସାମାଜିକ ନିରାପତ୍ତା ଯୋଜନା ହିତାଧିକାରୀଙ୍କୁ ଭତ୍ତା, ରାଜ୍ୟ ସରକାରଙ୍କର ବିଭିନ୍ନ୍ ସରକାରୀ ସହାୟତା, ମହିଳା-ଯୁବ-କୃଷକଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବ୍ୟାଙ୍କ ଋଣ ପ୍ରତ୍ୟେକ କ୍ଷେତ୍ରରେ ବ୍ୟାଙ୍କ ଜମାଖାତା ଅପରିହାର୍ଯ୍ୟ । ଏହାକୁ ଦୂର କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ପଦକ୍ଷେପ । ଏହା ଦ୍ୱାରା ଗ୍ରାମାଞ୍ଚଳର ଲୋକେ ବିଶେଷ କରି ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନେ ନିଜ ଘର ପାଖରେ ବ୍ୟାଙ୍କ ସେବା ପାଇବାକୁ ସକ୍ଷମ ହେବେ । । ରାଜ୍ୟ ସରକାରଙ୍କ ଅର୍ଥ ଓ ପଞ୍ଚାୟତିରାଜ ବିଭାଗ ଏଥିପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ଅଗଷ୍ଟ  ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶାର 4373ଟି ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ‘ସିଏସପି ପ୍ଲସ’ ବ୍ୟାଙ୍କିଙ୍ଗ ଆଉଟ୍ଲେଟ୍ ଖୋଲିବା ନେଇ ମିଳିଥିବା ମଞ୍ଜୁରୀ ଆଧାରରେ ଗତିଶୀଳ ହୋଇଅଛି ଆମବ୍ୟାଙ୍କ ଖୋଲାଯିବା କାର୍ଯ୍ୟକ୍ରମ । ଏଥିପାଇଁ ସରକାର 5 ବର୍ଷ ପର୍ଯ୍ୟନ୍ତ ବିନାମୂଲ୍ୟରେ  ବ୍ୟାଙ୍କ ଗୁଡ଼ିକୁ ଗୃହ ଯୋଗାଇଦେବେ । ଏଥିସହ ଓଡ଼ିଶା ସରକାର ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଏବଂ 3 ବର୍ଷ ପାଇ ଆବର୍ତ୍ତୀ ଖର୍ଚ୍ଚ ବହନ କରିବେ ।


  • ଅଗଷ୍ଟରେ ରାଜ୍ୟ କ୍ୟବିନେଟ୍ ଦେଇଥିଲା ମଞ୍ଜୁରୀ

  • 4373 ପଞ୍ଚାୟତରେ ଖୋଲିବ ‘ଆମ ବ୍ୟାଙ୍କ’

  • ‘ସିଏସପି ପ୍ଲସ’ ଆଉଟଲେଟ୍ ମାଧ୍ୟମରେ ରାଜ୍ୟ ସରକାର ବ୍ୟାଙ୍କ ସେବା ଯୋଗାଇଦେବ

  • 6ଟି ବ୍ୟାଙ୍କ ଯଥା-ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫି ଇଣ୍ଡିଆ,ବ୍ୟାଙ୍କ ଅଫ ବରୋଦା ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ହୋଇଛି ବୁଝାମଣା

  • ଅର୍ଥ ଓ ପଞ୍ଚାୟତିରାଜ ବିଭାଗ ଅଧୀନରେ ହେବ ଏହି କାର୍ଯ୍ୟ

  • ଚଳିତ ବର୍ଷରୁ ଆରମ୍ଭହେବ ପ୍ରକ୍ରିୟା


ଅପଡ଼େଟ୍ 29.11.2023

  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ 754 ପଞ୍ଚାୟତରେ ଆମ ବ୍ୟାଙ୍କ ଲୋକାର୍ପିତ କରିଛନ୍ତି ।

  • 2024 ମାର୍ଚ୍ଚ ସୁଦ୍ଧା 4373 ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଖୋଲିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ।

  • ପ୍ରତି ପଞ୍ଚାୟତରେ ଖୋଲିବ, ଏ ବାବଦକୁ ଖର୍ଚ୍ଚ ହେବ 500 କୋଟି ଟଙ୍କା ।

  • ଆର୍ଥିକ ଅନ୍ତର୍ଭୂକ୍ତିକରଣରେ ଓଡ଼ିଶା ହେବ ଦେଶରେ ପ୍ରଥମ  ।

  • ଗ୍ରାହକଙ୍କୁ 15 ପ୍ରକାର ଆର୍ଥିକ ସେବା ଯୋଗଇଦେବ ‘ଆମ ବ୍ୟାଙ୍କ’ ।

  • ରାଜ୍ୟ ସରକାରଙ୍କ ‘5ଟି’ ଉପକ୍ରମ ଅଧୀନରେ ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା କରାଯାଉଛି ଆମ ବ୍ୟାଙ୍କ ।


ଅର୍ଥ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ସମନ୍ୱୟ ରଖି ମିଳିତ ଭାବରେ ଏଥିପାଇଁ କାର୍ଯ୍ୟ କରିବେ । ଏ ନେଇ ଉଭୟ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ମିଳିଥିବା ସୂଚନା ଅନୁସାରେ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତରେ ‘ସିଏସପି ପ୍ଲସ’ ଆଉଟଲେଟ୍ ମାଧ୍ୟମରେ ରାଜ୍ୟ ସରକାର ବ୍ୟାଙ୍କ ସେବା ଯୋଗାଇଦେବ । 2024 ଶେଷ ସୁଦ୍ଧା ରାଜ୍ୟର ସବୁ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚାଇବା ଲାଗି ସରକାର ଲକ୍ଷ୍ୟ ରଖିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ 50 ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କ ଖୋଲିବ ବୋଲି ସୂଚନା ମିଳିଛି । ଏଥିନିମନ୍ତେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫି ଇଣ୍ଡିଆ,ବ୍ୟାଙ୍କ ଅଫ ବରୋଦା ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଦି 6ଟି ବ୍ୟାଙ୍କରେ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତୁତି ଆରମ୍ଭ ପାଇଁ କୁହାଯାଇଛି । ଅର୍ଥ ବିଭାଗ ବ୍ୟାଙ୍କ ଖୋଲିବା ନିମନ୍ତେ ସହାୟତା ଯୋଗାଇ ଦେବେ ଏବଂ ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପ୍ରଶାସନ ସହାୟତାରେ ବ୍ୟାଙ୍କ ଲାଗି ଭିତ୍ତିଭୂମି ପ୍ରସ୍ତୁତି କରିବ ।

ବ୍ୟାଙ୍କ ଗୁଡ଼ିକ ଦ୍ୱାରା ବ୍ୟାଙ୍କ ବିହୀନ ପଞ୍ଚାୟତରେ ସ୍ଥାୟୀ ଶାଖା ସ୍ଥାପନ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ରହିଛି । ଆର୍ଥିକ ଅନ୍ତର୍ଭୂକ୍ତିକରଣ ଓଡ଼ିଶା ସରକାରଙ୍କର ଏକ ମୁଖ୍ୟ କାର୍ଯ୍ୟକ୍ରମ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳରେ ବ୍ୟାଙ୍କ ନଥିବାରୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହାସଲରେ ବାଧା ସୃଷ୍ଟି ହୋଇଛି । ଓଡ଼ିଶରେ ପ୍ରାୟ 65 ଶତକଡ଼ା ପଞ୍ଚାୟତରେ ବ୍ୟାଙ୍କ ସେବା ଏବେ ବି ଅପହଞ୍ଚ ହୋଇ ରହିଛି 6798 ଗ୍ରାମ ପଞ୍ଚାୟତ ମଧ୍ୟରୁ ବ୍ୟାଙ୍କ ସେବା ନଥିବା 4373 ପଞ୍ଚାୟତରେ ବ୍ୟାଙ୍କ ନାହିଁ ।

ସୂଚନା ସଂଗୃହୀତ – ଦୈନିକ ସମ୍ୱାଦପତ୍ର ‘ସକାଳ’

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା