> କେତେକ କୃଷି ଯନ୍ତ୍ରପାତି - Krishi Vigyan Kendra, Sundargarh-I
Chasbas
KVK, Sundargarh-I

କେତେକ କୃଷି ଯନ୍ତ୍ରପାତି

କେତେକ କୃଷି ଯନ୍ତ୍ରପାତିସୌରଶକ୍ତି ଚାଳିତ ପମ୍ପ

କାର୍ଯ୍ୟ- ସୌରଶକ୍ତି ସାହାଯ୍ୟରେ ଏହା ପୋଖରୀ, ନଦୀ, ନାଳ ଇତ୍ୟାଦିରୁ ପାଣି ଉଠାଇ ଜଳସେଚନ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ ।

କ୍ଷମତା- ଘଣ୍ଟାପ୍ରତି 1,000 ରୁ 10,000 ଲିଟର

ବ୍ୟବହାରିକ ଉପକାରିତା – ଏହି ଯନ୍ତ୍ରର ବ୍ୟବହାରର ଦ୍ୱାରା ନିମ୍ନ ପତ୍ତନରେ ଥିବା ଜଳକୁ ସହଜରେ ଉଠାଇ ଜମିକୁ ଜଳସେଚିତ କରାଯାଇଥାଏ । ଏହି ଯନ୍ଦ୍ର ବ୍ୟବହାର ପାଇଁ କୌଣସି ବ୍ୟବହାରିକ ଖର୍ଚ୍ଚ ପଡେ ନାହିଁ ।

ମୂଲ୍ୟ – ଟ. 80,000 – 3,00,000 ଟଙ୍କା (ସୌର ପ୍ୟାନେଲ ସହିତ ପ୍ରତି ଏଚ୍.ପି. ପମ୍ପର ମୂଲ୍ୟ ଟ. 80,000 ରୁ ଟ.1,00,000)

ରିହାତି – 50 % (ଓରେଡ଼ା ଦ୍ୱାରା) /90 % ସୌର ଜଳନିଧି ଯୋଜନା ଦ୍ୱାରା


କ୍ଷୁଦ୍ର ଡ଼ାଲି କଳ

କାର୍ଯ୍ୟ- ଏହି ଯନ୍ତ୍ର ଦ୍ୱାରା ମୁଗ, ବିରି, ହରଡ଼ ଇତ୍ୟାଦି ଡ଼ାଲି ଜାତୀୟ ଶସ୍ୟରୁ  ଚୋପା ଛଡ଼ାଇ ଏହାକୁ ଦୁଇଫାଳ କରାଯାଇଥାଏ ।

କ୍ଷମତା- ଘଣ୍ଟା ପ୍ରତି 50 ରୁ 100 କି.ଗ୍ରା.

ବ୍ୟବହାରିକ ଉପକାରିତା – ଚୋପା ଛଡ଼ା ଡ଼ାଲିର ବଜାର ଦର ଅଧିକ ହୋଇଥିବାରୁ ଚାଷୀ ଭାଇମାନେ ଏହି ଯନ୍ତ୍ରକୁ ବ୍ୟବହାର କଲେ ଅଧିକ ଲାଭବାନ ହୋଇଥାନ୍ତି ।

ମୂଲ୍ୟ- ଟ. 80,000 ରୁ 1,50,000

ରିହାତି – ଅନୁସୂଚିତ, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 60 % (ସର୍ବାଧିକ ଟ.1,50,000) ଏବଂ ଅନ୍ୟ ପାଇଁ 50 %(ସର୍ବାଧିକ ଟ.1,25,000)


ମାଣ୍ଡିଆ ଅମଳ ଓ ସଫା କରିବା ଯନ୍ତ୍ର

କାର୍ଯ୍ୟ- ମାଣ୍ଡିଆରୁ ଚୋପା ଛଡ଼ାଇବା ସହିତ ସଫା କରିବା ପାଇଁ ବ୍ୟବହାର କରାଯାଏ । ଏହି ଯନ୍ତ୍ରଟି AICRP on UAE, OUAT ଦ୍ୱାରା  ନିର୍ମିତ ।

କ୍ଷମତା- ଘଣ୍ଟାପ୍ରତି 90 ରୁ 100 କିଗ୍ରା.

ବ୍ୟବହାରିକ ଉପକାରିତା- ଏହା ଉଭୟ 1 ଏଚ୍.ପି. ବିଦ୍ୟୁତ ଓ ଡ଼ିଜେଲ ଇଞ୍ଜିନ ସାହାଯ୍ୟରେ ଚାଲିପାରେ ।

ମୂଲ୍ୟ- ଟ.89,000

ରିହାତି – ଅନୁସୂଚିତଜାତି, ଜନଜାତି, ମହିଳା, ନାମମାତ୍ର ଚାଷୀଙ୍କ ପାଇଁ 60% ଏବଂ ଅନ୍ୟଉପଭୋକ୍ତାଙ୍କ ପାଇଁ 50 % ।


କିଷାନ ଡ୍ରୋନ୍

କାର୍ଯ୍ୟ- ରିମୋଟ୍ ଚାଳିତ ଏହି ଉଡନ୍ତା ଯନ୍ତ୍ରଟି ଫସଲରେ କୀଟନାଶକ ଓ ସାର ସିଞ୍ଚନ କରିବା ପାଇଁ ବ୍ୟବହାର କରାଯାଏ । ଏହାଦ୍ୱାରା କମ୍ ସମୟ ଓ କମ୍ ପରିଶ୍ରମ ବଳରେ କାର୍ଯ୍ୟ ସମ୍ପାଦନ କରିହୁଏ ।

କ୍ଷମତା- 10 ରୁ 12 ମିନିଟରେ 1 ଏକର

ବ୍ୟବହାରିକ ଉପକାରିତା- ଏହା ସାହାଯ୍ୟରେ ଦିନ ପିଛା 40-50 ଏକର ଜମିରେ କୀଟନାଶକ ସାର ସିଞ୍ଚନ ହୋଇପାରେ ।

85 ପ୍ରତିଶତ କୀଟନାଶକ ଏହାଦ୍ୱାରା ଉପଯୋଗ ହୋଇପାରେ ।

10-15 ଲିଟର ପାଣିରେ 1 ଏକର ସିଞ୍ଚନ କରି ହୁଏ ।

ମୂଲ୍ୟ- ଟ.3,50,000 ରୁ ଟ. 10,00,000

ରିହାତି – ଭାରତ ସରକାରଙ୍କ ଦ୍ୱାରା 50 % ପର୍ଯ୍ୟନ୍ତ ରିହାତି ଉପଲବ୍ଧ ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା