> 62ତମ ଓୟୁଏଟି ପ୍ରତିଷ୍ଠା ଦିବସର ସିଧା ପ୍ରସାରଣ ତା24.08.2023 - Krishi Vigyan Kendra, Sundargarh-I
Chasbas
KVK, Sundargarh-I

62ତମ ଓୟୁଏଟି ପ୍ରତିଷ୍ଠା ଦିବସର ସିଧା ପ୍ରସାରଣ ତା24.08.2023

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଚଳିତ ବଜେଟ୍‌ରେ 166 କୋଟି ଟଙ୍କାର ବ୍ୟୟବରାଦ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର 62 ତମ ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀମାନେ ଚାକିରି ସର୍ବସ୍ୱ ନହୋଇ ନୂତନ ଷ୍ଟାର୍ଟଅପ୍‌ ଆଦି ବିକଶିତ କରିବା ସହିତ କୃଷି ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆହ୍ୱାନ ଦେଇଛନ୍ତି  ।

ଏହି ଏବସରରେ ଶ୍ରୀ ସ୍ୱାଇଁ କହିଛନ୍ତି ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର କୃଷିରେ ଉଲ୍ଲେଖନୀୟ ବିକାଶ ଘଟିଛି । ଖାଦ୍ୟଶସ୍ୟରେ ଏକ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ଆଜି ବଳକା ରାଜ୍ୟରେ ପରିଣତ ହୋଇଛି । ଚାଷୀଭାଇ ଓ ଭଉଣୀମାନଙ୍କ ଅକ୍ଳାନ୍ତ ପରିଶ୍ରମ, ରାଜ୍ୟ ସରକାରଙ୍କ ଦ୍ୱାରା କୃଷି କ୍ଷେତ୍ରରେ କ୍ରମାଗତ ଅଧିକ ପୁଞ୍ଜି ବିନିଯୋଗ ଓ ଯୁଗୋପଯୋଗୀ ଯୋଜନା ପ୍ରଣୟନ ଏବଂ କୃଷି ବୈଜ୍ଞାନିକମାନଙ୍କ ଦ୍ୱାରା ଉଦ୍ଭାବିତ ନୂତନ ଜ୍ଞାନକୌଶଳ କୃଷି କ୍ଷେତ୍ରରେ ସଫଳ ପ୍ରୟୋଗ ଦ୍ୱାରା ରାଜ୍ୟ କୃଷି କ୍ଷେତ୍ରରେ ଆଜି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ । ଆଜି ବିଶ୍ୱବିଦ୍ୟାଳୟର 62 ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ମନ୍ତ୍ରୀ କହିଛନ୍ତି କୌଣସି ବିଶ୍ୱବିଦ୍ୟାଳୟର ଅସଲ ପରିଚୟ ହେଉଛି ଏହାର ଗବେଷଣା ।  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ କରିବା ଓ କୃଷିଶିକ୍ଷା, ଗବେଷଣା ଓ ସଂପ୍ରସାରଣ କ୍ଷେତ୍ରରେ ଉନ୍ନତି ଆଣି ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ନିମନ୍ତେ ରାଜ୍ୟ ସରକାର ଚଳିତ ବଜେଟ୍‌ରେ 166 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ କୃଷି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ନୂତନ ଆହ୍ୱାନର ସଫଳ ମୁକାବିଲା କରିବା ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ସାଂପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ମରୁଡ଼ି ସହନଶୀଳ ଫସଲ କିସମ ବିକାଶ, ଅନ୍ତଃଫସଲ ଚାଷ, ବର୍ଷାଜଳ ସଂରକ୍ଷଣ, ସମନ୍ୱିତ କୃଷି ଓ ମାଛଚାଷ, ପ୍ରାଣୀ ପାଳନ ଆଦି ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା